অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଜାତୀୟ ଶିକ୍ଷା ନୀତି ୨୦୧୬ ନିମନ୍ତେ ପ୍ରସ୍ତାବ(ଦୂରଦୃଷ୍ଟି, ମିଶନ, ଲକ୍ଷ୍ୟ ଓ ଉଦ୍ଦେଶ୍ୟ)

ଜାତୀୟ ଶିକ୍ଷା ନୀତି ୨୦୧୬ ନିମନ୍ତେ ପ୍ରସ୍ତାବ(ଦୂରଦୃଷ୍ଟି, ମିଶନ, ଲକ୍ଷ୍ୟ ଓ ଉଦ୍ଦେଶ୍ୟ)

ଦୂରଦୃଷ୍ଟି

ଜାତୀୟ ଶିକ୍ଷା ନୀତି ୨୦୧୬ ଏକ ଭରସାଯୋଗ୍ୟ ଉଚ୍ଚ ପ୍ରଦର୍ଶନକ୍ଷମ ଶିକ୍ଷା ବ୍ୟବସ୍ଥାର ସ୍ଵପ୍ନ ଦେଖେ ଯାହା ସମସ୍ତଙ୍କ ପାଇଁ ସମ୍ମିଳିତ ଗୁଣବତ୍ତାର ଶିକ୍ଷା ଏବଂ ଜୀବନବ୍ୟାପୀ ଶିକ୍ଷଣ ସୁଯୋଗର ସୁନିଶ୍ଚିତ କରେ, ଫଳପ୍ରଦ ଜୀବନ ବଞ୍ଚିବାକୁ ଆବଶ୍ୟକ ଜ୍ଞାନ, ଦକ୍ଷତା, ଦୃଷ୍ଟିକୋଣ, ଏବଂ ମୂଲ୍ୟବୋଧରେ ନିପୁଣ ଛାତ୍ର ବା ସ୍ନାତକ ଉତ୍ପନ୍ନ କରେ, ଦେଶର ବିକାଶ ପ୍ରକ୍ରିୟାରେ ଯୋଗଦାନ କରେ ଏବଂ କ୍ଷିପ୍ର ପ୍ରଗତିଶୀଳ, ସର୍ବଦା ଜଗତିକରଣ ହେଉଥିବା, ଜ୍ଞାନ ଆଧାରିତ ଅର୍ଥନୀତି ଏବଂ ସମାଜର ଆବଶ୍ୟକତାକୁ ପୂରଣ କରୁଥିବା ଶିକ୍ଷା ବ୍ୟବସ୍ଥାର ସ୍ଵପ୍ନ ଦେଖେ ।

ମିଶନ

  • ଶିଶୁ, ଯୁବକ, ପ୍ରାପ୍ତ ବୟସ୍କଙ୍କ ପାଇଁ ସମାନ, ସମ୍ମିଳିତ ଗୁଣବତ୍ତାର ଶିକ୍ଷା ଏବଂ ଜୀବନବ୍ୟାପୀ ଶିକ୍ଷଣର ସୁଯୋଗ ସୁନିଶ୍ଚିତ କରିବା ଏବଂ ରାଷ୍ଟ୍ରର ମାନବୀୟ ସମ୍ବଳକୁ ସମାନତା ଓ ଉକୃଷ୍ଣତା ସହିତ ଉପଲବ୍ଧି କରିବାକୁ ପ୍ରୋତ୍ସାହନ ଦେବା।
  • ବିଦ୍ୟାଳୟ ଓ ଉଚ୍ଚତର ଶିକ୍ଷା ଏବଂ ପ୍ରାପ୍ତ ବୟସ୍କଙ୍କ ଶିକ୍ଷା କାର୍ଯ୍ୟକ୍ରମ ଭାରତର ମହାନ ଅତୀତ, ପରମ୍ପରା, ବିଭିନ୍ନ ସଂସ୍କୃତି ବିଷୟରେ ଶିଶୁମାନଙ୍କୁ ଯୁବଗୋଷ୍ଠୀଙ୍କୁ ପ୍ରାପ୍ତ ବୟସ୍କଙ୍କୁ ଅବଗତ କରାଇବାକୁ ସୁନିଶ୍ଚିତ କରିବା ଏବଂ ସବୁ ସ୍ତରର ମୂଲ୍ୟବୋଧ ଯାହା ଶିକ୍ଷାର୍ଥୀକୁ ଦାୟୀତ୍ଵଶୀଳ ନାଗରିକତ୍ଵ, ଶାନ୍ତି, ସହନଶୀଳତା, ନିରପେକ୍ଷବାଦ, ଜାତୀୟ ଏକତା, ସାମାଜିକ ସମନ୍ଵୟତା, ସବୁଧର୍ମ ପାଇଁ ପାରସ୍ପରିକ ସମ୍ମାନ, ସାର୍ବଜନୀନ ମୂଲ୍ୟବୋଧ ଯାହା ବିଶ୍ଵ ନାଗରିକତ୍ଵ ଏବଂ ସ୍ଥାୟୀ ବିକାଶର ପ୍ରୋତ୍ସାହନ ଦିଏ, ଏସବୁକୁ ସୁନିଶ୍ଚିତ କରିବା ।
  • ପାଠ୍ୟକ୍ରମ, ଶିକ୍ଷଣ ବସ୍ତୁ, ଶିକ୍ଷାଦାନ ପଦ୍ଧତିର ପ୍ରକ୍ରିୟା, ଶିକ୍ଷଣର ମୂଲ୍ୟାୟନ, ଶିକ୍ଷକର ଗୁଣବତ୍ତା ଏବଂ ଦକ୍ଷତା, ଓ ଆନୁଷ୍ଠାନିକ ନେତୃତ୍ଵ ଏବଂ ପରିଚାଳନା ସମ୍ବନ୍ଧିତ ସୁଧାରକୁ ଜୋର ଦେଇ ଗୁଣାୟକ ଶିକ୍ଷାକୁ ଗଢ଼ିବା, ଏହା ସହିତ ଶିକ୍ଷାର ସବୁ ସ୍ତରର ଛାତ୍ରମାନଙ୍କୁ ନିର୍ଦ୍ଦିଷ୍ଟ ଶିକ୍ଷଣ ଲାଭ (ଜ୍ଞାନ, ଦକ୍ଷତା, ମନୋବୃତ୍ତି ଏବଂ ମୂଲ୍ୟବୋଧ) ଯାହା ଏକ ସଫଳ ଜୀବନ ବଞ୍ଚିବାକୁ ଏବଂ ଦେଶର ବିକାଶ ପ୍ରକ୍ରିୟାରେ ଯୋଗଦାନ କରିବାକୁ ଏବଂ ବଢୁଥିବା ବିଶ୍ଵର ସମସ୍ୟାକୁ ସାମ୍ବା କରିବାକୁ ପ୍ରସ୍ତୁତ କରିବ ।
  • ସବୁ ଶିକ୍ଷାର୍ଥୀମାନଙ୍କୁ କାମ ଓ ଉଦ୍ୟୋଗ ତା ପାଇଁ ବୈଷୟିକ ଏବଂ ଧନ୍ଦାମୂଳକ ଦକ୍ଷତାକୁ ମିଶାଇ ଉଚିତ୍ ଦକ୍ଷତା ବିଷୟରେ ଶିକ୍ଷା ଦେବାକୁ ପ୍ରୋତ୍ସାହିତ କରିବା, ଏହା ସହିତ ରଟିବା ଶିକ୍ଷଣ ପ୍ରକ୍ରିୟାକୁ ପରିବର୍ତ୍ତନ କରିବାକୁ ଦକ୍ଷତା ଏବଂ ନିପୁଣତାର ଶିକ୍ଷାଦାନ ଦେବା ଏବଂ ସେମାନଙ୍କୁ ସୃଜନଶୀଳ ହେବାକୁ ଗଭୀର ଭାବରେ ଭାବିବାକୁ ପ୍ରଭାବଶାଳୀଭାବେ ଯୋଗାଯୋଗ କରିବାକୁ ସ୍ଵତନ୍ତ୍ରଭାବରେ ସମସ୍ୟା ସମାଧାନ କରିବାକୁ ଏବଂ ଜାତୀୟ ପ୍ରଗତି ପ୍ରକ୍ରିୟାରେ ଯୋଗଦାନ କରିବାକୁ ସମର୍ଥ କରିବାର ଦକ୍ଷତା ବିଷୟରେ ଶିକ୍ଷା ଦେବା ।

ଲକ୍ଷ୍ୟ ଓ ଉଦ୍ଦେଶ୍ୟ

ଶିକ୍ଷାର ସାମୁଦାୟିକ ଲକ୍ଷ ଶିକ୍ଷାର ଗୁଣବତ୍ତା ଓ ପ୍ରାସଙ୍ଗିକତାକୁ ପ୍ରୋତ୍ସାହନ ତଥା ଭାରତର ଶିକ୍ଷା ବ୍ୟବସ୍ଥାର ବିଶ୍ଵସନୀୟତାକୁ ବଢ଼ାଇବା । ବିଦ୍ୟାଳୟ ଓ ଉଚ୍ଚଶିକ୍ଷା ବ୍ୟବସ୍ଥାରେ ସଫଳ ଛାତ୍ରମାନଙ୍କର ନିୟୋଜନରେ ସୁଧାର, ପ୍ରାଥମିକ ବାଲ୍ୟକାଳରୁ ତୃତୀୟ ଶିକ୍ଷା ଯାଏ ସୁନିଶ୍ଚିତ କରିବା ଯେଉଁଥୁରେ ଯାନ୍ତ୍ରିକ ଓ ଧନ୍ଦାମୂଳକ ଶିକ୍ଷା ଓ ପ୍ରଶିକ୍ଷଣ (TVET) ସହିତ ଜୀବନବ୍ୟାପୀ ଶିକ୍ଷଣର ସୁବିଧାକୁ ପ୍ରୋତ୍ସାହନ କରିବା ତଥା ଏହା ପ୍ରମାଣିତ କରିବାକୁ ହେବ ଯେ, ସମାଜର ସବୁ କ୍ଷେତ୍ରରେ ଶିକ୍ଷଣର ସୁଯୋଗ ଥାଏ ।

ନିମ୍ନଲିଖିତ ପ୍ରାଥମିକ ପଦକ୍ଷେପଗୁଡିକ ନିଆଯିବ: -

  • ସୁବିଧା ସୁଯୋଗରୁ ବଞ୍ଚିତ ସନ୍ତାନମାନଙ୍କୁ ବିଶେଷ ଦୃଷ୍ଟି ଦିଆଯାଇ ପ୍ରାଥମିକ ଶିକ୍ଷାରେ ସହଜରେ ସାମିଲ ହେବା ପାଇଁ ୪ ବର୍ଷରୁ ୫ ବର୍ଷର ପିଲାମାନଙ୍କର ଶିକ୍ଷାକୁ ସଂପ୍ରସାରଣ କରାଯିବ ।
  • ସାର୍ବଜନୀନ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ହାସଲ କରିବା ପାଇଁ ସବୁ ମାଧ୍ୟମିକ ଶିକ୍ଷା ପ୍ରାପ୍ତ ସ୍ନାତକଙ୍କୁ ଉଚ୍ଚଶିକ୍ଷା ଅଧ୍ୟୟନରେ ସୁଯୋଗ ମିଳିବା, ନାମାଙ୍କନ କରିଥିବା ସବୁ ଛାତ୍ର ପାଠ ପଢ଼ାରେ ସଫଳ ହେବା ଦିଗରେ ସହାୟତା କରିବା ଏପରିକି ସେମାନେ ଉପେକ୍ଷିତ ଶିକ୍ଷଣସ୍ତରକୁ କିପରି ହାସଲ କରିପାରିବେ ତାହାର ଯତ୍ନ ନେବା ।
  • ବିଭିନ୍ନ ସୁବିଧାରୁ ବଞ୍ଚିତ ଛାତ୍ରଛାତ୍ରୀ, ବିଶେଷ କରି ବିଭିନ୍ନ ପ୍ରକାରର ବିକଳାଙ୍ଗ ବିଦ୍ୟାର୍ଥୀ, ତରୁଣ, ଯୁବକ ଆଦି ପାଠପଢ଼ା କ୍ଷେତ୍ରରେ ବିଭିନ୍ନ ପ୍ରକାର ଆବଶ୍ୟକତା ଆଦିକୁ ସହଜଲଭ୍ୟ କରିବା ପାଇଁ ନାମାଙ୍କନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ସହାୟତା ପ୍ରଦାନ କରିବା ।
  • ଶିକ୍ଷା ବ୍ୟବସ୍ଥାରେ ସାମାଜିକ, ଆଞ୍ଚଳିକ ଓ ଲିଙ୍ଗଗତ ଭେଦଭାବ ସମାପ୍ତ କରିବା ଏବଂ ବାଳିକା ଓ ମହିଳା ସଶକ୍ତିକରଣକୁ ଉତ୍ସାହିତ କରିବା । ରୋଜଗାର ଯୋଗ୍ୟତା ଏପରିକି କାର୍ଯ୍ୟ ଓ ଉଦ୍ୟମରେ ବଦଳୁଥିବା ପରିବେଶରେ ଯୁବ ଓ ବୟସ୍କମାନଙ୍କ ପାଇଁ ଯାନ୍ତ୍ରିକ ଓ ଧନ୍ଦାମୂଳକ ଦକ୍ଷତା ବଢ଼ାଇବା ।
  • ଅର୍ଥ ବ୍ୟବସ୍ଥାର ଅନୌପଚାରିକ କ୍ଷେତ୍ରରେ କାମ କରିବା ସହିତ ଔପଚାରିକ ଶିକ୍ଷାର ବାହାରେ ରହୁଥିବା ଯୁବକ (୧.୫-୨୪ ବର୍ଷ) ଓ ବୟସ୍କମାନଙ୍କୁ ( ୧୫ ବର୍ଷରୁ ଉଦ୍ଧି) ରୋଜଗାର ଦକ୍ଷତା କୌଶଳର ସୁଯୋଗ ଦେବା ।
  • ଯାନ୍ତ୍ରିକ ଓ ଧନ୍ଦାମୂଳକ ଶିକ୍ଷା ସହିତ ତୃତୀୟ ଶିକ୍ଷାର ସମୟ ସୁଲଭତା ସୁନିଶ୍ଚିତ କରିବା ପାଇଁ ଉଚ୍ଚଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା । ଉଚ୍ଚଶିକ୍ଷା ପ୍ରାପ୍ତିରେ ଥିବା ଅସମାନତା ଗୁଡ଼ିକୁ ଦୂର କରିବା, ଅଧାପନା ଓ ଗବେଷଣାରେ ସୁଧାର ଆଣିବା । ନୂଆ ନୂଆ ଜ୍ଞାନରେ ଉନ୍ନତି କରିବା ତଥା ଉଚ୍ଚତର ଶିକ୍ଷଣ ସଂସ୍ଥାଗୁଡ଼ିକରୁ ନିର୍ଦ୍ଦିଷ୍ଟ ଫଳାଫଳର ଉଦ୍ଦେଶ୍ୟ ରଖ୍ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରୋଜଗାର ଦକ୍ଷତା ବୃଦ୍ଧି କରିବା ।
  • ଶିକ୍ଷାର ପ୍ରସାରରେ ସୁଧାର, ଶିକ୍ଷା-ସଂବନ୍ଧୀୟ ପ୍ରକ୍ରିୟାର ଗୁଣବତ୍ତାରେ ବୃଦ୍ଧି, ଶିକ୍ଷକ ପ୍ରଶିକ୍ଷଣ, ଶିକ୍ଷା ଆୟୋଜନ ଓ ପ୍ରବନ୍ଧନରେ ସଂସ୍କାର ପାଇଁ ସୂଚନା ଓ ପ୍ରଯୁକ୍ତି ସଂଚାରକୁ (ICT) ଶକ୍ତିଶାଳୀ କରିବା ।
  • ଶିକ୍ଷକଙ୍କ ବୃତ୍ତିଗତ ବିକାଶ ସହିତ ପ୍ରବନ୍ଧନ ପ୍ରଣାଳୀରେ ସୁଧାର ଆଣିବା ଯେମିତିକି ଯୋଗ୍ୟ ଶିକ୍ଷକଙ୍କ ପାଖରେ ନିର୍ଦ୍ଦିଷ୍ଟ ପ୍ରୋଫାଇଲ୍ ଓ ବୃତ୍ତିଗତ ଉନ୍ନତି ହୋଇପାରିବ ।
  • ସବୁ ଯୁବକ ଏପରିକି ଅତି କମରେ ୯୦% ପୌଢ଼ (ଉଭୟ ପୁରୁଷ ଓ ସ୍ତ୍ରୀ), ପୌଢ଼ ଶିକ୍ଷା କାର୍ଯ୍ୟକର୍ମରେ ସାକ୍ଷରତା ଓ ସାଂଖିକ ଦକ୍ଷତା ହାସଲ କରିବେ ।
  • ଶିକ୍ଷା ଯୋଜନା, ଶାସନ ପରିଚାଳନା ଓ ପ୍ରବନ୍ଧନକୁ ରାଷ୍ଟ୍ରୀୟ ଉପରାଷ୍ଟ୍ରୀୟ ଓ ଆଞ୍ଚଳିକ ସ୍ତରରେ ସ୍ଥିର କରିବା । ଏପରିକି ଶୈକ୍ଷିକ ସ୍ତରରେ କାର୍ଯ୍ୟକାରିତା ପାଇଁ ବିଧୁ ବ୍ୟବସ୍ଥାକୁ ସୁଦୃଢ଼ କରିବା ।
  • ଜାତୀୟ ରାଜ୍ୟସ୍ତରୀୟ କ୍ଷେତ୍ରରେ ଶିକ୍ଷା ଜଗତରେ ଆନୁଷ୍ଠାନିକ ନେତୃତ୍ଵ ଦକ୍ଷତା ଓ ବୃତ୍ତିଗତ ଉନ୍ନତିକୁ ପ୍ରୋସାହନ ଦିଆଯିବା ସହିତ ଏହି କ୍ଷେତ୍ରକୁ ବିସ୍ତାର କରାଯିବ ।
  • ଶୈକ୍ଷଣିକ ବିକାଶ କାର୍ଯ୍ୟକ୍ରମ ପାଇଁ ସୁନିର୍ଦ୍ଦିଷ୍ଟ ଆର୍ଥିକ ବ୍ୟବସ୍ଥାର ଉନ୍ନତି ଘଟାଇବା ।

ଭବିଷ୍ୟତର ଶିକ୍ଷା ଯୋଜନାର ନିର୍ଦ୍ଦେଶନା ଏକ ଜୀବନବ୍ୟାପୀ ଓ ବିଭିନ୍ନ ସ୍ତରର ଏକ ସଂଭାବନାମୟ ଦୃଷ୍ଟିକୋଣ । ଏହି ନୀତି ଶିକ୍ଷାର ବିଭିନ୍ନ ପ୍ରକାର ମାର୍ଗକୁ ତ୍ଵରାନ୍ତ୍ରୀତ କରି ଶିକ୍ଷାର୍ଥୀମାନଙ୍କର ପସନ୍ଦ ଓ ଦକ୍ଷତାକୁ ସୁଚିତ କରେ । କର୍ମକ୍ଷେତ୍ରପାଇଁ ଆବଶ୍ୟକ ଦକ୍ଷତା ସହିତ ଶିକ୍ଷଣ ଫଳାଫଳର ପ୍ରମାଣୀକରଣ, ମାନ୍ୟତା, ଆନୁଷ୍ଠାନିକ, ଅଣଆନୁଷ୍ଠାନିକ ମୁକ୍ତ ଓ ଦୂର ପ୍ରଭୃତି ମାଧ୍ୟମରେ ଶିକ୍ଷାର୍ଥୀମାନେ ଶିକ୍ଷା ଲାଭ ଆଦି କ୍ଷେତ୍ରଗୁଡ଼ିକୁ ବ୍ୟାପକ କରିବା ପାଇଁ ବିଚାର କରାଯାଇଛି ।

ଆଧାର - ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ, ଭାରତ ସରକାର

Last Modified : 2/19/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate