ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ (UIDAI), ହେଉଛି ଏକ ବୈଧାନିକ ପ୍ରାଧିକାରୀ ନିୟମ ଅନ୍ତର୍ଗତ ସ୍ଥାପିତ ହୋଇଥିଲା ଆଧାର (ଆର୍ଥିକ ଓ ଅନ୍ୟାନ୍ୟ ସବସିଡୀ, ଲାଭ ଓ ସେବାର ବିତରଣ ପାଇଁ ଲକ୍ଷିତ) ଅଧିନିୟମ ୨୦୧୬ ("ଆଧାର ଅଧିନିୟମ ୨୦୧୬") ଭାରତ ସରକାରଙ୍କ ଦ୍ୱାରା ୧୨ ଜୁଲାଇ ୨୦୧୬ରେ, ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ (MeitY) ଅନ୍ତର୍ଗତ।
ଏହାର ସ୍ଥାପନା ପୂର୍ବରୁ, ଏକ ବୈଧାନିକ ପ୍ରାଧିକାରୀ ଭାବରେ UIDAI, ତତ୍କାଳୀନ ଯୋଜନା ଆୟୋଗ (ବର୍ତ୍ତମାନ ନୀତି ଆୟୋଗ)ର, ତାହାର ଗେଜେଟ୍ ବିଜ୍ଞପ୍ତି ସଂଖ୍ୟା. A-43044/02/2009-Admn.I) ତା ୨୮ ଜାନୁଆରୀ ୨୦୦୯ ରିଖ ଅନୁସାରେ, ଏକ ସଂଲଗ୍ନକ କାର୍ଯ୍ୟାଳୟ ଭାବେ କାର୍ଯ୍ୟ କରୁଥିଲା । ପରବର୍ତ୍ତୀ ସମୟରେ, ତା ୧୨ ସେପ୍ଟେମ୍ୱର ୨୦୧୫ ରିଖରେ, ତତ୍କାଳୀନ ଯୋଗାଯୋଗ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି (DeitY) ବିଭାଗ ସହିତ UIDAIକୁ ସଂଲଗ୍ନ କରିବା ପାଇଁ ବ୍ୟବସାୟ ନିୟମକୁ ସରକାର ସଂଶୋଧନ କଲେ ।
ଭାରତର ସମସ୍ତ ବାସିନ୍ଦାଙ୍କୁ, "ଆଧାର" ନାମରେ ଏକ ବିଶିଷ୍ଟ ପରିଚୟ ସଂଖ୍ୟା (UID) ଜାରି କରିବା ଉଦ୍ଦେଶ୍ୟରେ UIDAIର ସ୍ଥାପନା କରାଯାଇଥିଲା, ଯାହା (କ) ନକଲୀ ଓ ମିଥ୍ୟା ପରିଚୟକୁ ସମାପ୍ତ କରିବାରେ ଯଥେଷ୍ଟ ଶକ୍ତ ଏବଂ (ଖ) ଏକ ସରଳ ଓ ସୁଲଭ ମାର୍ଗରେ ଯାଞ୍ଚ ଓ ପ୍ରମାଣୀକରଣ କରାଯାଇପାରିବ । ପ୍ରଥମ UID ସଂଖ୍ୟା, ମହାରାଷ୍ଟ୍ର ସ୍ଥିତ ନନ୍ଦର୍ବାରର ଜଣେ ବାସିନ୍ଦାଙ୍କୁ ୨୯ ସେପ୍ଟେମ୍ୱର ୨୦୧୦ରେ ପ୍ରଦାନ କରାଯାଇଥିଲା । ଭାରତୀୟ ବାସିନ୍ଦାମାନଙ୍କୁ, ପ୍ରାଧିକରଣ ଏପର୍ଯ୍ୟନ୍ତ ଜାରି କରିଛନ୍ତି ୧୦୪ କୋଟିରୁ ଊର୍ଦ୍ଧ୍ୱ UID ସଂଖ୍ୟା ।
UIDAI ବିଷୟରେ ଅଧିକ ଜାଣିବା ପାଇଁ, ଦୟାକରି ୱେବସାଇଟର Organizational Structure(ସାଂଗଠନିକ ସଂରଚନାବିଭାଗ) ଦେଖନ୍ତୁ ।
ଉଦ୍ଦେଶ୍ୟ
ଭାରତୀୟ ବାସିନ୍ଦାଙ୍କୁ ଯେକୌଣସି ସମୟରେ ଓ ଯେକୌଣସି ସ୍ଥାନରେ ନିଜର ପରିଚୟକୁ ପ୍ରମାଣୀକରଣ କରିବା ପାଇଁ ଏକ ବିଶିଷ୍ଟ ପରିଚୟ ଓ ଏକ ଡିଜିଟାଲ ମାଧ୍ୟମ ଦେଇ ସଶକ୍ତ କରିବା
ଲକ୍ଷ୍ୟ
ମୁଖ୍ୟ ମୂଲ୍ୟବୋଧ
ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ (UIDAI) ର ମୁଖ୍ୟ କାର୍ଯ୍ୟାଳୟ (HQ) ନୂଆ ଦିଲ୍ଲୀରେ ଥିବାବେଳେ ସମଗ୍ର ଦେଶରେ ଆଠୋଟି ଆଞ୍ଚଳିକ କାର୍ଯ୍ୟାଳୟ (RO) ରହିଛି । UIDAIର ଦୁଇଟି ଡାଟା ସେଣ୍ଟର୍ ଅଛି, ଗୋଟିଏ କର୍ଣ୍ଣାଟକର ହେବାଲ୍ (ବେଙ୍ଗାଲୁରୁ)ଠାରେ ଏବଂ ଅନ୍ୟଟି ହେଉଛି ହରିୟାଣାର ମାନେସର୍ (ଗୁଡ଼ଗାଓଁ)ଠାରେ ।
ପ୍ରାଧିକରଣରେ ଏକ ଅଧ୍ୟକ୍ଷ ଅଂଶକାଳିକ ରୂପରେ ନିଯୁକ୍ତ ହୋଇଥାନ୍ତି, 2 ଜଣ ଅଂଶକାଳିକ ସଦସ୍ୟ ଏବଂ ଏକ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ପ୍ରାଧିକରଣର ସଦସ୍ୟ ସଚିବ ହୋଇଥାନ୍ତି ।
ଶ୍ରୀ ଜେ. ସତ୍ୟନାରାୟଣ, ଆଇଏଏସ(ସେବାନିବୃତ୍ତ) (1977, AP କ୍ୟାଡର) ପ୍ରାଧିକରଣର ଅଂଶକାଳିକ ଅଧ୍ୟକ୍ଷ ଭାବରେ ନିଯୁକ୍ତ ହୋଇଛନ୍ତି ।
ଶ୍ରୀ ରାଜେଶ ଜୈନ, ସଂସ୍ଥାପକ ଏବଂ ପ୍ରବନ୍ଧ ନିର୍ଦ୍ଧେଶକ ନେଟକୋର ସଲ୍ୟୁସନସ ଏବଂ ଡ଼ା. ଆନନ୍ଦ ଦେଶପାଣ୍ଡେ, ସଂସ୍ଥାପକ, ଅଧ୍ୟକ୍ଷ ଏବଂ ପ୍ରବନ୍ଧ ପେର୍ଶିଷ୍ଟାନ୍ତ ସିସ୍ଟେମସର ନିର୍ଦ୍ଧେଶକ ୟୁଆଇଡ଼ିଏଆଇ ର ଅଂଶକାଳିକ ସଦସ୍ୟଭାବେ ନିଯୁକ୍ତ ହୋଇଛନ୍ତି ।
ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ(CEO), ଡ଼ା. ଅଜୟ ଭୂଷଣ ପାଣ୍ଡେ, ଆଇଏଏସ (1984,ମହାରାଷ୍ଟ୍ର କ୍ୟାଡର), ଆଈନଗତ ପ୍ରତିନିଧି ଏବଂ ପ୍ରାଧିକରଣ ର ପ୍ରଶାସନିକ ପ୍ରମୁଖ ଅଟନ୍ତି ।
ମୁଖ୍ୟ କାର୍ଯ୍ୟାଳୟ (HQ)
ମହାନିର୍ଦ୍ଦେଶକ ଓ ମିଶନ୍ ନିର୍ଦ୍ଦେଶକ (DG & MD) ଡା. ଅଜୟ ଭୂଷଣ ପାଣ୍ଡେ, IAS (୧୯୮୪), UIDAIର ସଭାପତିତ୍ୱ କରନ୍ତି । ମୁଖ୍ୟ କାର୍ଯ୍ୟାଳୟରେ, DG & MDଙ୍କୁ, ଭାରତ ସରକାରଙ୍କ ସାତଜଣ ଉପ-ମହାନିର୍ଦ୍ଦେଶକ (DDGs), ଯୁଗ୍ମ ସଚିବ ଶ୍ରେଣୀୟ ଅଧିକାରୀମାନେ, UIDAIର ବିଭିନ୍ନ ବିଭାଗର ପ୍ରଭାରୀ ଭାବେ ସହାୟତା କରନ୍ତି । DDGମାନଙ୍କୁ, ସହାୟକ ମହାନିର୍ଦ୍ଦେଶକ (ADGs), ଉପ-ନିର୍ଦ୍ଦେଶକ, ବିଭାଗୀୟ ଅଧିକାରୀ ଓ ସହାୟକ ବିଭାଗୀୟ ଅଧିକାରୀମାନେ ସହାୟତା କରନ୍ତି । ମୁଖ୍ୟାଳୟରେ ସମୁଦାୟ, ଆକାଉଣ୍ଟସ୍ ଓ IT ଶାଖା ସମେତ ଷ୍ଟାଫ୍ ମେମ୍ୱର୍ସ ଓ ୧୨୭ ଜଣ ମଞ୍ଜୁରୀପ୍ରାପ୍ତ ଅଧିକାରୀମାନେ ଅଛନ୍ତି।
ଆଞ୍ଚଳିକ କାର୍ଯ୍ୟାଳୟ (ROs)
UIDAIର ପ୍ରତ୍ୟେକ ଆଠଟି କାର୍ଯ୍ୟାଳୟରେ ଜଣେ ଲେଖାଏଁ ଉପ-ମହାନିର୍ଦ୍ଦେଶକ (DDG) ମୁଖ୍ୟ ଭାବେ କର୍ଯ୍ୟରତ ଏବଂ ସହାୟକ ସଂରଚନାରେ ରହିଛନ୍ତି ସହାୟକ ମହାନିର୍ଦ୍ଦେଶକ, ଉପ-ନିର୍ଦ୍ଦେଶକ, ବିଭାଗୀୟ ଅଧିକାରୀ, ସହାୟକ ବିଭାଗ ଅଧିକାରୀ, ସିନିୟର୍ ଆକାଉଣ୍ଟସ୍ ଅଫିସର୍, ଆକାଉଣ୍ଟାଣ୍ଟ ଓ ବ୍ୟକ୍ତିଗତ ଷ୍ଟାଫ୍।
ଆଞ୍ଚଳିକ କାର୍ଯ୍ୟାଳୟ ଓ ସେଗୁଡ଼ିକ ଅନ୍ତର୍ଗତ ଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ତାଲିକା ନିମ୍ନରେ ପ୍ରଦାନ କରାଗଲା:
ଆଞ୍ଚଳିକ କାର୍ଯ୍ୟାଳୟ (ROs)
ଆଞ୍ଚଳିକ କାର୍ଯ୍ୟାଳୟ (ROs) |
RO ଅନ୍ତର୍ଗତ ଥିବା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନ |
RO ବେଙ୍ଗାଲୋର |
କର୍ଣ୍ଣାଟକ, କେରଳ, ତାମିଲନାଡୁ, ପଣ୍ଡିଚେରୀ, ଲକ୍ଷଦ୍ୱୀପ |
RO ଚଣ୍ଡିଗଡ଼ |
ଜମ୍ମୁ ଓ କଶ୍ମୀର, ପଞ୍ଜାବ, ହରିୟାଣା, ହିମାଚଳ ପ୍ରଦେଶ ଓ ଚଣ୍ଡିଗଡ଼ର କେନ୍ଦ୍ରଶାସିତ ଅଞ୍ଚଳ |
RO ଦିଲ୍ଲୀ |
ଉତ୍ତରାଖଣ୍ଡ, ମଧ୍ୟ ପ୍ରଦେଶ, ଦିଲ୍ଲୀ ଓ ରାଜସ୍ଥାନ |
RO ଗୌହାଟୀ |
ଅସମ୍, ଅରୁଣାଚଳ ପ୍ରଦେଶ, ମେଘାଳୟ, ମଣିପୁର, ନାଗାଲ୍ୟାଣ୍ଡ, ମିଜୋରମ୍, ତ୍ରିପୁରା ଓ ସିକ୍କିମ୍ |
RO ହାଇଦ୍ରାବାଦ |
ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ଓଡ଼ିଶା, ଛତିଶଗଡ଼, ଆଣ୍ଡାମନ୍ ଓ ନିକୋବର୍ |
RO ଲକ୍ଷ୍ନୌ |
ଉତ୍ତର ପ୍ରଦେଶ |
RO ମୁମ୍ୱଇ |
ଗୁଜରାଟ, ମହାରାଷ୍ଟ୍ର, ଗୋଆ, ଦାଦର୍ ଓ ନଗର୍ ହୱେଲୀ, ଦମନ୍ ଓ ଡିଉ |
RO ରାଞ୍ଚି |
ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମ ବଙ୍ଗ |
ପଞ୍ଜୀକରଣ ଓ ନବୀକରଣ ଇକୋସିଷ୍ଟମ୍
ପଞ୍ଜୀକରଣ ଇକୋସିଷ୍ଟମ୍ ରେ, ରେଜିଷ୍ଟ୍ରାର୍ସ ଓ ପଞ୍ଜୀକରଣ ଏଜେନ୍ସୀମାନ ଅନ୍ତର୍ଭୁକ୍ତ ଅଛି । ରେଜିଷ୍ଟ୍ରାର୍ ହେଉଛି ଏପରି ଏକ ସଂସ୍ଥା, ଯାହା ବ୍ୟକ୍ତିବିଶେଷ ପଞ୍ଜୀକରଣ ପାଇଁ UIDAI ଦ୍ୱାରା ଅଧିକୃତ ବା ଚିହ୍ନିତ ହୋଇଛି । ରେଜିଷ୍ଟ୍ରାର୍ସ ଦ୍ୱାରା ପଞ୍ଜୀକରଣ ଏଜେନ୍ସୀଗୁଡ଼ିକ ନିଯୁକ୍ତ କରାଯାଇଥା’ନ୍ତି ଏବଂ ସ୍ୱୀକୃତିପ୍ରାପ୍ତ ଅପରେଟର୍ସ/ସୁପରଭାଇଜର୍ସ ନିଯୁକ୍ତି ମାଧ୍ୟମରେ ପଞ୍ଜୀକରଣ ପ୍ରକ୍ରିୟା ସମୟରେ ବ୍ୟକ୍ତିବିଶେଷମାନଙ୍କର ଜନସାଂଖିକୀୟ ଓ ବାୟୋମେଟ୍ରିକ୍ ସୂଚନା ସଂଗ୍ରହ ପାଇଁ ସେମାନେ ଦାୟୀ ରୁହନ୍ତି ।
ରେଜିଷ୍ଟ୍ରାର୍ସଙ୍କ ସହ ସମନ୍ୱୟ ରକ୍ଷା କରି, ପଞ୍ଜୀକରଣ ଏଜେନ୍ସୀଗୁଡ଼ିକ, ପଞ୍ଜୀକରଣ କେନ୍ଦ୍ରର ସ୍ଥାପନା କରନ୍ତି, ଯେଉଁଠାରେ ବାଶିନ୍ଦାମାନେ ଆଧାର ପାଇଁ ପଞ୍ଜୀକରଣ କରିପାରିବେ । ପଞ୍ଜୀକରଣ ପାଇଁ ଅନେକ ଫିଙ୍ଗରପ୍ରିଣ୍ଟ ସ୍କାନର୍, ଆଇରିସ୍ ସ୍କାନର୍ ଓ କ୍ୟାମେରା ବ୍ୟବହୃତ ହୋଇଥାଏ, ଯାହା STQC ଓ UIDAI ଦ୍ୱାରା ପ୍ରମାଣୀକୃତ ହୋଇଥାଏ ଏବଂ ସମସ୍ତକୁ, UIDAI ଦ୍ୱାରା ଡିଜାଇନ୍ କରାଯାଇଥିବା ଷ୍ଟାଣ୍ଡାର୍ଡ ଆପ୍ଲିକେଶନ୍ ପ୍ରୋଗ୍ରାମିଙ୍ଗ୍ ଇଣ୍ଟରଫେସ୍ (API) ସହିତ ସଂଯୋଗ କରାଯାଇଥାଏ । ଅନେକ ରେଜିଷ୍ଟ୍ରାର୍ସ, ଅନେକ ପଞ୍ଜୀକରଣ ଏଜେନ୍ସୀ ଓ ଅନେକ ବୈଷୟିକ ପ୍ରଦାତାଙ୍କ ନିଯୁକ୍ତି, ସେଥିମଧ୍ୟରେ ଏକ ସୁସ୍ଥ ପ୍ରତିଯୋଗିତାର ବାତାବରଣ ସୃଷ୍ଟି କରିଥାଏ ।
ବାସିନ୍ଦାମାନେ ସେମାନଙ୍କ ତଥ୍ୟମାନ ଯଥା ବାସସ୍ଥାନ ଠିକଣା,ମୋବାଇଲ ନଂ,ଈ-ମେଲ ଇତ୍ୟାଦି ସଂଶୋଧନ ନିକଟସ୍ଥ ପଞ୍ଜୀକରଣ କେନ୍ଦ୍ରରେ,ଡାକ କିମ୍ବା ୱେବସାଇଟ ମାଧ୍ୟମରେ କରିପାରିବେ ।
UIDର ପ୍ରମାଣୀକରଣ ଇକୋସିଷ୍ଟମ୍
ବାସିନ୍ଦାଙ୍କର ତୁରନ୍ତ ପ୍ରମାଣୀକରଣ ପାଇଁ UIDAI, ଏକ ମାପନୀୟ ଇକୋସିଷ୍ଟମ୍ ର ସ୍ଥାପନା କରିଛି । ଆଧାର ପ୍ରମାଣୀକରଣ ଇକୋସିଷ୍ଟମ୍, ଦୈନିକ ଭିତ୍ତିରେ ହଜାର ହଜାର ସଂଖ୍ୟକ ପ୍ରମାଣୀକରଣମାନ ସମ୍ଭାଳିବାରେ ସମର୍ଥ ଏବଂ ଚାହିଦା ଅନୁସାରେ, ଏହା ଆହୁରି ବଢ଼ାଯାଇପାରେ । . UIDAI, ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନଗୁଡ଼ିକରୁ ଅନେକ ପ୍ରମାଣୀକରଣ ସେବା ସଂସ୍ଥା (ASA) ଓ ପ୍ରମାଣୀକରଣ ଉପଭୋକ୍ତା ସଂସ୍ଥା (AUA)ଙ୍କୁ ନିଯୁକ୍ତି ଦେଇଛି । UIDAI, STQCର ସହଯୋଗିତାରେ, ବାୟୋମେଟ୍ରିକ୍ସ ଡିଭାଇସ୍ ପାଇଁ ବୈଷୟିକ ମାନଦଣ୍ଡ ମଧ୍ୟ ସ୍ଥାପନା କରିଛି ଓ ସେଗୁଡ଼ିକରୁ ଅନେକଙ୍କୁ ପ୍ରମାଣୀକୃତ ମଧ୍ୟ କରିଛି ।
ଯେହେତୁ, ପ୍ରମାଣୀକରଣ ସେବା ଅନଲାଇନ୍ ରେ ଓ ରିଅଲ୍ ଟାଇମ୍ ରେ ପ୍ରଦାନ କରାଯାଏ, UIDAI, ଦୁଇଟି ଡାଟା ସେଣ୍ଟର୍ ର ମଧ୍ୟ ସ୍ଥାପନା କରିଛି, ଯେଉଁଠାରେ ପ୍ରମାଣୀକରଣ ଓ ଅନ୍ୟ ଅନଲାଇନ୍ ସେବା, ଯେପରି e-KYC, ଉଚ୍ଚ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସକ୍ରିୟ ମୋଡ୍ ରେ ନିଯୋଜିତ କରାଯାଇଛି । ରିଅଲ୍ ଟାଇମ୍, ମାପନୀୟ ଓ ଅନ୍ତଃକାର୍ଯ୍ୟକ୍ଷମଯୋଗ୍ୟ ଶୈଳୀରେ, ଦେଶର ଯେକୌଣସି ସ୍ଥାନରେ ଶାଖା ବିହୀନ ବ୍ୟାଙ୍କିଙ୍ଗ୍ ପ୍ରଦାନ କରିବା କ୍ରମରେ, ବ୍ୟାଙ୍କ୍ସ ଓ ପେମେଣ୍ଟ ନେଟୱର୍କ ଅପରେଟରମାନେ ଆଧାର ପ୍ରମାଣୀକରଣକୁ ମାଇକ୍ରୋ ATMରେ ସମ୍ମିଳିତ କରିଛନ୍ତି ।
ଅର୍ଥ ବିଭାଗ (FD)ର ମୁଖ୍ୟ ହେଉଛନ୍ତି ଉପ-ମହାନିର୍ଦ୍ଦେଶକ (ଅର୍ଥ), ଯିଏ UIDAIରେ ଆର୍ଥିକ ପରାମର୍ଶଦାତା ଅଟନ୍ତି । FD, ଆର୍ଥିକ ନିହିତାର୍ଥ ସହିତ ଜଡ଼ିତ ସମସ୍ତ ପ୍ରସଙ୍ଗ ଉପରେ ମହାନିର୍ଦ୍ଦେଶକ ଓ ମିଶନ୍ ନିର୍ଦ୍ଦେଶକଙ୍କୁ ପେସାଦାର ପରାମର୍ଶ ପ୍ରଦାନ କରନ୍ତି ।
ବଜେଟ୍ ଗଠନ, ପରିଣାମୀ ବଜେଟ୍, ପ୍ରଦର୍ଶନ ବଜେଟ୍, ଖର୍ଚ୍ଚ ଓ ନଗଦ ପରିଚାଳନା ତଥା ଆର୍ଥିକ ନିହିତାର୍ଥ ଜଡ଼ିତ ଥିବା ପ୍ରସ୍ତାବଗୁଡ଼ିକର ସ୍କ୍ରୀନିଙ୍ଗ୍ ପାଇଁ FD ଦାୟୀ ଅଟନ୍ତି ।
UIDAI ଅର୍ଥ ବିଭାଗର ଭୂମିକା
ଉପ-ମହାନିର୍ଦ୍ଦେଶକ (ଅର୍ଥ)ଙ୍କୁ ନିମ୍ନଲିଖିତ ଟିମ୍ ସହଯୋଗ କରନ୍ତି:
ପୃଷ୍ଠଭୂମି
ଏକ ଉପକ୍ରମ ଭାବେ, ତତ୍କାଳୀନ ଯୋଜନା ଆୟୋଗ ଦ୍ୱାରା ପ୍ରାରମ୍ଭିକ ପରିକଳ୍ପନା ଥିବା ବିଶିଷ୍ଟ ପରିଚୟ ପ୍ରକଳ୍ପ, ଯାହା ସମଗ୍ର ଦେଶର ପ୍ରତ୍ୟେକ ବାସିନ୍ଦାଙ୍କ ପାଇଁ ଏକ ସ୍ପଷ୍ଟ ଓ ବିଶିଷ୍ଟ ପରିଚୟ ସଂଖ୍ୟା ପ୍ରଦାନ କରିବ ଏବଂ ଯାହା ମୁଖ୍ୟତଃ, ଜନକଲ୍ୟାଣ ସେବାର ପ୍ରଭାବଶାଳୀ ବିତରଣ ପାଇଁ ମୌଳିକ ଭାବେ ବ୍ୟବହୃତ ହେବ । ଏହା, ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନାର ଫଳପ୍ରଦ ତଦାରଖ ପାଇଁ ମଧ୍ୟ ଏକ ଉପକରଣ ଭାବେ କାର୍ଯ୍ୟ କରିବ ।
UIDAIର ଅନେକ ପୂର୍ବରୁ, ଭାରତ ସରକାରଙ୍କ ଦ୍ୱାରା ପ୍ରଥମେ ୧୯୯୩ ମସିହାରେ ସମସ୍ତ ବାସିନ୍ଦାଙ୍କୁ, ନିର୍ବାଚନ ଆୟୋଗଙ୍କ ଦ୍ୱାରା ଫୋଟୋ ପରିଚୟ କାର୍ଡ୍ସ ଜାରି କରାଯାଇ ତଥା ୨୦୦୩ ମସିହାରେ ବହୁଉଦ୍ଦେଶୀୟ ରାଷ୍ଟ୍ରୀୟ ପରିଚୟ ପତ୍ର (MNIC)ର ଅନୁମୋଦନ କ୍ରମେ ପରିଚୟ ପ୍ରଦାନ କରିବାର ପ୍ରୟାସ କରାଯାଇଥିଲା ।
୨୦୦୬ ମସିହା
ବିଶିଷ୍ଟ ପରିଚୟର ଅବଧାରଣା ପ୍ରଥମେ, ୨୦୦୬ରେ ଆଲୋଚିତ ଓ କାର୍ଯ୍ୟାନ୍ୱିତ କରାଯାଇଥିଲା, ଯେତେବେଳେ ସଂଚାର ଓ ସୂଚନା ପ୍ରୌଦ୍ୟୋଗିକୀ ମନ୍ତ୍ରଣାଳୟାର ସୂଚନା ପ୍ରୌଦ୍ୟୋଗିକୀ ବିଭାଗ ଦ୍ୱାରା ୩ ମାର୍ଚ ୨୦୦୬ ରେ "BPL ପରିବାରମାନଙ୍କ ପାଇଁ ବିଶିଷ୍ଟ ID" ପ୍ରକଳ୍ପ ପାଇଁ ଅନୁମୋଦନ ପ୍ରଦାନ କରାଯାଇଥିଲା । ଏହି ପ୍ରକଳ୍ପ, NIC ଦ୍ୱାରା ୧୨ ମାସ ଆବଧିରେ ଲାଗୁ କରାଯିବାର ଥିଲା । ପରବର୍ତ୍ତୀ ସମୟରେ, BPL ପରିବାରମାନଙ୍କ ପାଇଁ ବିଶିଷ୍ଟ ID ପ୍ରକଳ୍ପ ଅନ୍ତର୍ଗତ ମୂଳ ଡାଟାବେସ୍ ରୁ ଡାଟା ଫିଲ୍ଡଗୁଡ଼ିକର ନବୀକରଣ, ସଂଶୋଧନ, ପରିବର୍ଦ୍ଧନ ଓ ବିଲୋପ ପାଇଁ ପ୍ରକ୍ରିୟା ପରାମର୍ଶ ନିମନ୍ତେ ୩ ଜୁଲାଇ ୨୦୦୬ରେ, ଏକ ପ୍ରକ୍ରିୟା ସମିତର ଗଠନ କରାଗଲା ।
ତାହାପରେ, ମେସର୍ସ ୱିପ୍ରି ଲିଃ. (ପାଇଲଟ୍ UIDAI ପ୍ରକଳ୍ପର ଡିଜାଇନ୍ ଫେଜ୍ ଓ ପ୍ରୋଗ୍ରାମ୍ ପରିଚାଳନା ଫେଜ୍ ପାଇଁ ପରାମର୍ଶଦାତା) ଦ୍ୱାରା ଏକ "UID ପ୍ରକଳ୍ପ ଉପରେ କୌଶଳ ଦୃଷ୍ଟି" ପ୍ରସ୍ତୁତ କରାଯାଇ ପ୍ରକ୍ରିୟା ସମିତିରେ ଦାଖଲ କରାଗଲା । ନିର୍ବାଚନୀ ଡାଟାବେସ୍ ସହିତ UIDର ନିକଟତମ ସମ୍ପର୍କକୁ ଏହା ପରିକଳ୍ପିତ କରେ । XI ଯୋଜନା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ପ୍ରତି ଧ୍ୟାନକେନ୍ଦ୍ରିତ କରିବା ସହିତ ପ୍ରାଧିକାରୀ ନିମନ୍ତେ ନିରପେକ୍ଷ ପରିଚୟ ଓ ଏକ ପାନ୍-ବିଭାଗୀୟ ସୁନିଶ୍ଚିତ କରିବା ପାଇଁ ତତ୍କାଳୀନ ଯୋଜନା ଆୟୋଗର ସଂରକ୍ଷଣ ଅନ୍ତର୍ଗତ ଏକ କାର୍ଯ୍ୟକାରୀ ଆଦେଶ ଦ୍ୱାରା ଗୋଟିଏ UID ପ୍ରାଧିକାରୀର ନିର୍ମାଣ ଆବଶ୍ୟକତାକୁ ମଧ୍ୟ ସମିତି ଅନୁମୋଦିତ କରିଥିଲା । ୩୦ ଅଗଷ୍ଟ ୨୦୦୭ରେ ହୋଇଥିବା ପ୍ରକ୍ରିୟା ସମିତିର ସପ୍ତମ ବୈଠକରେ ଏହା ନିଷ୍ପତ୍ତି କରାଯାଇଥିଲା ଯେ, ତତ୍କାଳୀନ ଯୋଜନା ଆୟୋଗର "ନିୟମରେ" ଅନୁମୋଦନ ପାଇବା ପାଇଁ ଉତ୍ସ ଉପରେ ଭିତ୍ତିକରି ଏକ ସବିଶେଷ ପ୍ରସ୍ତାବ ତାକୁ ପ୍ରଦାନ କରାଯିବ ।
ତାହାସହିତ, ଭାରତୀୟ ନାଗରିକମାନଙ୍କୁ ବହୁଉଦ୍ଦେଶୀୟ ରାଷ୍ଟ୍ରୀୟ ପରିଚୟ ପତ୍ର ଜାରି ଏବଂ ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର୍ ର ଗଠନରେ ଭାରତୀୟ ମହାପଞ୍ଜୀୟକ (ରେଜିଷ୍ଟ୍ରାର୍ ଜେନେରାଲ୍)ଙ୍କୁ ନିୟୋଜିତ କରାଯାଇଥିଲା । ସେଥିପାଇଁ, ଏହା ନିଷ୍ପତ୍ତି ହୋଇଥିଲା କି, ପ୍ରଧାନମନ୍ତ୍ରୀଙ୍କ ଅନୁମୋଦନ କ୍ରମେ, ଦୁଇଟି ଯୋଜନାକୁ - ନାଗରିକତା ଅଧିନିୟମ, ୧୯୫୫ ଅନ୍ତର୍ଗତ ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର୍ ଏବଂ ସୂଚନା ପ୍ରୌଦ୍ୟୋଗିକୀ ବିଭାଗର ବିଶିଷ୍ଟ ପରିଚୟ ସଂଖ୍ୟା ପ୍ରକଳ୍ପ - ଏକତ୍ର କରିବା ପାଇଁ ଏକ ଅଧିକାରପ୍ରାପ୍ତ ମନ୍ତ୍ରୀମାନଙ୍କ ସମୂହ (EGoM) ଗଠନ କରାଯିବ ।
୨୦୦୯ ମସିହା
ସଚିବମାନଙ୍କ ସମିତିର ସୁପାରିସ ଓ EGoMର ନିଷ୍ପତ୍ତି ପରେ, UIDAIର ଗଠନ କରାଗଲା ଏବଂ ଉପରୋକ୍ତ ବିଜ୍ଞପ୍ତିରେ ଉଲ୍ଲିଖିତ ଭୂମିକା ଓ ଦାୟିତ୍ୱ ସହିତ ତତ୍କାଳୀନ ଯୋଜନା ଆୟୋଗର ଏକ ସଂଲଗ୍ନକ କାର୍ଯ୍ୟାଳୟ ଭାବେ, ଜାନୁଆରୀ ୨୦୦୯ ମସିହାରେ ତତ୍କାଳୀନ ଯୋଜନା ଆୟୋଗ ଦ୍ୱାରା ଅଧିସୂଚିତ କରାଗଲା । ପାଞ୍ଚ ବର୍ଷର ପ୍ରାରମ୍ଭିକ ଅବଧି ପାଇଁ, ଜଣେ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟାରେ, ୨ ଜୁଲାଇ ୨୦୦୯ରେ, (No.-A-43011/02/2009-Admn.I (Vol. II) ମାଧ୍ୟମରେ UIDAIର ପ୍ରଥମ ସଭାପତି ଭାବେ ଶ୍ରୀ ନନ୍ଦନ ନିଲେକାନୀ ନିଯୁକ୍ତ ହେଲେ । ଜୁଲାଇ ୨୦୦୯ରେ, ଶ୍ରୀ ରାମ ସେବକ ଶର୍ମା, IAS, ପ୍ରଥମ ମହାନିର୍ଦ୍ଦେଶକ ଭାବେ ଯୋଗଦେଲେ ।
୩୦ ଜୁଲାଇ ୨୦୦୯ରେ ଗଠିତ, UIDAI ଉପରେ ପ୍ରଧାନମନ୍ତ୍ରୀଙ୍କ ପରିଷଦ, ୧୨ ଅଗଷ୍ଟ ୨୦୦୯ରେ ଅନୁଷ୍ଠିତ ନିଜର ପ୍ରଥମ ବୈଠକରେ UIDAI ଦ୍ୱାରା ଦାଖଲ କରାଯାଇଥିବା UID ପ୍ରଣାଳୀର ବିସ୍ତୃତ କୌଶଳ ଓ ପ୍ରସ୍ତାବକୁ ଅନୁମୋଦିତ କରିଥିଲା ।
ପରବର୍ତ୍ତୀ ସମୟରେ, ଏହି ପରିଷଦ, UIDAI ଉପରେ ଏକ କ୍ୟାବିନେଟ୍ ସମିତି ଦ୍ୱାରା ପ୍ରତିବଦଳ କରାଯାଇଥିଲା, ଯାହା ଭାରତ ସରକାରଙ୍କ ଆଦେଶ ସଂ. 1/11/6/2009 ତା 22 ଅକ୍ଟୋବର 2009ରିଖ ଦ୍ୱାରା ଗଠିତ ହୋଇଥିଲା । ଏହି ବିଜ୍ଞପ୍ତି ଅନୁସାରେ, ଏହି ସମିତିର କାର୍ଯ୍ୟରେ ଅନ୍ତର୍ଭୁକ୍ତ ଥିଲା, ପ୍ରାଧିକରଣର ଉଦ୍ଦେଶ୍ୟ ପ୍ରାପ୍ତି ନିମନ୍ତେ ଗ୍ରହଣ କରାଯିବାକୁ ଥିବା ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣର ସଂସ୍ଥା, ଯୋଜନା, ନୀତି-ନିୟମ, କାର୍ଯ୍ୟକ୍ରମ, ଯୋଜନା, ବିତ୍ତପୋଷଣ ଓ କାର୍ଯ୍ୟପ୍ରଣାଳୀ ସମେତ ତାହା ସମ୍ପର୍କିତ ସମସ୍ତ ପ୍ରସଙ୍ଗ ।
ଆଧାର - "UIDAI, ଭାରତ ସରକାର"
Last Modified : 6/23/2020