অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଅପରାଧ ଶାସ୍ତ୍ର

ଉପକ୍ରମ

କଳା କିମ୍ବା ବିଜ୍ଞାନରେ ୫୦% ମାର୍କସ ରଖି ସ୍ନାତକ ପାସ୍ କରିଥିବା ଛାତ୍ରଛାତ୍ରୀ ଅପରାଧ ଶାସ୍ତ୍ର ପାଠ୍ୟକ୍ରମ ପଢିବା ପାଇଁ ପ୍ରବେଶିକା ପରୀକ୍ଷା ଦେଇପାରିବେ । ଦେଶ ଭିତରେ ହେଉ ଅବା ବାହାରେ ନିଯୁକ୍ତି ପାଇଲେ ବାର୍ଷିକ ଲକ୍ଷାଧିକ ଟଙ୍କା ଦରମା ଆକାରରେ ପାଇବେ ।

ଅପରାଧ ଶାସ୍ତ୍ରରେ ସ୍ନାତକୋତ୍ତ

ଅପରାଧ ଶାସ୍ତ୍ରରେ ମାଷ୍ଟର ଡିଗ୍ରୀ କରିବାକୁ ଚାହୁଁଥିଲେ ୫୦% ମାର୍କସ ରାଖୀ କଳା କିମ୍ବା ବିଜ୍ଞାନରେ ସ୍ନାତକ ପାସ୍ କରିଥିବା ଆବଶ୍ୟକ । ଏହି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଦେଶ ଭିତରେ ଓ ବାହାରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ପ୍ରବେଶିକା ପରୀକ୍ଷମାନ କରାଯାଉଛି । ଦେଶ ବାହାରେ ପଢିବାକୁ ଚାହୁଁଥିଲେ ପ୍ରବେଶିକା ପରୀକ୍ଷାରେ ଭଲ ସ୍କୋର କରିବାକୁ ପଡିଥାଏ । ଆମ ଦେଶରେ ଅନେକ ବିଶ୍ଵବିଦ୍ୟାଳୟରେ ଏହି ପାଠ୍ୟକ୍ରମ ରହିଛି । ୧ ନମ୍ବର ସ୍ଥାନରେ ଅଛି ନୂଆଦିଲ୍ଲୀର ଲୋକନାୟକ ଜୟପ୍ରକାଶ ନାରାୟଣ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଫରେନସିକ୍ ସାଇନ୍ସ ଆଣ୍ଡ କ୍ରିମନୋଲୋଜୀ । ଏହି ଅନୁଷ୍ଠାନ ପକ୍ଷରୁ ପ୍ରତି ବର୍ଷ ଜାତୀୟସ୍ତରରେ ଏପ୍ରିଲ- ମେ ମାସ ମଧ୍ୟରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥାଏ । କଳାରେ ସ୍ନାତକ କରିଥିବା ଛାତ୍ରଛାତ୍ରୀ ଏହି ଅନୁଷ୍ଠାନରେ କ୍ରିମନୋଲୋଜୀ ରେ ମାଷ୍ଟର ଡିଗ୍ରୀ କରିପାରିବେ । ସମୁଦାୟ ସିଟ୍ ସଂଖ୍ୟା ୨୨। ବିଜ୍ଞାନରେ ସ୍ନାତକ କରିଥିବା ଛାତ୍ରଛାତ୍ରୀ ଫରେନସିକ୍ ସାଇନ୍ସ ରେ ମାଷ୍ଟର ଡିଗ୍ରୀ କରିପାରିବେ । ସମୁଦାୟ ସିଟ୍ ସଂଖ୍ୟା ୩୧ ।

ଅପରାଧ ଶାସ୍ତ୍ରରେ ସ୍ନାତକୋତ୍ତ ବୃତ୍ତି

ଅପରାଧ ଶାସ୍ତ୍ରରେ ସ୍ନାତକୋତ୍ତର କରିବା ପରେ ବିଚାରାଳୟ, ବିଭିନ୍ନ ବିତ୍ତିୟ ସଂସ୍ଥା, ବେସରକାରୀ ଗୋଇନ୍ଦା ସଂଖ୍ୟା, ବ୍ୟବସାୟିକ ଲାଭ-କ୍ଷତି ଆକଳନ କରୁଥିବା ସଂସ୍ଥା, ଅର୍ଥନୈତିକ ଭ୍ରଷ୍ଟାଚାର ଅନୁଶୀଳନ କରୁଥିବା ସଂସ୍ଥା, ଫରେନସିକ୍ ସାଇନ୍ସ, ଚିକିତ୍ସା ଜନିତ ଅନୁସନ୍ଧାନ, ଅପରାଧୀଙ୍କ ସୁଧାର , ଅପରାଧକୁ ନେଇ ଗବେଷଣା କରାଯାଉଥିବା ସଂସ୍ଥାରେ ନିଯୁକ୍ତି ପାଇପାରିବେ। ନଚେତ୍ ଅଧ୍ୟାପନା କିମ୍ବା ଅପରାଧିକ ପ୍ରବୃତ୍ତି ଅଧ୍ୟୟନ କ୍ଷେତ୍ର, ଯୁବ ନ୍ୟାୟିକ କ୍ଷେତ୍ର (ଯୁବ କଲ୍ୟାଣ) ଆଦିରେ କାମ କରିପାରିବେ।

ସ୍ନାତକୋତ୍ତର ଛାଡନ୍ତୁ, ଅପରାଧ ଶାସ୍ତ୍ରରେ ସ୍ନାତକମାନଙ୍କୁ ବିଦେଶରେ ବାର୍ଷିକ ୨୨, ୦୮୬୨୦ ଟଙ୍କା ଦରମା ମିଳିଥାଏ । ନ୍ୟାସନାଲ ଆସୋସିଏସନ୍ ଅଫ୍ କଲେଜସ୍ ଆଣ୍ଡ ଏମ୍ପ୍ଲୟରର୍ସ ର ସର୍ଭେ ଅନୁଯାୟୀ ଅପରାଧ ଶାସ୍ତ୍ରବିଦମାନେ ବାର୍ଷିକ ୧୩,୯୧୦୨୫ ଟଙ୍କାରୁ ୨୯,୩୦୬୧୭ ଟଙ୍କା ଦରମା ପାଇଥାନ୍ତି । ଏଥିରୁ ଅନୁମାନ କରନ୍ତୁ ଅପରାଧ ଶାସ୍ତ୍ର ପାଠ୍ୟକ୍ରମରେ ମାଷ୍ଟରଡିଗ୍ରୀ କରିଥିବା ବ୍ୟକ୍ତିଙ୍କୁ ବାର୍ଷିକ କେତେ ଦରମା ମିଳୁଥିବ ।

ଆଧାର – ଦୈନିକ ପ୍ରମେୟ

Last Modified : 12/16/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate