অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପ୍ରମାଣୀକରଣ ଉପକରଣମାନ

ଆଧାର ପ୍ରମାଣୀକରଣ

ଆଧାର ପ୍ରମାଣୀକରଣ ଇକୋସିଷ୍ଟମ୍ ରେ, ପ୍ରମାଣୀକରଣ ଉପକରଣଗୁଡ଼ିକ ହେଉଛି ହୋଷ୍ଟ ଉପକରଣ/ବୈଦ୍ୟୁତିକ ଚରିତ୍ର, ଯାହା ଏକ ଜଟିଳ ଲିଙ୍କ୍ ଗଠନ କରିଥା’ନ୍ତି । ଏହି ଉପକରଣଗୁଡ଼ିକ, ଆଧାରଧାରକଙ୍କଠାରୁ ବ୍ୟକ୍ତିଗତ ପରିଚୟ ତଥ୍ୟ (PID) ସଂଗ୍ରହ କରେ, ପ୍ରସାରଣ ପାଇଁ ସୂଚନା ପ୍ରସ୍ତୁତ କରେ, ପ୍ରମାଣୀକରଣ ପାଇଁ ପ୍ରମାଣୀକରଣ ପ୍ୟାକେଟ୍ ପ୍ରସାରିତ କରେ ଏବଂ ପ୍ରମାଣୀକରଣ ପରିଣାମ ଗ୍ରହଣ କରେ।

ପ୍ରମାଣୀକରଣ ଉପକରଣର ଉଦାହରଣରେ ଅନ୍ତର୍ଭୁକ୍ତ ଅଛି କମ୍ପ୍ୟୁଟର୍, ଲାପଟପ୍, ପଏଣ୍ଟ-ଅଫ୍-ସେଲ୍ (PoS) ପାଇଁ କିଓସ୍କ/ହ୍ୟାଣ୍ଡହେଲ୍ଡ ମୋବାଇଲ୍ ଉପକରଣ (ମାଇକ୍ରୋ ATM) ଓ ଟାବଲେଟ୍ସ । ପ୍ରତ୍ୟେକ ଅନୁରୋଧକାରୀ ସଂସ୍ଥାଙ୍କର ଆବଶ୍ୟକତା ପାଇଁ ବିଭିନ୍ନ ଉଦ୍ଦେଶ୍ୟ ନିର୍ଦ୍ଦିଷ୍ଟ ନିମନ୍ତେ ଏହିପରି ଉପକରଣ ବ୍ୟବହାର କରାଯାଇଥାଏ।

ପ୍ରମୁଖ କାର୍ଯ୍ୟମାନ

ପ୍ରମାଣୀକରଣ ଉପକରଣ ନିମ୍ନଲିଖିତ କାର୍ଯ୍ୟମାନ ପ୍ରଦର୍ଶନ କରେ:

  • ଏହିପରି ଉପକରଣଗୁଡ଼ିକରେ ହୋଷ୍ଟ ହୋଇଥିବା ଦୋମେନ୍/କ୍ଲାଏଣ୍ଟ ଆପ୍ଲିକେଶନ୍ ମାଧ୍ୟମରେ ଆଧାର ସଂଖ୍ୟାଧାରକଙ୍କଠାରୁ ବ୍ୟକ୍ତିଗତ ପରିଚୟ ତଥ୍ୟ (PID)ର ସଂଗ୍ରହ ।
  • ସମ୍ପୂର୍ଣ୍ଣତା ଓ ଅନୁପାଳନ ପାଇଁ ସଂଗୃହିତ ସୂଚନା ଉପରେ ମୌଳିକ ତଦାରଖ ପ୍ରଦର୍ଶନ
  • ଆଧାର ପ୍ରାମାଣିକରଣ API ଗୁଡ଼ିକ ଅନୁସାରେ, ପ୍ରାସାରଣ ପାଇଁ ପ୍ରମାଣୀକରଣ ତଥ୍ୟ ପ୍ୟାକେଟ ପ୍ରସ୍ତୁତି
  • ପ୍ରମାଣୀକରଣ ପାଇଁ ପ୍ରମାଣୀକରଣ ପ୍ୟାକେଟଗୁଡ଼ିକୁ ପ୍ରସାରିତ କରିବା
  • ପରବର୍ତ୍ତୀ ପଦକ୍ଷେପ, ଯଦି କିଛି ଥାଏ, ତାହାପାଇଁ ନିର୍ଦ୍ଦେଶ ସହିତ ପ୍ରମାଣୀକରଣ ପରିଣାମ ଗ୍ରହଣ

AUA, ଅତିରିକ୍ତ ଆବଶ୍ୟକତା ନିର୍ଦ୍ଦିଷ୍ଟ କରିପାରେ, ଯେପରି ବହୁ ଭାଷା ସମର୍ଥନ, ଭଏସ୍ ସପୋର୍ଟ, ଫର୍ମ ଫ୍ୟାକ୍ତର୍ ଆଦି । AUAର ଆବଶ୍ୟକତାକୁ ଭିତ୍ତିକରି ଡିଭାଇସ୍ ମଡେଲ୍/ଫର୍ମ ଫ୍ୟାକ୍ଟର୍ ରେ ପ୍ରମାଣିତ ସେନ୍ସର୍-ଏକ୍ସଟ୍ରାକ୍ଟର୍ ମିଶାଇବା ପାଇଁ ବିଭିନ୍ନ ଉପକରଣ ବିକ୍ରେତାଙ୍କଠାରୁ ଆଶା କରାଯାଏ ।

AUA, Sub-AUA କିମ୍ୱା ସେମାନଙ୍କର ଏଜେଣ୍ଟମାନ‘ଗ୍କ ଦ୍ୱାରା ପ୍ରମାଣୀକରଣ ଉପକରଣଗୁଡ଼ିକ ନିୟୋଜିତ ହୋଇଥାଏ । ଅନୁରୋଧକାରୀ ସଂସ୍ଥା କିମ୍ୱା ସେମାନଙ୍କର ଏଜେଣ୍ଟମାନଙ୍କ ଦ୍ୱାରା ଆଧାର ପ୍ରମାଣୀକରନ ଇକୋସିଷ୍ତମ୍ ରେ ପ୍ରମାଣୀକରଣ ଉପକରଣଗୁଡ଼ିକ ଲଗାଯାଇପାରେ ଏବଂ ସେମାନଙ୍କ ଦ୍ୱାରା ତଦନୁସାରେ ଚଲାଯାଇପାରେ ।

କାର୍ଯ୍ୟ ପ୍ରଣାଳୀ ଉପରେ ଭିତ୍ତି କରି, ଏହିପରି ଉପକରଣଗୁଡ଼ିକୁ, ସ୍ୱୟଂ-ପରିଚାଳିତ ଓ ଅପରେଟର୍ ପରିଚାଳିତ ଉପକରଣ ଭାବରେ ଶ୍ରେଣୀଭୁକ୍ତ କରାଯାଇଛି ।

ସ୍ୱୟଂ-ପରିଚାଳିତ ଉପକରଣଗୁଡ଼ିକ ହେଉଛି ସେହି ଉପକରଣ, ଯେଉଁଠାରେ କୌଣସି ସହାୟତା ବିନା ଆଧାର ସଂଖ୍ୟାଧାରକଙ୍କ ଦ୍ୱାରା ଆଧାର ପ୍ରମାଣୀକରଣ କାର୍ଯ୍ୟ କରାଯାଇଥାଏ । ଅପରେଟର୍ ପରିଚାଳିତ ଉପକରଣଗୁଡ଼ିକ ହେଉଛି ସେହି ଉପକରଣ, ଯେଉଁଠାରେ, ଅନୁରୋଧକାରୀ ସଂସ୍ଥାର ଅପରେଟର୍ ଙ୍କ ସହାୟତାରେ ଆଧାର ସଂଖ୍ୟାଧାରକଙ୍କ ଆଧାର ପ୍ରମାଣୀକରଣ କାରବାର କରାଯାଇଥାଏ ।

ଉପକରଣଗୁଡ଼ିକ କଣ ?

ଉପକରଣଗୁଡ଼ିକରୁ AUA/Sub-AUA ସର୍ଭର୍ କୁ କନେକ୍ଟିଭିଟୀ ମଧ୍ୟ AUA/Sub-AUA ଦ୍ୱାରା ପ୍ରାବଧାନ କରାଯିବ । ବିଭିନ୍ନ ଉଦ୍ଦେଶ୍ୟ ପାଇଁ, ପ୍ରମାଣୀକରଣ ଉପକରଣ ବ୍ୟବହୃତ ହେବାର ଆଶା କରାଯାଏ ଏବଂ ପ୍ରତ୍ୟେକ AUAର ଆବଶ୍ୟକତା ପାଇଁ ଏହା ନିର୍ଦ୍ଦିଷ୍ଟ ହେବା ଦରକାର । ବିଭିନ୍ନ AUAଙ୍କର ଭିନ୍ନ ଭିନ୍ନ ଆବେଦନ ଆବଶ୍ୟକତା ପୂରଣ କରିବା ପାଇଁ, AUAଗୁଡ଼ିକଠାରୁ ଗ୍ରହଣ କରାଯାଇଥିବା ପ୍ରମାଣୀକରଣ ପ୍ୟାକେଟଗୁଡ଼ିକ ସାଧାରଣ ଓ ସୁରକ୍ଷିତ ସୁନିଶ୍ଚିତ କରୁଥିବାବେଳେ UIDAI, ପ୍ରମାଣୀକରଣ ଆବେଦନ ପାଇଁ ଏକ API ଭିତ୍ତିକ ଆପ୍ରୋଚ୍ ଗ୍ରହଣ କରିଛି ।

ହାର୍ଡେୱେର ଭାଗ ପାଇଁ, UIDAIର ଅଥେଣ୍ଟେିକେସନ୍ API ଅନୁସାରେ, ପ୍ରମାଣୀକରଣ ପ୍ୟାକେଟ ପ୍ରସ୍ତୁତ କରିପାରୁଥିବା ଯେକୌଣସି ଜନସାଂଖିକୀୟ ଓ OTP ଭିତ୍ତିକ ପ୍ରମାଣୀକରଣର ଉପଯୋଗ କରାଯାଇପାରିବ । ବାୟୋମେଟ୍ରିକ ପ୍ରମାଣୀକରଣ ପାଇଁ, ଉପକରଣରେ STQC ଦ୍ୱାରା ପ୍ରମାଣୀକୃତ ସେନସର୍ ଓ ଏକ୍ସଟ୍ରାକ୍ଟର ବ୍ୟବହାର କରାଯିବା ଉଚିତ । ବାୟୋମେଟ୍ରିକ୍ ଉପକରଣଗୁଡ଼ିକ ଉପରେ ଅଧିକ ସୂଚନା, ବିଭାଗରେ ମିଳିପାରିବ । "ବାୟୋମେଟ୍ରିକ୍ ଉପକରଣ"

ଉପକରଣରେ ଆପ୍ଲିକେଶନ୍ ସରଞ୍ଜାମ

AUAମାନେ, ନିଜର ଆବଶ୍ୟକତା ଅନୁସାରେ ତଥା UIDAIର ଅଥେଣ୍ଟିକେସନ API ଅନୁସାରେ, ପ୍ରମାଣୀକରଣ ଆପ୍ଲିକେସନ ପ୍ରସ୍ତୁତ କରିବା ଆବଶ୍ୟକ । API

  • ବେଷ୍ଟ ଫିଙ୍ଗର୍ ଡିଟେକ୍ସନ୍ (BFD) ଆପ୍ଲିକେସନ୍:ଆପ୍ଲିକେସନ୍ ବାୟୋମେଟ୍ରିକ୍ ପ୍ରମାଣୀକରଣର ସଫଳତା, ପ୍ରମାଣୀକରଣ ପାଇଁ ଅନୁରୋଧବେଳେ କରାଯାଉଥିବା ବାୟୋମେଟ୍ରିକ୍ ସଂଗ୍ରହର ଉତ୍କର୍ଷତା ଉପରେ ନିର୍ଭରଶୀଳ ହୋଇଥାଏ । ଜଣେ ବାସିନ୍ଦାଙ୍କ ବିଭିନ୍ନ ଆଙ୍ଗୁଠି ପାଇଁ ଉତ୍କର୍ଷତା ଭିନ୍ନ ହୋଇପାରେ ତଥା ସେ କେତେ ଚାପ ଦେଉଛନ୍ତି ଆଦି ଉପରେ ମାନ ଭିନ୍ନ ହୋଇପାରେ । ଜଣେ ବାସିନ୍ଦାଙ୍କୁ ବାୟୋମେଟ୍ରିକ୍ ପ୍ରମାଣୀକରଣ ସମ୍ବନ୍ଧରେ ବିଜ୍ଞ କରିବା ସକାଶେ ତଥା କେଉଁ ଆଙ୍ଗୁଠି ବାୟୋମେଟ୍ରିକ୍ ପ୍ରମାଣୀକରଣ ପାଇଁ ସବୁଠାରୁ ଉପଯୁକ୍ତ, ତାହା ବିଷୟରେ ବାସିନ୍ଦାଙ୍କୁ ଜଣାଇବା ସକାଶେ UIDAI, BFD ନାମକ ଏକ ପ୍ରୋଟୋକଲ ପ୍ରସ୍ତୁତ କରିଛି । ଯଦି ଏକ AUA ବାୟୋମେଟ୍ରିକ୍ ପ୍ରମାଣୀକରଣର ଚୟନ କରେ, ତେବେ ପ୍ରକାଶିତ BFD API ଅନୁସାରେ ତାହାଙ୍କୁ ତାଙ୍କ ଉପକରଣରେ ବିଏଫଡି ଆପ୍ଲିକେସନ ଲଗାଇବାକୁ ପଡିବ ।
  • OTP ଆପ୍ଲିକେସନ୍: ଯଦି ଏକ AUA ଆଧାର-ଭିତ୍ତିକ OTP ପ୍ରମାଣୀକରଣ ବାଛନ୍ତି, ତେବେ ସେହି AUAକୁ OTPଅନୁରୋଧ ଆରମ୍ଭ କରିବା ପାଇଁ ଏକ ମଡ୍ୟୁଲ ପ୍ରସ୍ତୁତ କରିବାକୁ ପଡିବ ଓ ତାହାକୁ ନିଜର ସେବା ଯୋଗାଣ ଆପ୍ଲିକେସନ୍ ସହିତ ସଂଯୁକ୍ତ କରିବାକୁ ପଡିବ । OTP ଅନୁରୋଧ ଆବେଦନ ବିକାଶ କରିବା ପାଇଁ API, UIDAIର websie.ରେ ଉପଲବ୍ଧ ଅଛି ।

ବ୍ୟତିକ୍ରମ ସମ୍ଭାଳିବା ବ୍ୟବସ୍ଥା

ଉପକରଣର ପ୍ରୟୋଗରେ ଏପରି ପ୍ରାବଧାନ ରହିବା ଉଚିତ, ଯାହା ପ୍ରକୃତ ଆଧାର ସଂଖ୍ୟାଧାରକଙ୍କୁ ସେବା ଯୋଗାଇବ ଯେଉଁମାନେ, ବାୟୋମେଟ୍ରିକ୍ ପ୍ରମାଣୀକରଣ ସମୟରେ ଭୁଲ୍ ଭାବେ ପ୍ରତ୍ୟାଖ୍ୟାତ ହୋଇଥାଇପାରନ୍ତି । ଆହୁରିମଧ୍ୟ, ନେଟୱର୍କର ଅନୁପଲବ୍ଧତା, ଉପକରଣ ଖରାପ ହେବା ଆଦି ପରି ଅନ୍ୟ ଟେକ୍ନୋଲୋଜିକଲ୍ ସୀମିତତା ମାମଲାରେ ସେବା ପ୍ରଦାନ ଜାରି ରଖିବାର ପରିମାପ ରହିବା ଉଚିତ । ଟେକ୍ନୋଲୋଜିକଲ୍ ସୀମିତତା କାରଣରୁ ଆଧାର ସଂଖ୍ୟାଧାରକଙ୍କୁ ସେବା ପ୍ରତ୍ୟାଖ୍ୟାତ ହେବା ଉଚିତ ନୁହେଁ । ବ୍ୟତିକ୍ରମ ସମ୍ଭାଳିବା ବ୍ୟବସ୍ଥାକୁ ‘ନନ୍-ରେପ୍ୟୁଡିଏବଲ୍’ ବୈଶିଷ୍ଠ୍ୟ ଦ୍ୱାରା ବ୍ୟାକ୍-ଅପ୍ ରଖାଯିବା ଦରକାର, ଯେପରିକି ବ୍ୟତିକ୍ରମ ସମ୍ଭାଳିବା ବ୍ୟବସ୍ଥାବେଳେ ହେଉଥିବା ଅନୁରୋଧର ସମ୍ପୂର୍ଣ୍ଣ ଲଗ୍ ରଖାଯିବ ଓ ତାହାର ତଦାରଖ ହେଉଥିବ ଏବଂ ତାହା ମାଧ୍ୟମରେ ଯେକୌଣସି ପ୍ରକାରର ଠକେଇ ଚେଷ୍ଟାକୁ ରୋକି ହେଉଥିବ । ଏହା, ଆଧାର ସଂଖ୍ୟାଧାରକଙ୍କ ସୂଚନାର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଅଟେ, ଯାହା ଓ ଆଧାର ପ୍ରମାଣୀକରଣ ନିୟମ ୨୦୧୬ରେ ନିର୍ଦ୍ଦିଷ୍ଟ ହୋଇଛି।

ପ୍ରମାଣୀକରଣ ପରିବେଶ

ପ୍ରମାଣୀକରଣ ଉପକରଣ ଉଭୟ ସଞ୍ଚାଳକ ପରିଚାଳିତ କିମ୍ୱା ସ୍ୱୟଂ-ପରିଚାଳିତ ସଂଯନ୍ତ୍ର ହୋଇପାରେ । ସେହିପରି, ଯେଉଁ ପରିବେଶରେ ପ୍ରମାଣୀକରଣ ଉପକରଣ ନିୟୋଜନ କରାଯାଇଥାଏ ତାହା AUA ଦ୍ୱାରା ପରିଚାଳିତ/ତଦାରଖ ହୋଇପାରେ / ନହୋଇପାରେ । ଯଦିଓ ସଞ୍ଚାଳକ ପରିଚାଳିତ ଉପକରଣ ଓ AUA ପରିଚାଳିତ ପରିବେଶ ସର୍ବାଧିକ ବିଶ୍ୱାସ ଜନ୍ମାଇଥାଏ, କିନ୍ତୁ ସମସ୍ତ ପ୍ରମାଣୀକରଣ ଉଦ୍ଦେଶ୍ୟ ପାଇଁ ଏହା ହୁଏତ ସମ୍ଭବ ହୋଇନପାରେ ।

ପ୍ରମାଣୀକରଣର ପ୍ରକାର, ସୁରକ୍ଷା ଓ ଅଡିଟ୍ ବ୍ୟବସ୍ଥା, ଠକେଇ ପ୍ରତିରୋଧ ବ୍ୟବସ୍ଥା ଇତ୍ୟାଦି ଚୁଡାନ୍ତ କରିବା ପୂର୍ବରୁ AUA, ପରିବେଶ ସକ୍ରାନ୍ତୀୟ ପ୍ରସଙ୍ଗ ବିଚାରବେଳେ ବ୍ୟାପକ ଭାବରେ ବିପଦର ଆକଳନ କରିବା ଉଚିତ ।

ଉପକରଣ ସଞ୍ଚାଳକ ପ୍ରଶିକ୍ଷଣ

ଅନେକ ପ୍ରମାଣୀକରଣ ଉପକରଣ, ବିଶେଷକରି ବାୟୋମେଟ୍ରିକ୍ ପ୍ରମାଣୀକରଣ ଅନୁରୋଧ ପାଇଁ ବ୍ୟବହୃତ ହେଉଥିବା ଉପକରଣ, ସଞ୍ଚାଳକମାନଙ୍କ ଦ୍ୱାରା ପରିଚାଳିତ ହେବାର ଆଶା କରାଯାଏ । AUAମାନେ ସେହିଭଳି ଉପକରଣ ପରିଚାଳନା କରୁଥିବା ସଞ୍ଚାଳକମାନଙ୍କର ପର୍ଯାପ୍ତ ପ୍ରଶିକ୍ଷଣ ବ୍ୟବସ୍ଥା କରିବା ଉଚିତ, ଯେପରି ସେମାନେ ଠିକ୍ ଭାବରେ ଆଧାର ପ୍ରମାଣୀକରଣ କାରବାର କରିପାରିବେ ଏବଂ ବାସିନ୍ଦାଙ୍କ ପ୍ରଶ୍ନର ଉପଯୁକ୍ତ ଉତ୍ତର ପ୍ରଦାନ କରିପାରିବେ ।

କିଛି ପ୍ରମୁଖ ପ୍ରସଙ୍ଗ ସଞ୍ଚାଳକଙ୍କ ପାଇଁ ହେଉଥିବା ପ୍ରଶିକ୍ଷଣର ଅଂଶବିଶେଷ ହେବା ଉଚିତ:

  • ବାୟୋମେଟ୍ରିକ୍ ଉପକରଣର ବ୍ୟବହାର ଏବଂ ଭଲ ବାୟୋମେଟ୍ରିକ୍ ସଂଗ୍ରହ ପାଇଁ କ’ଣ କରାଯିବ ଓ କ’ଣ କରାଯିବ ନାହିଁ
  • BFDର ବ୍ୟବହାର, ବାସିନ୍ଦାଙ୍କୁ ଅନ୍-ବୋର୍ଡ କରିବା ପ୍ରକ୍ରିୟା, ଏବଂ ପରବର୍ତ୍ତୀ ପଦକ୍ଷେପଗୁଡ଼ିକ ପାଇଁ ବାସିନ୍ଦାଙ୍କ ମାର୍ଗଦର୍ଶନ କରିବା
  • ବ୍ୟତିକ୍ରମ ସମ୍ଭାଳିବା ପ୍ରକ୍ରିୟା ଏବଂ କୌଣସି ବୈଷୟିକ ବାଧା କାରଣରୁ ବାସିନ୍ଦାଙ୍କୁ ଯେମିତି ସେବା ପ୍ରଦାନ ପ୍ରତ୍ୟାଖ୍ୟାତ ନହୁଏ, ତାହା ନିଶ୍ଚିତ କରିବା
  • ବାସିନ୍ଦାଙ୍କ ସହିତ ଠିକ୍ ଭାବରେ କଥାବାର୍ତ୍ତା ହେବା
  • ଠକେଇ ତଦାରଖ ଓ ଠକେଇ ଜଣାଇବା ବ୍ୟବସ୍ଥା
  • ମୌଳିକ ତ୍ରୁଟି ନିବାରଣ ପଦକ୍ଷେପ ଏବଂ AUAମାନଙ୍କର ଉପକରଣ/ଆପ୍ଲିକେସନ୍ ସହାୟତା ପ୍ରଦାନକାରୀ ଦଳର ଯୋଗାଯୋଗ ଠିକଣା ।
  • ଆଧାର ପ୍ରମାଣୀକରଣ ପାଇଁ ହୋଇଥିବା PID ବ୍ଲକ କ୍ୟାପଚରକୁ ସବୁବେଳେ ଏନକ୍ରିପ୍ଟ କରି ପଠାଯିବା ଦରକାର ଏବଂ ତାହାକୁ କେବେହେଲେ ସ୍ପଷ୍ଟ ଭାବରେ ଏକ ନେଟୱର୍କରେ ପଠାଯିବା ଉଚିତ ନୁହେଁ ।
  • ଏନକ୍ରିପ୍ଟ ହୋଇଥିବା PID ବ୍ଲକକୁ କେବେହେଲେ ଗଚ୍ଛିତ କରି ରଖାଯିବା ଉଚିତ ନୁହେଁ, ଯଦି ତାହା ସ୍ୱଳ୍ପ ଅବଧି ପାଇଁ ବଫର୍ଡ ପ୍ରମାଣୀକରଣ ନିମନ୍ତେ ହୋଇନଥିବ
  • ଆଧାର ପ୍ରମାଣୀକରଣର ଉଦ୍ଦେଶ୍ୟ ପାଇଁ ସଂଗ୍ରହ କରାଯାଇଥିବା ବାୟୋମେଟ୍ରିକ ଓ OTP ତଥ୍ୟକୁ କୌଣସି ସ୍ଥାୟୀ ଷ୍ଟୋରେଜ ବା ଡାଟାବେସରେ ଗଚ୍ଛିତ କରି ରଖାଯିବା ଉଚିତ ନୁହେଁ ।

ବାଧ୍ୟତାମୂଳକ ସୁରକ୍ଷା ଆବଶ୍ୟକତା

  • ଅପରେଟର୍ ପରିଚାଳିତ ଉପକରଣ ବ୍ୟବହାର ହେଉଥିଲେ, ପ୍ରଥମେ ପାସୱର୍ଡ, ଆଧାର ପ୍ରମାଣୀକରଣ ଭଳି ପନ୍ଥା ବ୍ୟବହାର କରି ସଞ୍ଚାଳକଙ୍କ ପ୍ରମାଣୀକରଣ ହେବା ଆବଶ୍ୟକ ।

ଆଧାର - "UIDAI,ଭାରତ ସରକାର"

Last Modified : 6/27/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate