ଆଧାରକୁ ସବସିଡି ସୁବିଧା, ପେନସନ୍, ବୃତ୍ତି, ସାମାଜିକ ସୁବିଧା, ବ୍ୟାଙ୍କ ସେବା, ବୀମା ସେବା, କରପ୍ରଦାନ ସେବା, ଶିକ୍ଷା, ନିଯୁକ୍ତି, ସ୍ୱାସ୍ଥ୍ୟସୁରକ୍ଷା ଆଦି ଭଳି ବିଭିନ୍ନ ସରକାରୀ ଏବଂ ବେସରକାରୀ ସେବା ପାଇଁ ବ୍ୟବହାରଯୋଗ୍ୟ କରିବା ଦ୍ୱାରା ଏହା ସୁନିଶ୍ଚିତ କରିବା ଗୁରୁତ୍ୱପୂର୍ଣ୍ଣ ଯେ, CIDRରେ ଗଚ୍ଛିତ ହୋଇଥିବା ଆଧାର ତଥ୍ୟ ସଠିକ୍ ଏବଂ ନବୀକରଣ ।
ଜନସାଂଖିକୀୟ ତଥ୍ୟ ନବୀକରଣର ଆବଶ୍ୟକତା ନିମ୍ନୋକ୍ତ ପରିସ୍ଥିତିରୁ ଉତ୍ପନ୍ନ ହୋଇପାରେ :
ବାୟୋମେଟ୍ରିକ୍ ନବୀକରଣର ଆବଶ୍ୟକତା ନିମ୍ନୋକ୍ତ ପରିସ୍ଥିତିରୁ ଉତ୍ପନ୍ନ ହୋଇପାରେ
ନବୀକରଣ କରାଯାଇପାରିବା ଆଧାର ବିବରଣୀଗୁଡ଼ିକ ହେଲା:
ଜନସାଂଖିକୀୟ ସୂଚନା |
ନାମ, ଠିକଣା, ଜନ୍ମ ତାରିଖ/ବୟସ, ଲିଙ୍ଗ, ମୋବାଇଲ୍ ନମ୍ବର, ଇ-ମେଲ୍ ଆଡ୍ରେସ୍, ସମ୍ପର୍କ ସ୍ଥିତି ଏବଂ ସୂଚନା ଜଣାଇବାର ସମ୍ମତି |
ବାୟୋମେଟ୍ରିକ୍ ସୂଚନା |
ଆଇରିସ୍, ଆଙ୍ଗୁଠି ଚିହ୍ନ ଏବଂ ମୁହଁର ଫୋଟୋ |
UIDAIର ନବୀକରଣ ପ୍ରକ୍ରିୟା 18 PoI (ପରିଚୟ ପ୍ରମାଣ) ଏବଂ 33 PoA (ଠିକଣା ପ୍ରମାଣ) ପ୍ରମାଣପତ୍ର ଗ୍ରହଣ କରେ । ଦୟାକରି ଏଠାରେ କ୍ଲିକ୍ କରନ୍ତୁ ଜାତୀୟସ୍ତରରେ ବୈଧ ପ୍ରମାଣପତ୍ରର ତାଲିକା ପାଇଁ ।
ସ୍ୱୟଂ ସେବା ପ୍ରଣାଳୀ
ଏହିଗୁଡ଼ିକ ହେଉଛି ସେହି ମୋଡ୍ସ, ଯେଉଁଠାରେ ବାସିନ୍ଦା, କୌଣସି ସହାୟତା ବିନା ସିଧା-ସଳଖ ନବୀକରଣ ଅନୁରୋଧ ରଖନ୍ତି । ସ୍ୱୟଂ-ସେବା ଅନଲାଇନ୍ ପ୍ରଣାଳୀ ବାସିନ୍ଦାଙ୍କୁ ଜନସାଂଖିକୀୟ ତଥ୍ୟ ଅପଡେଟ୍ କରିବାର ସୁଯୋଗ ଦିଏ ଯେଉଁଠାରେ ଇଣ୍ଟରନେଟ ବ୍ୟବହାର କରି ପ୍ରଦତ୍ତ ଲିଙ୍କରେ ବିନା ସହାୟତାରେ ବାସିନ୍ଦା ସିଧାସଳଖଭାବରେ ନବୀକରଣ ଅନୁରୋଧ କରିପାରିବେ ନମ୍ବର ଦରକାର . ପୋର୍ଟାଲରେ ଲଗଇନ୍ କରିବା ପାଇଁ ଆଧାର ନମ୍ବର ଏବଂ ପଞ୍ଜୀକୃତ ମୋବାଇଲ୍ ନମ୍ବର ଦରକାର । ତାଙ୍କ ପଞ୍ଜୀକୃତ ମୋବାଇଲ୍ ନମ୍ବରରେ OTP ବ୍ୟବହାର କରି ବାସିନ୍ଦାଙ୍କ ସତ୍ୟତା ପ୍ରତିପାଦନ ହୋଇଥାଏ । ନବୀକରଣ ପ୍ରକ୍ରିୟା ଶେଷ କରିବା ପାଇଁ, ବାସିନ୍ଦା ନିଜେ ସ୍ୱାକ୍ଷର କରିଥିବା ସମର୍ଥିତ POI/POA ଦସ୍ତାବିଜ୍ ଅପଲୋଡ୍ କରିବା ଦରକାର, ଯାହାପରେ ଜଣେ ଯାଞ୍ଚକାରୀଙ୍କ ଦ୍ୱାରା UIDAIର ଅପଡେଟ୍ ବ୍ୟାକ ଅଫିସରେ ଅନୁରୋଧ ବିପକ୍ଷରେ ଯାଞ୍ଚ କରାଯିବ । ଏହି ସେବା ବ୍ୟବହାର କରିବା ପାଇଁ ବାସିନ୍ଦା ତାଙ୍କର ମୋବାଇଲ୍ ନମ୍ବର ଆଧାର ସହ ପଞ୍ଜୀକୃତ କରିବା ଦରକାର ଅନ୍ୟଥା ସେ, ଏଠାରେ ପ୍ରଦତ୍ତ ଲିଙ୍କରେ ଉପଲବ୍ଧ ଫର୍ମ ପୂରଣ କରି ଡାକ ଯୋଗେ ଅନୁରୋଧ ପଠାଇ ପାରିବେ । ଏହି ସେବା ବ୍ୟବହାର କରିବା ପାଇଁ ବାସିନ୍ଦାଙ୍କୁ ନିଜ ମୋବାଇଲ୍ ନମ୍ୱର୍ ଆଧାର ସହିତ ପଞ୍ଜିକୃତ କରିବାକୁ ପଡ଼ିବ ।
ଡାକ ସେବା ମାଧ୍ୟମରେ
ବାସିନ୍ଦା, ନିଜ ମୋବାଇଲ୍ ବ୍ୟତୀତ ନିଜର ସମସ୍ତ ଜନସାଂଖିକୀୟ ବିବରଣୀକୁ, ସମ୍ପୂର୍ଣ୍ଣ କରାଯାଇଥିବା ଆଧାର ଡାଟା ନବୀକରଣ ଅନୁରୋଧ ଫର୍ମ ଓ ସହାୟକ ଦସ୍ତାବିଜଗୁଡ଼ିକୁ ଡାକ ଦ୍ୱାରା ପଠାଇ ନବୀକରଣ କରାଇପାରିବେ । ବ୍ୟାକ୍-ଏଣ୍ଡରେ ନବୀକରଣ ଅନୁରୋଧ ପ୍ରୋସେସ୍ ହେବ ଏବଂ UIDAI ନ୍ଦ୍ୱାରା ବାସିନ୍ଦାଙ୍କୁ SMS ମାଧ୍ୟମରେ ନବୀକରଣ ଅନୁରୋଧ ରସିଦ ପଠାଯିବ । ନବୀକରଣ ଅନୁରୋଧକୁ, ନିମ୍ନ ଠିକଣା ମଧ୍ୟରୁ ଯେକୌଣସିକୁ ପଠାଯାଇପାରେ:
ସହାୟତାରେ ପ୍ରଣାଳୀ (ପଞ୍ଜୀକରଣ କେନ୍ଦ୍ର ଯାଇ)
ଏହା ହେଉଛି ସେହି ପ୍ରଣାଳୀ, ଯେଉଁଠାରେ ବାସିନ୍ଦାମାନେ, ଗୋଟିଏ ପଞ୍ଜୀକରଣ/ନବୀକରଣ କେନ୍ଦ୍ରଠାରେ ଜଣେ ଅପରେଟର୍ ଙ୍କ ସାହାଯ୍ୟ ଦ୍ୱାରା ନବୀକରଣ ଅନୁରୋଧ ରଖିପାରିବେ । ଏହିପରି ମାମଲାରେ, ଅନୁରୋଧ ଗ୍ରହଣ କରିବା ସମୟରେ ଅପରେଟରଙ୍କ ଦ୍ୱାରା ଦସ୍ତାବିଜ୍ ପ୍ରମାଣ ସଂଗ୍ରହ କରାଯାଇଥାଏ । ଯାଞ୍ଚକର୍ତ୍ତାଙ୍କ ଦ୍ୱାରା ଦସ୍ତାବିଜ ଯାଞ୍ଚ ମଧ୍ୟ, ନବୀକରଣ ଅନୁରୋଧ ରଖିବା ସମୟରେ କରାଯାଇଥାଏ । UIDAI, ବର୍ତ୍ତମାନ ସହାୟତା ନବୀକରଣ ପାଇଁ ତିନୋଟି ପ୍ରଣାଳୀ ପରିକଳ୍ପିତ କରିଛି:
ଫିଲ୍ଡସ୍: ସ୍ଥାନୀୟ ଭାଷା ସମେତ ସମସ୍ତ ବାୟୋମେଟ୍ରିକ୍ ଓ ଜନସାଂଖିକୀୟ ଫିଲ୍ଡସ୍ ନବୀକରଣ କରିହେବ ।
ପରିଚୟ ପ୍ରମାଣୀକରଣ: ବ୍ୟାକ୍-ଏଣ୍ଡରେ ବାୟୋମେଟ୍ରିକ୍ ଯାଞ୍ଚ
ଦସ୍ତାବିଜ୍ ଯାଞ୍ଚ
ଦସ୍ତାବିଜ୍ ପ୍ରମାଣ ଆବଶ୍ୟକ ଫିଲ୍ଡଗୁଡ଼ିକ ପାଇଁ ହିଁ ଯାଞ୍ଚ କରାଯିବ ।
ପଞ୍ଜୀକରଣ/ନବୀକରଣ କେନ୍ଦ୍ରଠାରେ ଉପସ୍ଥିତ ଥିବା ତଥା UIDAI/ରେଜିଷ୍ଟ୍ରାର୍ ଦ୍ୱାରା ନିଯୁକ୍ତିପ୍ରାପ୍ତ ଯାଞ୍ଚକର୍ତ୍ତାଙ୍କ ଦ୍ୱାରା ଯାଞ୍ଚ କରାଯିବ ।
ପଞ୍ଜୀକରଣ ପ୍ରକ୍ରିୟା ସମୟରେ DDSVP ସମିତି ପୁପାରିସ ସହିତ ସମ ରେଖାରେ ଯାଞ୍ଚ ପ୍ରକ୍ରିୟା ଅନୁସରଣ କରାଯିବା ଉଚିତ ।
ଫର୍ମ ପୂରଣ ଓ ପ୍ରାପ୍ତି ସ୍ୱୀକାର
ବାସିନ୍ଦାଙ୍କ ଦ୍ୱାରା ଅନୁରୋଧ ଅନୁସାରେ ଅପଡେଟ୍ କ୍ଲାଏଣ୍ଟରେ ଅପରେଟରଙ୍କ ଦ୍ୱାରା କରାଯାଏ । ବନାନ, ଭାଷା ପ୍ରସଙ୍ଗ, ଲିପ୍ୟାନ୍ତରଣ ଆଦି ସମ୍ଭାଳିବା । ପ୍ରତ୍ୟେକ ନବୀକରଣ ଅନୁରୋଧ ସହିତ ଅପରେଟର୍ ବାୟୋମେଟ୍ରିକ୍ ସାଇନ୍-ଅଫ୍ ପ୍ରଦାନ କରିବେ ।
ଏକ ପ୍ରାପ୍ତି ସ୍ୱୀକାର ରସିଦ ସହିତ ବାସିନ୍ଦା, ନବୀକରଣ ଅନୁରୋଧ ସଂଖ୍ୟା (URN) ପ୍ରାପ୍ତ କରିବେ, ଯାହାକୁ ଟ୍ରାକ୍ କରିହେବ ।
ଫିଲ୍ଡସ୍: ସ୍ଥାନୀୟ ଭାଷା ସମେତ ସମସ୍ତ ଜନସାଂଖିକୀୟ ଫିଲ୍ଡସ୍ ଓ ଫୋଟୋକୁ ଅଦ୍ୟନ୍ତ କରିହେବ ।
ରେଜିଷ୍ଟ୍ରାର୍/AUA: ସମସ୍ତ ରେଜିଷ୍ଟାର୍ସ ଓ KUA
ପରିଚୟ ପ୍ରମାଣୀକରଣ: ଶିନ୍ଦାଙ୍କର ବାୟୋମେଟ୍ରିକ୍ ପ୍ରମାଣୀକରଣ
ଦସ୍ତାବିଜ୍ ଯାଞ୍ଚ
ଦସ୍ତାବିଜ୍ ପ୍ରମାଣ ଆବଶ୍ୟକ ଫିଲ୍ଡଗୁଡ଼ିକ ପାଇଁ ହିଁ ଯାଞ୍ଚ କରାଯିବ ।
ପଞ୍ଜୀକରଣ/ନବୀକରଣ କେନ୍ଦ୍ରଠାରେ ଉପସ୍ଥିତ ଥିବା ତଥା UIDAI/ରେଜିଷ୍ଟ୍ରାର୍ ଦ୍ୱାରା ନିଯୁକ୍ତିପ୍ରାପ୍ତ ଯାଞ୍ଚକର୍ତ୍ତାଙ୍କ ଦ୍ୱାରା ଯାଞ୍ଚ କରାଯିବ ।
ପଞ୍ଜୀକରଣ ପ୍ରକ୍ରିୟା ସମୟରେ DDSVP ସମିତି ପୁପାରିସ ସହିତ ସମ ରେଖାରେ ଯାଞ୍ଚ ପ୍ରକ୍ରିୟା ଅନୁସରଣ କରାଯିବା ଉଚିତ ।
ଫର୍ମ ପୂରଣ ଓ ପ୍ରାପ୍ତି ସ୍ୱୀକାର
ବାସିନ୍ଦାଙ୍କ ଦ୍ୱାରା ଅନୁରୋଧ ଅନୁସାରେ ଅପଡେଟ୍ କ୍ଲାଏଣ୍ଟରେ ଅପରେଟରଙ୍କ ଦ୍ୱାରା କରାଯାଏ । ଏକ ପ୍ରାପ୍ତି ସ୍ୱୀକାର ରସିଦ ସହିତ ବାସିନ୍ଦା, ନବୀକରଣ ଅନୁରୋଧ ସଂଖ୍ୟା (URN) ପ୍ରାପ୍ତ କରିବେ, ଯାହାକୁ ଟ୍ରାକ୍ କରିହେବ । ପ୍ରତ୍ୟେକ ନବୀକରଣ ଅନୁରୋଧ ସହିତ ଅପରେଟର୍ ବାୟୋମେଟ୍ରିକ୍ ସାଇନ୍-ଅଫ୍ ପ୍ରଦାନ କରିବେ ।
ଚୟନିତ ରେଜିଷ୍ଟ୍ରାର୍ ଙ୍କ ଦ୍ୱାରା ଏହି ପ୍ରଣାଳୀ ବ୍ୟବହାର କରାଯିବ, ଯିଏ AUA ମଧ୍ୟ ହେବେ । UIDAI, ନବୀକରଣ ପାଇଁ ଆବେଦନ/API ପ୍ରଦାନ କରିପାରନ୍ତି । ଏହିପରି ନବୀକରଣ ପାଇଁ ଚୟନିତ ରେଜିଷ୍ଟ୍ରାର୍ସ, ସେହି ରେଜିଷ୍ଟ୍ରାର୍ସ ହେବେ, ଯେଉଁମାନେ ସଂଗ୍ରହ/ଜେନେରେଟ୍/ପ୍ରୋସେସ୍ ଏବଂ/କିମ୍ୱା ନିର୍ଦ୍ଦିଷ୍ଟ ଜନସାଂଖିକୀୟ ଫିଲ୍ଡ ପରିଚାଳନା ଜାଣିଥିବେ ଏବଂ ସେହିପରି ଡାଟାର ତତ୍ୱାବଧାରକ ଥିବେ ।
ଫିଲ୍ଡସ୍: ଜନସାଂଖିକୀୟ ଫିଳ୍ଡସ୍
ପରିଚୟ ପ୍ରମାଣୀକରଣ: AUA ଉପକରଣରେ ବାସିନ୍ଦାଙ୍କର ବାୟୋମେଟ୍ରିକ୍ ପ୍ରମାଣୀକରଣ; ଆବଶ୍ୟକ ସ୍ଥଳେ, ଅନ୍ୟ/ଅତିରିକ୍ତ ପ୍ରମାଣୀକରଣ କାରକ ବ୍ୟବହାର କରିବାକୁ UIDAI ନିଷ୍ପତ୍ତି ନେଇପାରେ । ଉଦାହରଣସ୍ୱରୂପ, ଏହି ମୋଡ୍ ରୁ ନବୀକରଣ ନେବାପାଇଁ OTP ।
ପ୍ରତ୍ୟେକ ନବୀକରଣ ଅନୁରୋଧ ସହିତ ଅପରେଟର୍ ବାୟୋମେଟ୍ରିକ୍ ସାଇନ୍-ଅଫ୍ ପ୍ରଦାନ କରିବେ । ସେମାନଙ୍କର ଆଧାର ଥିବା ନିତାନ୍ତ ଆବଶ୍ୟକ । ବ୍ୟବହୃତ ଉପକରଣ(ଗୁଡ଼ିକ) ପାଇଁ UIDAIର ଅଥ୍ ଷ୍ଟାଣ୍ଡାର୍ଡ ଲାଗୁ ହେବ ।
ଦସ୍ତାବିଜ୍ ଯାଞ୍ଚ: ରେଜିଷ୍ଟ୍ରାର୍ ଙ୍କ ଯାଞ୍ଚ ପ୍ରକ୍ରିୟା ଓ ବାସିନ୍ଦା ପ୍ରମାଣୀକରଣ ଉପରେ ଭିତ୍ତିକରି UIDAI ନବୀକରଣ ଗ୍ରହଣ କରେ । ଅଡିଟ୍ ପାଇଁ, ବୈଦ୍ୟୁତିକ/ସ୍କାଣ୍ଡ୍ ଦସ୍ତାବିଜ୍ ନକଲଗୁଡ଼ିକୁ ଅନଲାଇନ୍ ମାଧ୍ୟମରେ ସଂଗ୍ରହ କରାଯାଇପାରେ । ଏହି ଦସ୍ତାବିଜ୍ ନକଲଗୁଡ଼ିକ, ବାସିନ୍ଦାଙ୍କ ପ୍ରତ୍ୟେକ ଅନୁରୋଧ ସହିତ ସଂଗ୍ରହ ଓ ଗ୍ରହଣ କରାଯାଇପାରେ କିମ୍ୱା ନବୀକରଣ ଅନୁରୋଧ ସଂଖ୍ୟା, ତାରିଖ ଓ ସମୟ ସହିତ ଖେପରେ ରେଜିଷ୍ଟ୍ରାର୍ ଙ୍କ ଦ୍ୱାରା ଉପଲବ୍ଧ କରାଯାଇପାରେ ।
ଫର୍ମ ପୂରଣ ଓ ପ୍ରାପ୍ତି ସ୍ୱୀକାର
ମାଇକ୍ରୋ-ATM ପରି ବାୟୋମେଟ୍ରିକ୍ ପ୍ରମାଣୀକରଣ ବୈଶିଷ୍ଟ୍ୟତା ସହିତ ଉପକରଣରେ ରେଜୀଷ୍ଟ୍ରାର୍ ଙ୍କ ଅପରେଟର୍ (କର୍ମଚାରୀ/ଆଉଟସୋର୍ସ) ଦ୍ୱାରା କରାଯାଏ । ଏକ ପ୍ରାପ୍ତି ସ୍ୱୀକାର ରସିଦ ସହିତ ବାସିନ୍ଦା, ନବୀକରଣ ଅନୁରୋଧ ସଂଖ୍ୟା (URN) ପ୍ରାପ୍ତ କରିବେ, ଯାହାକୁ ଟ୍ରାକ୍ କରିହେବ । ଏହି ପ୍ରାପ୍ତିସ୍ୱୀକାର, ଅନୁରୋଧ ଅନୁସାରେ, ପ୍ରିଣ୍ଟ ହୋଇଥିବା ରସିଦ ଏବଂ/କିମ୍ୱା SMS/ଇ-ମେଲ୍ ଭିତ୍ତିକ ହୋଇପାରେ । ଉଦାହରଣସ୍ୱରୂପ, ପ୍ରାପ୍ତିସ୍ୱୀକାରକୁ, ପ୍ରଦାନ କରାଯାଇଥିବା ମୋବାଇଲ୍ ନମ୍ୱର୍ ରେ SMS ଦ୍ୱାରା ପଠାଯାଇପାରେ । ପ୍ରିଣ୍ଟ କରାଯାଇଥିବା ରସିଦ ସମେତ ବୈଦ୍ୟୁତିକ ଜେନେରେଟ୍ କରିବା ପାଇଁ API ର କାର୍ଯ୍ୟକ୍ଷମତା ରହିଛି ।
ପ୍ରିଣ୍ଟ ରସିଦ୍ ଯଦି ରେଜିଷ୍ଟ୍ରାର୍ ନିଷ୍ପତ୍ତି ନିଅନ୍ତି, ତେବେ ନବୀକରଣ ଅନୁରୋଧ ଗ୍ରହଣ ଶେଷରେ ସେ, ପ୍ରିଣ୍ଟ ରସିଦ୍ ପ୍ରଦାନ କରିପାରନ୍ତି ।
ଆଧାର - "UIDAI, ଭାରତ ସରକାର"
Last Modified : 7/2/2020
ଆଧାରକୁ ସବସିଡି ସୁବିଧା, ପେନସନ୍, ବୃତ୍ତି, ସାମାଜିକ ସୁବି...