অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଘରେ ବସି ରୋଜଗାର

ଆର୍ଥିକ ଅବସ୍ଥା ସୁଦୃଢ

ଏବେ ବି ଅନେକ ମହିଳା ଅଛନ୍ତି ଯେଉଁମାନେ କି କେବଳ ଗୃହିଣୀ । ସେମାନେ ଚାହିଁଲେ ଘରେ ବସି ମଧ୍ୟ ରୋଜଗାର କରିପାରିବେ, ଯାହା ତାଙ୍କ ପରିବାରର ଆର୍ଥିକ ଅବସ୍ଥା ସୁଦୃଢ କରିବାରେ ସହାୟ ହୋଇପାରେ ।

ଟିଫିନ୍ ସିଷ୍ଟମ୍

ଯଦି ଆପଣଙ୍କର ରୋଷେଇ କରିବାର ସଉକ ଅଛି ତେବେ ଆପଣ ଚାହିଁଲେ ଏହାକୁ ନିଜର ପ୍ରଫେସନ କରିପାରିବେ ଏବଂ ସେଥିରୁ କିଛି ରୋଜଗାର ମଧ୍ୟ କରିପାରିବେ । ଏଥିପାଇଁ ପ୍ରଥମେ କମ୍ ଲୋକ ଖାଇବା ପାଇଁ ଟିଫିନ୍ ପ୍ରସ୍ତୁତ କରନ୍ତୁ । ଧୀରେ ଧୀରେ ଏହାର ପରିମାଣ ବଢାନ୍ତୁ। ଏହି ଖାଦ୍ୟକୁ କୌଣସି ହଷ୍ଟେଲ କିମ୍ବା ଅଫିସ୍ କୁ ପଠାଇବାକୁ ବ୍ୟବସ୍ଥା କରନ୍ତୁ।

 

 

ଅନ୍ଲାଇନ୍ ରାଇଟିଂ

ଲେଖିବା ଏକ କଳା । ଯଦି ଆପଣଙ୍କର ଏହି କଳା ଅଛି ତେବେ ଘରେ ବସି ମଧ୍ୟ କିଛି ଲେଖାଲେଖି କରି ଆପଣ ରୋଜଗାରକ୍ଷମ ହୋଇପାରିବେ । ଯେପରି କି କଣ୍ଟେଣ୍ଟ୍ ରାଇଟିଂ, ଅନ୍ଲାଇନ୍ ରିଭ୍ୟୁ, ଆର୍ଟିକିଲ୍ ଇତ୍ୟାଦି । ଆପଣ ଟ୍ରାନ୍ସଲେସନ୍ ଶିଖିଥିଲେ ଘରେ ରହି ବିଭିନ୍ନ ସାଇଟ୍ ର ଆଡ୍ରେସ ଆଣି ସେଠାକୁ ଆପଣଙ୍କ ଲେଖାଗୁଡ଼ିକୁ ପଠାଇ ରୋଜଗାର ମଧ୍ୟ କରିପାରିବେ । ଯଦି ଏକାଧିକ ଭାଷା ଜାଣିଛନ୍ତି ତେବେ ଏହା ଆପଣଙ୍କ ପାଇଁ ବେଶ୍ କାମରେ ଆସିପାରିବେ ।

ମ୍ୟୁଚୁଆଲ୍ ଫଣ୍ଡ୍

ଯଦି ଆପଣ କିଛି ଟଙ୍କା ସେଭିଙ୍ଗ୍ସରେ ରଖିଛନ୍ତି ତେବେ ଏହାକୁ କୌଣସି ବ୍ୟାଙ୍କ କିମ୍ବା ମ୍ୟୁଚୁଆଲ୍ ଫଣ୍ଡ୍ ରେ ରଖି ଅଧିକ ରୋଜଗାର କରିପାରିବେ । ଏହାବ୍ୟତୀତ ଜରୁରୀ ସମୟରେ ଅନ୍ୟକୁ ଉଧାର ସ୍ୱରୂପ ଦେଇ ତାଙ୍କଠାରୁ ସୁଧ ଆକାରରେ କିଛି ଟଙ୍କା ପାଇପାରିବେ ।

ଅନ୍ଲାଇନ୍ କୋଚିଂ

ଆଜିକାଲି ଅନ୍ଲାଇନ୍ କୋଚିଂର ଟ୍ରେଣ୍ଡ ବଢିବାରେ ଲାଗିଛି । ଯଦି ଆପଣ ପାଠପଢାରେ ଏକ୍ସପର୍ଟ ତେବେ ଅନ୍ଲାଇନ୍ କ୍ଲାସ କରି ଛାତ୍ରୀଛାତ୍ରଙ୍କୁ ପଢାଇପାରିବେ ଏବଂ ରୋଜଗାର ମଧ୍ୟ କରିପାରିବେ । ଆପଣଙ୍କର ଯେଉଁ ଗୋଟିଏ ବିଷୟରେ ଜ୍ଞାନ ରହିଛି ତାହାକୁ ଆପଣ ବ୍ୟବହାର କରି ପିଲାଙ୍କୁ ବଢାଇ ଦିପଇସା ରୋଜଗାର କରିପାରିବେ ।

 

 

ନିଜର ବ୍ଲଗ ପ୍ରସ୍ତୁତ କରନ୍ତୁ

ଘରେ ବସି ରୋଜଗାର କରିବାର ଏହା ହେଉଛି ଅନ୍ୟ ଏକ ଉତ୍ତର ମାଧ୍ୟମ । ନିଜର ବ୍ଲଗ୍ ପ୍ରସ୍ତୁତ କରି ଆପଣ ସେଥିରେ ବିଭିନ୍ନ ଫଟୋ, ବିଭିନ୍ନ ଲେଖା ପଠାଇପାରିବେ ।

ଟେଲରିଂ

ଘରେ ବସି ଟେଲରିଂ କାମ କରି ଆପଣ ରୋଜଗାର କରିପାରିବେ । ସିଲେଇ କାମ ଶିଖିଥିଲେ ଘରେ ସିଲେଇ ମେଶିନ୍ ରଖିବା ସହ ଆବଶ୍ୟକ ହେଲେ କିଛି ପିଲା ମଧ୍ୟ ରଖିପାରିବେ । ଏହା ସହ ଆପଣ ଘର କାମ ମଧ୍ୟ କରିପାରିବେ ।

 

 

 

ବିୟୁଟି ପାର୍ଲର

ଆଜିକାଲି ବିୟୁଟି ପାର୍ଲରର ଡିମାଣ୍ଡ ଅଧିକ । ଆପଣ ଚାହିଁଲେ ପାର୍ଲର କୋର୍ସ କରିବା ପରେ କିଛି ଦିନ ପାର୍ଲରରେ ପ୍ରାକ୍ଟିସ କରି ନିଜେ ମଧ୍ୟ ପରେ କିମ୍ବା ଏକ ଭଡା ଘର ନେଇ ପାର୍ଲର ଖୋଲିପାରିବେ। ଯଦି ନିଜକୁ ସହାୟତା କରିବା ପାଇଁ କିଛି ଷ୍ଟାଫ୍ ରଖନ୍ତି ତେବେ ଅଧିକ ରୋଜଗାର ମଧ୍ୟ କରିପାରିବେ । କିଛି ଦିନ ଅଭିଜ୍ଞତା ହେବା ପରେ ଆପଣ ଅନ୍ୟମାନଙ୍କୁ ସେଠାରେ ଟ୍ରେନିଂ ଦେଇ ବେଶ୍ ଦୁଇ ପଇସା ରୋଜଗାର କରିପାରିବେ ।

 

 

ଆଧାର - ଦୈନିକ ଧରିତ୍ରୀ

୧୯ ଏପ୍ରିଲ ୨୦୧୬

Last Modified : 1/5/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate