অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଅନ୍ ଲାଇନ୍ ରେ ପଞ୍ଜୀକରଣ ସହଚଏସ୍ ଲକିଂ

ଯୁଗ୍ମ ପ୍ରବେଶିକା ପରୀକ୍ଷାର କାଉନସେଲିଂ

ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଅଜେଇ ପକ୍ଷରୁ ୨୦୧୬-୧୭ ଶିକ୍ଷା ବର୍ଷ ପାଇଁ କାଉନସେଲିଂ ପ୍ରକ୍ରିୟା ଗୁରୁବାରଠାରେ ଆରମ୍ଭ ହୋଇଛି । ଓଜନଇର ନିଜସ୍ୱ ୱେବ୍ ସାଇଟ୍ ରେ ଛାତ୍ରଛାତ୍ରୀମାନେ ଅନଲାଇନ୍ ରେ ନାମପଞ୍ଜୀ କରଣ କରିବାକୁ ପଡୁଛି । ଚଳିତ ବର୍ଷନୂଆ ଫର୍ମାଟ୍ ରେ କାଉନ୍ ସେଲିଂ ପ୍ରକ୍ରିୟା ଅନୁଷ୍ଠିତ ହେଉଛି । ଛତ୍ରାଛାତ୍ରୀମାନେ ଅନଲାଇନ୍ ରେ ନାମ ପଞ୍ଜୀକରଣ ସହ ଚଏସ୍ ଫିଲିଂ ସାଙ୍ଗକୁ ଚଏସ୍ ଲକିଂ କରୁଛନ୍ତି । ପୂର୍ବରୁ ଛାତ୍ରଛାତ୍ରୀ ଏଥିପାଇଁ ନୋଡାଲ୍ ସେଣ୍ଟରକୁ ଯିବାକୁ ପଡୁଥିଲା ।

ସେହିପରି ଚଏସ୍ ଲକିଂ ଶେଷ ହେବା ପରେ ମନୋନୀତ ଛତ୍ରାଛାତ୍ରୀଙ୍କୁ ଡକ୍ୟୁମେଣ୍ଟ ଭେରୀଫିକେସନ୍ ପାଇଁ ନୋଡାଲ୍ ସେଣ୍ଟରକୁ ଯିବାକୁ ପଡିବ । କାଉନ୍ ସେଲିଂ ପାଇଁ ରାଜ୍ୟର ପ୍ରମୁଖ ସହରଗୁଡିକରେ ୨୫ ଟି ନୋଡାଲ୍ ସେଣ୍ଟର ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି ।

ଅନ୍ ଲାଇନ୍ ପଞ୍ଜୀକରଣ

ପ୍ରଥମ ଦିନରେ ଲାଟେରାଲ୍ ଏଣ୍ଟ୍ରି ବି.ଟେକ୍ ରେ ଲାଟେରାଲ୍ ଏଣ୍ଟ୍ରି ବି.ଫାର୍ମାରେ ଲାଟେରାଲ୍ ଏଣ୍ଟ୍ରି ଏମ୍ ସିଏ ଏବଂ ଏମସି ଏରେ ଛାତ୍ରଛାତ୍ରୀଙ୍କୁ ନାମପଞ୍ଜୀକରଣ କରିବା ସହ ଚଏସ୍ ଫିଲିଂ ଓ ଚଏସ୍ ଲକିଂ ପାଇଁ ନିର୍ଦେଶ ଜାରି କରଯାଇଥିଲା । ଆଜି ଲାଟେରଲ୍ ଏଣ୍ଟ୍ରି ବି.ଟେକ୍ ରେ ୧୪୯୬, ଲାଟେରାଲ୍ ଏଣ୍ଟ୍ରି ବି. ଫାର୍ମାରେ ୩୧,ଲାଟେରାଲ୍ ଏଣ୍ଟ୍ରି ଏମ୍ ସିଏ ୩୫ ଏବଂ ଏମ୍ ସିଏ ରେ ୪୨ ଜଣ ଛତ୍ରାଛାତ୍ରୀ ନାମ ପଞ୍ଜୀକରଣ କରିବା ସହ ଚଏସ୍ ଫିଲିଂ ଓ ଚଏସ୍ ଲକିଂ କରିଛନ୍ତି । ଲାଟେରାଲ୍ ଏଣ୍ଟ୍ରି ବି.ଟେକ୍ ଜୁଲାଇ ୧୫, ଲାଟେରାଲ୍ ଏଣ୍ଟ୍ରି ବି. ଫାର୍ମାରେ ଜୁଲାଇ ୯ ଏବଂ ଲାଟେରାଲ୍ ଏଣ୍ଟ୍ରି ଏମ୍ ସିଏ ଏବଂ ଏମ୍ ସିଏ ଜୁଲାଇ ୬ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ କାଉନ୍ ସେଲିଂ ରେ ଅଂଶଗ୍ରହଣ କରି ନାମପଞ୍ଜୀକରଣ, ଚଏସ୍ ଲକିଂ ଓ ଚଏସ୍ ଫିଲିଂ କରିପାରିବେ ।

ଲାଟେରାଲ୍ ଏଣ୍ଟ୍ରି ବି. ଟେକ୍ ପାଇଁ ଡକ୍ୟୁମେଣ୍ଟ ଭେରିଫିକେସନ୍ ଜୁଲାଇ ୧୮ରୁ ୨୨ ପର୍ଯ୍ୟନ୍ତ ରହିଥିବାବେଳେ ଚୁଡାନ୍ତ ସିଟ୍ ଆଲଟ୍ ମେଣ୍ଟ ଜୁଲାଇ ୨୫ରେ କରାଯିବ । ଲାଟେରାଲ୍ ଏଣ୍ଟ୍ରି ବି. ଫାର୍ମା ପାଇଁ ଡକ୍ୟୁମେଣ୍ଟ ଭେରିଫିକେସନ୍ ଜୁଲାଇ ୧୦ରୁ୧୧ ପର୍ଯ୍ୟନ୍ତ ଆଲଟ୍ ମେଣ୍ଟ ଜୁଲାଇ ୧୭ ରଖାଯାଇଛି । ଲାଟେରାଲ୍ ଏଣ୍ଟ୍ରି ଏମ୍ ସିଏ ଏବଂ ଏମ୍ ସିଏ ପାଇଁ ଡକ୍ୟୁମେଣ୍ଟ ଭେରିଫିକେସନ୍ ପୂର୍ବରୁ ଫି’ ପଇଠ କରିବାକୁ ପଡିବ । ଯେଉଁ ମାନେ ଫି’ ପଇଠ କରିବେ ନାହିଁ ସେମାନଙ୍କ ଡକ୍ୟୁମେଣ୍ଟ ଭେରିଫିକେସନ୍ ପାଇଁ ସୁଯୋଗ ଦିଆଯିବ ନାହିଁ । ଡକ୍ୟୁମେଣ୍ଟ ଭେରିଫିକେସନ୍ ପାଇଁ ଆବଶ୍ୟକ କାଗଜାତ ସହ ନିର୍ଦ୍ଧାରିତ ସମୟରେ ନୋଡାଲ୍ ସେଣ୍ଟରରେ ପହଞ୍ଚିବା ଦରକାର ବୋଲି ଓଜେଇ ଅଧ୍ୟକ୍ଷ ତୁଷାରକାନ୍ତ ନାଥ ସୂଚନା ଦେଇଛନ୍ତି ।

ଆଧାର

ସମାଜ

Last Modified : 12/10/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate