অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଜାତୀୟ ଶିଶୁ ପାଣ୍ଠିର “ଉନ୍ନତି” ବୃତ୍ତି

ଜାତୀୟ ଶିଶୁ ପାଣ୍ଠି ଗଠନ

୧୯୭୯  ରେ ଜାତୀୟ ଶିଶୁ ପାଣ୍ଠି ଗଠନ କରାଯାଇଥିଲା । ଏହି ଉଦ୍ଦେଶ୍ୟରେ ଯେ ବ୍ୟକ୍ତି । ଅନୁଷ୍ଠାନ, କର୍ପୋରେଟ ଅଫିସ ଇତ୍ୟାଦିଙ୍କ ଠାରୁ ଶିଶୁ କଲ୍ୟାଣ ଓ ବିକାଶ ପାଇଁ ପାଣ୍ଠି ସଂଗ୍ରହ କରାଯିବ ।

ଯେଉଁ ପିଲାମାନେ ଆର୍ଥିକ ଅଭାବରୁ  ପାଠ ପଢା ମଝିରୁ ଛାଡି ଦିଅନ୍ତି ସେମାନଙ୍କୁ ଆର୍ଥିକ ସାହାଯ୍ୟ ଯୋଗାଇଦେଇ ସେମାନଙ୍କ ଲକ୍ଷ୍ୟ ସ୍ଥଳରେ  ପହଞ୍ଚାଇବା ହେଉଛି ଜାତୀୟ ଶିଶୁ ପାଣ୍ଠି ର ଲକ୍ଷ୍ୟ ।

ଶିଶୁଯତ୍ନ ଗୃହ ଗୁଡିକ ସେ ସରକାରୀ ହେଉ କିମ୍ବା ବେସରକାରୀ ଯେଉଁଠାରେ ଅନାଥ,ପରିତ୍ୟାଗ ହୋଇଥିବା ଶିଶୁ ରୁହନ୍ତି ସେଠାରେ ଏହିପରି ଶିଶୁଙ୍କ ମଧ୍ୟରେ ଉତ୍ତମ ଛାତ୍ର ଯିଏ  ଭଲ ପାଠ ପଢୁଥିବେ ସେମାନଙ୍କୁ ବୃତ୍ତି ଯୋଗାଇ ଦିଆଯାଏ ।

ସାରା ଦେଶରେ ୨୩୦୦  ରେଜିଷ୍ଟ୍ରି ଭୁକ୍ତ ଶିଶୁ ଗୃହ ରହିଛି ।ଯେଉଁଠାରେ ୮୦,୦୦୦ ରୁ ଅଧିକ ଶିଶୁ ରହୁଛନ୍ତି । ଏହି ପିଲାମାନେ ସରକାରୀ,ବେସରକାରୀ ସ୍କୁଲରେ ପାଠ ପଢୁଛନ୍ତି । ଉନ୍ନତି ବୃତ୍ତି ୯ ମ ଶ୍ରେଣୀ ରୁ ଦ୍ଵାଦଶ ପର୍ଯ୍ୟନ୍ତ ଦିଆଯାଏ ,ଅନ୍ୟ ଏକ ବୃତ୍ତି ହେଉଛି ୧୮ ବର୍ଷ ବୟସ ମଧ୍ୟରେ ଶିଶୁକୁ ଦିଆଯିବ । ଗୋଟିଏ ଶ୍ରେଣୀ ରେ ମେଧାବୀ ୧୦୦ ଛାତ୍ର ଙ୍କୁ   ଏହା ପ୍ରଦାନ କରାଯାଏ ପ୍ରତ୍ୟେକ ବର୍ଷ ୪୦୦ ଛାତ୍ର ବୃତ୍ତି ପ୍ରଦାନ କରାଯାଏ ।

ଲକ୍ଷ୍ୟ

  1. ଜୁଭେନାଇଲ ଜଷ୍ଟିସ ଆକ୍ଟ -2015 ଅନୁଯାୟୀ ହୋଇଥିବା ଶିଶୁ ଗୃହରେ ଯେଉଁ ଛାତ୍ର ରହୁଥିବେ ।
  2. ଶିଶୁଙ୍କ ମାଧରେ ଆତ୍ମବିଶ୍ଵାସ ବୃଦ୍ଧି କରାଇବା ।
  3. ଏପରି ଏକ ପରିବେଶ ସୃଷ୍ଟି କରିବା ଯେଉଁଠାରେ ଶିଶୁଟି ଭବିଷ୍ୟତରେ  ସୁନ୍ଦର ଜୀବନ ବଞ୍ଚିପାରିବ ।

ଯୋଗ୍ୟତା

  1. ଆବେଦନକାରୀ ଶିଶୁ ଗୃହରେ ରହୁଥିବେ ।
  2. ଶିଶୁ ଗୃହଟି ଜୁଭେନାଇଲ ଜଷ୍ଟିସ ଆକ୍ଟ ରେ ରେଜିଷ୍ଟ୍ରେସନ ହୋଇଥିବ ।
  3. ଆବେଦନକାରୀ ଅତିକମରେ ୫୫% ନମ୍ବର ରଖିଥିବେ ଏବଂ ୭୫% ଉତ୍ପାଦନ ହେଉଥିବା ।
  4. ୯ ମଶ୍ରେଣୀ ବା ତତୁର୍ଦ୍ଧ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଲେ ଏହି ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହେବେ ।
  5. ଆଧାର ଲିଙ୍କ ଥାଇ ଆବେଦନକାରୀଙ୍କ ଏକ ବ୍ୟାଙ୍କ ଆକାଉଣ୍ଟ ରହିଥିବ ।
  6. ୫୦% ବୃତ୍ତି ବାଳିକା ଙ୍କ ପାଇଁ ଉଦ୍ଧିଷ୍ଟ ।
  7. ଶିଶୁ ଅନ୍ୟ କୌଣସି ସରକାରୀ ସାହାଯ୍ୟ ପାଉନଥିବ ।

ଆବେଦନ କରିବା ପ୍ରଣାଳୀ

  1. ଏପ୍ରିଲ –ଜୁନ ମାସରେ ମହିଳା ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ଵାରା ବିଜ୍ଞପ୍ତି ପ୍ରକାଶ କରାଯାଏ ।
  2. ପ୍ରତ୍ୟେକ ବର୍ଷ ପରିଚାଳନା କମିଟି ଶିଶୁ ଚୟନ କରି NCF କୁ  ଆବେଦନ ପତ୍ର  ଗ୍ରହଣ କଲାପରେ NCFକୁ ଆବେଦନ ପତ୍ର ପଠାଇବା ଉଚିତ ।
  3. ଆବେଦନ ପତ୍ରଗ୍ରହଣ କଲାପରେ  NCF ଯୋଗ୍ୟ ହିତାଧିକାରୀଙ୍କ ଏକ ଲିଷ୍ଟ ପ୍ରତ୍ୟେକ ଶିଶୁଗୃହକୁ ପଠାଇବେ । ଗୋଟିଏ ବର୍ଷ ବୃତ୍ତି ମିଳିଲା ପରେ ପରବର୍ତ୍ତୀ ବର୍ଷରେ ଏହା ପୁନରାବୃତ୍ତି ହୁଏ ।

ସହାୟତା ରାଶି

ଯେଉଁ ହିତାଧିକାରୀଙ୍କୁ ଦିଗତ ବର୍ଷ ରାଶି ମିଳିଥିବା, ସେମାନଙ୍କୁ ପରବର୍ତ୍ତୀ ବର୍ଷ ମଧ୍ୟ ମିଳିବ ।

ଶ୍ରେଣୀ / ବିଷୟ

ରାଶି (Rs.)

ଶ୍ରେଣୀ ନବମ ରୁ ଦଶମ

ଟଙ୍କା – ୭୦୦/- ଜଣେ ପିଲା ପିଛା (ଦଶମ ଶ୍ରେଣୀ ଶେଷ ସୁଧା ଟଙ୍କା  - ୧୬,୮୦୦ ମିଳିବ)

ଶ୍ରେଣୀ ରୁ ଏକାଦଶ ଏବଂ ଦ୍ଵାଦଶ ଶ୍ରେଣୀ

ଟଙ୍କା – ୮୦୦/- ଜଣେ ପିଲା ପିଛା (ଦ୍ଵାଦଶ ଶ୍ରେଣୀ ଶେଷ ସୁଧା ଟଙ୍କା  - ୧୯,୨୦୦ ମିଳିବ)

 

  1. ବୃତ୍ତି ଗୋଟିଏ ଶିକ୍ଷା ବର୍ଷରେ  ୧୨ ମାସ ପାଇଁ ଦିଆଯାଏ ।
  2. କେତେଜଣଙ୍କୁ ଦିଆଯିବ ତାହା ସେହି ରାଜ୍ୟର ଶିଶୁଗୃହ ର ସଂଖ୍ୟା କୁ ଦେଖି ସ୍ଥିର କରାଯାଏ ।
  3. ଯେଉଁ ଛାତ୍ରମାନେ ବୃତ୍ତି ପାଉଥିବେ ସେମାନେ ପ୍ରତ୍ୟେକ ବର୍ଷ ଏକ ପ୍ରସଂଶା ପତ୍ର ଦାଖଲ କରିବେ ।
  4. ଛାତ୍ରଛାତ୍ରୀ ଙ୍କ ନିଜ ନାମରେ ଖୋଲା ଯାଇଥିବା ଏକ ଫିକସ ଡିପୋଜିଟ ରୁ ବୃତ୍ତି ପ୍ରଦାନ କରାଯାଏ ।

ସଂପୂର୍ଣ୍ଣ ସୂଚନା ଏବଂ ଫର୍ମ ବିଷୟରେ ଜାଣିବା ପାଇଁ କ୍ଲିକ କରନ୍ତୁ

ଆଧାର - ନ୍ୟାସନାଲ ଇଷ୍ଟିଚ୍ୟୁଟସନ ଅଫ ପବ୍ଲିକ କୋପ୍ରେସନ ଆଣ୍ଡ ଚାଇଲ୍ଡ ଡ଼େଭ୍ଲପମେଣ୍ଟ

Last Modified : 3/4/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate