অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଶକ୍ତି

ଶକ୍ତି କ'ଣ ?

ଶକ୍ତି ଶବ୍ଦର ଅର୍ଥ ବିସ୍ତୃତ ।

  • ସାଧାରଣତଃ ଶକ୍ତି ହେଉଛି ମାନବ, ପ୍ରାଣୀ ବା କୌଣସି ଭୌତିକ ବସ୍ତୁର କାର୍ଯ୍ୟ କରିବାର ଅଥବା ପରିବର୍ତ୍ତନ କରିବାର କ୍ଷମତା ।
  • ଏହା କୌଣସି ବ୍ୟକ୍ତିର କରିବାର ବା କହିବାର କ୍ଷମତାକୁ ବୁଝାଇପାରେ ।
  • ବିଜ୍ଞାନରେ ଏହା କୌଣସି ଭୌତିକ ପ୍ରଣାଳୀର ପରିବର୍ତ୍ତନ କରିବାର କ୍ଷମତାକୁ ବୁଝାଇଥାଏ ।
  • ଅର୍ଥନୀତିରେ ବଜାରର ଏକ ଅଂଶକୁ ଶକ୍ତି କୁହାଯାଇପାରେ ।

ବିଜ୍ଞାନରେ ଶକ୍ତି -

  • କାର୍ଯ୍ୟ କରିବାର କ୍ଷମତାକୁ ଶକ୍ତି କୁହାଯାଏ ।
  • ମୂଳତଃ ଶକ୍ତି ଦୁଇ ପ୍ରକାରର ହୋଇଥାଏ ।
    1. ଗତିଜ ଶକ୍ତି
    2. ସ୍ଥିତିଜ ଶକ୍ତି

ଶକ୍ତି ସଂରକ୍ଷଣ

ଶକ୍ତିର ସୃଷ୍ଟି କିମ୍ବା ବିନାଶ ନାହିଁ, ଏହା କେବଳ ରୂପ ପରିବର୍ତ୍ତନ କରିପାରେ । କୌଣସି ଆବଦ୍ଧ ତନ୍ତ୍ରରେ ଥିବା ଶକ୍ତି ସବୁବେଳେ ସମାନ । ଏହି ନିୟମକୁ ଶକ୍ତି ସଂରକ୍ଷଣର ନିୟମ କୁହାଯାଏ।

ଶକ୍ତି ସଂରକ୍ଷଣ ନିୟମର ଦୃଷ୍ଟାନ୍ତ -

  1. କୌଣସି ବସ୍ତୁର ଶକ୍ତିକୁ ମପାଯାଉ ।
  2. ଶକ୍ତି ପରିବର୍ତ୍ତନ ଘଟି ସ୍ଥିତିଜରୁ ଗତିଜ ଓ ପୁନର୍ବାର ଗତିଜରୁ ସ୍ଥିତିଜ ହେଉ ।
  3. ଶେଷରେ ବସ୍ତୁର ଶକ୍ତିକୁ ପୁଣି ମପାଯାଉ ।

ଆରମ୍ଭ ଓ ଶେଷ ସମୟର ମାପ ସର୍ବଦା ସମାନ ରହିବ ।

ବସ୍ତୁ ଓ ଶକ୍ତିର ସଂରକ୍ଷଣ -

ଏବେ ଜଣା ପଡ଼ିଲାଣି ଯେ ଆଣବିକ ବିଖଣ୍ଡନ ଓ ସମ୍ମିଶ୍ରଣ ଦ୍ୱାରା ବସ୍ତୁକୁ ଶକ୍ତିରେ ଏବଂ ଶକ୍ତିକୁ ବସ୍ତୁରେ ପରିବର୍ତ୍ତନ କରିହେବ । ଅତଏବ ଶକ୍ତି ସଂରକ୍ଷଣର ନିୟମ ପରିବର୍ତ୍ତିତ ହୋଇ ବସ୍ତୁ ଓ ଶକ୍ତି ସଂରକ୍ଷଣର ନିୟମରେ ପରିଣତ ହେଲା । ଆଲ୍‌ବର୍ଟ୍ ଆଇନ୍‌ଷ୍ଟାଇନ୍ ପ୍ରଥମେ ଏହାର ଗାଣିତିକ ସୂତ୍ର ପ୍ରଦାନ କରିଥିଲେ: E = mc2 ।

ଶକ୍ତିର ପ୍ରକାର

ବୈଜ୍ଞାନିକ ମାନେ ଅନେକ ପ୍ରକାରର ଶକ୍ତିକୁ ଚିହ୍ନଟ କରି ଦେଖି ସାରିଲେଣି ଯେ ସେମାନେ ପରସ୍ପର ପରିବର୍ତ୍ତନଶୀଳ । ଉଦାହରଣ ସ୍ୱରୂପ -

  • ଆଲୋକ ଶକ୍ତି
  • ଶବ୍ଦ ଶକ୍ତି
  • ପୁନର୍ନବୀକରଣୀୟ ଶକ୍ତି
  • ସୌର ଶକ୍ତି
  • ଆଣବିକ ଶକ୍ତି
  • ସ୍ଥିତିସ୍ଥାପକ ଶକ୍ତି
  • ମାଧ୍ୟାକର୍ଷଣ ଜନିତ ସ୍ଥିତିଜ ଶକ୍ତି
  • ଗତିଜ ଶକ୍ତି
  • ଅନ୍ଧକାର ଶକ୍ତି
  • ହାମିଲ୍‌ଟୋନିଆନ୍ ଶକ୍ତି
  • ଆଭ୍ୟନ୍ତରୀଣ ଶକ୍ତି

ଶକ୍ତିର ମାପ

ଶକ୍ତିକୁ ମପା ଯାଇପାରେ । ଅର୍ଥାତ୍, କୌଣସି ବସ୍ତୁର ଶକ୍ତିକୁ ସଂଖ୍ୟାରେ ତଉଲା ଯାଇପାରିବ । ଅନ୍ୟାନ୍ୟ ମାପ ପରି, ଶକ୍ତିର ମଧ୍ୟ ଏକକ ଅଛି । ଶକ୍ତି ମାପର ଏକକ ମାପ ପାଇଁ ଅତି ଗୁରୁତ୍ୱପୂର୍ଣ ।

ଶକ୍ତି ମାପର କେତେକ ଏକକ -

ଶକ୍ତିର SI ଏକକ ହେଉଛି ଜୁଲ୍ । ଏହା ଜେମ୍‌ସ୍ ପ୍ରେସ୍କଟ୍ ଜୁଲ୍‌ଙ୍କ ନାମରେ ନାମିତ ହୋଇଛି ।୧ ଜୁଲ୍ ଏକ ନ୍ୟୁଟନ୍-ମିଟର ସହିତ ସମାନ । SI ମୂଳ ଏକକ ଅନୁସାରେ, ୧ ଜୁଲ୍ ହେଉଛି ୧ କେଜି ମି.2 ସେ.−୨ ବିଦ୍ୟୁତ୍ ଶକ୍ତିର ଏକକ ହେଉଛି କିଲୋୱାଟ୍-ଘଣ୍ଟା । ଏକ କିଲୋୱାଟ୍-ଘଣ୍ଟା ହେଉଛି ୩୬,୦୦,୦୦୦ ଜୁଲ୍ (୩୬୦୦କିଲୋଜୁଲ୍ ବା ୩.୬ ମେଗାଜୁଲ୍) ।

ଆଧାର - ଶକ୍ତି ବିଭାଗ

Last Modified : 5/11/2021



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate