অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସରେ କ୍ୟାରିୟର

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ

କିଛି ବର୍ଷ ପୂର୍ବରୁ ଯାହାକୁ ଆମେ କାଳ୍ପନିକ ବା ମନଗଢା କାହାଣୀ ବୋଲି ଭାବୁଥିଲେ ତାହା ଆଜି ବାସ୍ତବ ହେଉଛି  । ଯାହା ଅବାସ୍ତବ ବା ମିଛ ବୋଲି ଲାଗୁଥିଲା ଏବେ ତାହା ସତ ହେଉଛି  । ମଣିଷ ନିଜର ବିଚକ୍ଷଣ ବୁଦ୍ଧି ବଳରେ ମାଟି, ପାଣି, ପବନକୁ କାଳ୍ପନିକ ଢଙ୍ଗରେ ସଜିଲ କରୁଛି  । ଏବେ ବଜାରରେ ମାଟି ପ୍ୟାକେଟ ଆକାରରେ ମିଳୁଛି  । ସେହିପରି ଘରକୁ ଶୀତତାପ ନିୟନ୍ତ୍ରିତ କରାଯାଇପାରୁଛି  । ଏ ସବୁ ଅତ୍ୟାଧୁନିକ ଜ୍ଞାନ କୌଶଳର ପ୍ରଭାବ, ଯାହାକି ଉତ୍ତରଆଧୁନିକ ଯୁଗରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ନାମ ଧାରଣ କରିଛି  ।

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ (ଏମ୍ଆଇ) ମଧ୍ୟ କୁହାଯାଉଛି  । କମ୍ପ୍ୟୁଟର ସାଇନ୍ସ ଭାଷାରେ ଏହାକୁ ଇଣ୍ଟେଲିଜେନ୍ସ ଏଜେଣ୍ଟସ୍ ର ଶିକ୍ଷାର ସଜ୍ଞା ଦିଆଯାଇଛି  ।

ଏହି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବର୍ତ୍ତମାନ କେବଳ ବୈଜ୍ଞାନିକ ମାନଙ୍କର କଳ୍ପନା ଭିତରେ ସୀମିତ ନାହିଁ ବରଂ ଏବେ ଏହା ନୂତନ ନିଯୁକ୍ତି ସୁଯୋଗ ପାଇଁ ଏକ ମାଧ୍ୟମରେ ପରିଣତ ହୋଇଛି  । ବିଭିନ୍ନ ବିଶ୍ଵବିଦ୍ୟାଳୟ ଏବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ସ୍ନାତକ ପାଠ୍ୟକ୍ରମ ତଥା ଅନଲାଇନ୍ କୋର୍ସ ପ୍ରଦାନ କଲେଣି  । ଏକ ତଥ୍ୟ ଅନୁସାରେ ଆଉ କିଛି ବର୍ଷ ପରେ ୨୦ ରୁ ୩୦ ବର୍ଷ ବୟସ୍କ ପ୍ରାୟ ୮୦% ସ୍ପେନ୍ ଅଧିବାସୀ ନିଜ ପାଠପଢା ସମୟରେ ନିଜର ପ୍ରଫେଶନ ବାଛି ସାରିଥିବେ  । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ସେଠାରେ ଅଧିକ ପ୍ରାଧାନ୍ୟ ଦିଆଯାଉଥିବାରୁ ଏଭଳି ହେବାର ଯଥେଷ୍ଟ ସମ୍ଭାବନା ରହିଛି  । ବୋଲି କୁହାଯାଉଛି  ।

ଏହାର ଆବଶ୍ୟକତା

ପ୍ରାଥମିକ ଶିକ୍ଷା ଗ୍ରହଣ ବେଳେ ଅନେକ ପିଲା ବିଜ୍ଞାନ ଓ ଗଣିତ କ୍ଷେତ୍ରରେ ଦୁର୍ବଳ ଥାଆନ୍ତି  । ଆଲ୍ଫା, ବିଟା, ଗାମା ଭଳି କିଛି ଶବ୍ଦ ଜୀବନର କେଉଁ ସମୟରେ କାର୍ଯ୍ୟରେ ଲାଗିବ ବୋଲି ପ୍ରଶ୍ନ ସେମାନଙ୍କୁ ଆନ୍ଦୋଳିତ କରେ  । କିନ୍ତୁ ଏବେ କୁହାଯାଉଛି ସାଇନ୍ସ, ଟେକ୍ନୋଲୋଜି, ମାଥମାଟିକ୍ସ ଏବଂ ଇଞ୍ଜିନିୟରିଂର ସମ୍ମିଶ୍ରଣରେ ବର୍ତ୍ତମାନ ଯେଉଁ ସବୁ ଅସମ୍ଭବ ସମ୍ଭବରେ ପରିଣତ ହେଉଛି ତାହା କୃତ୍ରିମ ଜ୍ଞାନ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ  ।

ସ୍ପେନସ୍ଥିତ ୟୁନିଭର୍ସିଟି ଅଫ୍ ଆଲିକେଣ୍ଟର ଡିନ୍  ଆଣ୍ଡ୍ରେସ ପେଡ୍ରେନୋଙ୍କ କହିବାନୁସାରେ, ‘ଆଉ କିଛି ବର୍ଷ ପରେ ଛାତ୍ରୀଛାତ୍ରଙ୍କ ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏକ ଆବଶ୍ୟକତାରେ ପରିଣତ ହେବ  । ବିଜ୍ଞାନର ଯେଉଁ କୌଣସି ବିଭାଗରେ ସ୍ପେସିଆଲାଇଜେଶନ କଲେ ମଧ୍ୟ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସମ୍ପର୍କରେ ଜ୍ଞାନ ଆହରଣ କରିବା ଜରୁରୀ ହୋଇ ପଡିବ’  ।

ବିଶ୍ୱବିଦ୍ୟାଳୟର ଭୂମିକା

କେତେକ ବିଶ୍ୱବିଦ୍ୟାଳୟରେ ଏବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ଶିକ୍ଷା ପ୍ରଦାନ କରାଗଲାଣି  । କିନ୍ତୁ ଏହା ପୂର୍ବରୁ ଗଣିତ, ବିଜ୍ଞାନ, ଟେଲିକମ୍ୟୁନିକେଶନ, ପଦାର୍ଥବିଜ୍ଞାନ ଆଦିରେ ସ୍ନାତକ ଶିକ୍ଷା ପ୍ରଥମ ସୋପାନ ବୋଲି ଧରାଯାଉଛି  । ଏହାପରେ ସ୍ନାତକୋତ୍ତର ତଥା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସରେ ଗବେଷଣା ମଧ୍ୟ କରାଯାଇ ପାରିବ  । ଏହି ଗବେଷଣା ମଧ୍ୟରେ ଅଟୋମେଟିକ ଲର୍ନିଙ୍ଗ, କଗ୍ନିଟିଭ୍ ରୋବଟିକ୍ସ, ଆର୍ଟିଫିସିଆଲ ଭିଜନ, ସ୍ପିଚ୍ ରେକଗ୍ ନାଇଜେଶନ, ପ୍ରୋସେନିଂ ନେଚୁରାଲ ଲାଙ୍ଗୁଏଜ୍ ଆଦି ରହିଛି  ।

ଅନଲାଇନ୍ ଶିକ୍ଷା ବ୍ୟବସ୍ଥା

ଏବେ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ତଥା ବିଶ୍ୱବିଦ୍ୟାଳୟ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ମାସିଭ୍ ଅନଲାଇନ୍ ଓପନ କୋର୍ସ (ଏମ୍ଓଓସି) ପ୍ରଦାନ କରୁଛନ୍ତି  । ବିଗ୍ ଡାଟା, ରୋବଟିକ୍ସ, କମ୍ପ୍ୟୁଟେଶନାଲ ଇଣ୍ଟେଲିଜେନ୍ସ ଆଦି କ୍ଷେତ୍ରରେ ଏହି ଏମ୍ଓଓସି ମାଧ୍ୟମରେ ସ୍ଵତନ୍ତ୍ର ଜ୍ଞାନ ଆହରଣ କରାଯାଇ ପାରିବ  । ମାଷ୍ଟର୍ସ ଇନ୍ ଆଡଭାନ୍ସ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ମାଷ୍ଟର୍ସ ଇନ୍ ଏଆଇ ରିସର୍ଚ୍ଚ ଆଦି ପାଠ୍ୟକ୍ରମ ମଧ୍ୟ ରହିଛି  ।

ଯେଉଁମାନେ ଏହି କ୍ଷେତ୍ରରେ ନିଜର କ୍ୟାରିୟର ଗଢିବାକୁ ଚାହୁଁଛନ୍ତି ସେମାନେ ସାଇଣ୍ଟିଫିକ୍ ରିଭ୍ୟୁ ମଧ୍ୟ କରିବା ଆବଶ୍ୟକ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି  । ସେହିପରି ସୋସିଆଲ୍ ମିଡିଆରେ ଉପଲବ୍ଧ ହେଉଥିବା ବିଭିନ୍ନ ତଥ୍ୟ ଓ ଅନ୍ୟାନ୍ୟ ବିଷୟବସ୍ତୁକୁ ମଧ୍ୟ ସମୀକ୍ଷା କରିବା ଉଚିତ  । କୁହାଯାଉଛି ବର୍ଷ ୨୦୧୮ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ପାଇଁ ଏକ ଉତ୍ତମ ବର୍ଷ ହେବ  । ବିଶ୍ଵର ପାଖାପାଖି ୮୦% ବୃହତ ସଂସ୍ଥା ଏହି କ୍ଷେତ୍ରରେ ନିବେଶ କରିବେ  । ୬୦% ସଂସ୍ଥା କନସେପ୍ଟ  ଟେଷ୍ଟ କରିବେ  । ଏହାକୁ ନେଇ ଏବେଠାରୁ କେତେକ ସଂସ୍ଥା ଆକଳନ କରୁଛନ୍ତି  । ଖାଲି ସେତିକି ନୁହେଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କେବଳ ଭବିଷ୍ୟତ ନୁହେଁ ଏହା ବର୍ତ୍ତମାନର ଆବଶ୍ୟକତା ବୋଲି କେତେକ ବୈଜ୍ଞାନିକ ମତ ରଖିଲେଣି  ।

ଆଧାର : କ୍ୟାରିୟର ବ୍ୟୁର

Last Modified : 6/23/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate