অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସମନ୍ଵିତ ଶିଶୁ ବିକାଶ ଯୋଜନା

ଶିଶୁମାନଙ୍କର ଅଧିକାର ରକ୍ଷା ଓ ସର୍ବାଙ୍ଗୀନ ବିକାଶ

ଏହି ଯୋଜନା ୧୯୭୫ ମସିହା ଅକ୍ଟୋବର ମାସ ୨ ତାରିଖରୁ କାର୍ଯ୍ୟକାରୀ ହେଉଅଛି । ଶିଶୁ ଓ ମାତୃ ମୃତ୍ୟୁହାର ହ୍ରାସ, ସ୍ୱାସ୍ଥ୍ୟ ଓ ପୃଷ୍ଠିର ଉନ୍ନତି ପ୍ରଥମାବସ୍ଥାକୁ ଶିଶୁ ଶିକ୍ଷା ତଥା ଶିଶୁମାନଙ୍କର ଅଧିକାର ରକ୍ଷା ଓ ସର୍ବାଙ୍ଗୀନ ବିକାଶ ଏହି ଯୋଜନାର ମୂଳ ଲକ୍ଷ୍ୟ ଅଟେ ।

ଯୋଜନାର ଲକ୍ଷ୍ୟ

  1. ଏହି ଯୋଜନା ମାଧ୍ୟମରେ ବର୍ଷକୁ ୩୦୦ ଦିନ ବା ମାସକୁ ୨୫ ଦିନ ବା ସପ୍ତାହରେ ୬ ଦିନ ପରିପୂରକ ଖାଦ୍ୟ ଯୋଗାଇ ଦେବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଓଡିଶାର ୩ଟି ଜିଲ୍ଲାରେ ଯଥା କୋରାପୁଟ,ନବରଂଗପୁର ଓ ମାଲକାନଗିରି ଜିଲ୍ଲା ପାଇଁ ଇଣ୍ଡିଆମିକ୍ସ ଆର.ଟି.ଇ (ରେଡି ଟୁଇଟ୍ ) ଖାଦ୍ୟ ଅଙ୍ଗନୱାଡି କେନ୍ଦ୍ର ମାଧ୍ୟମରେ ଶିଶୁ ମାନଙ୍କୁ ଯୋଗାଇ ଦିଆଯାଇଥିବା ସ୍ଥଳେ ଅନ୍ୟ ଅନ୍ୟ ଜିଲ୍ଲା ମାନଙ୍କରେ ରନ୍ଧାଖାଦ୍ୟ ଅଙ୍ଗନୱାଡି  କେନ୍ଦ୍ର ମାଧ୍ୟମରେ ଯୋଗାଇ ଦିଆଯାଉଅଛି । ଲୁଣି ଅନ୍ୟାନ୍ୟ ମସଲା,ଜାଳେଣୀ ଓ ପରିବହନ ପାଇଁ ଖର୍ଚ୍ଚର ବ୍ୟବସ୍ଥା ଆରଟିଇ  ୮୦ ଗ୍ରାମ,୫ ଗ୍ରାମ, ଜାଳେଣି ଓ ପରିବହନ ପାଇଁ ଖର୍ଚ୍ଚର ବ୍ୟବସ୍ଥା ରହିଅଛି । ଅତ୍ୟଧିକ ପୃଷ୍ଟିହୀନତା ଶିଶୁ ପାଇଁ  ଦୈନିକ ଚାଉଳ ୫୦ ଗ୍ରାମ , ଡାଲି ୧୦ ଗ୍ରାମ ଘରକୁ ଦିଆଯିବା ସ୍ଥଳେ ଆରଟିଇ ୮୦ ଗ୍ରାମ ପ୍ରତ୍ୟେକ ଶିଶୁ ଦୈନିକ ଘରକୁ ଦିଆଯିବାରୁ ବ୍ୟବସ୍ଥା ରହିଅଛି ସେହିପରି ଗର୍ଭବତୀ ଓ ପ୍ରସୂତି ମହିଳା ମାନଙ୍କ ପାଇଁ ପରିବାର ପିଛା ଚାଉଳ ୧୯୦ ଗ୍ରାମ, ଡାଲି ୩୦ ଗ୍ରାମ ଘରକୁ ଦିଆଯିବାର ବ୍ୟବସ୍ଥା ଥିବାବେଳେ ଆରଟିଇ ୧୬୦ ଗ୍ରାମ ଘରକୁ ଦିଆଯାଉଅଛି ।
  2. ପୃଷ୍ଟିକର ଖାଦ୍ୟ ଯୋଗାଣ ପରିବର୍ତ୍ତେ ଏହି ଯୋଜନା ଅଙ୍ଗଗୱାଡି କର୍ମୀଙ୍କ ମାଧ୍ୟମରେ ଗର୍ଭବତୀ ଓ ପ୍ରସୂତିମହିଳା, ୬ ବର୍ଷରୁ କମ୍ ଶିଶୁମାନଙ୍କର ସ୍ୱାସ୍ଥ୍ୟପରୀକ୍ଷା, ପୃଷ୍ଟିହୀନତା ଶିଶୁମାନଙ୍କୁ ଡାକ୍ତର ଚିକତ୍ସା ପାଇଁ ପରାମର୍ଶ ଦେବା ଏହି ଯୋଜନାର ଅନ୍ୟ ଏକ ଉଦ୍ଦେଶ୍ୟ ।
  3. ଜନ୍ମରୁ ୫ ବର୍ଷ ମଧ୍ୟରେ ସମସ୍ତ ଶିଶୁଙ୍କ ବିସିଜି,ପୋଲିଓ, ଡିପିଟି ଓ ମିଳିମିଳା ରୋଗରୁ ତଥା ଗର୍ଭବତୀ ମହିଳାଙ୍କ ଟିଟାନାସ୍ ରୋଗରୁ ରକ୍ଷା ପାଇଁ ଟୀକାଦାନର ବ୍ୟବସ୍ଥା ଏହି ଯୋଜନା ଅନ୍ତର୍ଗତ ଏକ ମହତ୍ ସେବା ଅଟେ ।

ଯୋଜନାରେ  ପଞ୍ଚାୟତ ପ୍ରତିନିଧି ମାନଙ୍କ ଭୂମିକା

  • ସରପଞ୍ଚ କିମ୍ବା ନାଏବ ସରପଞ୍ଚଙ୍କ ମଧ୍ୟରୁ ଯିଏ ମହିଳା ହୋଇଥିବେ ସେ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ କରିପାରିବେ ଓ କାର୍ଯ୍ୟ ତଦାରଖ କରିପାରିବେ ଓ କୌଣସି ଅନୟମିତତା ହୋଇଥିଲେ ପଞ୍ଚାୟତ ଦୃଷ୍ଟିଗୋଚର କରିବେ ।
  • ପଞ୍ଚାୟତ ସମିତିର ସଭାପତି/ଉପସଭପତିଙ୍କ ମଧ୍ୟରୁ ଯିଏ ମହିଳା ହୋଇଥିବେ ସେ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ କରିପାରିବେ, କୌଣସି ଅନୟମିତତା ପରିଲକ୍ଷିତ ହେଲେ ଜିଲ୍ଲା ପରିଷଦକୁ ଜଣାଇବେ ଅଙ୍ଗନୱାଡୀ କର୍ମୀ ମନୋନୟନ କମିଟିର ସଭାପତି ହେବେ ।
  • ଜିଲ୍ଲାରେ ମହିଳା ଓ ଶିଶୁବିକାଶ କାର୍ଯ୍ୟକ୍ରମର ବାର୍ଷିକ କାର୍ଯ୍ୟକ୍ରମ ପ୍ରସ୍ତୁତି ଓ  ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ କରି ରାଜ୍ୟ ସରକାରଙ୍କୁ ବିବରଣୀ ପ୍ରଦାନ କ୍ଷମତା ଜିଲ୍ଲା ପରିଷଦ ସଭାପତିଙ୍କର ରହିଅଛି ।

ଆଧାର – ସେଣ୍ଟର ଫର୍ ରୁରାଲ୍ ଡେଭେଲ୍ପମେଣ୍ଟ

Last Modified : 1/8/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate