অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଅନଲାଇନରେ ଆରଟିଆଇ ଆବେଦନ ଦାଖଲ

ସୂଚନା ଅଧିକାର

ଆଜି କାଲି ଯଦି ଆପଣ କୌଣସି ସମ୍ବାଦ ଚାନେଲ କିମ୍ବା ସମ୍ବାଦପତ୍ରକୁ ଦେଖିବେ ତେବେ ଦୁର୍ନୀତି  ବା ପ୍ରଶାସନ ସମ୍ପର୍କିତ କୌଣସି ସମାଚାର ବା ଆଲୋଚନା  ନିଶ୍ଚୟ ଦେଖିବାକୁ ପାଇବେ । ଦୁର୍ନୀତି ବିରୁଦ୍ଧରେ ଲଢେଇ କରିବା ପାଇଁ ଓ ଭଲ ପ୍ରଶାସନ ସ୍ଥାପିତ କରିବା ପାଇଁ ଭାରତ ସରକାର ଅନେକ ଆଇନ ପ୍ରଣୟନ କରିଛନ୍ତି । ଏହି ଆଇନ ଗୁଡିକ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ । ଆଇନ ହେଲା ସୂଚନା ଅଧିକାର ଆଇନ ଓ ଏହା ଆରଟିଆଇ ନାମରେ ଲୋକପ୍ରିୟ । ଏହି ଲେଖାରେ ଆରଟିଆଇ ଆବେଦନ କିପରି ଭାବରେ ଅନଲାଇନ କରାଯାଇ ପାରିବ ସେ ସମ୍ପର୍କରେ ପ୍ରତ୍ୟେକ ସୋପାନ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି । ଆଜି କାଲି ଯଦି ଆପଣ କୌଣସି ସମ୍ବାଦ ଚାନେଲ କିମ୍ବା ସମ୍ବାଦପତ୍ରକୁ ଦେଖିବେ ତେବେ ଦୁର୍ନୀତି  ବା ପ୍ରଶାସନ ସମ୍ପର୍କିତ କୌଣସି ସମାଚାର ବା ଆଲୋଚନା ନିଶ୍ଚୟ ଦେଖିବାକୁ ପାଇବେ ।  ଦୁର୍ନୀତି ବିରୁଦ୍ଧରେ ଲଢେଇ କରିବା ପାଇଁ  ଓ ଭଲ ପ୍ରଶାସନ ସ୍ଥାପିତ କରିବା ପାଇଁ ଭାରତ ସରକାର ଅନେକ ଆଇନ ପ୍ରଣୟନ କରିଛନ୍ତି । ଏହି ଆଇନ ଗୁଡିକ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଆଇନ ହେଲା ସୂଚନା ଅଧିକାର ଆଇନ ଓ ଏହା ଆରଟିଆଇ ନାମରେ ଲୋକପ୍ରିୟ  ଏହି ଲେଖାରେ ଆରଟିଆଇ ଆବେଦନ କିପରି ଭାବରେ ଅନଲାଇନ କରାଯାଇପାରିବ ସେ ସମ୍ପର୍କରେ ପ୍ରତ୍ୟେକ ସୋପାନ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି ।

ଆରଟିଆଇ ଆଇନ କଣ ?

ଆରଟିଆଇ ଆଇନ ଭାରତର ନାଗରିକ ମାନଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରୁ ସୂଚନା ହାସଲ କରିବାର ଅଧିକାର ପ୍ରଦାନ କରେ । ନିମ୍ନରେ କିଛି ସୂଚନାର ଉଦାହରଣ ଦିଆଗଲା ଯପରି ଆପଣ ପଚାରି ପାରିବେ

  • ଡ୍ରାଇଭିଂ ଲାଇସେନ୍ସ ପ୍ରଦାନରେ ବିଳମ୍ବର କାରଣ
  • ସରକାରଙ୍କ ବିକାଶ ପ୍ରକଳ୍ପରେ କେତେ ଖର୍ଚ ହୋଇଛି
  • ପାସ ବୁକ କିମ୍ବା ଅନ୍ୟସେବା ପ୍ରଦାନ  ନକରିବାର କାରଣ ( ପିଏସୟ ବ୍ୟlଙ୍କ)

ଏହି ପରି କେହି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଶାସନକୁ ଏହି ଆଇନ ଅନୁଯାୟୀ ପ୍ରଶ୍ନ ପଚାରିପାରନ୍ତି ।

ଅନଲାଇନ ଜରିଆରେ ଆରଟିଆଇ ଆବେଦନ

ଆଜି କାଲି ଯଦି ଆପଣ କୌଣସି ସମ୍ବାଦ ଚାନେଲ କିମ୍ବା ସମ୍ବାଦପତ୍ରକୁ ଦେଖିବେ ତେବେ ଦୁର୍ନୀତି  ବା ପ୍ରଶାସନ ସମ୍ପର୍କିତ କୌଣସି ସମାଚାର ବା ଆଲୋଚନା ନିଶ୍ଚୟ ଦେଖିବାକୁ ପାଇବେ । ଦୁର୍ନୀତି ବିରୁଦ୍ଧରେ ଲଢେଇ କରିବା ପାଇଁ  ଓ ଭଲ ପ୍ରଶାସନ ସ୍ଥାପିତ କରିବା ପାଇଁ ଭାରତ ସରକାର ଅନେକ ଆଇନ ପ୍ରଣୟନ କରିଛନ୍ତି । ଏହି ଆଇନ ଗୁଡିକ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଆଇନ ହେଲା ସୂଚନା ଅଧିକାର ଆଇନ ଓ ଏହା ଆରଟିଆଇ ନାମରେ ଲୋକପ୍ରିୟ ।

ଏହି ଲେଖାରେ ଆରଟିଆଇ ଆବେଦନ କିପରି ଭାବରେ ଅନଲାଇନ କରାଯାଇ ପାରିବ ସେ ସମ୍ପର୍କରେ ପ୍ରତ୍ୟେକ ସୋପାନ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି ।

ଆପଣଙ୍କୁ ସୂଚନା ପାଇବା ପାଇଁ କୌଣସି ସଂବନ୍ଧିତ ବିଭାଗର କର୍ତ୍ତୃ ପକ୍ଷଙ୍କୁ ଆବେଦନ ଲେଖିବାକୁ ପଡେ । କର୍ତ୍ତୃ ପକ୍ଷ ବୋଇଲେ ସୂଚନା ଦେବା ପାଇଁ ଦାୟୀତ୍ଵବାନ ବ୍ୟକ୍ତି । ତେଣୁ ପ୍ରତ୍ୟେକ ସରକାରୀ ସଙ୍ଗଠନର ଜଣେ ବ୍ୟକ୍ତିଙ୍କୁ ସୂଚନା ଦେବା ପାଇଁ କର୍ତ୍ତୃ ପକ୍ଷ ଭାବେ ନିଯକ୍ତି ଦିଆଯଇଥାଏ ।

ବର୍ତ୍ତମାନ ଅନଲାଇନ ଜରିଆରେ ସୂଚନା ଅଧିକାର ଆଇନ ଅନୁଯାୟୀ ଆବେଦନ କରାଯାଇପାରିବ । ଆରଟିଆଇଧ୍ୟାନ ଦିଅନ୍ତୁ ଯେ ଉଲ୍ଲେଖ କରାଯଉଥିବା ପୋର୍ଟାଲ ମାଧ୍ୟମରେ ଭାରତୀୟ ନାଗରିକ ମାନେ ଆରଟିଆଇ ଆବେଦନ କିମ୍ବା ପ୍ରଥମ ଅପିଲ କେବଳ । ନୂଆଦିଲ୍ଲୀ ସ୍ଥିତ ମୁଖ୍ୟମନ୍ତ୍ରଣାଳୟ /ବିଭାଗ ପାଇଁ କରାଯାଇ ପାରେ । ଏହି ୱେବସାଇଟ ଟି ଭାରତ ସରକାରଙ୍କର କାର୍ମିକ ଓ  ପ୍ରଶିକ୍ଷଣ ବିଭାଗର ଇନିସିଏଟିଭ ।

ଆରଟିଆଇୱେବସାଇଟକୁ ଯାଆନ୍ତୁ ।

  1. ସାଇନ ଅପ ହିଅର ବିକଳ୍ପକୁ  ଯାଇ ଏକ ୟୁଜର ଆଇଡି ଓ ପାସବାର୍ଡ  ତିଆରି କରନ୍ତୁ (ୱେବସାଇଟର ଡାହାଣ ତଳେ)
  2. ନିଜର ୟୁଜର ଆଇଡି ଓ ପାସବାର୍ଡକୁ ବ୍ୟବହାର କରି ସାଇନ ଇନ କରନ୍ତି
  3. ଲଗ ଇନ କରି ସାରିବା ପରେ ବେବ ପୃଷ୍ଠାର ଡାହାଣ ପଟ ଉପରେ ସବମିଟ ରିକ୍ବେଷ୍ଟର ବିକଳ୍ପ ଆସିବ। ଆରଟିଆଇ ଆବେଦନ ପାଇଁ ଏଠାରେ କ୍ଲିକ କରନ୍ତୁ ।
  4. ଏହା ପରେ ଆପଣଙ୍କୁ ଏକ ପୋର୍ଟାଲ ଗାଇଡଲାଇନର ଏକ ସୂଚୀ ମିଳିବ । ଏହି ଗାଇଡଲାଇନକୁ ପଢି ସାରିବା ପରେ ମୁଁ ପଢିଲି ଓ  ଉପରୋକ୍ତ ଗାଇଡଲାଇନକୁ ବୁଝିଲି ବୋଲି ଠିକ ଚିହ୍ନ ଲଗାଇବାକୁ ପଡିବ । ଏହା ପରେ ସବମିଟ ବିକଳ୍ପକୁ କ୍ଲିକ କରିବାକୁ ପଡିବ।
  5. ଏହା ପରେ ଆପଣଙ୍କୁ ଏକ ଅନ ଲାଇନ ଆରଟିଆଇ ଫର୍ମ ମିଳିବ । ଆପଣଙ୍କୁ ଏଠାରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ଜିନିଷ ବିଷୟରେ ଉଲ୍ଲେଖ କରିବାକୁ ପଡିବ।
    • କେଉଁ ମନ୍ତ୍ରଣାଳୟ ବା ବିଭାଗରୁ ସୂଚନା ଚାହୁଁଛନ୍ତି ସେହି ମନ୍ତ୍ରଣାଳୟ ବିଭାଗ ବା ଆପେକ୍ସ ବଡିକୁ ଚୟନ କରନ୍ତୁ ।
    • ଆପଣଙ୍କର ବ୍ୟକ୍ତିଗତ ତଥ୍ୟ ଯପରି ନାମ, ଠିକଣା ଫୋନ ନମ୍ବର ଆଦି ପ୍ରଦାନ କରନ୍ତୁ ।
    • ସମ୍ପୃକ୍ତ ବିଭାଗରୁ ଆପଣ କଣ ସୂଚନା ହାସଲ କରିବାକୁ ଚାହୁଁଛନ୍ତି ତାହାର ଉଲ୍ଲେଖ କରନ୍ତୁ ।
  6. ଆପଣଙ୍କୁ ଆରଟିଆଇ ଶୁଳ୍କ ବାବଦରେ 10 ଟଙ୍କା ପ୍ରଦାନ କରିବାକୁ ହେବ । ଆରଟିଆଇ ନିୟମ 2012 ଅନୁସାରେ ଦାରିଦ୍ର ସୀମା ରେଖା ଠାରୁ  ତଳେ ରହୁଥିବା ଭାରତୀୟ ନାଗରିକଙ୍କୁ  ଏ ବାବଦରେ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ। ଯଦି ନାଗରିକ ଜଣଙ୍କ ବିପିଏଲ ବର୍ଗର ହୋଇଥାନ୍ତି ତେବେ ସେ ଆବେଦନକାରୀ ଦାରିଦ୍ର ସୀମା ରେଖା ଠାରୁ ତଳେ କି ବିକଳ୍ପରେ ହଁ ବୋଲି କ୍ଲିକ କରନ୍ତୁ. ତାଙ୍କୁ ବିପିଏଲ କାର୍ଡ ସମ୍ପର୍କିତ ପ୍ରମାଣ ପତ୍ରକୁ ଅପଲୋଡ କରିବାକୁ ପଡିବ । ଆବେଦନକାରୀ ସବମିଟ ବଟନକୁ ଦବାଇ ସବମିଟ କରି ପାରିବେ
  7. ଅଣ ବିପିଏଲ ଆବେଦନକାରୀ ମାନେ ଏସବିଆଇ କିମ୍ବା ଏହାର ସହଯଗୀ ବ୍ୟlଙ୍କ ଜରିଆରେ, ଡେବିଟ, କ୍ରେଡିଟ କାର୍ଡ, ଭିସା କାର୍ଡରେ 10 ଟଙ୍କା ଇଣ୍ଚରନେଟ ବ୍ୟlଙ୍କିଙ୍କ ମାଧ୍ୟମରେ ପ୍ରଦାନ କରିବେ । ଦେୟ ହୋଇସାରିବା ପରେ ଆବେଦନ ଜମା ହୋଇଯବ।
  8. ଆବେଦନ ଜମା ହୋଇ ସାରିବା ପରେ ଏକ ଅନନ୍ୟ ପଂଜିକରଣ ନମ୍ବର ଜାରୀ କରାଯବଯାହା କୁ ଆପଣ ଭବିଷ୍ୟତରେ ସନ୍ଦର୍ଭ ଆକାରରେ ବ୍ୟବହାର କରିପାରିବେ । ଯଦି ଆପଣ ମୋବାଇଲ ନମ୍ବର ପ୍ରଦାନ କରିଥିବେ ତେବେ ଆରଣଏସଏମଏସ ଓ ଇମେଲ ମଧ୍ୟ ପାଇବେ।

30 ଦିନପରେ ଆପଣ ସମ୍ପୃକ୍ତ ବିଭାଗ ଠାରୁ ସୂଚନା ପାଇବେ । ୱେବସାଇଟ ପୃଷ୍ଠାର ମଝିରେ ଥିବା ଭିଉ ଷ୍ଟାଟସ ବିକଳ୍ପରେ ଆପଣ ଷ୍ଟାଟସ ସମ୍ପର୍କରେ ଜାଣି ପାରିବେ

ଠିକ ସେହିପରି ଆପଣ ପ୍ରଥମ ଅପିଲ ପାଇଁ ମଧ୍ୟ ଏହି ୱେବସାଇଟ ଜରିଆରେ ଆବେଦନ କରିପାରିବେ

ଆଧାର - ସେଣ୍ଟ୍ରାଲ ଇନଫର୍ମେଶନ କମିଶନ

Last Modified : 3/25/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate