অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଲେଖିବାର କୌଶଳ

ଲେଖିବାର କୌଶଳ

ଉପକ୍ରମ

ନିଜ ଭାବନା ଲିପିବଦ୍ଧ କରିବାକୁ ଲେଖିବା କହନ୍ତି   ।  ଏକଥା ମଧ୍ୟ ସତ୍ୟ ଲେଖିବା ଦ୍ଵାରା କିଛି ସୂଚନା, ସ୍ମୃତି ଓ ଧାରଣାକୁ ଉଲ୍ଲେଖ କରାଯାଏ   ।  ଲେଖିବା ସମୟରେ ମଧ୍ୟ ଆମେ ନିଜେ ସହ କଥାବାର୍ତ୍ତା କରିଥାଉ  ।  ଆମେ ଛୋଟ ଶିଶୁଙ୍କୁ ଲେଖି ଶିଖାଇବା ସମୟରେ ଏକ ରକମର କଥାବାର୍ତ୍ତା କଲାଭଳି ଶିଖାଇବା ଭଲ   ।  କାରଣ ପିଲାମାନେ ଆମ ପାଖକୁ ବିଦ୍ୟାଳରେ ଆସିବା ବେଳକୁ ଆତ୍ମ ବିଶ୍ଵାସଏ ସହ ବିଭିନ୍ନ ଲୋକଭଳି ଭିନ୍ନ ଭିନ୍ନ ବିଷୟରେ କଥାବାର୍ତ୍ତା କରିପାରିବାର ଦକ୍ଷତା ନେଇ ଆସିଥାଆନ୍ତି   ।  ଏଠାରେ ସ୍ମରଣ କରାଇଦିଆଯାଇପରେ ଯେ ,  ବର୍ତ୍ତମାନ ଆମେମାନେ ଯେପରି ଲେଖି ପ୍ରକ୍ରିୟା ଯାନ୍ତ୍ରିକ ପ୍ରକ୍ରିୟା କୌଶଳ ଶିଖାଯାଉଛି  ।  ଲେଖିବା ଅକ୍ଷରର ଆକୃତି ଶିକ୍ଷାରୁ ହିଁ ଆରମ୍ଭ କରାଯାଇଥାଏ   ।  ପ୍ରତ୍ୟେକ ପିଲା ବିଭିନ୍ନ ଆକୃତିକୁ ଠିକ ଅଛି ନା ନାହିଁ ଦେଖେ   ।  ଏହିଭଳି ଯାନ୍ତ୍ରିକ ପ୍ରକ୍ରିୟା ବହୁ ସପ୍ତାହ ଧରି ଆମ ବିଦ୍ୟାଳୟ ମାନଙ୍କରେ ଚାଲିବା ଦ୍ଵାରା ପିଲାମାନେ ଏଠି ନେଇ ଆଗ୍ରହ ଦୂରେଇ ବସିଥାନ୍ତି   । ପରବର୍ତ୍ତୀ ପର୍ଯ୍ୟାୟରେ ଯେତେବେଳେ ସେମାନଙ୍କୁ ଶବ୍ଦ ବା ବାକ୍ୟ ଲେଖିବାକୁ କୁହାଯାଏ ସେମାନେ କିଛି ବୁଝି ନପାରି ଆମମାନଙ୍କର ସାହାଯ୍ୟ ଅପେକ୍ଷା କରନ୍ତି   ।  ଆମେମାନେ ‘ ଲେଖିବା ପ୍ରକ୍ରିୟା ‘ କହିବା ‘ ପ୍ରକ୍ରିୟାର ପରବର୍ତ୍ତୀସ୍ତର ବୋଲି ଗ୍ରହଣ କରିବା   ।  ‘ କହିବା ‘ ଦକ୍ଷତା ବୃଦ୍ଧି ପାଇଁ ଦିଆଯାଇଥାଏ କାର୍ଯ୍ୟକ୍ରମଗୁଡିକ ମଧ୍ୟ ଲେଖିବା ଦକ୍ଷତା ବୃଦ୍ଧିରେ ବ୍ୟବହାର କରିପାରିବେ   ।

ଜରୁରୀ କଥା

ତେବେ ପିଲାମାନଙ୍କୁ ଲେଖି ଶିଖାଇବା ପୂର୍ବରୁ ଆସନ୍ତୁ ନିମ୍ନଲିଖିତ କେତେକ ବିଷୟ ପ୍ରତି ଦ୍ରୁଷ୍ଟି ଦେବା   ।

  • ପିଲାମାନେ ଲେଖିବା ପୂର୍ବରୁ , ବିଷୟ କିମ୍ବା ଘଟଣା ସମ୍ପର୍କରେ ଭଲଭାବରେ ଓ ଆତ୍ମବିଶ୍ବାସର ସହିତ ମତ ରଖିବାକୁ ସମର୍ଥ ହେବ   ।
  • ପିଲାମାନଙ୍କୁ ନିଜ ଅନୁଭୂତି ବର୍ଣ୍ଣନା ଓ ଉପସ୍ଥାପନା କରିବା ପାଇଁ ସୁଯୋଗ ଦେବା   ।
  • ପିଲାମାନଙ୍କୁ ଚିତ୍ର ଆଂକିବାପାଇଁ ଉତ୍ସାହିତ କରିବା   । କାରଣ ଲେଖିବା କୌଶଳହାସଲ ଲାଗି ବିଭିନ୍ନ ଆକୃତି ବିଷୟରେ ଜ୍ଞାନ ଏବଂ ସେମାନଙ୍କ ମଧ୍ୟରେ ଥିବା ପ୍ରଭେଦକୁ ଜାଣିବା ଆବଶ୍ୟକ   ।
  • ଅକ୍ଷର ଲେଖି ଶିଖିବାକୁ ଆରମ୍ଭ କଲାବେଳେ ପ୍ରଥମେ ବଡ ବଡ ଅକ୍ଷର ଲେଖିବା ଦରକାର   । ପିଲାଙ୍କର ହାତ ଓ ଆଙ୍ଗୁଳିର ପେଶୀ ଚାଳନା ଅଭ୍ୟାସ ହେଲାପରେ କ୍ରମଶଃ ସାନ ଅକ୍ଷର ଲେଖି ଶିଖିବେ   ।
ପ୍ରତ୍ୟେକ ଅକ୍ଷରର ଆକୃତି କେଉଁଠାରୁ ଆରମ୍ଭ କରି କେଉଁଠାରେ କିପରି ଶେଷ କରାଯାଏ ପିଲାଙ୍କୁ ଆମେ ଦେଖାଇଦେବା   ।

ଆଧାର : ପୋର୍ଟାଲ  ଟିମ

Last Modified : 6/23/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate