অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ରବି ପଟ୍ଟନାୟକ

ରବି ପଟ୍ଟନାୟକ, ଜଣେ ଜଣାଶୁଣା ଓଡ଼ିଆ କଥାକାର ଥିଲେ । ଧରାବନ୍ଧା ଘଟଣାବୈଚିତ୍ର ଓ କାହାଣୀସର୍ବସ୍ଵ ବର୍ଣ୍ଣନାରୁ ହଟିଯାଇ, ଓଡ଼ିଆ କ୍ଷୁଦ୍ରଗଳ୍ପକୁ ଅପାରମ୍ପରିକ ବିଷୟବିନ୍ୟାସ ତଥା ନୂତନ ପ୍ରୟୋଗ-ପରୀକ୍ଷାରେ ସମୃଦ୍ଧ କରିବାରେ ତାଙ୍କର ଉଲ୍ଲେଖଯୋଗ୍ୟ ଭୂମିକା ରହିଛି ।

ଜୀବନୀ

ରବି ପଟ୍ଟନାୟକ, ୧୯୩୫ ମସିହା ଅକ୍ଟୋବର ମାସ ୨୧ ତାରିଖରେ ସୁନ୍ଦରଗଡ଼ ଜିଲ୍ଲାର ବଣାଇଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା କୃଷ୍ଣଚନ୍ଦ୍ର ପଟ୍ଟନାୟକ ଥିଲେ,ସତ୍ୟବାଦୀ ବନ ବିଦ୍ୟାଳୟରେ ଜଣେ ଶିକ୍ଷକ । ମାତଙ୍କ ନାମ ଥିଲା ସୁନ୍ଦରମଣି ଦେବୀ । ରବି ପଟ୍ଟନାୟକଙ୍କର ପାଞ୍ଚ ଭାଇ ଥିଲେ । ରବି ପଟ୍ଟନାୟକ ରାଇରଙ୍ଗପୁର, ବାରିପଦା ଆଦି ସ୍ଥାନରୁ ଶିକ୍ଷାଗ୍ରହଣ କରିଥିଲେ । ସେ ରେଭେନ୍ସା ମହାବିଦ୍ୟାଳୟରୁ ଭୂତତ୍ତ୍ଵରେ ସ୍ନାତକୋତ୍ତର ହାସଲ କରିଛନ୍ତି ।

ସେ ୧୯୬୦ ମସିହାରେ, ଭାରତ ସରକାରଙ୍କ ଭୂତତ୍ତ ସର୍ବେକ୍ଷଣ ସଂସ୍ଥାରେ ଭୂତତ୍ତ୍ଵବିଦ ଭାବରେ ଚାକିରି ଆରମ୍ଭ କରିଥିଲେ । ୧୯୯୧ ମସିହା ଜୁନ ୩ ତାରିଖରେ ମାତ୍ର ୫୬ ବର୍ଷ ବୟସରେ ତାଙ୍କର ପରଲୋକ ଗମନ ଘଟିଥିଲା । ଏହି ସମୟ ବେଳକୁ, ସେ ଭୂତତ୍ତ ସର୍ବେକ୍ଷଣ ସଂସ୍ଥାର ଭୁବନେଶ୍ଵର ଶାଖାର ନିର୍ଦ୍ଦେଶକ ଭାବରେ କାର୍ଯ୍ୟରତ ଥିଲେ ।

ରଚନାବଳୀ

  • ଅସମାଜିକର ଡାଏରୀ(୧୯୬୪)
  • ଅନ୍ଧଗଳିର ଅନ୍ଧକାର(୧୯୭୨)
  • ରାଗତୋଡି(୧୯୭୯)
  • ବହୁରୂପୀ(୧୯୭୯)
  • ହିରଣ୍ୟଗର୍ଭ(୧୯୮୨)
  • ଗଳ୍ପ(୧୯୮୨)
  • ବିଷୁବରେଖା(୧୯୮୩)
  • ରାଜାରାଣୀ(୧୯୮୭)
  • ବନ୍ଧ୍ୟାଗାନ୍ଧାରୀ(୧୯୮୮)
  • ଅମରିଲତା(୧୯୯୦)
  • ବିଚିତ୍ରବର୍ଣ୍ଣା(୧୯୯୧)
  • ଛାୟା ପୁତ୍ରର କାଳ(୧୯୯୧)
  • ରବି ପଟ୍ଟନାୟକଙ୍କ ଶ୍ରେଷ୍ଠ ଗଳ୍ପ(୧୯୯୨)
  • ପ୍ରେମ ଓ ପ୍ରତିମା(୧୯୯୩)
  • ମେଘମହ୍ଲାର(୧୯୯୫)
  • ଅବିନଶ୍ଵର(୧୯୯୫)
  • ପ୍ରଜାପତିର ଘର(୧୯୯୬)
  • ଗଳ୍ପ ସମଗ୍ର ୧ମ ଭାଗ(୨୦୦୮)
  • ଗଳ୍ପ ସମଗ୍ର ୨ୟ ଭାଗ(୨୦୧୦)

ପୁରସ୍କାର ଓ ସମ୍ମାନ

  • ବିଷୁବ ପୁରସ୍କାର
  • ଧରିତ୍ରୀ ସମ୍ମାନ
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର(ହିରଣ୍ୟଗର୍ଭ ପାଇଁ) - ୧୯୮୪
  • ସାରଳା ପୁରସ୍କାର - ୧୯୯୧
  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୯୨

ଭୁବନେଶ୍ଵରରେ ପୁସ୍ତକ ମେଳା ଆରମ୍ଭ କରିବାରେ ରବି ପଟ୍ଟନାୟକଙ୍କର ଅବଦାନ ରହିଥିଲା । ତାଙ୍କରି ସ୍ମୃତିରେ "ଭୁବନେଶ୍ଵର ପୁସ୍ତକ ମେଳା କମିଟି" ପକ୍ଷରୁ ପ୍ରତିବର୍ଷ, "ରବି ପଟ୍ଟନାୟକ ସ୍ମୃତି ପୁରସ୍କାର" ପ୍ରଦାନ କରାଯାଇଥାଏ ।

ଆଧାର –https://or.wikipedia.org/s/r8v

Last Modified : 5/8/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate