অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଶାରୀରିକ ଓ ପେଶୀୟ ବିକାଶ ସାମଗ୍ରୀ

ଶାରୀରିକ ଓ ପେଶୀୟ ବିକାଶ ସାମଗ୍ରୀ

ସ୍ଥୂଳ ମାଂସପେଶୀ

  1. ଉଦ୍ଦେଶ୍ୟ –
  2. ଏହି ସବୁ ସାମଗ୍ରୀ ବ୍ୟବହାର କରି ପିଲାମାନଙ୍କର ସ୍ଥୂଳ ମାଂସପେଶୀର ବିକାଶ ସାଧନ କରିପାରିବ ।

  3. ଉପକରଣ –
    • ବଲ୍
    • ଦଉଡି(୫ ମିଟର)
    • ଦଉଡି ଡିଆଁ – ଦଉଡି
    • ରିଙ୍ଗବଲ୍
  4. ବ୍ୟବହାର ପ୍ରଣାଳୀ –
    • ବଲ୍ ଫିଙ୍ଗିବା ଓ ଧରିବା, ଗୋଡରେ ଉପରକୁ ଫୋପାଡିବା, ହାତରେ ମାରିବା ଇତ୍ୟାଦି କାର୍ଯ୍ୟ କରାଯାଇପାରିବ ।
    • ଦଉଡିର ଦୁଇଟି ମୁଣ୍ଡକୁ ଯୋଡିବା ଗଣ୍ଠି ପକାଇ ପିଲାମାନଙ୍କୁ ଦଉଡି ଧରି ୪ ଜଣ ଚାରି କୋଣରେ ଠିଆ ହୋଇ ଚାରିକୋଣିଆ, ତିନିଜଣ ଦଉଡିଟି ଧରି ତିନକୋଣିଆ, ସେହିପରି କେତେ ଗୁଡିଏ ପିଲା ଦଉଡି ଧରି ଗୋଲାକାର ଆକୃତି କରାଯାଇପାରିବ । ଦଉଡିଟିକୁ ପିଲାମାନଙ୍କୁ ଧରାଇ ଦେଇ  “ଆମେ ଉପରକୁ ଉପରକୁ ଯାଉଛୁ, ଆମେ ଯାଉଛୁ,ଆମେ ଡାହାଣକୁ ଡାହାଣକୁ ଯାଉଛୁ, ଆମେ ପଛକୁ ପଛକୁ ଯାଉଛୁ, ଆମେ ଆଗକୁ ଆଗକୁଯାଉଛୁ” ଇତ୍ୟାଦି କାର୍ଯ୍ୟକ୍ରମ କରାଯାଇ ପାରିବ ।
    • ଦଉଡି ଡିଆଁ ଦ୍ଵାରା ଡିଆଁ ଡେଇଁ କାର୍ଯ୍ୟକ୍ରମ କରାଯାଇପାରିବ ।
    • ରିଙ୍ଗ୍ ବଲ୍ ଫୋପାଡି ଧରିବା, ମୁଠାଇ କରି ଧରିବା ଖେଳ ଖେଳାଯାଇ ପାରିବ ।

ସୂକ୍ଷ୍ମ ମାଂସପେଶୀ

  1. ଉଦ୍ଦେଶ୍ୟ –
  2. ତଳେ ଦିଆଯାଇଥିବା ଜିନିଷକୁ ବ୍ୟବହାର କରି ପିଲାମାନଙ୍କର  ସୂକ୍ଷ୍ମ ମାଂସପେଶୀୟର ବିକାଶ ସାଧନ ଓ  ହାତ ଓ ଆଖିର ସମ୍ମନ୍ଵିତ ଚାଳନା କରାଯାଇ ପାରିବ ।

  3. ଉପକରଣ –
    • ପ୍ଲାଷ୍ଟିକ୍ ଦଉଡି
    • ବିଭିନ୍ନ ରଙ୍ଗର ପ୍ଲାଷ୍ଟିକ୍ ମାଳି
    • କଇଁଚି (ଅଗ୍ରଭାଗ ମୁନିଆ ହୋଇନଥିବ)
    • ରଙ୍ଗିନ୍ କାଗଜ
    • କ୍ରେୟନ୍, ରଙ୍ଗ
    • ଛିଦ୍ରଥିବା କାଠର ବୋର୍ଡ଼, ପ୍ଲାଷ୍ଟିକ୍ କଣ୍ଟା ବା ଲୁହାକଣ୍ଟା (ମୁନ ନଥିବା) ଓ ବିଭିନ୍ନ ଆକାରର ଚିତ୍ର ।
  4. ବ୍ୟବହାର ପ୍ରଣାଳୀ –
    • ପ୍ଲାଷ୍ଟିକ୍ ଦଉଡି ସାହାଯ୍ୟରେ ମାଳିକୁ ବିଭିନ୍ନ ପ୍ରକାର ଗୁନ୍ଥା ଯାଇପାରିବ ।
    • ରଙ୍ଗିନ୍ କାଗଜକୁ ବିଭିନ୍ନ ଆକାରରେ କଇଁଚି ସାହାଯ୍ୟରେ କଟା ଯାଇପାରିବ ।
    • କାଗଜ ଉପରେ ରଙ୍ଗ ସାହାଯ୍ୟରେ ଓ କ୍ରେୟନ୍ ସାହାଯ୍ୟରେ ନିଜ ଇଚ୍ଛାନୁସାରେ ଓ ଅଙ୍ଗନୱାଡୀ କର୍ମୀର ନିର୍ଦ୍ଦେଶ ଅନୁସାରେ ବିଭିନ୍ନ ପ୍ରକାରର ଚିତ୍ର ଅଙ୍କା ଯାଇପାଇବ ।
    • ଛିଦ୍ର ଥିବା କାଠର ବୋର୍ଡ଼ରେ ଦିଆଯାଇଥିବା ନମୁନାକୁ ଦେଖି ମୁନ ନଥିବା ପ୍ଲାଷ୍ଟିକ୍/ ଲୁହାକଣ୍ଟା ଦ୍ଵାରା ସେହିପରି କରିବାକୁ ପିଲାମାନଙ୍କୁ କୁହାଯାଇପାରିବ ।

ଆଧାର - ଓଡିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ଅଧିକାରୀ  ଶିକ୍ଷାସୌଧ

Last Modified : 4/28/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate