অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ବଢାନ୍ତୁ ସମସ୍ୟା ସମାଧାନ, ଦୃଢ ନିଷ୍ପତ୍ତି ନେବାର ଦକ୍ଷତା

ବଢାନ୍ତୁ ସମସ୍ୟା ସମାଧାନ, ଦୃଢ ନିଷ୍ପତ୍ତି ନେବାର ଦକ୍ଷତା

ଉପକ୍ରମ

ଛାତ୍ର ଜୀବନରେ ସମସ୍ୟା ସମାଧାନ କରିବା, କୌଣସି କାମ ପାଇଁ ଦୃଢ ନିଷ୍ପତ୍ତି ନେବା ହେଉଛି ଏକ ବଡ ଦକ୍ଷତା । ଏହି ଦୁଇଟି ଗୁଣ କେବଳ ଛାତ୍ର ଜୀବନ ନୁହେଁ ସାରା ଜୀବନ କାମରେ ଲାଗିଥାଏ ।

ସମସ୍ୟା ସମାଧାନ ଓ ନିଷ୍ପତ୍ତି ଗ୍ରହଣ

ଏ ଦୁଇଟି ପରସ୍ପର ପରିପୂରକ । ସମସ୍ୟାର ସମାଧାନ ସହଜ ଉପାୟ ନିଷ୍ପତ୍ତି ନେବା ଉପରେ  ନିର୍ଭର କରେ । ଆଉ ନିଷ୍ପତ୍ତି ନେବା ଗୁଣ ପରିଚାଳନା ଓ ନେତୃତ୍ଵ ନେବା ଦକ୍ଷତା ଉପରେ ସଂପୂର୍ଣ୍ଣ ନିର୍ଭର କରିଥାଏ ।  ଭାବପ୍ରବଣତା ଏହାର ବଡ ଶତ୍ରୁ । ଛାତ୍ର ଯଦି  ହୋମ୍ ସିକ୍ (ଘର- ପରିବାର ଆସକ୍ତ) ସେ କେବେ ବି ଏହି  ଦୁଇଟିଗୁଣର ଅଧିକାରୀ ହୋଇପାରିବେ ନାହିଁ ।  ହୋମସିକ୍ ଗୁଣ ଭାବପ୍ରବଣତାକୁ ଡାକି ଆଣେ । ଛାତ୍ରଛାତ୍ରୀଙ୍କ ପାଇଁ ଏସବୁ ଦୁର୍ବଳତା ମୁଣ୍ଡ ବିନ୍ଧାର କାରଣ ହୋଇଥାଏ । ଜୀବନରେ କିଛି କରିବାକୁ ହେଲେ,ବଡ଼ ହୋଇ କୌଣସି ସାମାଜିକ ଦାୟିତ୍ଵ ନିର୍ବାହ କରିବାକୁ ଚାହୁଁଥିଲେ ଏସବୁ ଅବାଞ୍ଛିତ ଦୁର୍ବଳତାରୁ ନିଜକୁ ମୁକ୍ତ କରିବାକୁ ହେବ ।

ତତ୍କାଳ ସମସ୍ୟା ସମାଧାନ କରିବା ଏବଂ ନିଷ୍ପତ୍ତି ନେବାର ଦକ୍ଷତା ବୃଦ୍ଧି କରିବା ପାଇଁ ଅନେକ ପ୍ରକାର  କୌଶଳ ଅଛି । ତେବେ ଅନେକ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହି ନିଷ୍ପତ୍ତି ନେବାର ଦକ୍ଷତା ପିଲାବେଳୁ ରହିଥାଏ । ଏହିଭଳି ପିଲା ବଡ ହେବା ପରେ ନିଷ୍ପତ୍ତି ନେବା କ୍ଷେତ୍ରରେ ଆପେ ଆପେ ଦକ୍ଷ ହୋଇଯାଇଥାନ୍ତି । ଅନେକ ଛାତ୍ରଛାତ୍ରୀ ଭଲ ନିଷ୍ପତ୍ତି ନେଇ ପାରନ୍ତି ନାହିଁ ମାତ୍ର ସେମାନଙ୍କର ମୂଲ୍ୟାଙ୍କନ (ଆକଳନ) କରିବା ଦକ୍ଷତା ବହୁତ ଭଲଥାଏ । ଏଭଳି ଛାତ୍ରଛାତ୍ରୀ ଚାହିଁଲେ ଭଲ ନିଷ୍ପତ୍ତି ନେଇପାରିବେ । ସ୍ପଷ୍ଟ କରି କହିଲେ ଯଦି ଜଣଙ୍କ ମଧ୍ୟରେ ଆକଳନ ନିଷ୍ପତ୍ତି ନେଇ ସଫଳ ହେଲେ ତା’ପରେ ଅଭିଜ୍ଞତା ଆଧାରରେ ସଠିକ୍ ନିଷ୍ପତ୍ତି ନେବା ଦକ୍ଷତାର ବିକାଶ ହୋଇଥାଏ । ସମସ୍ୟା ସମାଧାନ କରିବା, ନିଷ୍ପତ୍ତି ନେବା – ଏ ଗୁଣ ଦୁଇଟି ପ୍ରତିଭା ବା ମେଧାକୁ ଅପେକ୍ଷା ରଖେ। ଜଣେ ସେତିକି ପ୍ରତିଭାବାନ ହୋଇ ନଥିଲେ ଏହି ଦୁଇଟି ଗୁଣରେ ଦକ୍ଷ ହୋଇପାରିବେ ନାହିଁ । କୌଣସି କିଛିକୁ ଚିହ୍ନଟ କରିବା ଏବଂ ତାକୁ ତା’ ଭଳି ବିକଶିତ କରିବା ସହଜ କଥା ନୁହେଁ । ସାଧାରଣ ଛାତ୍ରଛାତ୍ରୀଙ୍କ ମଗଜର ଏ କଥା ସହଜରେ ପଶେ ନାହିଁ । ଏଥିପାଇଁ ମାନସିକସ୍ତରରେ ଖୁବ୍ ଏକ୍ସରସାଇଜ୍ କରିବାକୁ ପଡିବ ।

ସଫଳ ରୂପାୟନ

କୌଣସି କ୍ଷେତ୍ରରେ ଭଲ ନିଷ୍ପତ୍ତିଟିଏ ନେବା ଆଉ ତା’ର ସଫଳ ରୂପାୟନ କରିବା – ଏହା ଦରକାର କରେ ମେଧାର ବିକାଶ, ସୁଯୋଗର ଚିହ୍ନଟକରଣ, ବିଚାରଶୀଳତାର ସ୍ପଷ୍ଟତା, ନିଷ୍ପତ୍ତିର ଦୃଢତା ଏବଂ ଶେଷରେ ଏହାକୁ କାର୍ଯ୍ୟକାରୀ କରିବାର ଦକ୍ଷତା । ଏହିସବୁ ଗୁଣ ମେଧା ନଥିଲେ କେହି କେବେ ବି ହାସଲ କରିପାରିବେ ନାହିଁ । ଏହି କ୍ଷେତ୍ରରେ ଆପଣଙ୍କୁ ଅନ୍ୟ କେହି ଯେତେ ପ୍ରତିଭାଧାରୀ ବ୍ୟକ୍ତି ହୁଅନ୍ତୁ ନା କାହିଁକି ସାହାଯ୍ୟ କରିପାରିବେ ନାହିଁ । ଏହାର କାରଣ ହେଉଛି ଜଣେ ଯେତେବେଳେ କୌଣସି ସମସ୍ୟାର  ସମାଧାନ କରିବାକୁ ଚେଷ୍ଟା କରନ୍ତି, କୌଣସି କିଛି କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ନେବାକୁ ବାହାରନ୍ତି ସେ କେବଳ ନିଜ ମନର ବିକାଶ ତଥା ଅଭିଜ୍ଞତା ପରିମାପ ଅନୁଯାୟୀ ଏ କଥା କରିଥାନ୍ତି।

ଏସବୁ କ୍ଷେତ୍ରରେ କାହାର ସାହାଯ୍ୟ ନେବାକୁ ଅପେକ୍ଷା କରିବା ଅର୍ଥ ସମସ୍ୟାକୁ ଜଟିଳ କରିବା ଏବଂ ନିଷ୍ପତ୍ତିକୁ ଅଧପନ୍ତରିଆ କରି ଛାଡିବା । ତେଣୁ ନିଜ ଭିତରେ ଏଥିପାଇଁ ଥିବା ଆନୁସାଙ୍ଗିକ ଗୁଣଗୁଡ଼ିକର ବିକାଶ କରିବାକୁ ହିଁ ହେବ । ତେବେ ଯାଇ ଜଣେ ଭବିଷ୍ୟତରେ ପାରିବାରିକ, ସାମାଜିକ କ୍ଷେତ୍ରରେ ସଫଳ ହୋଇପାରିବେ ।

ଆଧାର – ଦୈନିକ ପ୍ରମେୟ

Last Modified : 12/10/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate