অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

Truejodi : ବିବାହ ପାଇଁ ଅନଲାଇନ୍ ବରକନ୍ୟା ଖୋଜିବା ସମସ୍ୟାର ସମାଧାନ

ଷ୍ଟାର୍ଟ-ଅପ୍ ପଛର କାହାଣୀ

ଅନଲାଇନ୍ ରେ ପୁଅ କିମ୍ବା ଝିଅ ପାଇଁ କନ୍ୟା କିମ୍ବା ବର ଯୋଗାଡ଼ କରିବା ବେଳେ ଅନେକ ନିରାଶ ହୋଇଥାନ୍ତି । ବହୁ ଲୋକ ଅଭିଯୋଗ କରିଥାନ୍ତି ଯେ ସେମାନେ ଠକାମିରେ ପଡ଼ିଲେ । କେତେକ କହନ୍ତି ଯାହା ମାଟ୍ରିମୋନି ସାଇଟ୍ ରେ ତଥ୍ୟ ଦିଆଯାଇଥିବା ସବୁ ମିଛ । ଏଭଳି ବହୁତ କିଛି ତିକ୍ତ ଅଭିଜ୍ଞତା ଲୋକମାନଙ୍କର ଅନଲାଇନ୍ ମାଟ୍ରିମୋନିକୁ ନେଇ ରହିଛି । ଯଦିଓ ବିବାହ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଯାହାର ଜୀବନ ଉପରେ ବଡ଼ ଧରଣର ପ୍ରଭାବ ରହିଛି, ତାହାକୁ ଲୋକମାନେ ବହୁତ ଭାବିଚିନ୍ତି ଗ୍ରହଣ କରିଥାନ୍ତି । ନିଜର ସାଙ୍ଗସାଥୀ ଓ ବନ୍ଧୁ ପରିଜନଙ୍କଠାରୁ ଏ ବିଷୟରେ ଅନେକ କଥା ଶୁଣିବା ପରେ ରବି ଏଭଳି ଏକ ମାଟ୍ରିମୋନି ସାଇଟ୍ ପ୍ରସ୍ତୁତ କରିବାର ଦାୟିତ୍ୱ ନେଇଥିଲେ ଯାହା ଦ୍ୱାରା ଲୋକମାନେ ବିଶ୍ୱାସର ସହ ବର କିମ୍ବା କନ୍ୟା ଖୋଜିପାରିବେ । ତାଙ୍କର ସେହି ପରିକଳ୍ପନାରୁ ଜନ୍ମ ନେଇଛି Truejodi। ଏହା ଏଭଳି ଏକ ମାଟ୍ରିମୋନି ସାଇଟ୍ ଯେଉଁଥିରେ ଥିବା ସମସ୍ତ ପ୍ରୋଫାଇଲ୍କୁ ୧୦୦% ଯାଂଚ କରାଯାଇଛି ।

ଏହି ଷ୍ଟାର୍ଟ-ଅପ୍ ସଂସ୍ଥାଟି କଣ?

ଏହି ଷ୍ଟାର୍ଟ-ଅପ୍ ସଂସ୍ଥାଟି ଅନଲାଇନ୍ ମାର୍କେଟିଂର ଏହି ସବୁ ଜଟିଳ ସମସ୍ୟାଗୁଡ଼ିକର ସମାଧାନ କରିଛି:

୧. ଅନେକ ଅବିବାହିତ ମାଟ୍ରିମୋନି ସାଇଟ୍ ରେ ନିଜ ପାଇଁ ପାତ୍ର କିମ୍ବା ପାତ୍ରୀ ଖୋଜିବାକୁ ପ୍ରୋଫାଇଲ୍ ସୃଷ୍ଟି କରନ୍ତି । ସେଗୁଡ଼ିକୁ ଯାଂଚ କରିବା ବେଳେ ଅଧିକାଂଶ ଠକ ବୋଲି ଜଣାପଡ଼ିଥାଏ ।

୨. ସାଧାରଣତଃ ଲୋକମାନେ ନିଜ ପାଇଁ ପାତ୍ର କିମ୍ବା ପାତ୍ରୀ ଖୋଜିବା ବେଳେ ଶିକ୍ଷା, ବୟସ, ଆୟ ଓ ମେଡିକାଲ୍ ରେକର୍ଡ ବିଷୟରେ ପଚାରିବାରେ କୁଣ୍ଠା ପ୍ରକାଶ କରନ୍ତି । ସବୁ କିଛି ମୁହାଁମୁହିଁ କଥାବାର୍ତ୍ତା ହୋଇଥାଏ । କେହି ଦଲିଲ୍ ଉପସ୍ଥାପନ କରନ୍ତି ନାହିଁ।

ଏହି ସମସ୍ୟାଗୁଡ଼ିକର ସମାଧାନ କରିବା ପାଇଁ Truejodi ନେଇଛି ୯ ପ୍ରକାର ଗୁରୁତ୍ୱପୂର୍ଣ୍ଣ ଯାଂଚ ପ୍ରକ୍ରିୟା । ବିବାହ ପାଇଁ ଯୋଡ଼ି ସୃଷ୍ଟି ଦିଗରେ ସ୍ୱଚ୍ଛତା ଅବଲମ୍ବନ କରିବା ପାଇଁ ଠକମାନଙ୍କ ପାଇଁ ଆଦୌ ସହନଶୀଳତା ରଖାଯାଇନାହିଁ । ଠକଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ରହିଛି। ବ୍ୟବହାରକାରୀମାନଙ୍କୁ ସେମାନଙ୍କ ତଥ୍ୟର ଯାଂଚ ଅନୁସାରେ ରେଟିଂ ପ୍ରଦାନ କରାଯାଉଛି । ଏହା ଦ୍ୱାରା ଅନ୍ୟମାନେ ନିଜର ଯୋଡ଼ି ବାଛିବା ବେଳେ ଏହି ରେଟିଂଗୁଡ଼ିକୁ ବ୍ୟବହାର କରିପାରନ୍ତି । ଯେଉଁ ସବୁ ଜିନିଷ ଯାଂଚ କରାଯାଉଛି, ସେଗୁଡ଼ିକ ହେଉଛି:

-ଫଟୋ, ଫଟୋ ପରିଚୟପତ୍ର ସହ ତୁଳନା କରାଯାଉଛି, ଯାଂଚ କରାଯାଏ

-ମେଡିକାଲ୍ ପରୀକ୍ଷା (ମେଡିକାଲ୍ ପରୀକ୍ଷା ଦେବାକୁ ପଡ଼ିଥାଏ)

-ପରିଚୟ ପ୍ରମାଣପତ୍ର

-ଶିକ୍ଷା

-ଆୟ

-ଠିକଣା

-ଫୋନ୍ ନମ୍ବର

-ଫେସବୁକ୍

Truejodi ଟିମ୍-ପ୍ରତିଷ୍ଠାତା ଓ ସହ ପ୍ରତିଷ୍ଠାତା

ରବି ମିତ୍ତଲଙ୍କ ନେତୃତ୍ୱରେ କାମ କରୁଛି ଏକ ୧୫ ଜଣିଆ ଟିମ୍ । ସେଥିରେ ରହିଛନ୍ତି ୱେବ, ଆପ୍ ଡେଭେଲପର, ଡିଜିଟାଲ ମାର୍କେଟିଂ ଅଧିକାରୀ, ସୋସିଆଲ ମିଡିଆ ବିଶେଷଜ୍ଞ, ଗ୍ରାଫିକ୍ ଡିଜାଇନର୍, ୟୁଆଇ/ୟୁଏକ୍ସ ଡିଜାଇନର୍, ମଡରେଟର । ସଂସ୍ଥାର କେହି ସହ ପ୍ରତିଷ୍ଠାତା ନାହାନ୍ତି ।

କିଭଳି ଏହି ସେବା କାମ କରୁଛି ଓ କେଉଁମାନେ ଏହାର ସୁବିଧା ହାସଲ କରୁଛନ୍ତି?

ଥରେ ବ୍ୟବହାରକାରୀ Truejodi ରେ ସାଇନ୍ଅପ୍ କରିବା ପରେ ୯ଟି ଯାଂଚ ପ୍ରକ୍ରିୟା ଆରମ୍ଭ ହୋଇଥାଏ । ବ୍ୟବହାରକାରୀଙ୍କୁ ଫଟୋ ପରିଚୟପତ୍ର, ଶିକ୍ଷା, ଆୟ, ଠିକଣା ପ୍ରମାଣ, ଫେସବୁକ୍ ଓ ମୋବାଇଲ୍ ନମ୍ବର ଦେବାକୁ ହୁଏ । ଏହା ପରେ ତାଙ୍କର ମେଡିକାଲରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଏ । ଯେଉଁମାନେ ଯାଂଚ କରିବାକୁ ମନା କରିବେ ସେମାନେ ବ୍ୟବହାରକାରୀ ହୋଇପାରିବେ ନାହିଁ ।

ଆମେ ୨୫-୩୫ ବର୍ଷର ଅବିବାହିତ ଯୁବକଯୁବତୀଙ୍କୁ ସେବା ଯୋଗାଇ ଦେଉଛୁ ।

ଏହି ଷ୍ଟାର୍ଟ-ଅପ୍ ର ଭବିଷ୍ୟତ ଯୋଜନା କଣ ରହିଛି?

୨୦୧୫ ନଭେମ୍ବରରେ ଆମେ Truejodi ଆରମ୍ଭ କରିଥିଲୁ । ବହୁତ କମ ସମୟ ମଧ୍ୟରେ ଆମେ ୪ ହଜାରରୁ ଅଧିକ ଲୋକଙ୍କୁ ଆକୃଷ୍ଟ କରିପାରିଛୁ। ଏତିକି ପରିମାଣର ବ୍ୟବହାରକାରୀ ସୃଷ୍ଟି ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭୦% ହେଉଛନ୍ତି ମହିଳା । ୨୦୧୬ ଶେଷ ସୁଦ୍ଧା ଆମେ ୩,୦୦,୦୦୦ ବ୍ୟବହାରକାରୀ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛୁ । ଲୋକମାନେ ଯେଭଳି ନିଜର ସତ ଜୀବନସାଥୀ ପାଇପାରିବେ ସେ ଦିଗରେ କାମ କରୁଛୁ ।

ଏହି ଷ୍ଟାର୍ଟ-ଅପ୍ ର ସବୁଠୁ ବଡ଼ ବିଶେଷତ୍ୱଟି କଣ?

ଆମର ସବୁଠୁ ବଡ଼ ବିଶେଷତ୍ୱ ହେଉଛି ଯାଂଚ ପ୍ରକ୍ରିୟା ।

ୱେବସାଇଟ - http://www.truejodi.com/

ଆଧାର

TEAM ODIA

Last Modified : 12/11/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate