অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ସର୍ବଶିକ୍ଷା ଅଭିଯାନ

ଯୋଜନାର ଉଦ୍ଦେଶ୍ୟ

୨୦୧୦ ମସିହା ସୁଦ୍ଧା ୬ ରୁ ୧୪ ବର୍ଷ ବୟସର ପିଲାଙ୍କୁ ପ୍ରାଥମିକ ଶିକ୍ଷା ପ୍ରଦାନ କରି ସାମାଜିକ,ଆଞ୍ଚଳିକ ତଥା  ଲିଙ୍ଗଗତ ବୈଷମ୍ୟ ଦୂର କରିବା ହେଉଛି ଏହି ଅଭିଯାନର ମୂଳ ଲକ୍ଷ୍ୟ ।

ବିଦ୍ୟାଳୟ ସ୍ଥାପନ ହୋଇଥିବା ଅଞ୍ଚଳରେ ଲୋକମାନେ ଓ ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ କରିବା ଉଦ୍ଦେଶ୍ୟ ସର୍ବଶିକ୍ଷା ଅଭିଯାନ ଏକ ନୂତନ ଉଦ୍ୟମ ।

 

ଯୋଜନାର ରୂପରେଖ

ଏହି ଅଭିଯାନ ମାଧ୍ୟମରେ ପ୍ରାଥମିକ ଶିକ୍ଷାକୁ ସବୁ ଶିଶୁଙ୍କ ପାଖରେ ପହଞ୍ଚାଇବାର ଯେଉଁ ପ୍ରମୁଖ ଲକ୍ଷ୍ୟ ରଖାଯାଇଛି,ତାହା କାର୍ଯ୍ୟକାରୀ କରିବା ସହିତ ଅଭିଭାବକ,ଶିକ୍ଷକ ସଂଗଠନ,ଶ୍ରେଣୀଗୃହ ନିର୍ମାଣ,ପୁସ୍ତକ ପ୍ରକାଶନ ଓ ବିତରଣ ପ୍ରଭୃତି ଅନେକ କାର୍ଯ୍ୟ ସର୍ବଶିକ୍ଷା ଅଭିଯାନ ମାଧ୍ୟମରେ ହୋଇଥାଏ ।

କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ଜିଲ୍ଲା ପ୍ରାଥମିକ ଶିକ୍ଷା ଯୋଜନା,ପ୍ରାଥମିକ ସ୍ତରରେ ବାଳିକାମାନଙ୍କ ପାଇଁ ଜାତୀୟ ଯୋଜନା ପ୍ରଭୃତି ସର୍ବ ଶିକ୍ଷା ଅଭିଯାନ ମାଧ୍ୟମରେ କାର୍ଯ୍ୟକାରୀ କରାଯାଇଥାଏ ।

ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ

ଏହି ଯୋଜନାଟି ୨୦୦୧-୦୨ ମସିହାରୁ ଆରମ୍ଭ ହୋଇଛି । ୬ରୁ ୧୪ବର୍ଷ ପର୍ଯ୍ୟନ୍ତ ସମସ୍ତ ପିଲା ଯେପରି ଶିକ୍ଷା ପାଇବାକୁ ବଞ୍ଚିତ ନହୁଅନ୍ତି ତାହା ଏହି ଯୋଜନାର ମୂଳ ଲକ୍ଷ୍ୟ । ଏହି ଯୋଜନାରେ ଓଡିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (OPEPA)ଙ୍କ ତରଫରୁ ବିଭିନ୍ନ ଆର୍ଥିକ ସୁବିଧାମାନ ଯୋଗାଇ ଦିଆଯାଉଛି, ଯାହାକି ସର୍ବସାଧାରଣ ଅନେକ ସମୟରେ ଜାଣିବାକୁ ବଞ୍ଚିତ ହେଉଛନ୍ତି । ଗ୍ରାମ ଶିକ୍ଷା କମିଟି ମାଧ୍ୟମରେ ଅଧିକାଂଶ ଯୋଜନା କାର୍ଯ୍ୟକାରୀ ହେଉଛି । ଏଣୁ ସର୍ବସାଧାରଣ ବିଶେଷକରି ଗ୍ରାମ ଶିକ୍ଷା କମିଟିର ଅବଗତି ନିମନ୍ତେ OPEPA ତରଫରୁ ଯେଉଁସବୁ ଆର୍ଥିକ ସାହାଯ୍ୟମାନ ପ୍ରଦାନ କରାଯାଉଛି,ତାହା ନିମ୍ନରେ ଜଣାଇ ଦିଆଗଲା ।

  1. ନୂତନ ବିଦ୍ୟାଳୟ ସ୍ଥାପନ :
    • ଯେଉଁ ଗ୍ରାମର ୧କି.ମି. ବ୍ୟାସାର୍ଦ୍ଧ ମଧ୍ୟରେ ପାଠ ପଢିବା ପାଇଁ ୬ ରୁ ୧୧ ବର୍ଷର ଅନ୍ୟୂନ ୪୦ ପିଲା ଅଛନ୍ତି ଏବଂ ସ୍କୁଲ ନାହିଁ, ସେଠାରେ ନୂତନ ପ୍ରାଥମିକ ବିଦ୍ୟାଳୟ ଓ ୩ କି.ମି. ବ୍ୟାସାର୍ଦ୍ଧ ମଧ୍ୟରେ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରାଯାଉଛି । KBK ଜିଲ୍ଲା ଓ  TSP ଅଞ୍ଚଳରେ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ପାଇଁ ଅନ୍ୟୂନ ୨୫ ଛାତ୍ରଛାତ୍ରୀ ରହିବା ଆବଶ୍ୟକ ।
  2. ବିଦ୍ୟାଳୟ ରକ୍ଷଣାବେକ୍ଷଣ :
    • ତିନି କୋଠରୀ  ପର୍ଯ୍ୟନ୍ତ ଥିବା ବିଦ୍ୟାଳୟକୁ ବାର୍ଷିକ ଟଙ୍କା ଦିଆଯାଏ ।
    • ତିନି କୋଠରୀରୁ ଅଧିକ ଥିବା ବିଦ୍ୟାଳୟକୁ ବାର୍ଷିକ   ଟଙ୍କା ଏହି ଟଙ୍କା ବିଦ୍ୟାଳୟ ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ଖର୍ଚ୍ଚ କରାଯିବ । କଳାପଟା ନିର୍ମାଣ,ବୈଦୁତିକରଣ,ଶୌଚଳୟର ମରାମତି ଓ ବ୍ୟବହାର ପାଇଁ ଏହା ବିନିଯୋଗ ହେବ ।
  3. ଶିକ୍ଷକ ଅନୁଦାନ
    • ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ପାଇଁ ପ୍ରତ୍ୟେକ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ବାର୍ଷିକ ଟଙ୍କା । ଏହି ଟଙ୍କା ରେ ଶିକ୍ଷକମାନେ ଶ୍ରେଣୀରେ ବିଷୟ ଭିତ୍ତିକ ଓ ଶିଶୁକ୍ରୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କରି ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା କରାଇ ଶ୍ରେଣୀଗୃହରେ ବ୍ୟବହାର କରିବେ ।
  4. ଶିକ୍ଷକ ଉପକରଣ ଅନୁଦାନ :
    • ପ୍ରତ୍ୟେକ ନୂତନ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ
      ସମୟରେ ଏକକାଳୀନ ଅନୁଦାନ  ଟଙ୍କା  । ଏହି ଟଙ୍କାରେ ରାଜ୍ୟ ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ କର୍ତ୍ତୁ ପକ୍ଷଙ୍କ ନିର୍ଦ୍ଦେଶ ଓ ବିଦ୍ୟାଳୟ କମିଟି ନିଷ୍ପତ୍ତି ଅନୁଯାୟୀ ଆସବାବପତ୍ର ଓ ପାଠଉପଯୋଗୀ ବିଷୟ ଭିତ୍ତିକ ଶିକ୍ଷଣ ଉପକରଣ କ୍ରୟ କରାଯିବ ।
  5. ବିଦ୍ୟାଳୟ ଅନୁଦାନ :
    • ପ୍ରତି ପ୍ରାଥମିକ ବିଦ୍ୟାଳୟ  ଟଙ୍କା ଦିଆଯାଏ ।
    • ପ୍ରତି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବାର୍ଷିକ  ଟଙ୍କା ଏହି ଅନୁଦାନରେ ବିଦ୍ୟାଳୟ କାର୍ଯ୍ୟକ୍ଷମ ନଥିବା ବିଭିନ୍ନ ଉପକରଣ (ବୋର୍ଡ,ଗ୍ଲୋବ,ବିଜ୍ଞାନ ଉପକରଣ,ଖେଳ ସାମଗ୍ରୀ,ବାଦ୍ୟଯନ୍ତ୍ର )ଇତ୍ୟାଦି କ୍ରୟ କରିବା,ବିଦ୍ୟାଳୟ ସୌନ୍ଦର୍ଯ୍ୟକରଣ ,ଚୂନଧଉଳା ଓ କଳାପଟାରେ ରଂଗ ଦେବା ଇତ୍ୟାଦି ପାଇଁ ଖର୍ଚ୍ଚ ହୋଇପାରିବ ।
  6. ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ :
    • ଗୋଟିଏ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ପାଇଁ  ଟଙ୍କା ।
    • ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୃହ ନିର୍ମାଣ ପାଇଁ  ଟଙ୍କା ।
    • ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାଳିକାମାନଙ୍କ ନିମିତ୍ତ ସ୍ଵତନ୍ତ୍ର ଶୌଚାଳୟ ପାଇଁ  ଟଙ୍କା ।
  7. ପୋଷାକ ଅନୁଦାନ :
    • ସମସ୍ତ ସରକାର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଧ୍ୟୟନ ଦିବାସ୍ଥାୟୀ ସମସ୍ତ ଛାତ୍ରୀଙ୍କ ପାଇଁ ଯଥାକ୍ରମେ ବାର୍ଷିକ   ଟଙ୍କା ଓ  ଟଙ୍କା ହାରରେ ପୋଷାକ ଯୋଗାଇ ଦିଆଯାଉଅଛି।
  8. ପାଠ୍ୟପୁସ୍ତକ ଯୋଗାଣ :
    • ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ସାହାଯ୍ୟପ୍ରାପ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଅଧୟନରତ ୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ସମସ୍ତ ପଢା ବହି ବିନା ମୂଲ୍ୟରେ ଯୋଗାଇ ଦିଆଯାଉଛି ।

ଆଧାର - ସେଣ୍ଟର ଫର୍ ରୁରାଲ୍ ଡେଭେଲ୍ପମେଣ୍ଟ

Last Modified : 1/26/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate