ଏହା ଏକ ସ୍ଥାପିତ ତଥ୍ୟ ଯେ ପାରମ୍ପରିକ ଶକ୍ତି ସ୍ରୋତ ଯଥା ତୈଳ, ଗ୍ୟାସ, କୋଇଲା ଇତ୍ୟାଦି ମନୁଷ୍ୟ ସମାଜକୁ ଭବିଷ୍ୟତରେ ପର୍ଯ୍ୟାପ୍ତ ପରିମାଣରେ ଶକ୍ତି ଯୋଗାଇପାରିବେ ନାହିଁ। ତେଣୁ ରାଷ୍ଟ୍ରମାନେ ଏହି ଚାହିଦାକୁ ମେଣ୍ଟାଇବାପାଇଁ ଆଗରୁ ପ୍ରସ୍ତୁତହୋଇ ରହିବା ଦରକାର ଏବଂ ନିଜ ନିଜର ବିକାଶଧାରାର ଲକ୍ଷକୁ ବଜାୟ ରଖିବା ଜରୁରୀ। ତେଣୁ ଶକ୍ତି ଅପର୍ଜ୍ୟାପ୍ତତା ପାଇଁ ବିକଳ୍ପ ବ୍ୟବସ୍ଥା କରିବା ମଧ୍ୟ ଜରୁରୀ। ଏହା ସହ ଶକ୍ତି ସଂରକ୍ଷଣ ଏବଂ ମିତବ୍ୟୟତା ଓ ଦକ୍ଷତା ଉପରେ ମଧ୍ୟ ଧ୍ୟାନଦେବା ଜରୁରୀ।
ସମସ୍ତ ପୃଥିବୀରେ ବର୍ତମାନ ବିକଳ୍ପ ବ୍ୟବସ୍ଥା ଭାବେ ସୌର ଶକ୍ତି, ପବନ, ଜୈବବସ୍ତୁ, ଜଳ,ସମୁଦ୍ର ଲହଡି, ତରଙ୍ଗ, ଭୂତାପ, ସାମୁଦ୍ରିକ ଉତ୍ତାପ ଇତ୍ୟାଦି ବିକଳ୍ପ ବ୍ୟବସ୍ଥା ଭାବେ ଉଭା ହୋଇଛି। କାରଣ ଏହା ପରିବେଶ ତଥା ଭୂଗୋଳୀୟ ଉତ୍ତାପବର୍ଦ୍ଧନ ଓ ଜଳବାଯୁ ପରିବର୍ତନ ଉପରେ କୌଣସି କୁପ୍ରଭାବ ପକାଇନଥାଏ। ପୃଥିବାର ପ୍ରୁଷ୍ଠା ଭାଗରେ ଉତ୍ତାପବର୍ଦ୍ଧନକୁ ବୁଝାଏ।
ଭାରତ ସରକାର ଏହାର ଜାତୀୟ ସୌରଶକ୍ତି ମିଶନ ଅନ୍ତର୍ଗତ ୧୩ତମ ପଞ୍ଚବାର୍ଷିକୀ ଯୋଜନା ସମୟ (୨୦୨୨) ମଧ୍ୟରେ ୨୦୦୦୦ ମେଗାୱାଟ ଶକ୍ତି ଉତ୍ପାଦନର ଲକ୍ଷ ରଖିଛନ୍ତି। ଯେହେତୁ ଓଡିଶା ଏପରି ଭୌଗଳିକ ଷ୍ଟିଥିରେ ଅବସ୍ଥିତ, ଏଠାରେ ପ୍ରାୟ ଉପରଲିଖିତ ସମସ୍ତ ପ୍ରକାରର ବିକଳ୍ପ ଶକ୍ତି ସ୍ରୋତ ଉପଲବ୍ଧ। ଏକ ଅନୁମାନ ଅନୁଯାୟୀ ଓଡିଶା ବାର୍ଷିକ ପ୍ରାୟ ୫୩୮୨୦ ମେଗାୱାଟ ଶକ୍ତି ଉତ୍ପାଦନ କରିପାରିବାର କ୍ଷମତା ରଖିଛି, ଯାହାକି ଆହୁରି ବଢିପାରେ। ଓଡିଶାରେ ବର୍ଷକୁ ପ୍ରାୟ ୩୦୦ ଦିନ ଖରା ମିଳେ।
ଏହିସବୁକୁ ଆଖିରେ ରାଖୀ ରାଜ୍ୟ ସରକାର ଏହାର ସୌର ନୀତି ପ୍ରଣୟନ କରିଛନ୍ତି।
୧. ଏହା ଓଡିଶା ସୌର ନୀତି ୨୦୧୩ ଭାବେ ନାମିତ ।
୧.୨ ଏହା ୨୦୦୫ ରେ ପ୍ରଣିତ ଅଣପାରମ୍ପରିକ ସ୍ରୋତରୁ ଶକ୍ତି ଉତ୍ପାଦନ ନୀତିକୁ, ସୌର ଶକ୍ତି ବିଷୟରେ ଅଧିକ୍ରମଣ କରିବ ।
୧.୩ ଯଦି କୌଣସି ନୂତନ ପ୍ରଯୁକ୍ତି ଆସେ, ଅଥବା ଭାରତ ସରକାରଙ୍କ କୌଣସି ନୂତନ ନୀତି ପ୍ରଚଳିତ ହୁଏ, ଅବା ରାଜ୍ୟ ବିଦ୍ୟୁତ ନିୟାମକ କମିଶନଙ୍କ ନିର୍ଦେଶ ହୁଏ, ତେବେ ଏହି ନୀତିକୁ ସମ,ଈକ୍ଷା କରାଯାଇପାରିବ ।
ଏହାର ମୁଖ୍ୟ ଉଦ୍ଦେଶ୍ୟ ରାଜ୍ୟରେ ଦେଖାଯାଉଥିବା ବିଦ୍ୟୁତ ସଙ୍କଟ କୁ ଟାଳିବା ଏବଂ ବିକାଶଧାରାକୁ ବଜାୟ ରଖିବା।
୨.୧ ଏକ ଦୀର୍ଘ ମିଆଦି ସୂତ୍ରରେ ରାଜ୍ୟର ବିଜୁଳି ଚାହିଦା ପୂରଣ କରିବା ଏବଂ ଅଙ୍ଗାରକ ଉତ୍ସର୍ଜନ କମ କରି ଏକ ସୁସ୍ଥ ବାତାବରଣ ସୃଷ୍ଟି କରିବା।
୨.୨ କୋଇଲା ଇତ୍ୟାଦି ଜୀବାଶ୍ମ ଇନ୍ଧନ ଉପରୁ ନିର୍ଭରଶୀଳତା କମାଇବା ।
୨.୩ ଅଣବ୍ୟବହୃତ ବିସ୍ତିର୍ଣ ପ୍ରାନ୍ତର ଇତ୍ୟାଦି କୁ କାମର ଲଗାଇ ପ୍ରଚୁର ସୌର ଶକ୍ତି ଉତ୍ପାଦନ କରିବା।
୨.୪ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ସୌରଚାଳିତ ଯନ୍ତ୍ରପାତି ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ଉପଲବ୍ଧ କରାଇବା।
୨.୫ ସୌର ଶିଳ୍ପ ଏବଂ ଆନୁଷଙ୍ଗିକ ଶିଳ୍ପ କ୍ଷେତ୍ରରେ ରୋଜଗାର ଅବସର ସୃଷ୍ଟି କରିବା।
୨.୬ ତାଲିମ ଡ଼ିଡ଼ବଲଇଉର ଏହି କ୍ଷେତ୍ରରେ କୁଶଳୀ ଆଣ୍ଡ ଆର୍ଧକୁଶଳୀ ମାନବ ଶକ୍ତି ସୃଷ୍ଟି କରିବା ।
୨.୭ ସୌରଶକ୍ତି କ୍ଷେତ୍ରରେ ଅନୁସନ୍ଧାନ ଏବଂ ବିକାଶକୁ ତ୍ୱରାନ୍ୱିତ କରି ଏକ ନାଭିକେନ୍ଦ୍ର ପ୍ରତିଷ୍ଠାକରି ନୂତନ ପଦ୍ଧତି ଆବିଷ୍କାର କରିବା ଏବଂ ଏହାକୁ କାର୍ଯ୍ୟରେ ଲଗାଇବା । ଏହାଦ୍ବାରା ଶକ୍ତି କ୍ଷେତ୍ରରେ କାର୍ଯ୍ୟଦକ୍ଷତା ବଢାଇବା ଏବଂ ଖର୍ଚ କମାଇବା। ଉପରୋକ୍ତ ଲକ୍ଷମାନ ହାସଲ କରିବାପାଇଁ ଅନ୍ୟାନ୍ୟ ଅନୁଷ୍ଠାନ ସହ ଯୋଗାଯୋଗକରିବା ତଥା ଓରେଡା ଠାରେ ଏକ ସୌରଶକ୍ତି ଉତ୍କର୍ଷ କେନ୍ଦ୍ର ସ୍ଥାପନା କରିବା। ଏହି କେନ୍ଦ୍ର ପ୍ରଯୁକ୍ତ ଅନୁସନ୍ଧାନ ଏବଂ ସ୍ଥାନୀୟ ଭାବେ ମିଳୁଥିବା କଞ୍ଚାମାଲକୁ ଉପଯୋଗୀ କରାଇ ସୌରକୋଷ ଏବଂ ଅନ୍ୟାନ୍ୟ ଘଟକ ଉତ୍ପାଦନ ଦିଗରେ ମଧ୍ୟ କାମ କରିବ ।
୨.୮ ବିଭିନ୍ନ ପ୍ରକାରର ସୌର ପି ଭି ଏବଂ ସୌରତାପ ବ୍ୟବସ୍ଥାର କାର୍ଯ୍ୟକାରିତା ମଧ୍ୟ ପରୀକ୍ଷଣକରିବ ।
୧. ରାଜ୍ୟସାରା ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ।
୨. ଖଣି କରିବା ଅଥବା ପ୍ରକ୍ରିୟାକରଣର ଆବଶ୍ୟକତା ନାହିଁ
୩. ସୌରଶକ୍ତି ଉପକରଣ ପାଇଁ ଦକ୍ଷ ପ୍ରଦ୍ୟୋଗିକି ଉପଲବ୍ଧ
୪. ସୌରଶକ୍ତି ଯୋଜନାରେ ଅଳ୍ପ କିଲୋୱାଟ ଠାରୁ ମେଗାୱାଟ ପର୍ଯ୍ୟନ୍ତ ଉତ୍ପାଦନ କରାଯାଇ ପାରିବ
୫. ସୌରଶକ୍ତି ଛତ ଉପରଠାରୁ ଆରମ୍ଭ କରି ବଡ ବ ଛୋଟ ଛୋଟ ପଡିଆରେ ମଧ୍ୟ ଉତ୍ପାଦନ କରାଯାଇପାରିବ
୬. ଯେଉଁଠି ଦରକାର ସେହିଠାରେ ଶକ୍ତି ପ୍ରକଳ୍ପ ସ୍ଥାପନ କରାଯାଇପାରେ, ତେଣୁ ପ୍ରସାରଣ ଓ ବଣ୍ଟନ ଖର୍ଚ ଅନେକ ପରିମାଣରେ ବଞ୍ଚି ଯାଏ ।
୭. ସୌର ଶକ୍ତିର ମୂଲ୍ୟ ପ୍ରାୟତଃ ଗ୍ରୀଡ ମୂଲ୍ୟ ସହ ସମାନ ।
୮. ପ୍ରଯୁକ୍ତି ବିଦ୍ୟାଦ୍ୱାରା ସୁଆର ଶକ୍ତିକୁ ସଞ୍ଚୟ କରି ରଖିବାପାଇଁ ମଧ୍ୟ ଚେଷ୍ଟା ଚାଲିଛି ।
୯. ଶକ୍ତି ଉତ୍ପାଦନ ବ୍ଯତୀତ ଏହା ଅଲଗା କାର୍ଯ୍ୟରେ ମଧ୍ୟ ଲାଗିପାରେ, ଯଥା ଘର ପାଇଁ କିମ୍ବା ଶିଳ୍ପ ପାଇଁ ପାଣି ଗରମ କରିବା, ଗରମ ପବନ ସୃଷ୍ଟି କରିବା ଇତ୍ୟାଦି ।
ଓଡିଶାର ଅବସ୍ଥିତିକୁ ( ୧୭° ୪୯’ ରୁ ୨୨° ୩୪’ ଉତ୍ତର ଅକ୍ଷାଂଶ ଠାରୁ ୮୧° ୨୯’ ରୁ ୮୭° ୨୯’ ପୂର୍ବ ପର୍ଯ୍ୟନ୍ତ) ନେଇ ଏହା ବର୍ଷକୁ ପ୍ରାୟତଃ ୩୦୦ ଦିନ ସୂର୍ଯକିରଣ ପାଏ । ଭାରତର ସୂର୍ୟ ବିକିରଣ ମାନଚିତ୍ରକୁ ଦେଖିଲେ ଜଣାପଡେ ଯେ ଓଡିଶାରେ ପ୍ରତି ବର୍ଗମିଟରକୁ ୫.୪ ରୁ ୫.୬ କିଲୋୱାଟଆୱାର ସୂର୍ଯ୍ୟରଶ୍ମି ବିକିରଣ ହୋଇଥାଏ । ନାସା ଦ୍ଵାରା ପ୍ରସ୍ତୁତ ସୁର୍ଜ୍ୟାଲୋକ ବିକିରଣ ମାନଚିତ୍ର ଦେଖିଲେ ଜଣାପଡେ ଯେ ଓଡିଶାର ପ୍ରତ୍ୟେକ ଜିଲ୍ଲାରେ ଏହି ପରିମାଣର ସୂର୍ଯ୍ୟ ରଶ୍ମି ବିକିରଣ ହୋଇଥାଏ । ଏହି ପରିମାଣର ସୂର୍ଯ୍ୟ ରଶ୍ମି ଓଡିଶାରେ ବାଣିଜ୍ୟଭିତ୍ତିକ ସଉରଶକ୍ତି ଉତ୍ପାଦନ ପାଇଁ ସହାୟକ ହେବ ।
ଓଡିଶାରେ ଅଧୁନା ସୌରଶକ୍ତିର ବିନିଯୋଗ ପାଇଁ ନିମ୍ନଲିଖିତ କ୍ଷେତ୍ରରେ ସୁବିଧା ରହିଛି:
ସୌର ଫୋଟୋଭୋଲ୍ଟାଇକ ପ୍ରଣାଳୀରେ ଆଲୋକ ଶକ୍ତିକୁ ବିଦ୍ୟୁତ ଶକ୍ତିରେ ରୂପାନ୍ତରିତ କରାଯାଇଥାଏ । ଏହା ସିଧାସଳଖ ସୂର୍ଯ୍ୟ କିରଣ ବ୍ୟବହାର କରି କରାଯାଇପାରେ କିମ୍ବା ସୂର୍ଯ୍ୟ କିରଣ ଉପଲବ୍ଧ ନଥିଲେ ବ୍ୟାଟେରୀ ରେ ଗଛିତ ବିଦ୍ୟୁତଶକତି ଉପଯୋଗ କରାଯାଇପାରେ । ଏହି ଉପଯୋଗୀତାକୁ ଆଖିରେ ରଖି ଏହି ନୀତିରେ ସୌର ଫୋଟୋଭୋଲ୍ଟାଇକ ପ୍ରଣାଳୀକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି: ଅନ ଗ୍ରୀଡ ଏବଂ ଅଫ ଗ୍ରୀଡ ।
୧. ଅନ ଗ୍ରୀଡ ସୌର ଫୋଟୋଭୋଲ୍ଟାଇକ ପ୍ରଣାଳୀ ଏହା ଜମି ଊପରେ କିମ୍ବା ଛାତ ଉପରେ ପ୍ରତିଷ୍ଠା କରାଯାଇପାରେ । ଏହାଦ୍ୱାରା ସମ୍ପୂର୍ଣ ଉତ୍ପାଦିତ ଶକ୍ତି ଗ୍ରିଡକୁ ଯୋଗାଇଦିଆଯାଇଥାଏ (ନିଜ ବ୍ୟବହାରକୁ ଛାଡି) । ଏହାକୁ ଚାରି ଭାଗରେ ବିଭକ୍ତ କରାଯାଇଛି:
୧.୧. ଗ୍ରୀଡକୋ / ଡିଶକମ ଗୁଡିକୁ ଶକ୍ତି ଯୋଗାଣ ପାଇଁ ମୂଲ୍ୟ ଭିତ୍ତିକ ଆଜ୍ଞାପତ୍ର ମାଧ୍ୟମରେ ପ୍ରତିଷ୍ଠା କରାଯାଏ ।
ରାଜ୍ୟର ଗ୍ରୀଡ ଗୁଡିକୁ ବିଦ୍ୟୁତ ଶକ୍ତି ଯୋଗାଣ ପାଇଁ ପ୍ରତିଯୋଗୀତା ମୂଳକ ମୂଲ୍ୟ ଭିତ୍ତିକ ଆଜ୍ଞାପତ୍ର ମାଧ୍ୟମରେ ଯୋଗାଣକାରୀ ସଂସ୍ଥା କୁ ଅନୁବନ୍ଧିତ କରାଯାଏ । ଏଥିପାଇଁ ଓଡିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା, ବିଦ୍ୟୁତ ଅବଶ୍ୟକତାକୁ ଆଖିରେ ରଖି ସମୟ ସମୟରେ ‘ ଚୟନ ପାଇଁ ଅନୁରୋଧ’ ଆମନ୍ତ୍ରଣ କରିବେ । ମନୋନୀତ ସଂସ୍ଥା ଏହି ନୀତି ଅନ୍ତର୍ଗତ ‘ଏକକ ଝରକା’ କୁ ଜମି, ଜଳ ଏବଂ ବୈଧାନିକ ଅନୁମତି ଇତ୍ୟାଦି ପାଇଁ ଆବେଦନ କରିପାରନ୍ତି ।
୧.୨. ଅକ୍ଷୟ ଶକ୍ତି ପ୍ରାମାଣିକରଣ ପ୍ରଣାଳୀ ଏହି ନୀତି ଅନୁଯାୟୀ ଅକ୍ଷୟ ଶକ୍ତି ପ୍ରାମାଣିକରଣ ପ୍ରଣାଳୀ ମାଧ୍ୟମରେ ସ୍ଵାଧୀନ ଶକ୍ତି ଉତ୍ପାଦକମାନଙ୍କ ଦ୍ଵାରା ଆସିମୀତ ଉତ୍ପାଦନ କ୍ଷମତା ବିଶିଷ୍ଟ ସୌରଶକ୍ତି ପ୍ରକଳ୍ପ ସ୍ଥାପନ କରାଯାଇପାରେ । ଉଲ୍ଲିଖିତ ପ୍ରକ୍ରିୟା ଅନୁଯାୟୀ ସ୍ୱଳ୍ପ ଅବଧି ପ୍ରମାଣପତ୍ର ପାଇଲା ପରେ ସୌରଶକ୍ତି ଉତ୍ପାଦକମାନେ recregistryindia.in ମାଧ୍ୟମରେ ଅନଲାଇନ ଆବେଦନ କରିବେ। ଆବେଦନ ପତ୍ର ଓ ଅନ୍ୟାନ୍ୟ କାଗଜପତ୍ରର ଆବଶ୍ୟକୀୟ ଯାଞ୍ଚ ପରେ ଓଡିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା ଆବେଦନକାରୀଙ୍କୁ ମାନ୍ୟତା ପ୍ରଦାନ କରିବେ କେନ୍ଦ୍ରୀୟ ସଂସ୍ଥା (NLDC) କୁ ପଞ୍ଜୀକରଣ ପାଇଁ ସୁପାରିଶ କରିବେ । ରାଜ୍ୟ ସ୍ତରୀୟ ସଂସ୍ଥା (SLDC) ଦ୍ଵାରା ଅନ୍ତରବୈଧ ବିବରଣୀକୁ ଆଧାର କରି ସୌର ପ୍ରମାଣପତ୍ର କେନ୍ଦ୍ରୀୟ ସଂସ୍ଥା ଦ୍ଵାରା ପ୍ରଦାନ କରାଯିବ । ଏହି ସଂସ୍ଥା ମାନଙ୍କଦ୍ବାରା ଉତ୍ପାଦିତ ସୌର ଶକ୍ତି ଗ୍ରୀଡକୋ କିମ୍ବା ଡିଶକମ ଦ୍ଵାରା ବିଭିନ୍ନ ସମୟରେ OERC ଦ୍ଵାରା ସ୍ଥିରୀକୃତ ହେଉଥିବା ହାରାହାରି ଏକତ୍ରୀକୃତ ଶକ୍ତି ମୂଲ୍ୟ ହିସାବରେ କ୍ରୟ କରାଯିବ ।
୧.୩ ମୁକ୍ତ ପ୍ରବେଶ ଦ୍ଵାରା ରାଜ୍ୟ ବାହାରେ ଶକ୍ତି ପ୍ରକଳ୍ପ ପ୍ରତିଷ୍ଠା ରାଜ୍ୟ ବାହାରେ ଶକ୍ତି ବିକ୍ରୟ କରିବାକୁ ଚାହୁଁଥିବା ଉତ୍ପାଦକ ମାନଙ୍କୁ ଓଡିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥାକୁ ବିସ୍ତ୍ରୁତ ପ୍ରକଳ୍ପ ବିବରଣୀ ସହ ଆବେଦନ କରିବାକୁ ହେବ । ଏକକ ଆବେଦନକାରୀ ଭିତ୍ତିରେ ଏସଟିସି ଏହି ଆବେଦନ ଗୁଡିକୁ ଯାଞ୍ଚ କରିବେ । ଯଦି ଦରକାର ହୁଏ ଏହି ସମୟରେ ଆବେଦନକାରୀ ମାନେ ‘ଏକକ ଝରକା’ କୁ ଜମି, ଜଳ ଏବଂ ବୈଧାନିକ ଅନୁମତି ଇତ୍ୟାଦି ପାଇଁ ଆବେଦନ କରିପାରନ୍ତି । ଏସଟିସି ଦ୍ଵାରା ପ୍ରକଳ୍ପ ଅନୁମୋଦିତ ହେଲାପରେ ଆବେଦନକାରୀ ମାନେ ଓଇଆରସି wheeling charges ବିଷୟରେ ସ୍ଥିର କରିବେ । ତତ୍ପରେ ଓଡିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା ସେମାନଙ୍କୁ ପ୍ରକଳ୍ପ ଆଗେଇନବକୁ ଅନୁମତି ଦେବେ । ଯଦି ସଂସ୍ଥା କାଉନଶୀ କାରଣ ବଶତଃ ରାଜ୍ୟ ବାହାରେ ଶକ୍ତି ବିକିବାକୁ ଅସମର୍ଥ ହୁଏ ତେବେ, ରାଜ୍ୟ ମଧ୍ୟରେ ବିଜୁଳି ବିକ୍ରି କରିପାରିବେ ।
୧.୪ ସ୍ଵାଧୀନ ଶକ୍ତି ଉତ୍ପାଦକ ଭାବେ ଅନ୍ୟ ସଂସ୍ଥାକୁ ପାରସ୍ପରିକ ବୁଝାମଣା ଭିତ୍ତିରେ ଶକ୍ତି ବିକ୍ରୟ:
ଏହି ନୀତି ମାଧ୍ୟମରେ ସ୍ଵାଧୀନ ଶକ୍ତି ଉତ୍ପାଦକ ଭାବେ ନିଜର ସମସ୍ତ ଉତ୍ପାଦକୁ ରାଜ୍ୟ ଭିତରେ ବିକ୍ରୟ କରିବା ପାଇଁ ଅନୁମତି ପ୍ରଦାନ କରେ ।
ଓଡିଶ ସରକାର , ଶକ୍ତି ବିଭାଗ
Last Modified : 3/2/2020