অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କଭର୍ ଲେଟରର ଗୁରୁତ୍ଵ

କଭର୍ ଲେଟରର ଗୁରୁତ୍ଵ

କଭର୍ ଲେଟରର

ଚାକିରି ନିମନ୍ତେ ଆବେଦନ କରିବା ସମୟରେ ଆମ ମଧ୍ୟରୁ ଅଧିକାଂଶ  କଭର୍ ଲେଟରକୁ ଗୁରୁତ୍ଵ ଦେଇ ନ ଥାଉ । ଆମେ ଏହା ଜାଣୁନା ଯେ, ରିଜ୍ୟୁମ୍ ପଠାଇବା ସମୟରେ କଭର ଲେଟରକୁ ଯୋଡି ନିଯୁକ୍ତିଦାତାଙ୍କ ନିକଟରେ ଏକ ଭଲ  ଇମ୍ପ୍ରେସନ୍  ବନାଇହେବ । ପ୍ରଥମ ଇମ୍ପ୍ରେସନ୍ ହିଁ ଅନ୍ତିମ ଇମ୍ପ୍ରେସନ୍ ଭଳି ଏହାର ଗୁରୁତ୍ଵ ଯଥେଷ୍ଟ ରହିଛି । ତେଣୁ ଏହାକୁ ହାଲକା ଭାବେ ନେବା ଆଦୌ ଉଚିତ୍ ନୁହେଁ । ଜାପାନ। ଏପରିକି କିଛି ୟୁରୋପୀୟ ରାଷ୍ଟ୍ରରେ ଯେକୌଣସି କମ୍ୟୁନିକେଶନ୍ ପ୍ରକ୍ରିୟା ସବୁଥିରେ କଭର୍ ଲେଟରର ଆବଶ୍ୟକ ପଡିଥାଏ । ପ୍ରାର୍ଥୀଙ୍କ ଲେଖାଶୈଳୀରୁ ତାଙ୍କୁ ମାର୍କ ପ୍ରଦାନ କରାଯାଇଥାଏ । ଆପଣଙ୍କ କଭର ଲେଟରରୁ ମ୍ୟାନେଜମେଣ୍ଟ ତଥା ଏଚ୍ଆର୍ କନସଲଟାଣ୍ଟ  ଆପଣଙ୍କୁ ପରଖିଥାନ୍ତି । ଚାକିରି ପ୍ରତି ଆପଣଙ୍କ ସିରିୟସନେସ୍ । ଏଥିରୁ ଜଣାପଡିଥାଏ । ୧ରୁ୨ ପାରାଗ୍ରାଫ୍ ବିଶିଷ୍ଟ କଭର ଲେଟର୍ ଆପଣଙ୍କ ପ୍ରୋଫାଇଲକୁ ବଳିଷ୍ଟ କରିଥାଏ ।

ସାଧାରଣତଃ ଲେଟର ଦୁଇପ୍ରକାର ଥାଏ । ଗୋଟିଏ ହେଉଛି ବ୍ୟକ୍ତିଗତ   ଏବଂ ଅନ୍ୟଟି ହେଉଛି ପେସାଗତ ।

ବ୍ୟକ୍ତିଗତ ଲେଟରର ସିଧାସଳଖ ପ୍ରଭାବ ଆପଣଙ୍କ କ୍ୟାରିୟର ଉପରେ ସେତେଟା ନ ଥାଏ କିନ୍ତୁ ପ୍ରଫେସନାଲ ଲେଟର୍ ବା ପେସାଗତ ଲେଟରର ଗୁରୁତ୍ଵ ଯଥେଷ୍ଟ ରହିଛି । ଅନେକ ସମୟରେ ଏଥିରେ ସାମାନ୍ୟ ଭୁଲ ଯୋଗୁ ଆପଣଙ୍କୁ ସୁଯୋଗ ହରାଇବାକୁ ପଡିଥାଏ । ଏଣୁ ଚାକିରି ପାଇଁ ହେଉ କିମ୍ବା ପଦୋନ୍ନତି ଟ୍ରାନ୍ସଫର ପାଇଁ ହେଉ କିମ୍ବା ଡକ୍ୟୁମେଣ୍ଟ  ସେଣ୍ଡି" କଭର ଲେଟରର ଗୁରୁତ୍ଵ ଯଥେଷ୍ଟ ରହିଛି । ଇଣ୍ଟରନେଟ୍ ଯୁଗରେ ଆମେ କଭର ଲେଟରର ସଫ୍ଟ ଫର୍ମ ବ୍ୟବହାର କରିଥାଉ । ତେବେ ହାର୍ଡ କପି ଆକାରରେ ରିଜ୍ୟୁମ ପଠାଇବାବେଳେ କେତେକ ବିଷୟ ପ୍ରତି ଧ୍ୟାନ  ଦେବା ନିତାନ୍ତ ଜରୁରୀ ।

ଗୁରୁତ୍ୱ ଟିପ୍

  • କଭର ଲେଟର ପାଇଁ ଭଲ କାଗଜ ବ୍ୟବହାର କରନ୍ତୁ। ଏହା ଅଧିକ  ମୋଟା କିମ୍ବା ଅଧିକ ପତଳା ହୋଇ ନ ଥିବା ଦରକାର । ପେପରରେ କୌଣସି ପ୍ରକାର ଦାଗ ରହି ନ ଥିବା ଦରକାର । ଚିରା କିମ୍ବା ଭାଙ୍ଗ ହୋଇ ନ ଥିବା ଦରକାର ।
  • ସାଧାରଣ ଭାବେ ଗ୍ରହଣୀୟ ଫଣ୍ଟ ଯେପରି ନ୍ୟୁ ଟାଇମ୍, ରୋମାନ୍, କାଲିବିରି କିମ୍ବା କୌଣସି ସାଧାରଣ ଫଣ୍ଟ ବ୍ୟବହାର କରିବା ଉଚିତ । ଅଧିକ ଉତ୍ତେଜକ ଫଣ୍ଟ ବ୍ୟବହାର କରନ୍ତୁ ନାହିଁ । ସବୁଯାକ ଲେଟର କ୍ୟାପିଟାଲ କିମ୍ବା ସ୍ମଳ କରନ୍ତୁ ନାହିଁ। ଅଧିକ ବଡ ଫଣ୍ଟ ମଧ୍ୟ ବ୍ୟବହାର କରିବା ଉଚିତ ନୁହେଁ । କେତେକ ପ୍ରାର୍ଥୀ ଦୃଷ୍ଟି ଆକର୍ଷଣ କରିବା ପାଇଁ ଲେଟର ଗୁଡିକୁ ବୋଲ୍‌ଡ କରିପକାନ୍ତି । ମନେରଖନ୍ତୁ ମାତ୍ରାଧିକ  ଭାବେ ଏହାକୁ କରିବା ଦ୍ଵାରା ପ୍ରୋଫାଇଲ୍ ଶସ୍ତା ହୋଇଯାଏ ।
  • ଫଣ୍ଟ କଲର୍ ମଧ୍ୟ ଗୁରୁତ୍ଵପୂର୍ଣ୍ଣ । ଏହା କଳା କିମ୍ବା ଡାର୍କ ବ୍ଲ ବ୍ଳାକ୍  ଇଙ୍କ ହେଲେ ଭଲ । ଜରୁରୀ ଥିବା ସ୍ଥାନରେ ହାଇଲାଇଟର୍ ବ୍ୟବହାର କରନ୍ତୁ, ସବୁଆଡେ ନୁହେଁ ।
  • କଭର୍ ଲେଟରରେ ରେସିଫିଏଣ୍ଟଙ୍କ ଠିକଣାକୁ ଉପରେ ବାମ ପାର୍ଶ୍ଵରେ ରଖନ୍ତୁ । ତାଙ୍କ ନାମ, ପଦବୀ ଏବଂ ଠିକଣା ବାମ ପଟେ ରହିବା ଉଚିତ । ଡେଟ୍ ଏବଂ ପ୍ଲେସ ଉପର ଡାହାଣ ପାର୍ଶ୍ଵରେ ରଖନ୍ତୁ । ଠିକଣା ତଳକୁ ଉପଯୁକ୍ତ ସ୍ପେସ ରଖି ବିଷୟବସ୍ତୁ ତଥା ରେଫରେନ୍ସଙ୍କ ବିବରଣୀ ଲେଖିବା ଦରକାର । ଲେଟର ଡ୍ରାଫ୍ଟ କରିବା ସମୟରେ ରିମାର୍କ ପାଇଁ ଉଭୟ ପାର୍ଶ୍ଵରେ ଉପଯୁକ୍ତ ସ୍ପେସ ରଖନ୍ତୁ । ରେଫରେନ୍ସଙ୍କ ବିବରଣୀ ସଠିକ୍ ହୋଇଥିବା ଦରକାର । ଏହା ନହେଲେ ଆପଣଙ୍କ ପ୍ରତି ନିଯୁକ୍ତିଦାତାଙ୍କ ଇମ୍ପ୍ରେସନ୍ ଅତ୍ୟନ୍ତ ଖରାପ ହୋଇଯିବ । ଅନାବଶ୍ୟକ ଜିନିଷକୁ କଭର ଲେଟରରେ ରଖନ୍ତୁ ନାହିଁ ।
  • ଯାହାଙ୍କ ନିକଟକୁ ଲେଟର୍ ପଠାଉଛନ୍ତି ତାଙ୍କର ନାଁ, ପଦବୀ ଠିକ୍ ଭାବେ ଲେଖନ୍ତୁ । ଏଥିରେ କୌଣସି ପ୍ରକାର ଭୁଲ ଯୋଗୁ ଆପଣଙ୍କୁ ସୁଯୋଗ ହରାଇବାକୁ ପଡିପାରେ । ଇଣ୍ଟରଭୂଖ୍ୟ ପାଇଁ ଆପଣଙ୍କୁ ବିଚାରକୁ ନିଆ ନ ଯାଇପାଚୋର |
  • କଭର୍ ଲେଟରରେ କଣ୍ଟେଣ୍ଟଗୁଡିକ ସ୍ପଷ୍ଟ ରହିବା ଦରକାର | କଣ୍ଡେଣ୍ଟଗୁଡିକ ମଧ୍ୟରେ ଉପଯୁକ୍ତ ସ୍ପେସ ରଖନ୍ତୁ ।
  • ଲେଟରକୁ ପଠାଇବା ପୂର୍ବରୁ ଏହାକୁ ଭଲ ଭାବେ ୨/ ୩ ଥର ପଢ଼ନ୍ତୁ । କୌଣସି ପ୍ରକାର ତୁଟି ଥିଲେ ଏହା ଜଣାପଡିବ ।
  • ଆପଣଙ୍କ ଲେଟର ପ୍ରତି ଦୃଷ୍ଟି ଆକର୍ଷଣ କରୁଥିବାରୁ ଏଥିପାଇଁ ଶେଷରେ ରେସିଫିଏଣ୍ଟଙ୍କୁ ଧନ୍ୟବାଦ ଦିଅନ୍ତୁ। କଭର୍ ଲେଟରରେ କେବଳ ଆପଣ ନିଜକୁ ଉପସ୍ଥାପନ କରୁଛନ୍ତି ତାହା ନୁହେଁ ଏକ ସନ୍ତୁଳିତ କମ୍ୟୁନିକେଶନ୍ ଜରିଆରେ ନିଯୁକ୍ତିଦାତାଙ୍କୁ ଆପଣଙ୍କ ପ୍ରୋଫାଇଲ୍ ପ୍ରତି ଦୃଷ୍ଟି ଆକର୍ଷଣ କରିବା ପାଇଁ ଉଦ୍ୟମ
  • ମଧ୍ୟ କରୁଛନ୍ତି । କଭର୍ ଲେଟର୍ ମାଧ୍ୟମରେ ଯଦି ନିଯୁକ୍ତିଦାତାଙ୍କୁ ଆକୃଷ୍ଟ କରିପାରିଲେ ତା'ହେଲେ ଏହା ଆପଣଙ୍କ ପାଇଁ ଭଲ ସଙ୍କେତ ।
  • ସଫ୍ ଫର୍ମରେ କଭର୍ ଲେଟର୍ ଦେଉଥିଲେ ମଧ୍ୟ ସମାନ ବିଷୟଗୁଡିକ ପ୍ରତି ଧ୍ୟାନ ଦେବାକୁ ପଡିବ । ଅନାବଶ୍ୟକ ବିଷୟଗୁଡିକୁ ହଟାଇବାକୁ ପଡିବ ।
  • କଣ୍ଡେଣ୍ଟରେ କୌଣସି ପ୍ରକାର ବନାନଗତ ତଥା ବ୍ୟାକରଣଗତ ତ୍ରୁଟି ରହି ନ ଥିବା ଦରକାର । କଭର୍ ଲେଟର ଆପଣଙ୍କ ପ୍ରୋଫାଇଲ୍‌ର ଓଜନକୁ ବଢ଼ାଇଥାଏ । ତେଣୁ ଏହାକୁ ପ୍ରସ୍ତୁତ କରିବା ସମୟରେ ଉପରୋକ୍ତ ପଏଣ୍ଟଗୁଡକୁ ଯଥେଷ୍ଟ ଧ୍ୟାନ ଦେବା ଦରକାର । ଏହାର ଗୁରୁତ୍ଵକୁ ଆଦୌ ଅବହେଳା କରିବା ଉଚିତ ନୁହେଁ ।
  • ଅନେକ ସମୟରେ ଦେଖାଯାଏ ପ୍ରାର୍ଥୀମାନେ ଗୋଟିଏ କଭର ଲେଟର ଫର୍ମାଟ୍ ରଖିଥାନ୍ତି । ରେସିଫିଏଣ୍ଟମାନଙ୍କ ଠିକଣା ବଦଳାଇ ଦେଇ ବାରମ୍ବାର ଏହାକୁ ବିଭିନ୍ନ ପଦବୀ ପାଇଁ ପଠାଇଚାଲନ୍ତି । ଏହା ଆଦୌ ଉଚିତ ନୁହେଁ। ସମୟ ବ୍ୟବଧାନରେ ଏଥିରେ ନୂତନତ୍ଵ ଆଣନ୍ତୁ। ଏହା ନହେଲେ ଆପଣଙ୍କ ପ୍ରୋଫାଇଲ ପ୍ରତି ନିଯୁକ୍ତିଦାତାଙ୍କ ଦୃଷ୍ଟି ଯିବନାହିଁ ।

କଭର୍ ଲେଟର୍ ଆକର୍ଷଣୀୟ ହୋଇଥିଲେ ଆପଣଙ୍କ ନିଯୁକ୍ତି ସମ୍ଭାବନା ଯଥେଷ୍ଟ ବଢ଼ିଯାଏ ।

ସଂଗୃହିତ: ପ. କ୍ ପ୍ରମାନିକ

Last Modified : 12/10/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate