অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଗ୍ରୁପ୍ ପାଠପଢା ସହ ଶିଖନ୍ତୁ ସାମାଜିକ ମୂଲ୍ୟବୋଧ

ଗ୍ରୁପ୍ ପାଠପଢା ସହ ଶିଖନ୍ତୁ ସାମାଜିକ ମୂଲ୍ୟବୋଧ

ଉପକ୍ରମ

କେବଳ ସାଙ୍ଗସାଥୀ ନୁହେଁ ସମାଜରେ ଅନ୍ୟ ଅଚିହ୍ନା ଲୋକଙ୍କ ସହ ମିଶିବା ଆଉ ସେମାନଙ୍କ ସହ ଭଲ ସମ୍ପର୍କ ରକ୍ଷା କରିବା ସାମାଜିକ ମୂଲ୍ୟବୋଧର ପରିଚୟ ଦେଇଥାଏ । ଛାତ୍ର ଜୀବନାରେ ଏସବୁ ଶିକ୍ଷା କରିବାକୁ ହୋଇଥାଏ ।

ଷ୍ଟଡି ଗ୍ରୁପ୍

ସମାଜରେ ଲୋକଙ୍କ ସହ ମିଶିବା, ସେମାନଙ୍କ ସହ ସୁସମ୍ପର୍କ ରକ୍ଷା କରିବା ଯେଉଁଭଳି ଏକ ଆବଶ୍ୟକତା, ବନ୍ଧୁମାନଙ୍କ ସହ ଗ୍ରୁପ୍ ରେ ରହି ପାଠ ପଢିବା ମଧ୍ୟ ସେଇଭଳି ଏକ ବଡ ଆବଶ୍ୟକତା । ସାମାଜିକ ମୂଲ୍ୟବୋଧ ଶିକ୍ଷା କରିଥିବା ଛାତ୍ରଛାତ୍ରୀ ଡାଇନାମିକ୍ ହୋଇଥାନ୍ତି । ସେମାନେ ସହଜରେ ବନ୍ଧୁ ସୃଷ୍ଟି କରି, ସେମାନଙ୍କ ସହ ପାଠ ପଢିପାରନ୍ତି । ଜଣେ ଏକା ଏକା ବସି ଭଲ ଅଧ୍ୟୟନ କରିପାରନ୍ତି । ମାତ୍ର ଶିକ୍ଷାର୍ଜନ ସାମୁହିକ ଭାବରେ ହିଁ ହୋଇଥାଏ । ଏଥିପାଇଁ ମେଧାବୀ ଛାତ୍ରଛାତ୍ରୀ ଅନ୍ୟ ମେଧାବୀ ଛାତ୍ରଛାତ୍ରୀଙ୍କ ସହ ମିଶିଥାନ୍ତି ।  ଭଲ ପାଠ ପଢିବା ପାଇଁ ଏହି କାରଣରୁ ମହାବିଦ୍ୟାଳୟ / ବିଶ୍ଵବିଦ୍ୟାଳୟରେ ଅଧ୍ୟାପକ/ ଅଧ୍ୟାପିକା ତଥା ପ୍ରଫେସରମାନଙ୍କ ସହ ଭଲ ସମ୍ପର୍କ ରକ୍ଷା କରିଥାନ୍ତି । ଚିହ୍ନା ହୁଅନ୍ତୁ ଅବା ଅଚିହ୍ନା ଅନ୍ୟମାନଙ୍କ ସହ ଭଲ ସମ୍ପର୍କ ରକ୍ଷା କରିବା ସାମାଜିକ ମୂଲ୍ୟବୋଧର ପରିଚୟ ଦେଇଥାଏ ।

ସବୁବେଳେ ଏକା ପାଠପଢା ଅନେକ ସମୟରେ ବୋରିଂ ହୋଇଥାଏ । ଏଥିପାଇଁ ଗ୍ରୁପ୍ ର  ଆବଶ୍ୟକତା ଅଛି । କିଛି ମେଧାବୀ ଛାତ୍ରଛାତ୍ରୀଙ୍କୁ ନେଇ ଗୋଟିଏ ଷ୍ଟଡି  ଗ୍ରୁପ୍ ତିଆରି କରନ୍ତୁ । ନିୟମିତ ଭାବେ ଗ୍ରୁପ୍ ରହି ପାଠ ପଢନ୍ତୁ । ଏହାଦ୍ଵାରା ଆପଣ ଅନ୍ୟ ପିଲାଙ୍କୁ ଶୁଣିପାରିବେ, ସେମାନେ ଯାହା ପଢିଛନ୍ତି, ଯେଉଁ ପାଠ ମନେରଖିଛନ୍ତି ହୁଏତ ସେଇ ପାଠ ଯଦି ଆପଣ ବୁଝିପାରି ନଥିବେ, ସେତେବେଳେ ଚୁଟ୍କିରେ ଅନ୍ୟ ଛାତ୍ରଛାତ୍ରୀ ଆପଣଙ୍କ ସମସ୍ୟା ସମାଧାନ କରି ଦେଇ ପାରିବେ ।  ଆଉ ଗୋଟିଏ କଥା ଅଧିକାଂଶ ନିଯୁକ୍ତିଭିତ୍ତିକ ପ୍ରତିଯୋଗୀତାର ମୂଳକ ପରୀକ୍ଷାଗୁଡିକର ଇଣ୍ଟରଭ୍ୟୁରେ ଗୋଷ୍ଠୀଗତ ଆଲୋଚନା ରହୁଛି ।  ଆପଣ ଷ୍ଟଡି ଗ୍ରୁପ୍ ତିଆରି କରି ଗ୍ରୁପ୍ ରେ ପାଠ ଆଲୋଚନା କରି ପଢାପଢି କରୁଥିଲେ ସହଜରେ ଗୋଷ୍ଠୀଗତ ଆଲୋଚନାରେ ଭାଗ ନେଇପାରିବେ। ଗ୍ରୁପ୍ ଡ଼ିସକସନ୍ ରେ ଆଲୋଚନା କରିବାକୁ ଆପଣଙ୍କୁ ଆଉ ଡର ବି ଲାଗିବ ନାହିଁ ।

ସବଜେକ୍ଟ ବିଷୟରେ ଜାଣିବା, ପ୍ରୋବ୍ଲେମ୍ ସମାଧାନ ପାଇଁ ନୂଆନୂଆ କୌଶଳ ଆଦି ବିଷୟରେ ଜାଣିବା ପାଇଁ ହେଲେ ଅନ୍ୟମାନଙ୍କ ସହ ସାଙ୍ଗ ହେବାକୁ ହିଁ ପଡିବ । ସେମାନଙ୍କ ସହ ମିଶି ପାଠ ପଢିଲେ କେତେବେଳେ ସମୟ କଟିଯିବ ଜାଣି ବି ପାରିବେ ନାହିଁ । କେବେ କେମିତି ଥକ୍କା ଲାଗିଲେ ସାଙ୍ଗଙ୍କ ସହ ହସଖୁସି ବି କରିପାରିବେ । ଜଣେ ଗୋଟିଏ ବିଷୟ ପଢି ଯାହା ବୁଝିବେ, ପାଞ୍ଚ ଜଣ ସାଙ୍ଗ ଏକାଠି ସେଇ ବିଷୟଟିକୁ ନିଜ ନିଜ ଭିତରେ ଆଲୋଚନା କରି ପଢିଲେ ନିଶ୍ଚିତ ଅଧିକ ବୁଝି ହେବ । ପାଠଟି ସହଜରେ ମନେ ବି ରହିବ ।

ଗୁଣର ବିକାଶ

ବନ୍ଧୁ ଗ୍ରୁପ୍ ରେ ମିଶିବା, ସାମାଜିକ ଭାବେ ଅନ୍ୟ ଲୋକମାନଙ୍କ ସହ ମିଶିବା ପାଇଁ ହେଲେ ନିଜକୁ ଶିକ୍ଷା ଦେବାକୁ ହୋଇଥାଏ । ଏଥିପାଇଁ ସ୍ମାର୍ଟ ତଥା ଡାଇନାମିକ୍ ହେବାକୁ ପଡିବ ।  ନିଜ ଭିତରେ ବିଭିନ୍ନ ଭଲ ଗୁଣର ବିକାଶ କରିବାକୁ ପଡ଼ିବ । ଏହା ହେଲେ ଅନ୍ୟମାନେ ଆକୃଷ୍ଟ ହେବେ । ଏଇ ସୁଯୋଗରେ ଆପଣ ସେମାନଙ୍କ ସହ ଭଲରେ ମିଶିପାରିବେ । ମହାବିଦ୍ୟାଳୟ ହେଉ ଅବା ବିଶ୍ଵବିଦ୍ୟାଳୟ ଅନେକ ପ୍ରକାର ଛାତ୍ରଛାତ୍ରୀ ପାଠ ପଢୁଥାନ୍ତି । ନିଜ ବିଭାଗର ଛାତ୍ରଛାତ୍ରୀଙ୍କ ଛଡା ଅନ୍ୟ ବିଭାଗର ଛାତ୍ରଛାତ୍ରୀଙ୍କ ସହ ମିଶିଲେ ଭଲ ଅଧ୍ୟୟନ କରିବା ସହ କେମିତି ସମାଜ ସହ ସମ୍ପର୍କ ରକ୍ଷା  କରିବାକୁ ହେବ ସେ ପ୍ରକାର ଆଚରଣ ବି ଶିକ୍ଷା କରିପାରିବେ ।

ଆଧାର – ଦୈନିକ ପ୍ରମେୟ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate