অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ରେଡିୟମର ଆବିଷ୍କାରକ

ମାଡାମ କ୍ୟୁରୀ (୧୮୭୬-୧୯୩୪) ପରିଚୟ

ତାଙ୍କର ପୁରା ନାମ କ୍ୟୁରୀ , ମେରି ସ୍ଲୋଡୋସ୍ଲା । ଲୋକେ ପ୍ରଥମେ କହିଲେ ମେରି କ୍ୟୁରୀ । ପ୍ରସିଦ୍ଧ ହେବା ପରେ ଡାକିଲେ ମାଡାମ କ୍ୟୁରୀ । ଏହି ନାମ ସେ ଜଗତ ବିଖ୍ୟାତ । ପୋଲାଣ୍ଡର ୱାରସା ଠାରେ ମେରି ଜନ୍ମ ହୋଇଥିଲେ । ତେବେ ତାଙ୍କର ଉଚ୍ଚ ଶିକ୍ଷା ଓ ଗବେଷଣା କ୍ଷେତ୍ର ହୋଇଥିଲା ଫ୍ରାନ୍ସ । ମେରିଙ୍କର ବାଲ୍ୟକାଳ ଓ ଯୌବନରୁ ଅଧେ କାଳ ଦୁଃଖ ଦାରିଦ୍ର୍ୟ ଭୀତରେ କଟିଥିଲା । ତାଙ୍କର ମାଆ ଯକ୍ଷ୍ମାରେ ମଲେ । ଏହା ପୂର୍ବରୁ ସାନ ଭଊଣୀ ଟିଏ ଯତ୍ନ ଅଭାବରୁ ମରିଥାଏ । ବାପା ଜଣେ ଶିକ୍ଷକ ଥିଲେ । ରୁଷିଆ ପୋଲାଣ୍ଡ ଅଧିକାର କରିବା ପରେ ବାପାଙ୍କ ଚାକିରିଟି ଚାଲିଗଲା । ଅତି କଷ୍ଟରେ ମେରିଙ୍କ ବାପା ଦୁଇପୁର ଓ ଦୁଇ ଝିଅଙ୍କୁ ପଢାଇଲେ । ଏତେ ଦୁଃଖକଷ୍ଟ ଭୀତରେ ମେରି ଖୁବ ଭଲ ପଢୁଥିଲେ । ବଡ ଭଉଣୀ ମଧ୍ୟ ଭଲ ଛାତ୍ରୀ ଥିଲେ । ଡାକ୍ତରୀ ପାସ ପରେ ପ୍ୟାରିସ ର ଜଣେ ସହଧ୍ୟାୟୀ ଡାକ୍ତରଙ୍କୁ ବାହା ହୋଇଥିଲେ । ତାଙ୍କ ଠାରୁ ସାହାଯ୍ୟ ଓ ସାହାସ ପାଇ ମେରି ପ୍ୟାରିସ ଗଲେ । ସେଠାରେ ଦରିଦ୍ରଙ୍କ ପରି ଚଳି ଗଣିତ , ବିଜ୍ଞାନ, ପଦାର୍ଥବିଜ୍ଞାନ , ସଙ୍ଗୀତ ପ୍ରଭୃତିରେ ଉଚ୍ଚ ଶିକ୍ଷା କରୁଥାନ୍ତି । ତାଙ୍କର ଦାରିଦ୍ର୍ୟ ଏପରି ଉତ୍କଟ ଥିଲା ଯେ ଦିନେ ଚବିଶ ଘଣ୍ଟା ଉପାସ ରହିଥିବା ଫଳରେ ସେ ବେହୋସ ହୋଇଯାଇଥିଲେ । ମେରି ସୁତସେନବର୍ଗର ଗବେଷଣାରେ ଗବେଷଣା କରିବା ପାଇଁ ନିର୍ବାଚିତ ହୋଇଥାନ୍ତି । ଏହି ଗବେଷଣାଗାରରେ ଯୁବ ଗବେଷକ ପେରିଙ୍କ ସହିତ ତାଙ୍କର ପରିଚୟ ହେଲା । ଗବେଷଣା କରି ପେରି କିଛି ସୁନାମ ଅର୍ଜନ କରିଥାନ୍ତି । ମେରିଙ୍କର ଜ୍ଞାନ ଓ ପ୍ରତିଭା ଦ୍ଵାରା ଆକୃଷ୍ଟ ହୋ ସେ ତାଙ୍କୁ ବିବାହ କଲେ । ଦୁହିଁଙ୍କର ଗବେଷଣା କିଛି ବର୍ଷ ପରେ ଦୁହିଁଙ୍କୁ ବିପୁଳ ସମ୍ମାନ ଆଣିଦେଲା ।

ପୁରସ୍କାର

ପ୍ରତିଭା, ନିଷ୍ଠା, ଓ ପ୍ରତିକୁଳ ପରିସ୍ଥିତିରେ ଧାର୍ଯ୍ୟ ରଖିବାର ମନୋବଳ ମେରିଙ୍କୁ ନୋବେଲ ପୁରସ୍କାର ଆଣିଦେଇଛି । ଭବିଷ୍ୟତରେ ମାଡାମ କ୍ୟୁରୀ ନାମରେ ପରିଚିତ ମେରି ନୋବେଲ ପୁରସ୍କାର ପାଇବାର ପ୍ରଥମ ମହିଳା , ଥରେ ନୁହେଁ , ପ୍ରଥମେ ପଦାର୍ଥ ବିଜ୍ଞାନ ଓ ଦ୍ଵିତୀୟ ଥର ରସାୟନ ବିଜ୍ଞାନରେ ନୋବେଲ ପ୍ରାଇଜ ପାଇବାର ବିରଳ କୃତିତ୍ଵ ମାଡାମ କ୍ୟୁରୀଙ୍କର । ୧୯୦୩ ରେ ସ୍ଵାମୀ ପେରି କ୍ୟୁରୀଙ୍କ ସହିତ ପଦାର୍ଥ ବିଜ୍ଞାନରେ ଓ ୧୯୧୧ ରେ ରସାୟନ ବିଜ୍ଞାନରେ ଏକାକୀ ସେ ନୋବେଲ ପୁରସ୍କାର ପାଇଥିଲେ । ଦେଖିବାକୁ ଗଲେ ମାଡାମ କ୍ୟୁରୀଙ୍କ ପରିବାର ନୋବେଲ ପୁରସ୍କାରଙ୍କ ବିଜେତାଙ୍କୁ ନେଇ ଗଢା । ୧୯୩୫ ରେ ମାଡାମ କ୍ୟୁରୀଙ୍କ ଝିଅ ଇରିନ ଜୋଲିଅଟ କ୍ୟୁରୀ ଓ ତାଙ୍କର ସ୍ଵାମୀ ଫେଡେଋକଙ୍କୁ ମିଳିତ ଭାବେ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ମିଳିଛି । କ୍ୟୁରୀ ପରିବାରକୁ ଯେତେଥର ନୋବେଲ ପୁରସ୍କାର ଆସିଛି ପୃଥିବୀର ଅନ୍ୟ କୌଣସି ପରିବାରର ସେ ସୌଭାଗ୍ୟ ହୋଇନାହିଁ।

ରେଡିୟମର ଆବିଷ୍କାର କିପରି ହୋଇଥିଲା ?

ଦୁଇଟି ତେଜସ୍କ୍ରିୟ ମୌଳିକ ପୋଲୋନିୟମ ଓ ରେଡିୟମ ଆବିଷ୍କାର କରିଥିବା ମାଡାମ କ୍ୟୁରୀଙ୍କର ମାହାନ ଅବଦାନ । ୟୁରାନିୟମ ଏକ ତେଜସ୍କ୍ରିୟ ମୌଳିକ । ଏହା ୧୭୮୯ ଖ୍ରୀଷ୍ଟାଦ୍ଦରେ ଆବିଷ୍କୃତ ହୋଇଥିଲା । ୟୁରାନିୟମ ଅକସାଇଡ ଥିବା ଖଣିଜକୁ ସାଧାରଣ ଲୋକେ ପିଚ ବ୍ଲେଣ୍ଡି କହନ୍ତି । ପିଚ ବ୍ଲେଣ୍ଡିକୁ ଶୋଧିତ କରି ୟୁରାନିୟମ ମିଳିଲା । ଆମ ଦେଶରେ ରାଜସ୍ଥାନ , ବିହାର ଓ ଆନ୍ଧ୍ରପ୍ରଦେଶରେ ପିଚବ୍ଲେଣ୍ଡି ଖଣି ଅଛି । ମେରି ଓ ପେରି ସନ୍ଦେହ କରୁଥିଲେ ଯେ ପିଚ ବ୍ଲେଣ୍ଡିରେ ୟୁରାନିୟମ ବ୍ୟତିତ ଆଉ କିଛି ଆନାବିଷ୍କୃତ ତେଜସ୍କ୍ରିୟ ମୌଳିକ ଅଛି । ୟୁରାନିୟମ କାଢି ନେବା ପରେ ଆଦରକାରୀ ପିଚ ବ୍ଲେଣ୍ଡି ଜମି ରହୁଥିଲା । ସେ ସବୁ ମୂଲ୍ୟହୀନ , ମାତ୍ର ଏହା ଚକ୍ଷୁ ପିଚବ୍ଲେଣ୍ଡିକୁ ପରୀକ୍ଷା କରିବା ପାଇଁ ଯାନବାହନ ଖର୍ଚ୍ଚ ଆବଶ୍ୟକ । ୟୁରାନିୟମ କଢା ସାରିଥିବା ପିଚ ବ୍ଲେଣ୍ଡକୁ ବୋହି ଆଣିବାର ଅନୁମତି ମେରି ଓ ପେରିଙ୍କୁ ମିଳିଗଲା । ହାତରୁ ଖର୍ଚ୍ଚ କରି ଟନ ଟନ ପିଚ ବ୍ଲେଣ୍ଡ ସେମାନେ ବୁହାଇ ଆଣିଲେ । ସେମାନଙ୍କୁ ଗୋଟିଏ ବଡ କାରଖାନା ଘର ମଧ୍ୟ ମିଳିଗଲା । ସେଇଟି ପାଳି କରି ମେରି ଓ ପେରି ଦିନରାତି ବସି ବଡ କଡେଇରେ ପିଚ ବ୍ଲେଣ୍ଡି ତରଳାଇଲେ । ଦୁଇ ବର୍ଷ ହାଡଭଙ୍ଗା ପରିଶ୍ରମ କରି ୧୮୯୮ ଜୁଲାଇରେ ସଫଳ ହେଲେ । ଏକ ନୂଆ ମୌଳିକ ମିଳିଲା ଯାହାର ତେଜସ୍କ୍ରିୟତା ୟୂରାନିଅମର ତିନିଶହ ଗୁଣ । ଏହାର ନାମ ମେରିଙ୍କ ଜନ୍ମଭୂମି ପୋଲାଣ୍ଡ ଅନୁସାରେ ରଖାଗଲା ପୋଲୋନିୟମ । ୧୯୦୩ ରେ ପଦାର୍ଥବିଜ୍ଞାନରେ ତିନିଜଣ ମିଳିତ ଭାବେ ନୋବେଲ ପୁରସ୍କାର ପାଇଲେ । ମେରି କ୍ୟୁରୀ , ପେରିକ୍ୟୁରୀ ଓ ତେଜସ୍କ୍ରିୟତା ଉପରେ ଗୁରୁତ୍ଵପୂର୍ଣ୍ଣ ଗବେଷଣା କରିଥିବା ବିକ୍ୟୁରେଲ । ଦୀର୍ଘକାଳ କଠିନ ପରିଶ୍ରମ କରି ନୁହେଁ ଏତେ କ୍ଳାନ୍ତ ଓ ଅସୁସ୍ଥ ହୋଇ ପଡିଥାନ୍ତି ଯେ ନୋବେଲ ପୁରସ୍କାର ଉତ୍ସବକୁ ଯାଇପାରିଲେ ନାହୀନ । ପୋଲୋନିଅମ ଆବିଷ୍କାର ପରେ ଦୁହିଁଙ୍କ ଗବେଷଣା ସରିନ ଥାଏ । ମାଡାମ କ୍ୟୁରୀ ଲକ୍ଷ୍ୟ କାଲେ ଯେ ୟୂରାନିୟମ ଓ ପୋଲୋନିୟମ କାଢି ନେବା ପରେ ପିଚ ବ୍ଲେଣ୍ଡି ତଥାପି ଶକ୍ତିଶାଳି ତେଜସ୍କ୍ରିୟତାର ଲକ୍ଷଣ ଦେଖାଉଛନ୍ତି । ସେ ସନ୍ଦେହ କଲେ ଯେ ପିଚବ୍ଲେଣ୍ଡିରେ ଏକ ଦୃତୀୟ ଶକ୍ତିଶାଳି ତେଜସ୍କ୍ରିୟତା ମୌଳିକ ରହିଛି । ସ୍ଵାମୀ ସ୍ତ୍ରୀଙ୍କର ଗବେଷଣା ଜାରି ରହିଲା । ପୋଲୋନିୟମ ଆବିଷ୍କୃତ ହେବାର ଛଅମାସ ପରେ ଏକ ନୂତନ ମୌଳିକର ସନ୍ଧାନ ମିଳିଲା । ତାର ନାମ ରଖାଗଲା ରେଡିୟମ । ରେଡିୟମର ତେଜସ୍କ୍ରିୟତା ଅଦ୍ଭୁତ । ଏହା ୟୂରାନିଅମ ଠାରୁ ପ୍ରାୟ ନିୟୁତଗୁଣ ଅଧିକ ତେଜସ୍କ୍ରିୟ । ତେବେ କ୍ୟୁରୀ ଦମ୍ପତି ଯେତିକି ରେଡିୟମ ପାଇଲେ ତାହା ଅତି ସାମାନ୍ୟ । ତାକୁ ମାପି ହେବନି କି କିଛି ପରୀକ୍ଷା କରି ହେବନି । ଅଧିକ ପରିମାଣର ରେଡିୟମ ସଂଗ୍ରହ କରିବାକୁ ଦୁହେଁ ସମସ୍ତ ସଞ୍ଚିତ ଅର୍ଥ ବ୍ୟୟ କରି ଏକଗ୍ରାମ ରେଡିୟମ ପାଇଲେ । ଏହା ୧୯୦୨ ର ଘଟନା । ମାଡାମ କ୍ୟୁରୀ ଅବିଶ୍ରାନ୍ତ ପରିଶ୍ରମ କରି ପନ୍ଦର ପାଉଣ୍ଡ ଓଜନ ହରାଇଥାଆନ୍ତି । ଏଣୁ ୧୯୦୩ ରେ ନୋବେଲ ପ୍ରାଇଜ ଉତ୍ସବକୁ ଯିବା ସମ୍ଭବ ହେଲା ନାହିଁ । ୧୯୦୬ ରେ ମାତ୍ର ୪୭ ବର୍ଷ ବୟସରେ ପେରି ଏକ ଦୁର୍ଘଟଣାରେ ପ୍ରାଣ ହରାଇଲେ । ଏହି ଆକସ୍ମିକ ଦୁର୍ଘଟଣାରେ ମାଡାମ କ୍ୟୁରୀ ଭାଙ୍ଗିପଡିଲେ । ପେରି ଥିଲେ ବିଖ୍ୟାତ ସୋର୍ବାନ ବିଶ୍ଵବିଦ୍ୟାଳୟର ପ୍ରଫେସର । ତାଙ୍କ ବିୟୋଗରେ ଏହି ପଦ ପାଇଁ ମାଡାମ କ୍ୟୁରୀଙ୍କ ନାମ ଉଠିଲା । ଜଣେ ମହିଳାଙ୍କୁ ଉଚ୍ଚ ପଦ ନ ଦେବା ପାଇଁ କେତେକ ଚାହୁଁଥିଲେ , ମାତ୍ର ଶେଷରେ ମାଡାମ କ୍ୟୁରୀଙ୍କୁ ଏହି ପଦ ମିଳିଲା । ୧୯୧୧ ମସିହାରେ ମାଡାମ କ୍ୟୁରୀ ରସାୟନ ବିଜ୍ଞାନରେ ଏକାକୀ ନୋବେଲ ପୁରସ୍କାର ପାଇଲେ । ରେଡିୟମ କର୍କଟ ରୋଗର ଚିକିତ୍ସା ପାଇଁ ଅତ୍ୟାବଶ୍ୟକ , ମାତ୍ର ରେଡିୟମର ତେଜସ୍କ୍ରିୟତା ସଂସ୍ପର୍ଶରେ ଅଧିକ ଆସିଲେ କର୍କଟ ବ୍ୟାଧି ହେବାର ଆଶଙ୍କା ରହିଛି । ମାଡାମ କ୍ୟୁରିଜ ଦୀର୍ଘକାଳ ରେଡିୟମକୁ ନେଇ ପରୀକ୍ଷା ଯୋଗୁଁ କର୍କଟ ବ୍ୟାଧିରେ ପ୍ରାଣ ଦେଲେ । କ୍ୟୁରୀ ଦମ୍ଫତିଙ୍କ ସମ୍ମାନାର୍ଥେ ୯୬ ତମ ମୌଳିକ ନାମ କ୍ୟୁରିୟମ ରଖାଯାଇଛି । ତେଜସ୍କ୍ରିୟତା ମାପର ଏକକ ମଧ୍ୟ କ୍ୟୁରୀ ରହିଛି ।

ସଂଗୃହିତ - ଶରତ କୁମାର ମହାନ୍ତି

Last Modified : 10/29/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate