অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପଛୁଆବର୍ଗ ପିଲାଙ୍କ ସମସ୍ୟା ଓ ତା ର ସମାଧାନ

ପଛୁଆବର୍ଗ ପିଲାଙ୍କ ସମସ୍ୟା ଓ ତା ର ସମାଧାନ

ଉଦ୍ଦେଶ

୨ୟ ଅଂଶଗ୍ରହଣ କାରୀମାନେ ପଛୁଆବର୍ଗ, ବାଳିକା, ବିଶେଷ ଆବଶ୍ୟକତା ଥିବା ଓ ଭୌଗୋଳିକ ଭିତ୍ତିକ ପିଲାଙ୍କ ସମସ୍ୟା ସମାଧାନ ପାଇଁ ପନ୍ଥା ନିର୍ଣ୍ଣୟ କରିପାରିବେ  ।

ପ୍ରଣାଳୀ /ପ୍ରକ୍ରିୟା

ସକ୍ରିୟାତ୍ମକ  କାର୍ଯ୍ୟ

  • ସମସ୍ତ ଅଂଶଗ୍ରହଣକାରୀଙ୍କ ଆଗରେ ସହାୟକ ନିମ୍ନଲିଖିତ ସମସ୍ୟା ଗୁଡିକଉପସ୍ଥାପନ କରିବେ  ।
  • ଗୋଟିଏ ୧୩ ବର୍ଷର ଅନ୍ଧ ଛୁଆ ଘରେ ମାକୁ ପିଲା ଧରିବାର ସାହାଯ୍ୟ  କରୁଛି  ।
  • ଗୋଟେ ୧୦ ବର୍ଷର ଝିଅ ପିଲା ରାନି ଯାଯାବର ଭାବେ ବୁଲୁଛି  ।
  • ଗୋଟିଏ ୭ ବର୍ଷର ପୁଅ ଚାହା ଦୋକାନରେ କାମ କରୁଛି ।
  • ପ୍ରଶ୍ନ ୧ ଖୋଲା ଆଲୋଚନା
  • ପ୍ରଶ୍ନ ୨ ଦଳଗତ କାମ ।
  • ପ୍ରଶ୍ନ ୩ ଖୋଲା ଆଲୋଚନା
  • ପ୍ରଶ୍ନ ୪ ଖୋଲା ଆଲୋଚନା ।
  • ପ୍ରଶ୍ନ ୫ ଖୋଲା ଆଲୋଚନା ହେବ   । ମାତ୍ର ବିଦ୍ୟାଳୟ ସହାୟକ ଯୋଜନା ଓ ଅଂଶୀଦାର ଭାବେ କାମ କରିବାର ସୁବିଧା ଗୁଡିକ ଆଲୋଚନା କରିବେ ।

ଆଲୋଚ୍ୟ ବିଷୟ

  • ସାଧାରଣତଃ ବିଦ୍ୟାଳୟର କେଉଁ କେଉଁ ପିଲାମାନେ ପାଠରେ ଅବହେଳିତ ହୋଇଥାନ୍ତି   ।
  • ଏମାନେ ପାଠରେ ଅବହେଳିତ କାହିଁକି  ।
  • ଏମାନଙ୍କ ବିଷୟରେ ଶିକ୍ଷା ଅଧିକାର ଆଇନରେ କଣ କୁହାଯାଇଛି  ।
  • ବିଦ୍ୟାଳୟ ପରିଚାଳନା କମିଟି ହିସାବରେ ଆମେ କେଉଁ କେଉଁ କାମକୁ ହାତକୁ ନେଇପାରିବା  ।
  • ଆମବିଦ୍ୟାଳୟକୁ ଉନ୍ନତ କରିବା ପାଇଁ ସୁନ୍ଦର ବିଦ୍ୟାଳୟରେ ପରିଣତ କରିବା ପାଇଁ ବିଦ୍ୟାଳୟ ସହାୟକ ଯୋଜନା ଦ୍ଵାରା କି କି ଆମ କରାଇ ପାରିବା  ।

ବାର୍ତ୍ତା  :- ବିଦ୍ୟାଳୟ ପରିଚାଳନା କମିଟି ସହାୟତା ଦ୍ଵାରା ଗ୍ରାମରେ ଥିବା ସମସ୍ତ ବର୍ଗର ଛାତ୍ରଛାତ୍ରୀଙ୍କ ଉନ୍ନତି ସମ୍ଭବ   ।

ସହାୟକ ସୂଚନା

  1. ଆମ ବିଦ୍ୟାଳୟକୁ ସାଧାରଣତଃ ପୁଅ,  ଝିଅ,  ଧନୀ , ଗରିବ, ହରିଜନ,ଆଦିବାସୀ,  ଭିନ୍ନକ୍ଷମ, ପଛୁଆବର୍ଗ , ସଂଖ୍ୟାଲଘୁ , ସହର ତାଳି ବସ୍ତି  ଭୌଗୋଳିକ  ଅନଗ୍ରସର ପିଲାମାନେ ଆସିଥାଆନ୍ତି । ଯେହେତୁ ସେମାନଙ୍କ ଅବଶ୍ୟକତା , ରୁଚି ଓ ପୃଷ୍ଠଭୂମି ଅଲଗା ଅଲଗା ତେଣୁ ବିଦ୍ୟାଳୟରେ ସେମାନଙ୍କର ନାନା ସମସ୍ୟା  ଦେଇଥାଏ  ।
  2. ଏମାନଙ୍କର ଆବହେଳିତ ହେବାର ଅନେକ କାରଣ ରହିଛି ଯାହାର ପ୍ରଭାବ ସେମାନଙ୍କର ଶିକ୍ଷଣରେ ପଡିଥାଏ   ।  ଆର୍ଥିକ ପରିସ୍ଥିତି ଓ ପାରିବାରିକ ଓ ସାମାଜିକ ବ୍ୟବସ୍ଥା , ଭୌଗୋଳିକ ଅବସ୍ଥା,  ଇଚ୍ଛା, ଅନ୍ଧବିଶ୍ଵାସ, ଭୟ , ପରିବାରର କାର୍ଯ୍ୟରେ ନିୟୋଜନ, ହିନମାନ୍ୟତା, ଭାଷା,  ଭାଷାଗତ, ଇତ୍ୟାଦି  ।  ଏହାର ସମାଧାନ ନିମିତ୍ତ ସମସ୍ତେ ଚେଷ୍ଟା କରିବା ଉଚିତ  ।
  3. ଶିକ୍ଷା ଅଧିକାର ନିୟମରେ ଏ ପ୍ରକାରର ପିଲାମାନଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବ  ।
  4. ଦୁର୍ବଳ ଶ୍ରେଣୀର ଶିଶୁ ଏବଂ ସୁବିଧାରୁ ବଞ୍ଚିତ ଗୋଷ୍ଠୀର ଶିଶୁମାନଙ୍କ ପ୍ରତି ଯେପରି କୌଣସି ପାତର ଅନ୍ତର କାରଣଯାଏ ଏବଂ ପ୍ରାଥମିକ ଶିକ୍ଷା ଚାଲୁ ରଖି ଶେଷ କରିବା ପର୍ଯ୍ୟନ୍ତ ଯେପରି କୌଣସି କାରଣରୁ ବାଧା ସୃଷ୍ଟି ନ ହୁଏ , ତାହା ନିଶ୍ଚିତ କରିବା ସରକାରଙ୍କର କାମ  ।
  5. ବିଦ୍ୟାଳୟ ପରିଚାଳନା କମିଟିରେ ପୁରୁଷ ଓ ମହିଳା ସଦସ୍ୟ ମଧ୍ୟରେ ଅନ୍ୟୁନ ଜଣେ ଲେଖାଏଁ ହରିଜନ/ଆଦିବାସୀ ସମ୍ପ୍ରଦାୟରେ ସଭ୍ୟ ରହିଲେ ଭଲ  ।
  6. କୌଣସି ଶିଶୁ ଯେପରି ଜାତି, ଶ୍ରେଣୀ, ଧର୍ମ କିମ୍ବା ଲିଙ୍ଗ ଗତ କିମ୍ବା ଅନ୍ୟ କୌଣସି ପ୍ରକାରର ଦୁର୍ବ୍ୟବବହାର ଶରବ୍ୟ ନ ହୁଅନ୍ତି, ସେଥିପ୍ରତି ରାଜ୍ୟ ସରକାର ବା ସ୍ଥାନୀୟ କର୍ତ୍ତୃପକ୍ଷ ଧ୍ୟାନ ଦେବେ  ।  (ଧାରା ୩)
  7. ଶ୍ରେଣୀ ଭିତରେ, ମଧ୍ୟାହ୍ନ ଭୋଜନ ପ୍ରଦାନ ସମୟରେ, ଖେଳ ପଡିଆରେ , ପାନୀୟ , ଜଳବ୍ୟବହାର ଓ ଶୌଚାଳୟ ସୁବିଧା ଉପଲବ୍ଧତା ସମୟରେ ଏବଂ ଶ୍ରେଣୀ ଗୃହ ବା ଶୌଚାଳୟ ସଫା କରିବା ସମୟରେ ଜଣେ ଅନଗ୍ରସର ସମ୍ପ୍ରଦାୟର ଶିଶୁ ଏବଂ ଦୁର୍ବଳ ଶ୍ରେଣୀର ଶିଶୁ ଯେପରି ଅନ୍ୟମାନଙ୍କ ଠାରୁ ଅଲଗା ନହୁଏ ,  ବା ଭେଦଭାବ ଶିକାର ନହୁଏ , ସେଥିପ୍ରତି ସରକାର ବା ସ୍ଥାନୀୟ କର୍ତ୍ତୃପକ୍ଷ ନିଶ୍ଚିତ ଦ୍ରୁଷ୍ଟି ଦେବେ  ।  (ଧାରା ୮ର (C )
  8. ଶିଶୁଙ୍କ ବିବରଣୀ ପ୍ରସ୍ତୁତି ବେଳେ ଦୁର୍ବଳଶ୍ରେଣୀ , ଭୋଗୁଥିବା ଅସୁବିଧା , ଅକ୍ଷମତା , ଇତ୍ୟାଦି ବିଷୟରେ ତଥ୍ୟ ରହିବ  ।
  9. ଦୁର୍ବଳ ଶ୍ରେଣୀର ଶିଶୁମାନେ ଅନ୍ୟ ଶିଶୁମାନଙ୍କ ଠାରୁ ଶ୍ରେଣୀ ଗୃହରେ ବିଚ୍ଛିନ୍ନ ନ ହେବା ଏବଂ ସେମାନଙ୍କର ପାଇଁ ପୃଥକ ସ୍ଥାନର ବ୍ୟବହାର କରାନଯିବା ପ୍ରତି ନିଶ୍ଚିତ କରାଯାଇଛି ।
  10. ଏହିପ୍ରକାରର ଶିଶୁମାନେ ଅନ୍ୟ ଶିଶୁମାନଙ୍କର ହକ ପାଇଁ ପ୍ରାପ୍ୟ ବା ସୁବିଧା ଲାଭ ଯଥା ପାଠାଗାର , ପାଠ୍ୟକ୍ରମ ବ୍ୟବହାର, ପାଠ୍ୟକ୍ରମ ବାହାରର କାର୍ଯ୍ୟ , ଖେଳ , ଓଉଞ୍ଚ ସୁବିଧା ଲାଭ କ୍ଷେତ୍ରରେ ପାତର ଅନ୍ତର କରାଯିବ ନାହିଁ  ।

ବିଦ୍ୟାଳୟ ପରିଚାଳନା କମିଟି ହିସାବରେ ଏମାନଙ୍କ ପାଇଁ ଆମର ଯଥେଷ୍ଟ କର୍ତ୍ତବ୍ୟ ରହିଛି  ।

  • ଶିକ୍ଷା ଅଧିକାର ନିୟମକୁ ବିଦ୍ୟାଳୟର କଡାକଢି କରିବା  ।
  • ସରକାରୀ /ବେସରକାରୀ ସ୍ତରରେ ସାହାଯ୍ୟ , ସହଯୋଗ ପାଇଁ ସୁଯୋଗ ସୃଷ୍ଟି  ।
  • ପିତା/ମାତା ବା ଅଭିଭାବକ ସହ ସମନ୍ଵୟ ସ୍ଥାପନ  ।
  • ବିଦ୍ୟାଳୟର ପ୍ରତିଟି କାର୍ଯ୍ୟରେ ଏମାନଙ୍କୁ ଅଗ୍ରାଧିକାର ଦେବା ।
  • ଶ୍ରେଣୀରେ ଏହି ପ୍ରକାରରର ଲୋକମାନେ /ପିଲାମାନଙ୍କର ସଫଳତା ଉପରେ ଉଦାହରଣ ଦେବା ପାଇଁ ଶିକ୍ଷକ ମାନଙ୍କୁ ପ୍ରବାର୍ତ୍ତାଇବା  ।
  • ଶିକ୍ଷାଦାନ ସମୟରେ MLE (ବହୁଭାଷି ସୂତ୍ର) ର ପ୍ରୟୋଗକୁ ନିଶ୍ଚିତ କରିବା  ।
  • ପିଲାମାନଙ୍କୁ ଆବଶ୍ୟକ ଉପକରଣ ଯୋଗାଇ ଦେବା  (ଭିନ୍ନକ୍ଷମ)
  • ବିଦ୍ୟାଳୟ ପାଣ୍ଠିରୁ ସାହାଯ୍ୟ  ।
  • ଏମାନଙ୍କର ପ୍ରତି ମନୋଭାବର ପରିବର୍ତ୍ତନ କରିବା ।

ବିଦ୍ୟାଳୟକୁ ଏକ ସୁନ୍ଦର ବିଦ୍ୟାଳୟରେ ପରିଣତ କରିବା ପାଇଁ ଆମେ ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ ହିସାବରେ ଚେଷ୍ଟା କରିପାରିବା  ।

  • ରାଜ୍ୟ ସରକାର ତାଙ୍କର ରିଜୋଲେସନ ନଂ ୧୭୨୩୦ /SMC Dt. ୨୭.୦୯.୧୦ ରିଖ ରେ ଏକ ବିଜ୍ଞପ୍ତି ଜାରି କରିଛନ୍ତି । ଯେଉଁତିରେ ଏହି ବର୍ଗର ପିଲାଙ୍କ ସମସ୍ୟା ସମାଧାନ ପାଇଁ ଭାଗୀଦାରୀ ଭାବେ କାମ କରିବା ପାଇଁ ବ୍ୟକ୍ତି ବିଶେଷ, ଅନୁଷ୍ଠାନ ଇତ୍ୟାଦିକୁ ଅନୁରୋଧ କରାଯାଇଛି  । ଏମାନେ ସେମାନଙ୍କ ଯଥାସାଧ୍ୟ ଅନୁଯାୟୀ ବିଦ୍ୟାଳୟକୁ ଏକ ସୁନ୍ଦର ବିଦ୍ୟାଳୟ ଭାବେ ପରିଗଣିତ କରିବା ପାଇଁ ଶୌଚାଳୟ ନିର୍ମାଣ , ପାନୀୟ ଜଳ ଯୋଗାଣ , ବଗିଚା ତିଆରି ଓ ରକ୍ଷଣାବେକ୍ଷଣ, ବସିବା ସରଞ୍ଜାମ , ମଧ୍ୟାହ୍ନ ଭୋଜନର ପ୍ରସ୍ତୁତି ପାଇଁ ଉପକରଣ , ପିଲାଙ୍କ ପାଇଁ କମ୍ୟୁତର କ୍ରୟ, ଖେଳପଡିଆର ଉନ୍ନତି କରଣ , ପିଲାଙ୍କ ପାଇଁ ହଷ୍ଟେଲ ନିର୍ମାଣ , ଇତ୍ୟାଦି କରିବେ ।  ଏଥିପାଇଁ ସେମାନେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ଯୋଗାଯୋଗ କରିବା ପାଇଁ କୁହାଯାଇଛି  । ଏଥିପାଇଁ ବିଦ୍ୟାଳୟ କମିଟିର ସଭ୍ୟମାନେ ଏକ ବିଦ୍ୟାଳୟ ଉନ୍ନୟନ ଯୋଜନା ପ୍ରସ୍ତୁତ କରିବା ଉଚିତ ।

ଆଧାର- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ,ଓଡିଶା ସରକାର

Last Modified : 4/14/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate