କର୍ମକ୍ଷେତ୍ରରେ କେବଳ ‘ଉଭ୍ରମ’ କର୍ମଚାରୀର ମାନ୍ୟତା ପାଇ ସନ୍ତୁଷ୍ଟ ରହିବାକୁ କେହି ଚାହାନ୍ତି ନାହିଁ ବରଂ ସର୍ବୋତ୍ତମୀ ଭାବେ ପରିଗଣିତ ହେବାକୁ ସଭିଙ୍କ ଇଚ୍ଛା ଥାଏ । ଏମିତିରେ କାର୍ଯ୍ୟାଳୟରେ ପ୍ରତିଯୋଗିତା ପୂର୍ଣ୍ଣ ପରିବେଶ ସୃଷ୍ଟି ହେବା ସ୍ଵାଭାବିକ । ସହକର୍ମୀଙ୍କ ଠାରୁ ଅଧିକରୁ ଅଧିକ ଆଗକୁ ବଢିବା ଏବଂ ଉପରିସ୍ଥ ଅଧ୍ୟକାରୀଙ୍କ ସମ୍ମୁଖରେ ନିଜକୁ ବେଶୀ ଫୁର୍ତ୍ତି (ସ୍ମାର୍ଟ)। ବ=ଦର୍ଶାଇ ନେଇ ଲାଗି ରହିଥାଏ। ପ୍ରତିଦ୍ଵନ୍ଦ୍ୱିତା । ଏଭଳି ସ୍ଥିତିରେ ପଛୁଆ ପଡିଯାଉଥିଲେ ନିରାଶ ହୁଅନ୍ତୁ ନାହିଁ । ବରୀ ନିଜର ପ୍ରସ୍ତୁତିକୁ ସମୀକ୍ଷା କରି ଆବଶ୍ୟକୀୟ ପରିବର୍ତ୍ତନ ଆଣନ୍ତୁ ।
କେବଳ ବେଶଭୂଷା ଓ ପରିପାର୍ଟିରୁ ନୁହେଁ ବରଂ ବ୍ୟକ୍ତିଙ୍କ କଥା କହିବାର ଶୈଳୀ ଏବଂ ଆଚରଣକୁ ଦେଖି ସେ କେତେ ବୁଦ୍ଧିମାନ ଏବଂ କାର୍ଯ୍ୟ କରିବାରେ ଫୁର୍ତ୍ତି, ତାହା ବିଚାର କରାଯାଇଥାଏ । ମୁଁ ଜାଣି ନାହିଁ କିମ୍ବା 'ମୁଁ ସେଥିପ୍ରତି ଧାନ ଦିଏ ନାହିଁ ଏହିଭଳି ବାକ୍ୟ ବେଳେ ବେଳେ ବ୍ୟକ୍ତିଙ୍କୁ ପ୍ରତିଦ୍ଵନ୍ଦୀତାରେ ପଛରେ ପକାଇ ଦିଏ । ଏଣୁ କାର୍ଯ୍ୟାଳୟରେ ନିଜର ସହକର୍ମୀଙ୍କ କଥା ଗୁରୁତ୍ଵର ସହିତ ଶୁଣିବା ସହ ତାହାକୁ ସକରାତ୍ମକ ଭାବେ ଗ୍ରହଣ କରିବା ଉଚିତ ।
ବେଳେ ବେଳେ ଦେଖାଯାଏ, କିଛି ଲୋକ ପ୍ରତ୍ୟେକ କଥାରେ ଦୁଃଖ ପ୍ରକାଶ କରନ୍ତି । ଭୁଲ୍ ପାଇଁ ଦୁଃଖ ପ୍ରକାଶ କରିବା ବୃଦ୍ଧିମତା ହୋଇପାରେ: ମାତ୍ର ତ୍ରୁଟି ନ ଥାଇ, ବିନା କାରଣରେ ସବୁବେଳେ ଦୋଷ ମୁଣ୍ଡାଇ କ୍ଷମାପ୍ରାର୍ଥନା କରିବା ଅନୁଚିତ । କାରଣ ଏହାଦ୍ଵାରା ସମ୍ପୃକ୍ତ ବ୍ୟକ୍ତିଙ୍କ ଉପରୁ ସହକର୍ମୀ ଏବଂ ଉପରିସ୍ଥ ଅଧିକାରୀଙ୍କର ବିଶ୍ବାସ କମିଯାଇଥାଏ । ଏହି ବ୍ୟକ୍ତି ସବୁବେଳେ ଭୁଲ୍ କରନ୍ତି ବୋଲି ଏକ ଭ୍ରାନ୍ତ ଧାରଣା ସେମାନଙ୍କ ମନରେ ରହିଯାଏ । ବିଶେଷକରି ମହିଳାମାନେ କାର୍ଯ୍ୟାଳୟର କୌଣସି ବୈଠକରେ ନିଜର ମତ ଉପସ୍ଥାପନା କରିବା ବେଳେ ଏଭଳି ଆଚରଣ କରୁଥିବା ଦେଖାଯାଏ । ଏଭଳି ଆଚରଣରୁ ବିରତ ରହି, ଯଦି ନିଜ ପାଖରେ କୌଣସି ଉତ୍ତମ ପରାମର୍ଶ ରହିଛି ତାହାକୁ ନିର୍ଭକତାର ସହ ଉପସ୍ଥାପନ କରନ୍ତୁ । ଏମିତି ବାକ୍ୟରେ ତାହା ସର୍ବସମ୍ମୁଖରେ ରଖନ୍ତୁ ଯେମିତି ଉପସ୍ଥିତ ଲୋକେ ଆପଣଙ୍କ ଦକ୍ଷତାକୁ ପ୍ରଶଂସା ନ କରି ରହି ପାରିବେ ନାହିଁ । ଏଥିଲାଗି ଆମ୍ବବିଶ୍ଵାସ ବୃଦ୍ଧି କରନ୍ତୁ ।
ଖାଲି ଯେ ନିଜର ମତ ଭଲ ତାହା ଚିନ୍ତା କରିବା ମଧ୍ୟ ଭୁଲ୍ । ଅନ୍ୟାମାନଙ୍କ ମତକୁ ମଧ୍ୟ ସମ୍ମାନ ଦେବା ଉଚିତ୍ । ସହକର୍ମୀ ଯଦି ପ୍ରସ୍ତାବ ଦେଇଛନ୍ତି ତେବେ ତାହା ଉପରେ ବିଗର ନ କରି ନକରାତ୍ମକ ମନ୍ତବ୍ୟ ଦିଅନ୍ତୁ ନାହିଁ । ନିଜ ଚିମକୁ ସମର୍ଥନ କରନ୍ତୁ । ସେମାନଙ୍କ କାର୍ଯ୍ୟକୁ ପ୍ରଶଂସା ମଧ୍ୟ କରନ୍ତୁ । ଏହାଦ୍ଵାରା ଜଣେ ଭଲ କର୍ମୀ ଭାବେ ବିବେଚିତ ହେବା ସହ ପ୍ରଦତ୍ତ କାମକୁ ଆପଣ ତନ୍ନ ତନ୍ନ ଭାବେ ଅନୁଧ୍ୟାନ କରୁଛନ୍ତି ବୋଲି ଲୋକଙ୍କ ଭିତରେ ମତ ସୃଷ୍ଟି ହେବ ।
କାର୍ଯ୍ୟାଲୟର ବୈଠକରେ ସମୟ ପୂର୍ବରୁ ପହଞ୍ଚନ୍ତୁ । ଏଥିଲାଗି ଆଲୋଟା ବିଷୟ ଉପରେ ଘରୁ ପ୍ରସ୍ତୁତ ହୁଅନ୍ତୁ । ବୈଠକରେ ସବୁବେଳେ ଡେରିରେ ପହଞ୍ଚି କଣ ସବୁ ଆଲୋଚନା ହୋଇଛି ବୋଲି ବାରମ୍ବାର ପ୍ରଶ୍ନ କଲେ ତାହା ଆପଣଙ୍କୁ ନେଇ ସହକର୍ମୀଙ୍କ ମନରେ ନକରତ୍ମକ ଚିନ୍ତା ସୃଷ୍ଟି କରେ । ଆବଶ୍ୟକ ହେଲେ ତତ୍ସମ୍ବନ୍ଧୀୟ ନୁତନ ଘଟଣାବଳୀର ଉଦାହରଣ ଉପସ୍ଥାନ କରନ୍ତୁ, ଯାହାଦ୍ଵାରା ସହକର୍ମୀମାନେ ଦେଇଥିବା ପ୍ରସ୍ତାବଗୁଡିକ ଆଉ ଗୋଟିଏ ସ୍ତର ଉପରକୁ ଯାଇପାରିବ । ଯଥାସମ୍ଭବ ପୂର୍ବପ୍ରସ୍ତୁତି କରିବାକୁ ଉଦ୍ୟମ କରନ୍ତୁ । ଦେଖିବେ ନିଜ କାମ ଉପରେ ନିଜର ଅଭିମାନ ବଢିବ ।
କାହାରି ନକରାତ୍ମକ ସ୍ଵରରେ ସ୍ଵର ମିଳାଇବା ଅପେକ୍ଷା ସବୁବେଳେ ଗଠନମୂଳକ ଏବଂ ପ୍ରଳପ୍ରସୂ ମତ ଉପସ୍ଥାପନ କଲେ ସହକର୍ମୀଙ୍କ ମଧ୍ୟରେ ଗୁରୁତ୍ଵ ନିଶ୍ଚିତ ଭାବେ ବଢିବ । ସେମାନେ ଆପଣଙ୍କ କଥା ଗୁରୁତ୍ଵର ସହିତ ଶୁଣିବେ । କ୍ରୋଧ କୌଣସି ସମସ୍ୟାର ସମାଧାନ ନୁହେଁ । ଯଦି କେହି ବାରମ୍ବାର ଆପଣଙ୍କ ପ୍ରସ୍ତାବରେ ଏକମତ ହେଉ ନାହାନ୍ତି ସେଠାରେ ବ୍ୟତିବ୍ୟସ୍ତ ନ ହୋଇ ତାଙ୍କୁ ସହମତ କରିବାକୁ ବାରମ୍ବାର ଉଦ୍ୟମ କରନ୍ତୁ ।
କେବଳ ଅନ୍ୟମାନଙ୍କ ଭୁଲ୍ ବାହାର କରିବା ଦ୍ଵାରା ଦୁର୍ନାମ ମିଳେ ସିନା, କିଛି ଲାଭ ହୁଏ ନାହିଁ । ଏଣୁ ନିଜର ଭୁଲ୍ ଥିଲେ ତାହାକୁ ସହୃଦୟତାର ସହ ସ୍ଵୀକାର କରି, ଆଗକୁ ବଢନ୍ତୁ । ଏହାଦ୍ଵାରା ନିଶ୍ଚିତ ଭାବେ ସହକର୍ମୀଙ୍କ ମଧ୍ୟରେ ଉତ୍ତମ ଲିଡର୍ (ନେତୃତ୍ୱ ନେଇପାରୁଥିବା ବ୍ୟକ୍ତି) ହୋଇପାରିବେ ।
ନିଯୁକ୍ତି ଲାଗି ଉଦ୍ଦିଷ୍ଟ ସାକ୍ଷାତକାର ବେଳେ ଭୁଲ ବ୍ୟକ୍ତିଗତ ବିବରଣୀ ବା ଚିଦ୍ର୍ୟମ୍ ପ୍ରଦାନ କରନ୍ତୁ ନାହିଁ । ଏଭଳି ଭୁଲ ତଥ୍ୟ ଦେଇଥିବା ଲୋକଙ୍କୁ ନିଯୁକ୍ତି ମିଳିବା ତ ଦୂରର କଥା; ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବାର ବ୍ୟବସ୍ଥା ରହିଛି । ମାତ୍ର ଏଭଳି ବ୍ୟବସ୍ଥା ବିଷୟରେ ବହୁ ଲୋକ ଆଜ୍ଞ ଅଛନ୍ତି । ସମ୍ପତି ନିଯୁକ୍ତି ସୁଯୋଗ ଅପେକ୍ଷାରେ ଥିବା ବହୁ ପ୍ରାର୍ଥୀ କୌଣସି ନୂତନ ଚାକିରି ନିମନ୍ତେ ଆବେଦନ କରିବା ବେଳେ ନିଜ ବିଷୟରେ ଭୁଲ୍ ବ୍ୟକ୍ତିଗତ ତଥ୍ୟ ପ୍ରଦାନ କରୁଥିବା ଏକ ଅନୁସନ୍ଧାନରୁ ଜଣାପଡିଛି । ରିପୋର୍ଟ ଅନୁଯାୟୀ, ପ୍ରତି ଛ’ ଜଣରେ ଜଣେ ପ୍ରାର୍ଥୀ ଏଭଳି କାର୍ଯ୍ୟ କରୁଛନ୍ତି । ଗତବର୍ଷ ତୁଳନାରେ ୨୦୧୬-୧୭ରେ ଏହିଭଳି ଘଟଣାରେ ୪୮ ପ୍ରତିଶତ ବୃଦ୍ଧି ଘଟିଛି । ଅଥବ୍ରିଜ୍ର ସଂସ୍ଥାପକ ତଥା ସିଇଓ ଅଜୟ ଦ୍ରୋହାନ କହିଛନ୍ତି, ତାଙ୍କ ପ୍ରତିଷ୍ଠାନ ଏବେ ବିଭିନ୍ନ ପ୍ରାର୍ଥୀଙ୍କ ଅତୀତ ବିଷୟରେ ତଥ୍ୟ ସଂଗ୍ରହ କରୁଛି । କେବଳ ବିଶ୍ଵସନୀୟ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବା ଏହି ଅନୁସନ୍ଧାନର ମୁଖ୍ୟ ଉଦ୍ଦେଶ୍ୟ । ସମ୍ପ୍ରତି ପ୍ରତିଯୋଗିତାମୂଳକ ସମୟରେ ପ୍ରାର୍ଥୀମାନେ ନିଜ ବିଷୟରେ ବଢାଇ ଚଢାଇ ତଥ୍ୟ ପ୍ରଦାନ କରୁଥିବା ଲକ୍ଷ୍ୟ କରାଯାଉଛି । ବିଶେଷ କରି ସ୍କୁଲ୍ କିମ୍ବା କଲେଜ ସ୍ତରରେ ଉଚ୍ଚ ପ୍ରଶଂସିତ ହୋଇଥିବା ଉଲ୍ଲେଖ କରୁଛନ୍ତି । କୌଣସି ନିଯୁକ୍ତିଦାତା ଏହାର କର୍ମଚାରୀଙ୍କ ବ୍ୟକ୍ତିଗତ ସୂଚନା ତାଲିକାରେ ଏଭଳି ମିଥ୍ୟା ବିଷୟ ଉଲ୍ଲେଖଥିବା ଜାଣିବାକୁ ପାଇଲେ, ସମ୍ପୃକ୍ତ କର୍ମଚାରୀଙ୍କ ଚାକିରି ବିପଦରେ ପଡିପାରେ । ତେବେ ଏଭଳି ସ୍ଥିତିରେ ତାଙ୍କ କାର୍ଯ୍ୟଧାରା ହିଁ ତାଙ୍କୁ ସହାୟକ ହୋଇପାରିବ । ଅର୍ଥାତ ଯଦି ସମ୍ପୃକ୍ତ କର୍ମଚାରୀ ନିଜ କାମରେ ଉତ୍ତମ ଥିବା ତା’ହେଲେ ନିଯୁକ୍ତିଦାତା ତାଙ୍କର ଏଭଳି ମିଥ୍ୟାକୁ ଅଣଦେଖା କରିପାରନ୍ତି । କିନ୍ତୁ ଯଦି ଜାଲିଆତି ହୋଇଥିବା ମାର୍କସିଟ୍ କିମ୍ବା ବେତନ ସମ୍ବନ୍ଧୀୟ ରସିଦ। କୌଣସି କର୍ମଚାରୀ ପ୍ରଦାନ କରିଥାଆନ୍ତି ତା'ହେଲେ ତାଙ୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିବ ।
ବିଶେଷକରି ମଧ୍ୟମ ତଥା ଉଚ୍ଚ ସ୍ତରର ପଦବୀରେ ନିଯୁକ୍ତି ଦେବା ବେଳେ ବିଭିନ୍ନ କମ୍ପାନୀ ପ୍ରାର୍ଥୀଙ୍କ ବିଷୟରେ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିଥାଆନ୍ତି । କାରଣ ଭୁଲ୍ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବା ଦ୍ଵାରା କମ୍ପାନୀର ପ୍ରଭୃତ କ୍ଷତି ହେବାର ଆଶଙ୍କା ଥାଏ । ଅନ୍ୟପକ୍ଷରେ ପ୍ରାର୍ଥୀଙ୍କ କୌଣସି ଅପରାଧକ ରେକର୍ଡ ଅଛି କି ନାହିଁ ତାହା ମଧ୍ୟ ଏବେ କମ୍ପାନୀଗୁଡକ ଗୁରୁତ୍ଵର ସହ ନିରୀକ୍ଷଣ କରୁଛନ୍ତି । ଏଣୁ ଏହିଭଳି ପଦ ହାସଲ କରିବା ଲାଗି ପ୍ରାର୍ଥୀ ଏଭଳି ଭୁଲ୍ ତଥ୍ୟ ପ୍ରଦାନ ନ କରିବା ଉଚିତ ।
ଆଧାର: କ୍ୟାରିୟର ବ୍ୟୁରୋ
Last Modified : 2/10/2020