অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

କର୍ମଚାରୀଙ୍କୁ ଦକ୍ଷ କରିବାର ଉପାୟ

କର୍ମଚାରୀଙ୍କୁ ଦକ୍ଷ କରିବାର ଉପାୟ

ଦଶ କୋଡିଏ ବର୍ଷ ପୂର୍ବରୁ କୌଣସି କାର୍ଯ୍ୟାଳୟରେ ଯେପରି କାମ କରାଯାଉଥଲା ବା କାର୍ଯ୍ୟ କରିବାର ପଦ୍ଧତି ଅଲା। ବର୍ତ୍ତମାନ ସେଥିରେ ସମ୍ପୁର୍ଣ୍ଣ ପରିବର୍ତ୍ତନ ଆ ସିଛି । ଏହାର ସବୁଠାରୁ ବଡ କାରଣ ହେଉଛି ବୈଷୟିକ ଜ୍ଞାନକୌଶଳର ବନ୍ୟାପକ ପରିବର୍ତ୍ତନ । ତେବେ ଉକ୍ତ ସମୟରେ ଯେଉଁ କର୍ମଚାରୀ ଥିଲେ ବର୍ତ୍ତମାନ ମଧ୍ୟ କାର୍ଯ୍ୟାଳୟରେ ସେହି କର୍ମଚାରୀ ରହିଛନ୍ତି । କିନ୍ତୁ ଅନେକ ସମୟରେ ଦେଖାଯାଏ । ହଠାତ୍ ନୂଆ କୌଶଳରେ କାର୍ଯ୍ୟ କଲାବେଳେ କର୍ମଚାରୀ ପ୍ରସ୍ତୁତ ନ ଥାନ୍ତି । ସେତେବେଳେ କାମରେ ବାଧା ଉପୁଜେ । ତେବେ କର୍ମଚାରୀଙ୍କୁ ଦକ୍ଷ କରିବାର କେତୋଟି ଉପାୟ ଏଠାରେ ପ୍ରଦାନ କରାଗଲା ।

ପୁନଃପ୍ରଶିକ୍ଷଣ ପ୍ରଦାନ

ଦିନକୁ ଦିନ ବୈଷୟିକ ଜ୍ଞାନକୌଶଳ ଉନ୍ନତ ହେଉଛି । କର୍ମ ସଂସ୍ଥାନରେ ନୂଆ ନୂଆ ପଦ୍ଧତି ଅବଲମ୍ବନ କରାଯାଉଛି । ତେଣୁ ଅବସ୍ଥାପିତ କର୍ମଚାରୀଙ୍କୁ ଦକ୍ଷ କରିବା ପାଇଁ ଆବଶ୍ୟକ ଅନୁସାରେ ପୁନଃ ପ୍ରଶିକ୍ଷଣ ପ୍ରଦାନ କରିବା ଉଚିତ । ଯେଉଁ ନୂତନ କୌଶଳ ଗ୍ରହଣ କରାଯିବ ସେଥିରେ କର୍ମଚାରୀ ଅଭ୍ୟସ୍ତ ହେବା ପାଇଁ ପ୍ରଶିକ୍ଷକଙ୍କ ଦ୍ଵାରା ଟ୍ରେନିଂ ପ୍ରଦାନ କରାଯିବା ଉଚିତ ।

ଟାଇମ୍‌ଫ୍ରେମ୍ ସ୍ଥିର କରନ୍ତୁ

ଅନୁଷ୍ଠାନର ମୁଖ୍ୟ ସଦାବେଳେ ଚାହାନ୍ତି ଯେ, ଅଫିସ୍ ଆୱାର ସଦାବେଳେ ପ୍ରଡକ୍ଟିଭ ହେଉ । ଉକ୍ତ ସମୟ ମଧ୍ୟରୁ କିଞ୍ଚିତ ପରିମାଣ ସମୟ ଯେପରି ଅଯଥା ନଷ୍ଟ ନ ହେଉ । ତେଣୁ କମ୍ ସମୟରେ କର୍ମଚାରୀଙ୍କୁ ଅପଡେଟ୍ ଟେକନିକ୍ ସହ ଅଭ୍ୟସ୍ତ କରିବା ପାଇଁ ହେଲେ ଏକ ନିର୍ଦ୍ଦିଷ୍ଟ ଟାଇମ୍ ଫ୍ରେମ୍  ସ୍ଥିର କରିବା ଉଚିତ । ପ୍ରାରମ୍ଭିକ ଅବସ୍ଥାରେ ଯେତେ ସମୟ ପ୍ରଶିକ୍ଷଣରେ ବିନିଯୋଗ ହୋଇଥିବା  ଏହାର ସୁଫଳ ଦୀର୍ଘମିଆଦୀ ସୂତ୍ରରେ ମିଳିବ ।

ଡିଜିଟାଲ ଲର୍ନିଂ

ବର୍ତ୍ତମାନ ବିଭିନ୍ନ କମ୍ପାନୀ ଇଣ୍ଟରନେଟଭିତ୍ତିକ ଓ ସମୟ ସାପେକ୍ଷ ଡିଜିଟାଲ୍ କୋର୍ସ ପ୍ରଦାନ କରୁଛନ୍ତି । ଏହା ଦ୍ଵାରା ଉଭୟ କର୍ମଚାରୀ ଓ ପରିଚାଳକଙ୍କର ଲାଭ ହେଉଛି । ଅନଲାଇନ୍, ଟ୍ରେନିଂ ପାଇଁ ବିଭିନ୍ନ ଆପ୍ଲିକେଶନ ଏବେ ବିକଶିତ ହେଲାଣି, ଯାହାକି ନିଜ ସ୍ନାର୍ଟଫୋନରେ ଡାଉନଲୋଡ୍ କରି ଘରେ ମଧ୍ୟ ଶିକ୍ଷାଗ୍ରହଣ କରିହେବ । ଏହା ଦ୍ଵାରା ସମୟ ବଞ୍ଚିବା ସହିତ ବାରମ୍ବାର ଅଭ୍ୟାସ କରିବାକୁ ମଧ୍ୟ ସୁଯୋଗ ମିଳିଥାଏ ।

ଆଧାର: କେରିୟାର କୌନସିଳିଙ୍ଗ

Last Modified : 12/24/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate