ଏବେକାର ଯୁବପିଢି ଅଫିସ ଯାଇ ଧାର୍ଯ୍ୟ ସମୟ ମଧ୍ୟରେ ବାନ୍ଧି ହୋଇ ବସି କାମ କରିବା ଅପେକ୍ଷା ଘରେ ବସି ନିଜ ସୁବିଧା ଅନୁସାରେ କାମ କରିବାକୁ ବେଶି ପସନ୍ଦ କରୁଛନ୍ତି । ଡିଜିଟାଲ ପେମେଣ୍ଟ କମ୍ପାନୀ ପେ-ପୋଲ୍ ପକ୍ଷରୁ କରାଯାଇଥିବା ଏକ ସର୍ଭେରେ ଜଣାପଡିଛି ଯେ ଭାରତରେ ପ୍ରାୟ ୧କୋଟି ଲୋକ ଫ୍ରିଲାନ୍ସର (ମୁକ୍ତବୃତ୍ତି) ଭାବେ କାର୍ଯ୍ୟରତ । ଏପରି କାମ କରିବା ପାଇଁ ସହଯୋଗ କରୁଥିବା ପ୍ରମୁଖ ଅନଲାଇନ୍ ପ୍ଲାଟଫର୍ମ ସମ୍ପର୍କରେ ଜାଣନ୍ତୁ ।
ଅଷ୍ଟ୍ରେଲୀୟ ୱେବସାଇଟ ଫ୍ରିଲାନ୍ସର ଡଟ୍ ଇନ୍ ବିଶ୍ଵର ସବୁଠାରୁ ବଡ ଫ୍ରିଲାନ୍ସିଙ୍ଗ ଏବଂ କ୍ରାଉଡସୋର୍ସିଙ୍ଗ ପ୍ଲାଟଫର୍ମ । ବିଶ୍ଵର ୨୪୭ଟି ଦେଶର ଦେଶର ପ୍ରାୟ ୨.୭୬ କୋଟିରୁ ଅଧିକ ନିଯୁକ୍ତିଦାତା ଏବଂ ଫ୍ରିଲାନ୍ସର ଏହା ସହ ଜଡିତ ଅଛନ୍ତି । ଏହି ନିଯୁକ୍ତିଦାତାମାନେ ସଫ୍ଟେୱେର ଡେଭଲପମେଣ୍ଟ, ଲେଖାଲେଖି , ଡାଟାଏଣ୍ଟ୍ରି, ଲୋଗୋ ଡିଜାଇନ, ଗ୍ରାଫିକ ଡିଜାଇନ୍, ୱେବସାଇଟ ଡିଜାଇନ, ଅନୁବାଦ, ୱାର୍ଡପ୍ରେସ, ଏସଇଓ, ଏକ୍ ସେଲ, ଫଟୋସପ ତଥା ଆର୍କିଟେକ୍ ଚର କ୍ଷେତ୍ରରେ ଫ୍ରିଲାନ୍ସରମାନଙ୍କୁ କାମ ଦେଉଛନ୍ତି । ଏଥିସହିତ ନିଜ ଜି-ମେଲ୍ ଆକାଉଣ୍ଟରୁ ବି ପସନ୍ଦର ପ୍ରୋଜେକ୍ଟ ଉପରେ କାମ କରିପାରିବେ । https://www.Freelancer.in
ଏଠାରେ ଆପଣ ଫଟୋଗ୍ରାଫି, ଇଞ୍ଜିନିୟରିଂ ତଥା ଡିଜାଇନ୍, ଲର୍ଣ୍ଣିଂ ଏଜୁକେଶନ, ଫେଶନ, କମ୍ପ୍ୟୁଟର ଟେକ୍ନୋଲୋଜି ତଥା ସ୍ପୋର୍ଟସରେ ପାର୍ଟଟାଇମ କାମ କରିପାରିବେ । ଏହି ଆପ୍ କୁ ମଧ୍ୟ ଆପଣ ଗୁଗଲ୍ ପ୍ଲେ ଷ୍ଟୋରରୁ ବିନା ମୂଲ୍ୟରେ ଡାଉନଲୋଡ୍ କରିପାରନ୍ତି । https://efii.co
ଏହି ୱେବସାଇଟର ଆପ୍ କୁ ନିଜ ଫୋନ୍ ରେ ଅପଲୋଡ କରିବା ପରେ ଜି-ମେଲ୍ କିମ୍ବା ଫେସବୁକ୍ ମାଧ୍ୟମରେ ଲଗ୍ ଇନ୍ କରିପାରିବେ । ଏଠାରେ ଭିନ୍ନଭିନ୍ନ କ୍ଷେତ୍ର, ଯଥା- ଭଏସ୍ଓଭର, ଗ୍ରାଫିକ ଡିଜାଇନ୍, ରାଇଟିଂ ଟ୍ରାନ୍ସଲେସନ, ମ୍ୟୁଜିକ ଅଡିଓ, ପ୍ରୋଗ୍ରାମିଂ ଟେଷ୍ଟ ଆଦି ଉପଲବ୍ଧ । ନିଜ ପସନ୍ଦ ଅନୁସାରେ, ଯେଉଁ ଗୋଟିକୁ ବାଛି କାମ କରିପାରିବେ । https://www.fiverr.com
ଭାରତ ସମେତ ୧୩ଟି ଦେଶରେ ଏହି ୱେବସାଇଟ କାମ କରିଥାଏ । ଏହା ଆପଣଙ୍କୁ ଆଇଟି ସ୍ପେଶାଲିଷ୍ଟ, ଆକାଉଣ୍ଟିଙ୍ଗ, ବିଜନେସ୍ କନସଲଟାଣ୍ଟ ଆଦି ବିଭିନ୍ନ କ୍ଷେତ୍ରରେ କାମ କରିବାର ସୁଯୋଗ ଦେଇଥାଏ । ଆପଣ ଏହି ୱେବସାଇଟକୁ ହିନ୍ଦୀ, ଇଂରାଜୀ ଆଦି ବିଭିନ୍ନ ଭାଷାରେ ପଢିପାରିବେ । କମ୍ପ୍ୟୁଟର ମାଧ୍ୟମରେ କରାଯାଇଥିବା ସମସ୍ତ କାର୍ଯ୍ୟ ଏହି ୱେବସାଇଟରେ ପୋଷ୍ଟ କରାଯାଇପାରିବ । ଏହା ସହିତ ବ୍ୟବସାୟ ପାଇଁ କର୍ମଚାରୀ ଆବଶ୍ୟକ କରୁଥିଲେ ଆପଣ ମଧ୍ୟ ଏଥିରେ ଉପଲବ୍ଧ କର୍ମଚାରୀଙ୍କ ସହ ସିଧାସଳଖ ଯୋଗାଯୋଗ କରିପାରିବେ । https://www.taskkers.com
ଆଧାର –ୱେବ ସୂଚନା ବ୍ୟୁର
Last Modified : 1/26/2020