অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଅଫିସ୍ ବିରୋଧରେ ସୋସିଆଲ

ମିଡିଆରେ ପୋଷ୍ଟ ପଡିପାରେ ମହଙ୍ଗା

ଆପଣଙ୍କୁ ନିଜ କମ୍ପାନୀ ଯେତେ ଖରାପ ଲାଗିଲେ ମଧ୍ୟ ସର୍ବସାଧାରଣରେ ଏହା ବିରୋଧରେ ଆଲୋଚନା କରିବା ଅତ୍ୟନ୍ତ ଖରାପ ଅଭ୍ୟାସ । ଏହା ଦ୍ଵାରା କିଛି ହାସଲ ହେବ ନାହିଁ ବରଂ ଆପଣଙ୍କ ଧାରଣା କମ୍ପାନୀ ତଥା ସର୍ବସାଧାରଣରେ ଖରାପ ହେବ । ସୋସିଆଲ ମିଡିଆରେ ନିଜ କମ୍ପାନୀ ବିରୋଧରେ ଆପଣ କୌଣସି ବିଷୟ ପୋଷ୍ଟ କଲେ କିଛି ସେକେଣ୍ଡ ମଧ୍ୟରେ ଏହା ହଜାର ହଜାର ଲୋକଙ୍କ ନିକଟରେ ପହଞ୍ଚିଯାଇପାରେ । ଏହା ଆପଣଙ୍କର କ୍ୟାରିୟର ବିଲଡିଙ୍ଗ ରେ  ବିପରୀତ ପ୍ରଭାବ ପକାଇଥାଏ ।

ଗୁରୁତ୍ଵପୂର୍ଣ୍ଣ କଥା

  • କମ୍ପାନୀର କୌଣସି ନୀତିରେ ଯଦି ଆପଣ ଖୁସି ନାହାନ୍ତି। ଏହାକୁ ନେଇ ମ୍ୟାନେଜମେଣ୍ଟ ସହ କଥା ହୁଅନ୍ତୁ । ବାହାରେ ଅଫିସ୍ ବିରୋଧରେ ମନ୍ତବ୍ୟ ଦେଇ ଆପଣ ନିଜ କ୍ୟାରିୟରକୁ ବିଭାଗଡିଦେବେ। ବାହାରେ ଅନ୍ୟ କୌଣସି ନିଯୁକ୍ତିଦାତା ଆପଣଙ୍କୁ ନେବା ପାଇଁ ୫ ଥର ଚିନ୍ତା କରିବେ । କାରଣ କୌଣସି କମ୍ପାନୀ ଏଭଳି କର୍ମଚାରୀ ଚାହିଁବେ ନାହିଁ ଯାହାଙ୍କର କମ୍ପାନୀ ପ୍ରତି କର୍ତ୍ତାବ୍ୟନିଷ୍ଠ ମନୋଭାବ ନାହିଁ।
  • ଏଭଳି କର୍ମଚାରୀ କମ୍ପାନୀ ପାଇଁ ଆଦୌ ଠିକ୍ ନୁହନ୍ତି ବୋଲି ଅନେକ ସଂସ୍ଥା ବିଚାର କରିଥାନ୍ତି । ତେଣୁ ସୋସିଆଲ ମିଡିଆକୁ ସମାଧାନର ପନ୍ଥା ଭାବେ ଆଦୌ ଗ୍ରହଣ କରନ୍ତୁ ନାହିଁ । ସୋସିଆଲ ମିଡିଆରେ ଆପଣଙ୍କ ସମସ୍ୟାକୁ ପୋଷ୍ଟ କରିଦେଲେ ଯେ ସବୁକିଛି ଠିକ୍ ହୋଇଯିବ ତାହା ଭାବନ୍ତୁ ନାହିଁ ।
  • ସୋସିଆଲ ମିଡିଆରେ ଆପଣଙ୍କର କମ୍ପାନୀ ବିରୋଧରେ କୌଣସି ଏକ ମନ୍ତବ୍ୟ କମ୍ପାନୀର ଭାବମୂର୍ତ୍ତି ଉପରେ ସିଧାସଳଖ ପ୍ରଭାବ ପକାଇଥାଏ । ଯେଉଁ କମ୍ପାନୀରେ କାର୍ଯ୍ୟ କରୁଛନ୍ତି ଉକ୍ତ କମ୍ପାନୀର ଗୁମର ବାହାରେ ଖୋଲିବା ଆଦୌ ଯୁକ୍ତିଯୁକ୍ତ ନୁହେଁ ।
  • କମ୍ପାନୀର ଅନ୍ୟ କୌଣସି ଅଧୁକାରୀ, ପଡ଼ିପାରେ ମହଙ୍ଗୀ ସହିତ ଆପଣଙ୍କର କୌଣସି ବିଷୟକୁ ନେଇ ମତାନ୍ତର ଥିଲେ ଏହାକୁ ବାହାରେ ପ୍ରଘଟ କରନ୍ତୁ ନାହିଁ। କମ୍ପାନୀର ପଲିସିରେ ଆପଣ ସନ୍ତୁଷ୍ଟ ନ ଥିଲେ। ଏହାକୁ ବାହାରେ ପ୍ରଘଟ କରନ୍ତୁ ନାହିଁ । ଏ କ୍ଷେତ୍ରରେ ସପୁର ବସ୍‌ଙ୍କ ସହଯୋଗ ଲୋଡିପାରନ୍ତି ।
  • କମ୍ପାନୀରେ କୌଣସି ପ୍ରକାର ରାଜନୈତିକ ବାତାବରଣର ସାମ୍ନା କରୁଥିଲେ ଆଦୌ ବିଚଳିତ ହୁଅନ୍ତୁ ନାହିଁ । ମନେରଖନ୍ତୁ ଉଭେଜିତ ହୋଇ ତରବରିଆ ଭାବେ କୌଣସି ନିଷ୍ପଭି ନେଲେ ଏହା ଭଲ କମ୍ ଖରାପ ଅଧିକ ସାବ୍ୟସ୍ତ ହୋଇଥାଏ । ପରିସ୍ଥିତି ଆପଣଙ୍କ ନିୟନ୍ତ୍ରଣକୁ ଆସେନାହିଁ। ତେଣୁ ସୁଯୋଗକୁ ଅପେକ୍ଷା କରନ୍ତୁ । ଯଦି ସହିବାର ସୀମା ଟପିଯାଏ ତା'ହେଲେ ସୁପର୍ ବସ୍‌ଙ୍କ ମାଧ୍ୟମରେ ପରିସ୍ଥିତିକୁ ସଜାଡିବାକୁ ଚେଷ୍ଟା କରନ୍ତୁ । ମନେରଖନ୍ତୁ ସୋସିଆଲ ମିଡିଆରେ ଆପଣ ନିଜ କମ୍ପାନୀକୁ ନେଇ ନକାରାତ୍ମକ ପୋଷ୍ଟ କରିବା ଦ୍ଵାରା ନିଜକୁ ଅନ୍ୟମାନଙ୍କ ପାଖରେ ସମ୍ପୁର୍ଣ୍ଣ ଅନ୍-ପ୍ରଫେସନାଲ କରିଦେବେ । ଆପଣଙ୍କ ପ୍ରତି ଅନ୍ୟମାନଙ୍କ ଧାରଣା ଅତ୍ୟନ୍ତ କରାପ ହୋଇଯିବ । ଫଳରେ ସମାଧାନ ହେବନାହିଁ ତା’ସହିତ ଆପଣଙ୍କର ଭାବମୂର୍ତ୍ତି ଅନ୍ୟମାନଙ୍କ ପାଖରେ ଖରାପ ହୋଇଯିବ ।
  • ଯେଉଁମାନଙ୍କ ସହ ଆପଣଙ୍କର ମତାନ୍ତର ରହିଛି ହୁଏତ ସେମାନଙ୍କର ସମ୍ପର୍କ ମ୍ୟାନେଜମେଣ୍ଟ ସହ ଭଲ ରହିଥାଇପାରେ । ଯଦି ଆପଣ କମ୍ପାନୀରେ ସାମ୍ନା କରୁଥୁବା ସମସ୍ୟାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଦେବେ ଅନ୍ୟମାନେ ଆପଣଙ୍କ ଏହି କାର୍ଯ୍ୟକଳାପ ସମ୍ପକରେ ମ୍ୟାନେଜମେଣ୍ଟକୁ ଜଣାଇ ଦେଇପାରନ୍ତି । ଏହାପରେ ଆପଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କମ୍ପାନୀ ଆପଣଙ୍କୁ ଚାକିରିରୁ ବହିଷ୍କାର କରିପାରେ । ଏହାଦ୍ଵାରା ଆପଣଙ୍କର କୌଣସି ପ୍ରକାର ଲାଭ ହେବନାହିଁ  ବରଂ ଏହାର ଫାଇଦା ଅନ୍ୟମାନେ ନେବେ ।

ଉପରୋକ୍ତ ପଏଣ୍ଟଗୁଡିକୁ ଧ୍ୟାନରେ ଦେଇ ସୋସିଆଲ ମିଡିଆରେ କୌଣସି ପ୍ରକାର ପୋଷ୍ଟ କରିବା ପୂର୍ବରୁ ସଚେତନ ରାହୁଇବା ଜରୁରୀ ।

ସଂଗୃହିତ : ପ. କ୍ ପ୍ରମାନିକ

Last Modified : 12/10/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate