୫୨.୨ ଲକ୍ଷ ବ୍ୟକ୍ତିଙ୍କୁ ଡିଜିଟାଲ, ସାକ୍ଷରତା ଅଭିଯାନ କିମ୍ବା ଜାତୀୟ ଡିଜିଟାଲ ସାକ୍ଷରତା ମିଶନ ଦ୍ଵାରା ଆଇ.ଟି ଟ୍ରେନିଂ ଦିଆଯିବାର ଲକ୍ଷ୍ୟ ରକ୍ଷାଯାଇଛି । ସମସ୍ତ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳର ଅଙ୍ଗନୱାଡି କର୍ମୀ, ଆଶା କର୍ମୀ,କଣ୍ଟ୍ରୋଲ ଡିଲର, ସାଧାରଣ ଲୋକଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି । କାରଣ IT ସାକ୍ଷରତା ସେମାନଙ୍କୁ ଅଧିକ ଦକ୍ଷତାର ସହ ଦେଶର ଗଣତନ୍ତ୍ର ଓ ବିକାଶରେ ଯୋଗ ଦେବା ପାଇଁ ସହାୟକ ହେବ।
ଏହି ଯୋଜନା ପ୍ରତ୍ୟେକ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳରେ କରାଯାଇଛି । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ତିନୋଟି ବିଭାଗରେ ବିଭକ୍ତ କରାଯାଇଛି । A,B,C ଭାଗରେ । A ବିଭାଗରେ ଥିବା ରାଜ୍ୟମାନେ ଏହାକୁ ୫-୭ ଜିଲ୍ଲାରେ କାର୍ଯ୍ୟକାରୀ କରିବାକୁ ଥିବା ବେଳେ B ବିଭାଗରେ ୪-୫ ଜିଲ୍ଲା ଏବଂ C ବିଭାଗରେ ୨-୩ ଜିଲ୍ଲାରେ କାର୍ଯ୍ୟକାରୀ କରାହେବ ।
କ୍ରମ.ନଂ |
‘A’ ବିଭାଗ ( ୧୦) |
‘B’ ବିଭାଗ (୧୦) |
‘C’ ବିଭାଗ (୧୫) |
1 |
ଉତ୍ତର ପ୍ରଦେଶ |
ଓଡ଼ିଶା |
ହିମାଚଳ ପ୍ରଦେଶ |
2 |
ମହାରାଷ୍ଟ୍ର |
କେରଳ |
ତ୍ରିପୁରା |
3 |
ବିହାର |
ଝାଡଖଣ୍ଡ |
ମେଘାଳୟ |
4 |
ୱେଷ୍ଟବେଙ୍ଗଲ |
ଆସାମ |
ମଣିପୁର |
5 |
ଆନ୍ଧ୍ର ପ୍ରଦେଶ |
ପଞ୍ଜାବ |
ନାଗାଲାଣ୍ଡ |
6 |
ମଧ୍ୟପ୍ରଦେଶ |
ଛତିଶଗଡ଼ |
ଗୋଆ |
7 |
ତାମିଲନାଡୁ |
ହରିୟାନ |
ଅରୁଣାଚଳ ପ୍ରଦେଶ |
8 |
ରାଜସ୍ଥାନ |
ଜାମ୍ମୁ ଓ କାଶ୍ମୀର |
ମିଜୋରାମ |
9 |
କର୍ଣ୍ଣାଟକ |
ଉତ୍ତରାଖଣ୍ଡ |
ସିକିମ |
10 |
ଗୁଜୁରାଟ |
NCT ଅପ ଦିଲ୍ଲୀ |
ପଡୁଚେରୀ |
11 |
|
|
ଚଣ୍ଡିଗଡ |
12 |
|
|
ଆଣ୍ଡାମାନ, ନିକୋବର |
13 |
|
|
ଦ୍ରାଦର ଏବଂ ନଗରହବେଲି |
14 |
|
|
ତାମନ ଓ ଡ଼ିୟୁ |
15 |
|
|
ଲାକ୍ଷ୍ୟାଦୀପ |
ବ୍ୟକ୍ତି ଓ ଗୋଷ୍ଠୀ ଡିଜିଟାଲ ସାକ୍ଷରତା ଦ୍ଵାରା ଡିଜିଟାଲ ଟେକ୍ନୋଲୋଜିକୁ ବ୍ୟବହାର ସମ୍ବନ୍ଧରେ ଜାଣିଥାଏ ।
୨ଟି ସ୍ତରରେ ତାଲିମ ପ୍ରଦାନ କରାଯାଇଥାଏ ।
ବିଭିନ୍ନ ସ୍ତରର ତାଲିମ ପାଇଁ ବିଭିନ୍ନ ପ୍ରକାର ଆଦିର ବ୍ୟବସ୍ଥା ରହିଛି ।
ପ୍ରତ୍ୟେକ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ବେସରକାରୀ ସଂସ୍ଥା (NGO), ଶିଳ୍ପ, ସରକାରୀ ସଂସ୍ଥା, ଜନସେବାକେନ୍ଦ୍ର ଏବଂ ସ୍ଵୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନ, କିମ୍ବା ଉପଯୁକ୍ତ ଭିତ୍ତି ଭୂମି ଥିବା ଅନୁଷ୍ଠାନ ଅତି କମରେ ୧୦ ଲକ୍ଷ୍ୟ ଲୋକଙ୍କୁ ଆଇ.ଟି କ୍ଷେତ୍ରରେ ଶିକ୍ଷିତ କରାଇବେ । ତାଲିମ ବିଭିନ୍ନ ସ୍ଥାନରେ ଯେପରି ଗ୍ରାମପଞ୍ଚାୟତ, ବ୍ଲକ, ଜିଲ୍ଲାରେ ଥିବା ବିଭିନ୍ନ ତାଲିମ ଅନୁଷ୍ଠାନ, NIELIT କେନ୍ଦ୍ର, RSRTI, NGO ଇତ୍ୟାଦିରେ କରାଯିବ ।
ଆଧାର - NDLM
Last Modified : 1/18/2023