অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପରିଚୟ ଦସ୍ତାବିଜ ଓ ଆର୍ଥିକ ଠିକଣା ପାଇଁ ଆଧାର

ପରିଚୟ ଦସ୍ତାବିଜ ଓ ଆର୍ଥିକ ଠିକଣା ପାଇଁ ଆଧାର

ପରିଚୟ ଦସ୍ତାବିଜ ଭାବେ ଆଧାର

ଏକ ଶକ୍ତ ଡିଜିଟାଲ୍ ID ନିର୍ମାଣ କରିବା ପାଇଁ, ବିଭିନ୍ନ ସିଷ୍ଟମ ଦ୍ୱାରା ପରିଚୟର ପ୍ରମାଣୀକରଣ ର ସୁବିଧା ଯୋଗାଇବାକୁ ପ୍ରମୁଖ ଜନସାଂଖିକୀୟ ତଥ୍ୟ ଉପଯୁକ୍ତଭାବରେ ଯାଞ୍ଚ କରାଯିବା ଗୁରୁତ୍ୱପୂର୍ଣ୍ଣ । ଏହା ହାସଲ କରିବା ପାଇଁ, UIDAI ଦ୍ୱାରା ତିନୋଟି ପୃଥକ୍ ପଦ୍ଧତି ଅନୁସରଣ କରାଯାଏ (ନିମ୍ନରେ ତାଲିକାଭୁକ୍ତ) ।

  • ସମର୍ଥିତ ଦସ୍ତାବିଜ୍ ଉପରେ ଆଧାରିତ ।
  • ପରିଚୟକର୍ତ୍ତା ବା ଇଣ୍ଟ୍ରୋଡ୍ୟୁସର୍ ସିଷ୍ଟମ୍ ଉପରେ ଆଧାରିତ ।
  • NPR (ନ୍ୟାସନାଲ୍ ପପୁଲେସନ୍ ରେଜିଷ୍ଟର) ସାର୍ବଜନୀନ ପରୀକ୍ଷଣ ପ୍ରକ୍ରିୟା ଉପରେ ଆଧାରିତ ।

ଏହାସହ, ଆଧାର ଜାରି କରାଯିବା ପ୍ରକ୍ରିୟାର ଅଂଶ ଭାବରେ, ପ୍ରତ୍ୟେକ ପଞ୍ଜୀକରଣ ଅନୁରୋଧ ଆବଶ୍ୟକ ବାୟୋମେଟ୍ରିକ୍ ପୁନଃପ୍ରତିଲିପିକରଣ ସହ ଦରକାରୀ ଗୁଣବତ୍ତା ଯାଞ୍ଚ ମଧ୍ୟଦେଇ ଗତି କରେ, ତା’ପରେ UIDAI ବାସିନ୍ଦାଙ୍କୁ ଏକ ଡିଜିଟାଲ୍ ID ଜାରି କରେ । ଆଜୀବନ ବୈଧତା ସହ ପ୍ରତ୍ୟେକ ବାସିନ୍ଦାଙ୍କୁ କେବଳ ଗୋଟିଏ ଏବଂ ସ୍ୱତନ୍ତ୍ର ଆଧାର ନମ୍ବର ଜାରି କରାଯିବା ଏହା ସୁନିଶ୍ଚିତ କରେ । ଆଧାରର ସ୍ୱତନ୍ତ୍ର ଗୁଣ ଏହାକୁ ଏକ ଶକ୍ତ ଡିଜିଟାଲ୍ ID ଭାବରେ କାମ କରିବାକୁ ଦିଏ । ତେଣୁ ଆଧାରଧାରୀଙ୍କ ପାଇଁ ଆଧାର ପରିଚୟର ପ୍ରମାଣ ଏବଂ ଠିକଣାର ପ୍ରମାଣ ଭାବରେ ଗ୍ରହଣ କରାଯାଏ । ବର୍ତ୍ତମାନ, ଏହା RBI, SEBI, PFRDA, DoT, PMLA ଏବଂ SEBI ଦ୍ୱାରା ବୈଧ PoI ଏବଂ PoA ଭାବରେ ସୂଚିତ କରାଯାଇଛି । ଏହା ସହ, କେତେକ ମନ୍ତ୍ରାଳୟ/ବିଭାଗ ଏବଂ ରାଜ୍ୟ ସରକାର ମଧ୍ୟ ପରିଚୟ ପ୍ରମାଣପତ୍ର ଭାବରେ ଆଧାରକୁ ଗ୍ରହଣ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ।

ଆର୍ଥିକ ଠିକଣା ଭାବେ ଆଧାର

ଯେହେତୁ ସାରା ଜୀବନ ପାଇଁ ଆଧାର ନମ୍ବର ସ୍ୱତନ୍ତ୍ର ଏବଂ ବୈଧ, ଏହା ବ୍ୟକ୍ତିଙ୍କର ବ୍ୟାଙ୍କ ଆକାଉଣ୍ଟରେ କୌଣସି ପରିବର୍ତ୍ତନ ପ୍ରତି ଗୁରୁତ୍ୱ ନ ଦେଇ କେବଳ ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବରକୁ ଆର୍ଥିକ ଠିକଣା ଭାବରେ ବ୍ୟବହାର କରି ଟଙ୍କା ପଠାଇବାର ସମ୍ଭାବନା ସୃଷ୍ଟି କରେ । ଏହି ବିଶେଷ ଗୁଣ ସହ ଆଧାର ‘ଆର୍ଥିକ ଠିକଣା’ ଭାବରେ ବ୍ୟାଙ୍କ କ୍ଷେତ୍ରରେ ଭଲଭବାରେ ଜଣାଶୁଣା । ସ୍ୱତନ୍ତ୍ରତା ସହ ଆଧାରର ଏହି ଗୁଣ ଭାରତ ସରକାରଙ୍କର ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର୍ (DBT) କାର୍ଯ୍ୟକ୍ରମର ମୂଳଦୂଆ ।

ଅଂଶୀଦାରଙ୍କ ପାଇଁ କେତେକ ସୁବିଧା ନିମ୍ନରେ ଉଲ୍ଲେଖ କରାଯାଇଛି:

ବାସିନ୍ଦା

  • ବିଭିନ୍ନ ଯୋଜନା ପାଇଁ ଭିନ୍ନ ଭିନ୍ନ ବ୍ୟାଙ୍କ ସହ ଅନେକ ପ୍ରକାର ଚୁକ୍ତି ପାଇଁ ଆବଶ୍ୟକତାକୁ ପ୍ରତିରୋଧ କରେ ।
  • ସମସ୍ତ ସାମାଜିକ ମଙ୍ଗଳ ଦେୟ ଗ୍ରହଣ କରିବା ପାଇଁ ଦ୍ରୁତତର ମାଧ୍ୟମ ।

ସରକାରୀ ବିଭାଗ

  • ଆଧାରକୁ ପ୍ରମୁଖ ଚାବି ଭାବରେ ବ୍ୟବହାର ମାଧ୍ୟମରେ ବାସ୍ତବିକ ସ୍ଥିତି ନଥିବା ହିତାଧିକାରୀମାନଙ୍କୁ ଦୂର କରି ବିଭିନ୍ନ ଯୋଜନାକୁ ସମର୍ଥନ କରେ ।
  • ଆଧାର ନମ୍ବର ମାଧ୍ୟମରେ ସରକାରୀ ଅର୍ଥବଣ୍ଟନକୁ ପ୍ରୋସେସ୍ କରି ଆର୍ଥିକ ଅନ୍ତର୍ଭୁକ୍ତିକରଣର ଲକ୍ଷ୍ୟ ଅନେକାଂଶରେ ପୂରଣ କରେ ।
  • ଦେୟ ପ୍ରଦାନ ପ୍ରକ୍ରିୟାରେ ସମୟ ଏବଂ ଖର୍ଚ୍ଚ ହ୍ରାସ କରେ ।
  • ସମସ୍ତ ଦେୟ ପାଇଁ ବୈଦ୍ୟୁତିକ ଅଡିଟ୍ ଟ୍ରେଲ୍ ଏବଂ ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱ ପର୍ଯ୍ୟନ୍ତ ଦୃଶ୍ୟମାନ୍ୟତା ଯୋଗାଇଦିଏ ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ବ୍ୟାଙ୍କଗୁଡ଼ିକ ।
  • ଆଧାର ନମ୍ବର ମାଧ୍ୟମରେ ସରକାରୀ ଅର୍ଥବଣ୍ଟନକୁ ପ୍ରୋସେସ୍ କରି ଆର୍ଥିକ ଅନ୍ତର୍ଭୁକ୍ତିକରଣର ଲକ୍ଷ୍ୟ ଅନେକାଂଶରେ ପୂରଣ କରେ ।
  • ସୁରକ୍ଷିତ ଯାନ୍ତ୍ରିକ କୌଶଳ ମାଧ୍ୟମରେ ଖୁଚୁରା ଦେୟ ପ୍ରଦାନର ବୈଦ୍ୟୁତିକକରଣକୁ ପ୍ରୋତ୍ସାହିତ କରେ ।
  • ନୋ-ଫ୍ରିଲ୍ସ ଆକାଉଣ୍ଟ ସହ ବର୍ଦ୍ଧିତ ସଂଖ୍ୟକ ଆଧାର ଲିଙ୍କ ହେବା ଦ୍ୱାରା ବ୍ୟାଙ୍କଗୁଡ଼ିକ ପାଇଁ ଅନୁପାତ ଅଧିକ ଲାଭଦାୟକ କରେ ।
  • ବ୍ୟାଙ୍କଗୁଡ଼ିକ ପାଇଁ କାରବାର ଖର୍ଚ୍ଚ ହ୍ରାସ କରେ ।

UIDAI

  • ଆଧାର ପେମେଣ୍ଟ ବ୍ରିଜର ବ୍ୟବହାର ସାମାଜିକ ମଙ୍ଗଳ ସେବାଗୁଡ଼ିକ ଉନ୍ନତ କରିବାର ଉଲ୍ଲେଖ ହୋଇଥିବା ଲକ୍ଷ୍ୟ ହାସଲ କରିବାରେ ସାହାଯ୍ୟ କରିବ ।

ଆଧାର -"UIDAI, ଭାରତ ସରକାର"

Last Modified : 10/28/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate