অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଭାଷା ବିକାଶ

ବାର୍ତ୍ତାଳାପ ଚାର୍ଟ

  1. ଉଦ୍ଦେଶ୍ୟ –
  2. କଥୋପକଥନ ଶୈଳୀର ବୃଦ୍ଧି ।

  3. ଉପକରଣ –
  4. ବାର୍ତ୍ତାଳାପ କ୍ୟାଲେଣ୍ଡର୍

  5. ବ୍ୟବହାର ପ୍ରଣାଳୀ –

    ଛବି ଓ ନମୁନା ପ୍ରଶ୍ନ ମାଧ୍ୟମରେ ପିଲାମାନଙ୍କ ସହିତ ବାର୍ତ୍ତାଳାପ କରିବେ  ଓ ପ୍ରତ୍ୟେକ ପିଲାଙ୍କୁ ବ୍ୟକ୍ତିଗତ ଭାବରେ ଛବିରେ ଥିବା ଘଟଣା ବର୍ଣ୍ଣନା କରିବାକୁ କହିବେ ।

କାର୍ଯ୍ୟ କଳାପ ଛବି

  1. ଉଦ୍ଦେଶ୍ୟ –
  2. ଶବ୍ଦ ଭଣ୍ଡାରର ଅଭିବୃଦ୍ଧି ଘଟିବ ।

  3. ଉପକରଣ –
  4. ତିରିଶଟି କାର୍ଯ୍ୟକଳାପ କାର୍ଡ଼ ।

  5. ବ୍ୟବହାର ପ୍ରଣାଳୀ –
  6. ପିଲାମାନଙ୍କୁ ପ୍ରତ୍ୟେକଟି କାର୍ଡ଼ ଦେଖାଇବେ  ଓ କାର୍ଯ୍ୟଟିକୁ କରି ଦେଖାଇବେ  ଓ ତାପରେ କାର୍ଡର କାର୍ଯ୍ୟକଳାପକୁ ପିଲାଙ୍କୁ କରିବାକୁ ନିର୍ଦ୍ଦେଶ ଦେବେ ।

ଛବି କାର୍ଡ

  1. ଉଦ୍ଦେଶ୍ୟ -
  2. ଛବି ପଠନ ଓ ଶବ୍ଦ ଭଣ୍ଡାରର ଅଭିବୃଦ୍ଧି ଘଟିବ ।

  3. ଉପକରଣ – ଛବି କାର୍ଡ଼
    • ଚିକିତ୍ସା ସମ୍ବନ୍ଧୀୟ
    • ସୁଷମ ଖାଦ୍ୟ
    • ଖେଳ ପଡିଆ
  4. ବ୍ୟବହାର ପ୍ରଣାଳୀ –
  5. ପିଲାମାନଙ୍କୁ ଛବି ଗୁଡିକ ଦେଖାଇ ନିର୍ଦ୍ଦିଷ୍ଟ ପରିବେଶ ସମ୍ପର୍କରେ ଆଲୋଚନା କରିବେ ଓ ପିଲାମାନଙ୍କୁ ପରିବେଶର ଶବ୍ଦ ଭଣ୍ଡାର ସହିତ ପରିଚିତ କରାଇବେ ।

ଧ୍ୱନି ସଂପର୍କରେ ଧାରଣା

  1. ଉଦ୍ଦେଶ୍ୟ –
  2. ବିଭିନ୍ନ ଧ୍ୱନି ସହିତ ପରିଚିତ ହେବା ।

  3. ଉପକରଣ –
  4. ହ୍ଵିସିଲ୍, ଡମ୍ବରୁ, ଘୁଙ୍ଗୁର ।

  5. ବ୍ୟବହାର ପ୍ରଣାଳୀ –
  6. ଏହି ଉପକରଣ ମାଧ୍ୟମରେ ପିଲାମାନଙ୍କର ବିଭିନ୍ନ ଧ୍ୱନି ସଂପର୍କରେ ଧାରଣା ହେବ ।

ପ୍ରାକ୍ ଲିଖନ କାର୍ଯ୍ୟ କଳାପ – ଛବି କାର୍ଡ

  1. ଉଦ୍ଦେଶ୍ୟ –
  2. ପ୍ରାକ୍ ଲିଖନ ଅଭ୍ୟାସ ।

  3. ଉପକରଣ –

    ଥର୍ମୋକଲ ଅକ୍ଷର

  4. ବ୍ୟବହାର ପ୍ରଣାଳୀ –
  5. ପିଲାମାନେ ଅକ୍ଷରର ଆକାର ଅନୁଯାୟୀ ଉପଯୁକ୍ତ ହସ୍ତ ଓ ଅଙ୍ଗୁଳି ଚାଳନା କରିପାରିବେ  ତଦ୍ଦ୍ଵାରା ପିଲାମାନେ ବିଭିନ୍ନ ଅକ୍ଷରର ରୂପ ସହିତ ପରିଚିତ ହେବେ ।

ଗଳ୍ପ ବର୍ଣ୍ଣନା

  1. ଉଦ୍ଦେଶ୍ୟ –
  2. କଥନ ଶୈଳୀ, ଶବ୍ଦ ଭଣ୍ଡାର ଓ ଧାରାବାହିକ ଚିନ୍ତାଧାରାର ଅଭିବୃଦ୍ଧି ।

  3. ଉପକରଣ –
    • ଫ୍ଳାନେଲ୍ ବୋର୍ଡ଼
    • ଛଅଟି ସେଟ୍ ଗପ କାର୍ଡ଼
    • କନା କଣ୍ଢେଇ
  4. ବ୍ୟବହାର ପ୍ରଣାଳୀ –
  5. ଛବି ଗୁଡ଼ିକୁ ଫ୍ଳାନେଲ୍ ବୋର୍ଡରେ ଲଗାଇ ପିଲାମାନଙ୍କୁ ଗପଟିକୁ କହିବେ । ଏହାଦ୍ୱାରା ପିଲାମାନେ ଅଧିକ ଆଗ୍ରହୀ ହୋଇ ଶୁଣିବେ ଓ ଆଗ୍ରହର ସହିତ କହି ପାରିବେ । ତାପରେ ପିଲାମାନଙ୍କୁ ବ୍ୟକ୍ତିଗତ ଭାବରେ ଡାକି ଗପଟିକୁ କହିବାକୁ ଓ କ୍ରମ ଅନୁଯାୟୀ ସଜାଇ ଫ୍ଳାନେଲ୍ ବୋର୍ଡରେ ରଖିବାକୁ ନିର୍ଦ୍ଦେଶ ଦେବେ ।

ଆଧାର - ଓଡିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ଅଧିକାରୀ  ଶିକ୍ଷାସୌଧ

Last Modified : 4/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate