অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ପାରମ୍ପରିକ ଶକ୍ତି ଯୋଜନା

ଗ୍ରୀଡ ରହିତ ଓ ବିକେନ୍ଦ୍ରିତ ସୌର PV ବ୍ୟବହାର କାର୍ଯ୍ୟକ୍ରମ

ଲକ୍ଷ୍ୟ :

  • ସୌର ଶକ୍ତି ଉତ୍ପାଦିତ ପ୍ରଣାଳୀକୁ ଅଧିକ ପ୍ରୋତ୍ସାହନ କରିବା ଓ ବ୍ୟକ୍ତିଗତ, ସାମୂହିକ, ଆନୁଷ୍ଠାନିକ, ବ୍ୟବସାୟିକ ଓ ଶିଳ୍ପାନୁଷ୍ଠାନ ଏହାକୁ ବ୍ୟାପକ କରିବା  ।
  • ସୌର ଶକ୍ତିଚାଳିତ ପ୍ରଣାଳୀ ବିଷୟରେ ବ୍ୟକ୍ତି ବିଶେଷ, ସାମୂହିକ ଓ ବ୍ୟବସାୟିକ ଏବଂ ଶିଳ୍ପାନୁଷ୍ଠାନ ଗୁଡିକ ମଧ୍ୟରେ ଅଧିକ ପ୍ରଚାର ଓ ପ୍ରସାର କରିବା  ।
  • ବଜାର ଚାହିଦା ଏହାର ଚିରନ୍ତନ ବ୍ୟବହାରର ଉପଯୋଗୀତା ସମ୍ପର୍କରେ ଜ୍ଞାନର ପ୍ରସାର କରିବା
  • ଏହି କ୍ଷେତ୍ରରେ ଥିବା ସହଯୋଗ ବ୍ୟକ୍ତି ଓ ଅନୁଷ୍ଠାନ ମାନଙ୍କ ଆର୍ଥିକ ପ୍ରୋତ୍ସାହନ ନେବା ଓ ଏହାର ସମ୍ପୃକ୍ତ ପରିଧି ମଧ୍ୟରେ ସେମାନଙ୍କୁ ଅଧିକ ସହଯୋଗ କରିବା  ।
  • ଗ୍ରୀଡ ରହିତ ସୌରଶକ୍ତି ଓ ଏହାର ବ୍ୟବହାରକୁ ଅଧିକ ସୁଦୃଢ କରିବା ଓ ସାମଗ୍ରୀକ ଉନ୍ନତି ସାଧନ କରିବା  । ବିଭିନ୍ନ ପ୍ରକାର ସଭା, ସମିତି ଓ ଅନ୍ୟାନ୍ୟ ଆନୁସଙ୍ଗିକ କାର୍ଯ୍ୟକ୍ରମରେ ଏହି ବିଷୟ ରେ ଅଧିକ ସୂଚନା ପ୍ରଦାନ କରିବା  ।
  • ଯଥାସମ୍ଭବ କିରାସିନି, ଡିଜେଲ ଓ ବିଦ୍ୟୁତ ଚାଳିତ ଯନ୍ତ୍ର ଗୁଡିକର କମ୍ କରିବା ପାଇଁ ଉତ୍ସାହିତ କରିବା  ।

ବିଶେଷତଃ ଗ୍ରାମୀଣ କ୍ଷେତ୍ରରେ ସୌରଚାଳିତ ବଲ୍ବ, ସୌର ଚାଳିତ ଜଳ ଉତ୍ସ ଓ କ୍ଷୁଦ୍ର ଅତିକ୍ଷୁଦ୍ର ସୌରଚାଳିତ ଗ୍ରୀଡ ଗୁଡିକ ପାଇଁ ଉତ୍ସାହିତ କରିବା ଯେପରି ଏଲ.ଇ.ଡି. ବଲ୍ବ ଲିଥିୟମ ବ୍ୟାଟେରୀ ଇତ୍ୟାଦି  ।

ଯୋଜନାର ଆଭିମୁଖ୍ୟ :

ଏହି ଯୋଜନା ଭାରତର ସମସ୍ତ ପ୍ରାନ୍ତ ଓ ଅନ୍ୟାନ୍ୟ ସ୍ଥାନ ପାଇଁ ପ୍ରଯୁଜ୍ୟ

  • ଶକ୍ତିର ବ୍ୟବହାର
  • ଡିଜେଲ ସ୍ଥାନାକରଣ
  • କୃଷି କ୍ଷେତ୍ରରେ ସୌରଚାଳିତ ପମ୍ପ ବ୍ୟବହାର ପାଇଁ ପ୍ରୋତ୍ସାହନ
  • ଅକ୍ଷୟ ଶକ୍ତି ସେବା ପ୍ରଦାନ କରୁଥିବା ଅନୁଷ୍ଠାନ ଗୁଡିକ ଅଧିକ ଉତ୍ସାହ (RESCO’S)
  • ବଜାରରେ ବ୍ୟାପକ ଭାବେ ସୌର ଶକ୍ତି ଚାଳିତ ଯନ୍ତ୍ର ଗୁଡିକ ମିଳିବା  ।

ପ୍ରଣୟନ ପ୍ରକ୍ରିୟା :

  • ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ନିମ୍ନୋକ୍ତ ସଂସ୍ଥାମାନେ ଏଭଳି ଯୋଗଦାନ କରିପାରିବେ  ।
  • ରାଜ୍ୟ ଅକ୍ଷୟ ଶକ୍ତି ଉନ୍ନୟନ ସଂସ୍ଥା (ରାଜ୍ୟ ଦ୍ଵାରା ସ୍ଥିରିକୃତ ଅନୁବନ୍ଧିତ ସଂସ୍ଥା )
  • ଆର୍ଥିକ ଅନୁଷ୍ଠାନ / ଅର୍ଥ ଯୋଗାଣକାରୀ ସଂସ୍ଥା (ନାବାର୍ଡ, ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ, ବ୍ୟବସାୟିକ ବ୍ୟାଙ୍କ, IREDA ଓ ଜାତୀୟ ଉଦ୍ୟାନ ବୋର୍ଡ, ଭାରତୀୟ ଅକ୍ଷୟ ଶକ୍ତି ଉନ୍ନୟନ ସଂସ୍ଥା)
  • ଅକ୍ଷୟ ଶକ୍ତି ସେବା ପ୍ରଦାନକାରୀ ସଂସ୍ଥା ଦ୍ଵାରା ଅନୁବନ୍ଧିତ ସଂସ୍ଥା ଗୁଡିକ  ।
  • ଭାରତୀୟ ସୌର ଶକ୍ତିନିଗମ (Solar Energy Corporation of India )
  • ଅନ୍ୟାନ୍ୟ ବୃହତ ସରକାରୀ ବିଭାଗ/ସାଧାରଣ ଉଦ୍ୟୋଗ ଅନୁଷ୍ଠାନ

ଅନୁଦାନ ପ୍ରକ୍ରିୟା :

To access the Benchmark cost for "Off-grid and Decentralized Solar PV Applications Programme" for the year 2017-18, Click here.

To access the complete guidelines, Click here.

କ୍ଷୁଦ୍ର ବସ୍ତ୍ର ଉଦ୍ୟୋଗ ପାଇଁ ସୌରଶକ୍ତି ଯୋଜନା

ଦେଶରେ ଥିବା ଅନେକ ଗୁଡିଏ  କ୍ଷୁଦ୍ର ବସ୍ତ୍ର ଉଦ୍ୟୋଗର ଉପକାର ପାଇଁ ସରକାର ଆର୍ଥିକ ସହାୟତା ଓ ମୁଖ୍ୟ ପ୍ରୋତ୍ସାହନ ରାଶି ପ୍ରଦାନ ପାଇଁ ଘୋଷଣା କରିଛନ୍ତି, ଯେଉଁଥିରେ ସେମାନେ Solar Photo Voltaic (SPV) କେନ୍ଦ୍ର (Plant) ଚାଲୁକରିପାରିବେ ଯଦ୍ଵାରା ବାରମ୍ବାର ଭାବେ ଘଟୁଥିବା ବିଦ୍ୟୁତ ବିଭ୍ରାଟ କିମ୍ବା ଲୋ-ଭୋଲଟେଜ ର ସମସ୍ୟା ଦ୍ବୁରୀଭୂତ କରିପାରିବେ  । ଏହି ସୌର ଶକ୍ତି ଯୋଜନାରେ ସେମାନଙ୍କ ପାଇଁ ଦୁଇଟି ପସନ୍ଦ ରହିଛି  ।

  • ଗ୍ରୀଡ ଚାଳିତ ସୌରଶକ୍ତି ପ୍ରକଳ୍ପ- ଯେଉଁଠି ବିଦ୍ୟୁତ ବିଭ୍ରାଟ କିମ୍ବା ଲୋ-ଭୋଲଟେଜ ର ସମସ୍ୟାମୁକ୍ତ କିନ୍ତୁ ବିଦ୍ୟୁତ ଦେୟ ଅତ୍ୟଧିକ
  • ଗ୍ରୀଡ ରହିତ ସୌରଶକ୍ତି ପ୍ରକଳ୍ପ – ଯେଉଁଠି ବିଦ୍ୟୁତର ଖୁବ୍ କମ୍ ମିଳିବ କିମ୍ବା ଗ୍ରୀଡରୁ ବିଦ୍ୟୁତ ଶକ୍ତି ମିଳିବ ଖୁବ୍ କମ୍ ।

ଆର୍ଥିକ ସହାୟତା/ ମୂଳ ଅନୁଦାନ ଏହି ଯୋଜନା ଅନୁଯାୟୀ ନିମ୍ନୋକ୍ତ ନିର୍ଦ୍ଧାରିତ କରାଯାଇଛି  ।

 

କିଲୋୱାଟ ଅନୁଯାୟୀ (Capacity)

ଯନ୍ତ୍ରାଂଶ ଓ ଉତ୍ପାଦର ଆନୁମାନିକ ମୂଲ୍ୟ

ଅଧିକତମ ଅନୁଦାଦନ

 

ଗ୍ରୀଡ ଚାଳିତ ସୌର ଶକ୍ତି ପ୍ରକଳ୍ପ

ଗ୍ରୀଡ ରହିତ ସୌର ଶକ୍ତି

ଗ୍ରୀଡ ଚାଳିତ ସୌର ଶକ୍ତି

ଗ୍ରୀଡ ରହିତ ସୌର ଶକ୍ତି

ସାଧାରଣ ୫୦

୪ କିଲୋୱାଟ (୪ଟି ଶକ୍ତି ଚଳିତ ବସ୍ତୁ ୟୁନିଟ ) ୪,୫୦,୦୦୦

 

 

 

IREDA- NCEF ପୁନଃ ଆର୍ଥିକ ସହାୟତା ଯୋଜନା

ଲକ୍ଷ୍ୟ – ଏହି ଯୋଜନାର ପ୍ରମୁଖ ଲକ୍ଷ୍ୟ ହେଲା । ଜୈବିକ ଶକ୍ତି ପ୍ରକଳ୍ପ ଓ କ୍ଷୁଦ୍ର ଜଳ ବିଦ୍ୟୁତ ପ୍ରକଳ୍ପ ଗୁଡିକୁ ପୁନଃଥଇଥାନ କରାଯାଇ ଆର୍ଥିକ ସହାୟତା ପରଦାଜ କରିବା ଓ ସେମାନଙ୍କ ଉତ୍ପାଦନ ଖର୍ଚ୍ଚକୁ କମ୍ କରି କମ୍ ରିହାତି ଯୁକ୍ତ ସୁଧହାରରେ ବିକଶିତ କରିବା ଯାହାକି ଜାତୀୟ ଶକ୍ତି ଦ୍ଵାରା ପରିଚାଳନା କରାଯିବ  ।

Scope –

ସମୟ ଅବଧି – ୨୦୧୩-୧୪ ଆର୍ଥିକ ବର୍ଷଠାରୁ ୫ ବର୍ଷ ପର୍ଯ୍ୟନ୍ତ ଚାଲୁରହିବ ।

ବୈଷୟିକ ଜ୍ଞାନ – କ୍ଷୁଦ୍ର ଜଳ ବିଦ୍ୟୁତ ପ୍ରକଳ୍ପ ଓ ଜୈବିକ ଇନ୍ଧନ ପରିଚାଳିତ ଶକ୍ତି ଉତ୍ପାଦନ ପ୍ରକଳ୍ପ  ।

ଯୋଗ୍ୟତା

ପୁନଃ ଆର୍ଥିକ ସହାୟତା ପାଇଁ ଯୋଗ୍ୟ ଅନୁଷ୍ଠାନ

IREDA/ ଇରେଡା ମାଧ୍ୟମରେ ବିଭିନ୍ନ ବ୍ୟବସାୟିକ ଓ ଆର୍ଥିକ ଅନୁଷ୍ଠାନ ଗୁଡିକ ପାଇବା ପାଇଁ ଯୋଗ୍ୟ ଇରେଡା ପୁନଃ ଆର୍ଥିକ ସହାୟତା ପାଇଁ ଏକାଧି ଭାବରେ ସମ୍ମତି ଦେବା ପାଇଁ ସ୍ଵୀକୃତ ଏବଂ ଆର୍ଥିକ ସହାୟତା ପାଇଁ ଯୋଗ୍ୟ ଅର୍ଥରାଶି ପ୍ରଦାନ କରିବା ସ୍ଵତଃ କ୍ଷମତା ସମ୍ପର୍କ ବ୍ୟବସାୟିକ ବ୍ୟାଙ୍କ ବା ଆର୍ଥିକ ଅନୁଷ୍ଠାନ ଗୁଡିକ ନିମ୍ନୋକ୍ତ ସର୍ତ୍ତାବଳୀ ଗୁଡିକ ପୂରଣ କରିବା ବିଧେୟ

¾    ସେମାନେ ଲାଭକାରୀ ସଂସ୍ଥା ହେବା ସହିତ କୌଣସି ପ୍ରକାର କ୍ଷତିରେ ଚାଲୁନଥିବେ  ।

¾    ଋଣ ପ୍ରଦାନ କରୁଥିବା ସଂସ୍ଥା ଗୁଡିକର ସାମଗ୍ରିକ ଅନୁପଯୋଗୀ ସମ୍ବଳ ସାମଗ୍ରିକ ଅଗ୍ରୀମ ଅର୍ଥର ଶତକଡା ୫ ଭାଗରୁ ଅଧିକ ହୋଇନଥିବା  ।

¾    ସୂଚୀତ ଅଧିକରଣ ପଦ୍ଧତି ମଧ୍ୟରେ ସେମାନଙ୍କର ମୁଖ୍ୟ ଆୟସ୍ରୋତ ଅନୁପାତ ମଧ୍ୟରେ ରହିବା ଆବଶ୍ୟକ  ।

ଅନ୍ୟାନ୍ୟ  ଯୋଗ୍ୟତା ସର୍ତ୍ତାବଳୀ

  1. ଗ୍ରୀଡ ସଂଯୋଗଯୁକ୍ତ ଉତ୍ପାଦନ ପ୍ରକଳ୍ପ

¾    ଜୈବଇନ୍ଧନ ପ୍ରଯୁକ୍ତ ଶକ୍ତି ପ୍ରକଳ୍ପ (୧୦ ମେଗାୱାଟ ପର୍ଯ୍ୟନ୍ତ) – ୧୦ ମେଗାୱାଟ ଉର୍ଦ୍ଧ୍ଵ ଶକ୍ତି ପ୍ରକଳ୍ପକୁ ମଧ୍ୟ ଅନୁମୋଦନ କରାଯାଇପାରେ, ମାତ୍ର ଏ କ୍ଷେତ୍ରରେ କେବଳ ୧୦ ମେଗାୱାଟ ପର୍ଯ୍ୟନ୍ତ ଅନୁମୋଦିତ ସହାୟତା ରାଶିକୁ ଗ୍ରହଣ କରାଯିବ ଏବଂ ଏହାର ସର୍ବାଧିକ ଆର୍ଥିକ ସହାୟତା ରାଶି ୧୫ କୋଟି ଟଙ୍କାରୁ ଅଧିକ ହେବ ନାହିଁ  ।

¾    କ୍ଷୁଦ୍ର ଜଳବିଦ୍ୟୁତ ପ୍ରକଳ୍ପ – (ସର୍ବାଧିକ ୫ MW ପର୍ଯ୍ୟନ୍ତ)

  1. କୌଣସି ପ୍ରକାରର ବିଦ୍ୟୁତ ଶକ୍ତିର ଶୁଳ୍କର ବୃଦ୍ଧି ଜନିତ ସମସ୍ୟା ଓ ତଦଜନିତ ଶୁଳ୍କକୁ ନେଇ କୌଣସି ସମସ୍ୟା
  2. NCEP ର ବ୍ୟବହାର ଫଳରେ କିମ୍ବା IREDA ରୁ ଋଣ ସହାୟତା ପର ଯୋଜନାର ପୁନରୁଥାନ / କିମ୍ବା ପୁନଃ ନବୀକରଣ  ।
  3. ପ୍ରକଳ୍ପ ଗୁଡିକ ଅନ୍ତତଃ ୨ ବର୍ଷ କାର୍ଯ୍ୟକ୍ଷମ ହେବାର ଅନୁନ୍ନତ ରହିବା ସହ ଏବଂ ୨ବର୍ଷ PLF (ଯଦି ପ୍ରକଳ୍ପ ୨ବର୍ଷରୁ ଅଧିକ ଚାଲିଥାଏ, ତେବେ ଅଧିକନ୍ତୁ ୨ବର୍ଷର PLF) ୨୦% ଜୈବିକ ଶକ୍ତିପ୍ରକଳ୍ପ ପାଇଁ ଲାଗୁହେବ ଏବଂ କ୍ଷୁଦ୍ର ଜଳବିଦ୍ୟୁତ ପ୍ରକଳ୍ପ ପାଇଁ ୧୫% ଲାଗୁହେବ  ।
  4. ପୁନଃ ଆର୍ଥିକ ସହଯୋଗ ପାଇଁ କୌଣସି ସଂସ୍ଥାର ଋଣଭାଗ ଶତକଡା ୩୦ ଭାଗରୁ ଅଧିକ ହେବା ଉଚିତ୍ ନୁହେଁ କିମ୍ବା ଶତକଡା ୨ ଭାଗ ସୁଧହାର IREDA ମାଧ୍ୟମରେ କୌଣସି ବ୍ୟବସାୟିକ ବ୍ୟାଙ୍କ କିମ୍ବା ଆର୍ଥିକ ଅନୁଷ୍ଠାନ IREDA ସହିତ  ନେଇଥିବା ପରିପ୍ରେକ୍ଷୀରେ ଏହା ଯୋଜନା ପ୍ରଣୟନ କାରୀ ସଂସ୍ଥା ସେହି ଶତକଡା ୨ଭାଗ କାର୍ଯ୍ୟକାରୀ ହେବ ଏବଂ ଏହା ଯୋଜନା ପ୍ରଣୀତ  ଅଧିକତମ ୧୫କୋଟି ଠାରୁ ଅଧିକ ଅନାବଶ୍ୟକ  ।
  5. IREDA ଦ୍ଵାରା ଅନୁମୋଦିତ ହାରାହାରି ରାଶି DSCR  ମାଧ୍ୟମରେ ୧:୧ ଅନୁପାତ ମାଧ୍ୟମରେ ସେଇ ଅନୁସାରେ ପୁନଃ ଆର୍ଥିକ ସହଯୋଗ ଋଣ ଲାଗୁକରାଯିବ  ।
  6. ବ୍ୟବସାୟିକ ବ୍ୟାଙ୍କ କିମ୍ବା ଅନ୍ୟ ଆର୍ଥିକ ଅନୁଷ୍ଠାନର ଋଣ ପ୍ରଦାନର ୬ ମାସ ମଧ୍ୟରେ ସଂସ୍ଥାର କାର୍ଯ୍ୟକ୍ରମ ହୋଇଯିବା ଉଚିତ୍ କିମ୍ବା କାର୍ଯ୍ୟକ୍ଷମ ହେବା ଉଚିତ୍  । ଅନ୍ୟଥା, ଋଣ ପ୍ରଦାନ କରାଯାଇଥିବା ଅର୍ଥ ପୁନଶ୍ଚ IREDA ମାଧ୍ୟମ ଦ୍ଵାରା ଫେରସ୍ତ କରାଯାଇପାରିବ  ।

ସୁଧହାର

IREDAଦ୍ଵାରା ସ୍ଥିରିକୃତ ହୋଇଥିବା ବିଭିନ୍ନ ବ୍ୟବସାୟିକ ବ୍ୟାଙ୍କ କିମ୍ବା ଅନ୍ୟଥା ଆର୍ଥିକ ଅନୁଷ୍ଠାନ ଗୁଡିକ ଅନୁମୋଦିତ ପୁନଃ ଆର୍ଥିକ ସହାୟତାପାଇଁ ଶତକଡା ୨ଭାଗ ଧାର୍ଯ୍ୟ କରାଯାଇଛି  ।

ପଞ୍ଜୀକୃତ ବ୍ୟବସାୟିକ ବ୍ୟାଙ୍କ କିମ୍ବା ଆର୍ଥିକ ଅନୁଷ୍ଠାନ ଗୁଡିକ ଧାରକ ମାନଙ୍କୁ ଆର୍ଥିକ ପୁନଃ ମାସ ନିର୍ଦ୍ଧିଷ୍ଟ ସମୟରେ ଋଣ ରାଶିର ବିଭିନ୍ନ ଦିଗଗୁଡିକ ସମ୍ବନ୍ଧରେ ସୂଚନା ଦେବା ସହିତ ସୁଧହାର ଶତକଡା ୨ଭାଗ ବୋଲି ବିବରଣୀ ଦେବା ଆବଶ୍ୟକ  ।

IREDA / ଇରେଡା ଅଧିକୃତ ପୁନଃ ଋଣ ପ୍ରଦାନ ର ୧୦ ବର୍ଷ ମଧ୍ୟରେ ପରିଶୋଧ କରିବା ଆବଶ୍ୟକ ଯାହା ସହିତ ୬ ମାସ ସମୟରେ (ପରିଶୋଧ ସୁଗନ) ଅବଧି ରହିଛି  ।

ଗ୍ରୀଡ ସଂଯୁକ୍ତ ଜୈବିକ ଉତ୍ପାଦିତ ଶକ୍ତି ଓ Baggage ଯୁକ୍ତ ଶକ୍ତି ଚାଳିତ ପ୍ରକଳ୍ପ ସଂବନ୍ଧରେ ଯୋଜନା

ସରକାରଙ୍କ ତରଫରୁ ଜୈବ ଉତ୍ପାଦ ଓ Baggage ଯୁକ୍ତ ଶକ୍ତିପ୍ରକଳ୍ପକୁ ପ୍ରୋତ୍ସାହନ ଦେବା ପାଇଁ ଯୋଜନା ପ୍ରଣୀତ ହୋଇଛି  । ଏହି ଯୋଜନା ଦ୍ଵାରା ଜୈବ ଉତ୍ପାଦକୁ ଅଧିକଭାବେ ବ୍ୟବହାର କରିବା ଯଥା- ଚାଷ ପରବର୍ତ୍ତୀ ବିଭିନ୍ନ ଉପାଦାନ ଯଥା ନଡା, ବିରି ଫସଲର ଅବଶିଷ୍ଟାନ୍ସ ଏବଂ କୃଷିଭିତ୍ତିକ ଶିଳ୍ପରୁ ନିର୍ଗତ ଉପାଦାନ ଯଥା – ତେଲ ରହିତ ଅବଶେଷ, କାଠ, ଇତ୍ୟାଦି  ଇତ୍ୟାଦିକୁ ନେଇ ଶକ୍ତି ଉତ୍ପାଦନ କରିବା ଇତ୍ୟାଦି   । ଏହି କ୍ରମର କୃଷି ଓ କୃଷିଶିଳ୍ପରୁ ନିର୍ଗତ ଅବଶିଷ୍ଟାନ୍ସ ରୁ ପ୍ରାୟ ୧୮,୦୦୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ କରାଯାଇପାରିବ ବୋଲି ଆକଳନ କରାଯାଇଛି  ।

ବିଭିନ୍ନ ପ୍ରକାର ପ୍ରାୟୋଗିକ ପଦ୍ଧତି ଉପାୟରେ ଚିନି କାରଖାନାରେ ବାଷ୍ପଜନିତ ଉତ୍ତାପ ଓ ଚାପ ଦେଇ ପ୍ରାୟ ୭,୦୦୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ କରାଯାଇପାରିବ ବୋଲି ଆକଳନ କରାଯାଇଛି  ।

ଏ କ୍ଷେତ୍ରରେ ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶ ରାଜ୍ୟରେ ଥିବା ବହୁଳ ଭାବେ ଚିନି କାରଖାନାରେ ସେଠାରୁ ନିର୍ଗତ ହେଉଥିବା ଅବଶେଷକୁ  ବ୍ୟବହାର କରି ପ୍ରାୟତଃ ୭୦୦୦ ମେଗାୱାଟ ବିଦ୍ୟୁତ ଶକ୍ତି ଉତ୍ପାଦନ କରାଯାଇପାରିବ   ।

ଲକ୍ଷ୍ୟ

*        ଅଧିକ ଭାବେ ନିର୍ଗତ ଅବଶେଷକୁ ସଠିକ୍ ଓ ଅର୍ଥଉପଯୋଗୀ ଉପାୟରେ ଶକ୍ତି ଉତ୍ପାଦନ କରିବ  ।

*        ବିଭିନ୍ନ ପ୍ରକାର ଉନ୍ନତ ଜ୍ଞାନ କୌଶଳକୁ ପ୍ରୟୋଗକରି ଚିନି କାରଖାନାର ନିର୍ଗତ ଅବଶେଷକୁ  ଉପଯୋଗୀ କରିବା ପାଇଁ ଆଗ୍ରାଧିକାର ଦେବା  ।

*        ଚିରାଚରିତ ଭାବେ ବିଦ୍ୟୁତ ଉତ୍ପାଦନକୁ ସହଯୋଗ କରିବାପାଇଁ ବିଭିନ୍ନ ପଦ୍ୟୋଗିକ ଉପାୟକୁ ପ୍ରୟୋଗ କରି ଜୈବ ଉତ୍ପାଦିତ ବିଦ୍ୟୁତ ଶକ୍ତିକୁ ଆଗ୍ରାଧିକାର ଦେବା ସହିତ ଏହାକୁ ସଂଯୋଗୀକରଣ କରିବା  ।

*        ବିଭିନ୍ନ ଚିନିକାରଖାନାରେ ଉତ୍ପାଦିତ ବିଦ୍ୟୁତ ଶକ୍ତିକୁ Boot made ପଦ୍ଧତି ଦ୍ଵାରା ଆଗ୍ରାଧିକାର ହେବା ।

ନିର୍ଦ୍ଧାରିତ ଯୋଜନା ପାଇଁ ଯୋଗ୍ୟତା ପ୍ରଣାଳୀ

ବିଭିନ୍ନ ପ୍ରକାର ଜୈବ ଉତ୍ପାଦନ ସ୍ରୋତ

*        ଜୈବିକ ଉପାୟରେ ବିଦ୍ୟୁତ ଉତ୍ପାଦନ ପ୍ରକଳ୍ପ – ବିଭିନ୍ନ ଉତ୍ପାଦକ ଯଥା – କୃଷିଭିତ୍ତିକ ଶିଳ୍ପରୁ ନିର୍ଗତ ଅବଶେଷ, Energy ଦ୍ଵାରା ପାଉଥିବା ବିଭିନ୍ନ କାଷ୍ଠ ଅବଶିଷ୍ଟାନ୍ସ, ଶିଳ୍ପରେ ବ୍ୟବହୃତ ବିଭିନ୍ନ ପ୍ରକାର ଉଦ୍ଭିଦର ଅବଶେଷ ଏବଂ ଫସଲ ଓ କୃଷିଭିତ୍ତିକ ଅବଶେଷ ଇତ୍ୟାଦି  ।

*        ଚିନିକାରଖାନାରେ ଆଖୁପେଡା ହେବାପରେ ବିଭିନ୍ନ ପ୍ରକାର ଅବଶିଷ୍ଟାନ୍ସ

ଅର୍ଥଯୋଗାଣକାରୀ ସଂସ୍ଥା

ପଞ୍ଜୀକୃତ ସମସ୍ତ ଆର୍ଥିକ ଅନୁଷ୍ଠାନ/ଅର୍ଥଲଗାଣକାରୀ ସଂସ୍ଥା/ସମସ୍ତ ଜାତୀୟକରଣ ବ୍ୟାଙ୍କ, ଘରୋଇ ବ୍ୟାଙ୍କ, କେନ୍ଦ୍ର ଓ ରାଜ୍ୟ ସମବାୟ ବ୍ୟାଙ୍କ/ରାଜ୍ୟ ଓ ରାଷ୍ଟ୍ରାୟତ୍ତ ଅର୍ଥଲଗାଣକାରୀ ସଂସ୍ଥା ଇତ୍ୟାଦି

ଉଦ୍ୟୋକ୍ତା /ପୃଷ୍ଠପୋଷକ

ଯେକୌଣସି ବ୍ୟକ୍ତି ବିଶେଷ/ ସ୍ଵୟଂଚାଳିତ ପଞ୍ଜୀକୃତ କମ୍ପାନୀ / ସଂଯୁକ୍ତ ଉଦ୍ୟୋଗୀ / ରାଷ୍ଟ୍ରାୟତ୍ତ ଉଦ୍ୟୋଗୀ/ ରାଜ୍ୟ ଅନୁଷ୍ଠାନ/ ଯୋଗାଇବା ରାଷ୍ଟ୍ରାୟତ୍ତ ପୁଞ୍ଜି ଲଗାଣକାରୀ ସଂସ୍ଥା ଯେଉଁମାନେ କି ପ୍ରଯୁକ୍ତି ବିଦ୍ୟା ଓ ପରିଚାଳନା କ୍ଷେତ୍ରରେ baggage (ଆଖୁ ଚୋପା) କିମ୍ବା ଜୈବିକ ଉପାୟରେ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଉତ୍କର୍ଷତା ଲାଭ ହେବ Boot / Bolt / IPP କ୍ଷେତ୍ର କିମ୍ବା ରାଜ୍ୟ ସରକାରଙ୍କ ଦ୍ଵାରା ପରିଚାଳିତ ଯେକୌଣସି ନିଗମ /SPV କମ୍ପାନୀ

କେନ୍ଦ୍ରୀୟ ଆର୍ଥିକ ସହାୟତା (CFA)

ଯେକୌଣସି ଘରୋଇ ଅନୁଷ୍ଠାନ ଦ୍ଵାରା ଯୋଜନା, ଯଥା – ଗ୍ରୀଡ ସଂଯୋଗୀକୃତ କୌଣସି ଚିନି କାରଖାନା baggage (ଆଖୁଚୋପା) ଦ୍ଵାରା ଉତ୍ପାଦିତ ଶକ୍ତି ପ୍ରକଳ୍ପ, ସଂଯୁକ୍ତ କ୍ଷେତ୍ରରେ ଯୋଜନା ଏବଂ ଜୈବ ଉପାଦାନରେ ଉତ୍ପାଦିତ ଶକ୍ତି ପ୍ରକଳ୍ପ, ଘରୋଇ ପରିଚାଳିତ (IPP made) Boot/Bolt model କ୍ଷୁଦ୍ର ପ୍ରକଳ୍ପ, ସହକାରୀ ଓ ରାଷ୍ଟ୍ରାୟତ୍ତ ଅନୁଷ୍ଠାନ ଦ୍ଵାରା ପରିଚାଳିତ ଶକ୍ତିପ୍ରକଳ୍ପ ଗୁଡିକରେ ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲାପରେ ଓ ଶକ୍ତି ଉତ୍ପାଦନ ହେବାପରେ କେନ୍ଦ୍ରୀୟ ସହାୟତା ରାଶି ପ୍ରଦାନ କରାଯିବ  ମାତ୍ର, baggage (ଆଖୁଚୋପା) ଦ୍ଵାରା ଉତ୍ପାଦିତ ବିଦ୍ୟୁତ ଶକ୍ତି ଉତ୍ପାଦନ କରୁଥିବା ସହକାରୀ / ରାଷ୍ଟ୍ରାୟାତ୍ତ ସଂସ୍ଥା ପରିଚାଳିତ ଚିନି କାରଖାନା କିମ୍ବା ରାଜ୍ୟ ସରକାରଙ୍କ ସଂସ୍ଥା ଦ୍ଵାରା ପରିଚାଳିତ ଏଭଳି ଶକ୍ତି ପ୍ରକଳ୍ପ ଗୁଡିକ ପାଇଁ କିମ୍ବା ସଂଯୁକ୍ତ ଭାବେ ସଂସ୍ଥା /SPV Company ଦ୍ଵାରା Boot/Bolt ମଡେଲ ପରିଚାଳିତ ପ୍ରକଳ୍ପ ଗୁଡିକ ରେ ଶତକଡା ୫୦ ଭାଗ ରକଳ୍ପ ଆରମ୍ଭରେ ଓ ପ୍ରକଳ୍ପ ଶେଷରେ ବିଦ୍ୟୁତ ଉତ୍ପାଦନ ହେବା ପରେ ବାକି ୫୦ ଭାଗ ଅର୍ଥରାଶି ପ୍ରଦାନ କରାଯାଇଥାଏ  ।

ପ୍ରକଳ୍ପର ଗୁଣବତ୍ତା (ଉତ୍କର୍ଷତା)

ପ୍ରକଳ୍ପରେ ବ୍ୟବହୃତ ବିଭିନ୍ନ ଯନ୍ତ୍ରାଂଶ ତଥା ଅନ୍ୟଥା ଆନୁସଙ୍ଗିକ ସାମଗ୍ରୀ ଗୁଡିକର ଗୁଣବତ୍ତା ବା ଉତ୍କର୍ଷତା ଉଚ୍ଚମାନର ହେବା ଆବଶ୍ୟକ  । ପ୍ରକଳ୍ପର ସଂସ୍ଥା ଗୁଡିକ ଆନ୍ତର୍ଜାତୀୟ କିମ୍ବା ଜାତୀୟ ସ୍ତରରେ ଧାର୍ଯ୍ୟ ଗୁଣବତ୍ତା ଗୁଡିକୁ ବଜାୟ ରଖିବାପାଇଁ ସମ୍ପୂର୍ଣ୍ଣ ଭାବେ ଉତ୍ତରଦାୟୀ ହେବେ  ।

ମାନବିନ୍ଦୁ ବା ନିର୍ଣ୍ଣାୟକ ବିନ୍ଦୁ .

ବିଭିନ୍ନ ଅକ୍ଷୟ ଶକ୍ତି ଯୋଜନା/ କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ବିଷୟ ସହାୟତା

ଗ୍ରୀଡ ସଂଯୋଗୀତ ଅକ୍ଷୟ ଶକ୍ତି କାର୍ଯ୍ୟକ୍ରମ

ପବନ ଶକ୍ତି ପ୍ରକଳ୍ପ – ଉତ୍ପାଦିତ ଶକ୍ତି ଆଧାରିତ ପ୍ରୋତ୍ସାହନ (GBI)

ୟୁନିଟ ପିଛା ୧.୫୦ ପଇସା – ଅଧିକତମ ସ୍ଥିରିକୃତ ରାଶି – ୧ କୋଟି / ମେଗାୱାଟ ଉତ୍ପାଦକ ଙ୍କ ପାଇଁ

ସୌରଶକ୍ତି ପ୍ରକଳ୍ପ ଜବାହାରଲାଲ୍ ନେହେରୁ ଜାତୀୟ ସୌର ମିଳନ (JNNSM)ଫେଜ – ୨, ବ୍ୟାଚ – ୧ ସମୁଦାୟ ୨୫୦ ମେଗାୱାଟ ସାଧନ ଯୋଗ୍ୟତା ବ୍ୟବଧାନ ପାଣ୍ଠି (VGF) ସହିତ ଜାତୀୟ ସ୍ଵଚ୍ଛ ଶକ୍ତି ପାଣ୍ଠି (NCEF) ସହାୟତା ଅଧୀନ ସୌର PV ଶକ୍ତି ପ୍ରକଳ୍ପ

ନ୍ୟୁନତମ ପ୍ରକଳ୍ପ ଧାରଣ ଶକ୍ତି ୧୦ ମେଗାୱାଟ ଅଧିକତମ ପ୍ରକଳ୍ପ ୫୦ ମେଗାୱାଟ

ସାଧନ ଯୋଗ୍ୟତା ବ୍ୟବଧାନ ପାଣ୍ଠି ବାବଦରେ ପ୍ରକଳ୍ପ ସମୁଦାୟ ଖର୍ଚ୍ଚର ଶତକଡା ୩୦ ଭାଗ ସର୍ବାଧିକ ରାଶି ୨.୫୦ କୋଟି/ ମେଗାୱାଟ ଶକ୍ତିଉତ୍ପାଦକ ସଂସ୍ଥାର ଫେରସ୍ତ ନିଲାମ ଆଧାରିତ  ।

ଗ୍ରୀଡ ସଂଯୋଗୀତ  ଘର ଛାତ ଉପରେ ସ୍ଥାପିତ ସୌର ଶକ୍ତି ପ୍ରକଳ୍ପ – ଘରୋଇ, ଅନୁଷ୍ଠାନ ଓ ସାମାଜିକ କ୍ଷେତ୍ରରେ

ନିର୍ଣ୍ଣାୟକ ବିନ୍ଦୁ ସହାୟତା ପ୍ରତି କିଲୋୱାଟ (KWP)୭୫,୦୦୦ ଟଙ୍କା

ସାଧାରଣ ବର୍ଗର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ କେନ୍ଦ୍ରୀୟ ଜାତୀୟ ସହାୟତା ନିର୍ଣ୍ଣାୟକ ବିନ୍ଦୁ ଖର୍ଚ୍ଚର ଶତକଡା ୩୦ ଭାଗ ଏବଂ ସ୍ଵତନ୍ତ୍ର ମାନ୍ୟତା ପ୍ରାପ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଯଥା- ଉତ୍ତରପୂର୍ବ ରାଜ୍ୟ – ସିକିମ୍, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଜାମ୍ମୁ ଓ କାଶ୍ମୀର, ଲାକ୍ଷାଦ୍ଵୀପ, ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜ ଶତକଡା ୬୦ ଭାଗ ବିଭିନ୍ନ ସହାୟତା ଯାହାକି ଗ୍ରୀଡ ସଂଯୋଗୀତ ଉପରୋକ୍ତ ମାନଙ୍କ ଘରଛାତରେ ସୌରଶକ୍ତି ସ୍ଥାପନ ପାଇଁ ସରକାରୀ କ୍ଷେତ୍ରରେ ଏହାର ଉନ୍ନତି ପାଇଁ ପ୍ରୋତ୍ସାହନ ରାଶି ଦିଆଯିବ କିନ୍ତୁ ବ୍ୟବସାୟିକ କିମ୍ବା ଶିଳ୍ପାନୁଷ୍ଠାନରେ ସ୍ଥାପିତ ଏହି ପର୍ଯ୍ୟାୟରେ ପ୍ରୋତ୍ସାହନ ଦିଆଯିବ ନାହିନ  ।

କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଅଧିକୃତ (CPSU) ଗ୍ରୀଡ ସଂଯୋଗୀତ ସୌର PV ଶକ୍ତି ପ୍ରକଳ୍ପ

ସମୁଦାୟ ସୋଲାର ଯୋଜନା ୧୦୦୦ ମେଗାୱାଟ

କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (CPSU) / କିମ୍ବା ସରକାରୀ ଅନୁଷ୍ଠାନ (ଉତ୍ପାଦକ) ଙ୍କ ପାଇଁ ସାଧନ ଯୋଗ୍ୟତା ବ୍ୟବଧାନ ପାଣ୍ଠିରୁ ନିର୍ଦ୍ଧାରିତ ପ୍ରତି ମେଗାୱାଟ ପାଇଁ ଏକ କୋଟି ଟଙ୍କା ଯାହାକି ଘରୋଇ ଉତ୍ପାଦିତ ଯନ୍ତ୍ରାଂଶ ଦ୍ଵାରା ବ୍ୟବହୃତ ଏବଂ ପ୍ରତି ମେଗାୱାଟ / ୦.୫ କୋଟି ଟଙ୍କା ଯେଉଁଠାରେ ଘରୋଇ ଉତ୍ପାଦିତ ଯନ୍ତ୍ରାଂଶ ବ୍ୟବହୃତ ହୋଇଥିବ  ।

କ୍ଷୁଦ୍ର ବିଦ୍ୟୁତ (SPH) ପ୍ରକଳ୍ପ (ରାଜ୍ୟରେ ହୋଇଥିବା ପ୍ରକଳ୍ପ ପାଇଁ ନୂତନ ସହାୟତା )

ବିଭାଗ/ବର୍ଗ  - ସ୍ଵତନ୍ତ୍ର ବର୍ଗ ଓ ଉତ୍ତର ପୂର୍ବ ରାଜ୍ୟ

୧୦୦ କିଲୋୱାଟ ରୁ ଅଧିକ ୧୦୦୦ କିଲୋୱାଟ ପର୍ଯ୍ୟନ୍ତ

୧ ମେଗାୱାଟରୁ ଅଧିକ ୨୫ ମେଗାୱାଟ ପର୍ଯ୍ୟନ୍ତ

 

୭୫,୦୦୦ /କିଲୋୱାଟ ପ୍ରତି

୨.୫ କୋଟି / ମେଗାୱାଟ ପ୍ରକଳ୍ପ ପାଇଁ ୨୦ କୋଟି ଅହିକତମ ନିର୍ଦ୍ଧାରିତ ରାଶି

ଅନ୍ୟାନ୍ୟ ରାଜ୍ୟ ସମୂହ

୩୫,୦୦୦/ ପ୍ରତି କିଲୋୱାଟ

୩.୫ କୋଟି / ପ୍ରତି କିଲୋୱାଟ ପ୍ରତି ପ୍ରକଳ୍ପ ପାଇଁ ୨୦କୋଟି ଅଧିକତମ ନିର୍ଦ୍ଧାରିତ ରାଶି  ।

ଘରୋଇ କ୍ଷେତ୍ର / ସମବାୟ / ସାଯୁକ୍ତ କ୍ଷେତ୍ରରେ ଥିବା ନୂତନ ଜଳବିଦ୍ୟୁତ ପ୍ରକଳ୍ପ (ଉତ୍ପାଦନ) ଗୁଡିକ ପାଇଁ ସହାୟତା

ବର୍ଗ

୨୫ ମେଗାୱାଟ ପର୍ଯ୍ୟନ୍ତ

ଉତ୍ତରପୂର୍ବ ଅଞ୍ଚଳ, ଜମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ (ସ୍ଵତନ୍ତ୍ର ପାହ୍ୟା ରାଜ୍ୟ)

ପ୍ରତି ମେଗାୱାଟ ପାଇଁ ୧.୫ କୋଟି କିମ୍ବା ପ୍ରକଳ୍ପ ପାଇଁ ଅଧିକତମ ରାଶି ୫ କୋଟି

ଅନ୍ୟାନ୍ୟ ରାଜ୍ୟ

ପ୍ରତି ମେଗାୱାଟ ପାଇଁ ୧ କୋଟି ଅଧିକତମ ରାଶି ୫ କୋଟି

ଜୈବ ଅବଶେଷରୁ ଶକ୍ତି ଓ baggage (ଆଖୁଚୋପା) ସହ ଉତ୍ପାଦନ ପ୍ରକଳ୍ପ (ଉତ୍ପାଦକଙ୍କ ପାଇଁ) ଘରୋଇ / ସଂଯୁକ୍ତ / ସମବାୟ / ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଚିନି କାରଖାନା  ।

ପ୍ରକଳ୍ପର ବର୍ଗ

ସ୍ଵତନ୍ତ୍ର ମାନ୍ୟତା ପ୍ରାପ୍ତ ଓ ଉତ୍ତରପୂର୍ବ ରାଜ୍ୟ ପାହ୍ୟା

ଅନ୍ୟାନ୍ୟ ରାଜ୍ୟ

ଜୈବ ଅବଶେଷ ବିଦ୍ୟୁତ ପ୍ରକଳ୍ପ

ପ୍ରତି ମେଗାୱାଟ ପାଇଁ ୨୫ ଲକ୍ଷ

ପ୍ରତି ମେଗାୱାଟ ପାଇଁ ୨୦ ଲକ୍ଷ

ଆଖୁଛେଦାରୁ ଉତ୍ପନ୍ନ ବିଦ୍ୟୁତ ସହ ଉତ୍ପାଦନ

ପ୍ରତି ମେଗାୱାଟ ପାଇଁ ୧୮ ଲକ୍ଷ

ପ୍ରତି ମେଗାୱାଟ ପାଇଁ ୧୫ ଲକ୍ଷ

ସମବାୟ ଓ ରାଷ୍ଟ୍ରାୟତ୍ତ କ୍ଷେତ୍ରରେ ଚିନି କାରଖାନା ସହ ବନ୍ଧିତ ବିଦ୍ୟୁତ ଉତ୍ପାଦନ

୪୦ ରୁ ତଦୁର୍ଦ୍ଧ

୫୦ ରୁ ତଦୁର୍ଦ୍ଧ

୮୦ ରୁ ତଦୁର୍ଦ୍ଧ

୪୦ ଲକ୍ଷ

୫୦ ଲକ୍ଷ

୬୦ ଲକ୍ଷ

ପ୍ରକଳ୍ପ ପ୍ରତି ମେଗାୱାଟ ଅଧିକତମ ସହାୟତା ୫ କୋଟି / ପ୍ରତି ପ୍ରକଳ୍ପ

୪୦ ଲକ୍ଷ

୫୦ ଲକ୍ଷ

୬୦ ଲକ୍ଷ

ପ୍ରକଳ୍ପ ପ୍ରତି ମେଗାୱାଟ ଅଧିକତମ ସହାୟତା ୫ କୋଟି / ପ୍ରତି ପ୍ରକଳ୍ପ

ଅଧିକତମ ସାହାୟତା  ୧.୫ କୋଟି / ଯୋଜନା ପ୍ରତି

ବର୍ଜ୍ୟବସ୍ତୁ ରୁ ଶକ୍ତି ଉତ୍ପାଦନ ପ୍ରକଳ୍ପ  ଉତ୍ପାଦକଙ୍କୁ କେନ୍ଦ୍ରୀୟ ବିତ୍ତୀୟ ସହାୟତା

*        ପୌରପାଳିକାର କଠିନ ବର୍ଜ୍ୟବସ୍ତୁ – ପ୍ରତି ମେଗାୱାଟ ପାଇଁ ୨୫ କୋଟି (ଅଧିକତମ ରାଶି ପ୍ରତି ପ୍ରକଳ୍ପ ପାଇଁ ୧୦ କୋଟି)

*        ସହର ବର୍ଜ୍ୟବସ୍ତୁ – ୨ କୋଟି (ଅଧିକତମ ସହାୟତା ୫ କୋଟି/ ପ୍ରତି ପ୍ରକଳ୍ପ ପାଇଁ)

*        ଶିଳ୍ପାନୁଷ୍ଠାନ ର ବର୍ଜ୍ୟବସ୍ତୁ – ୦.୨ କୋଟିରୁ – ୧ କୋଟି / ପ୍ରତି ମେଗାୱାଟ ଅଧିକତମ ରାଶି ପ୍ରକଳ୍ପ ପ୍ରତି ୫ କୋଟି   ।

ଗ୍ରୀଡ ରହିତ / ବିକେନ୍ଦ୍ରିତ  ଅକ୍ଷୟ ଶକ୍ତି କାର୍ଯ୍ୟକ୍ରମ

କାର୍ଯ୍ୟକ୍ରମ

କେନ୍ଦ୍ରୀୟ ସହାୟତା / ଉପରୋକ୍ତକୁ ଅନୁଦାନ ସସୀମିତ ରାଶି ବା ପଦ୍ଧତିର ଖର୍ଚ୍ଚ ସୀମା ଶତକଡା ୪୦ ଭାଗ – ଯେଉଁ ସୀମିତ ପଦ୍ଧତି ଲାଗୁ

ଜୈବିକ ବାଷ୍ପ ଓ ଗୋବର ଗ୍ୟାସ ଶକ୍ତି ପ୍ରକଳ୍ପ

୩ କିଲୋୱାଟ  - ୨୦ କିଲୋୱାଟ

୨୦ କିଲୋୱାଟ – ୧୦୦ କିଲୋୱାଟ

୧୦୦ କିଲୋୱାଟ – ୨୫୦ କିଲୋୱାଟ

୪୦,୦୦୦ / କିଲୋୱାଟ

୩୫,୦୦୦ / କିଲୋୱାଟ

୩୦,୦୦୦ / କିଲୋୱାଟ

ସୌର ଫଟୋ ଭୋଲଟେଜ ପଦ୍ଧତି

ଉପରୋକ୍ତ ପାଇଁ କେନ୍ଦ୍ରୀୟ ଜାତୀୟ ସହାୟତା / ଅନୁଦାନ ଘରୋଇ ବ୍ୟବହାର ପଦ୍ଧତି

ଘରେ ଜଳୁଥିବା ବଲ୍ବ /ଲଣ୍ଠନ / ରାସ୍ତା ଆଲୁଅ ଏଲିଡ ଏସିଡ ଯୁକ୍ତ ବ୍ୟାଟେରୀ

ନିର୍ଦ୍ଧାରିତ ଖର୍ଚ୍ଚ – ୩୪୦ ଟଙ୍କା /WP କେନ୍ଦ୍ରୀୟ ବିତ୍ତୀୟ ସହାୟତା ୧୦୨ ଟଙ୍କା ପ୍ରତି WP ଲିଥିୟମ ଫେଡ଼ୋ ଫସଫେଟ୍ ବ୍ୟାଟେରୀ ସହିତ ରାସ୍ତା ପାଇଁ ଆଲୋକ ବ୍ୟବସ୍ଥା – ନିର୍ଣ୍ଣାୟକ ଖର୍ଚ୍ଚ ୪୭୫ ଟଙ୍କା / WP କେନ୍ଦ୍ରୀୟ ବିତ୍ତୀୟ ସହାୟତା ୧୪୨.୫୦ ପଇସା /WP ଶକ୍ତି ପ୍ୟାକ ସହିତ ବ୍ୟାଟେରୀ ବ୍ଯାଙ୍କ ୭.୨ VAP / WP – ୩୪୦ WP ପର୍ଯ୍ୟନ୍ତ ନିର୍ଣ୍ଣାୟକ ମୂଲ୍ୟ = ୨୦୦ / WP, କେନ୍ଦ୍ରୀୟ ବିତ୍ତୀୟ ସହାୟତା – ୬୦ ଟଙ୍କା / WP ୩୦୦ WP ଠାରୁ ୧ କିଲୋୱାଟ ପର୍ଯ୍ୟନ୍ତ ନିର୍ଣ୍ଣାୟକ ମୂଲ୍ୟ = ୧୩୫ ଟଙ୍କା / WP କେନ୍ଦ୍ରୀୟ ବିତ୍ତୀୟ ସହାୟତା  = ୪୦.୫୦ ପଇସା / WP

ସୌରଶକ୍ତି ଉତ୍ପାଦନ ପ୍ଲାଣ୍ଟ ସହିତ ବ୍ୟାଟେରୀ ବ୍ୟାଙ୍କ

୭.୨ VAP/WP ପ୍ରତି ଓ ଉତ୍ପାଦନ କ୍ଷମତା ୧୦ କିଲୋୱାଟ (KWP) ପ୍ରତି ନିର୍ଣ୍ଣାୟକ ଖର୍ଚ୍ଚ – ୧୩୫ ଟଙ୍କା / WP କେନ୍ଦ୍ରୀୟ ବିତ୍ତୀୟ ସହାୟତା = ୪୦.୫୦ ପଇସା / WP

ସୌରଶକ୍ତି ଚାଳିତ ପମ୍ପ

୩ WP ପର୍ଯ୍ୟନ୍ତ (DC) : ନିର୍ଣ୍ଣାୟକ ଖର୍ଚ୍ଚ – ୧,୨୦,୦୦୦ ଟଙ୍କା / WP ପ୍ରତି  କେନ୍ଦ୍ରୀୟ ବିତ୍ତୀୟ ସହାୟତା – ୩୦,୦୦୦ ଟଙ୍କା /WP ପ୍ରତି

୩WP ଠାରୁ ୫ WP (DC) ନିର୍ଣ୍ଣାୟକ ଖର୍ଚ୍ଚ – ୯୫୦୦୦ ଟଙ୍କା / WP, କେନ୍ଦ୍ରୀୟ ବିତ୍ତୀୟ ସହାୟତା – ୧୯,୦୦୦ ଟଙ୍କା / WP

୩ WP ପର୍ଯ୍ୟନ୍ତ (AC), ନିର୍ଣ୍ଣାୟକ ଖର୍ଚ୍ଚ = ୧,୦୦,୦୦୦ /WP କେନ୍ଦ୍ରୀୟ ବିତ୍ତୀୟ ସହାୟତା – ୨୫,୦୦୦ ଟଙ୍କା / WP ୩ WP ଠାରୁ ୫ WP ପର୍ଯ୍ୟନ୍ତ (AC), ନିର୍ଣ୍ଣାୟକ କହର୍ଚ୍ଚ  - ୮୫,୦୦୦ / WP କେନ୍ଦ୍ରୀୟ ବିତ୍ତୀୟ ସହାୟତା – ୧୭,୦୦୦ ଟଙ୍କା / WP ଯୋଜନା ଖର୍ଚ୍ଚ ଅଟକଳର ଶତକଡା ୩୦ ଭାଗ ଅନୁଦାନ

କ୍ଷୁଦ୍ର ବାୟୁ / ପବନ ଚାଳିତ ଜେନେରେଟର ଓ ହାଇବ୍ରିଡ ପଦ୍ଧତି (System)

କେନ୍ଦ୍ରୀୟ ବିଭିନ୍ନ ସହାୟତା / ଅନୁଦାନ ଉପଭୋକ୍ତା ଙ୍କୁ କିଲୋୱାଟ ପ୍ରତି ୧ ଲକ୍ଷ ଟଙ୍କା

ଅତିକ୍ଷୁଦ୍ର ଜଳ ବିଦ୍ୟୁତ ପ୍ରକଳ୍ପ / ଜଳଚାଳିତ ମିଲ୍

ଉତ୍ପାଦକଙ୍କ ପାଇଁ ଅନୁଦାନ / କେନ୍ଦ୍ରୀୟ ବିତ୍ତୀୟ ସହାୟତା ୧.୨୫ ଲକ୍ଷ / କିଲୋୱାଟ ପ୍ରତି – ୧୦୦କିଲୋୱାଟ ପର୍ଯ୍ୟନ୍ତ ଅତିଖ୍ଯଦର ଜଳବିଦ୍ୟୁତ ପ୍ରକଳ୍ପ ପାଇଁ

୦.୫୦ ଲକ୍ଷ ଜଳଚାଳିତ ମିଲ୍ – ଯାନ୍ତ୍ରିକ ଅଂଶ ପ୍ରୟୋଗ ପାଇଁ ୧.୫ ଲକ୍ଷ – ଜଳଚାଳିତ ମିଲ୍ – ବିଦ୍ୟୁତିକ ସରଞ୍ଜାମ ପ୍ରୟୋଗ ପାଇଁ

ବାୟୋମାସ୍ (ଜୈବିକ ଖତ) ଦ୍ଵାରା ବାଷ୍ପ ନିସ୍ପୋଦନ

ଉପଭୋକ୍ତାଙ୍କ ପାଇଁ

କେନ୍ଦ୍ରୀୟ ବିତ୍ତୀୟ ସହାୟତା / ଅନୁଦାନ

¾    ୧୫,୦୦୦ ଟଙ୍କା / କିଲୋୱାଟ ପ୍ରତି – (ଶତକଡା ୧୦୦ ଭାଗ ଉତ୍ପାଦକଙ୍କ ଗ୍ୟାସ ଇଞ୍ଜିନ )

¾    ୨,୫୦୦ ଟଙ୍କା / କିଲୋୱାଟ ପ୍ରତି ଉଭୟ ଇନ୍ଧନ ପରିଚାଳିତ ଇଞ୍ଜିନ ପାଇଁ

¾    ୨ ଲକ୍ଷ ଟଙ୍କା / ୩୦୦ କିଲୋୱାଟ ପ୍ରତି ବାଷ୍ପର ପ୍ରୟୋଗ ପାଇଁ

¾    ଶତକଡା ୨୦ ଭାଗରୁ ଅଧିକ କେନ୍ଦ୍ରୀୟ ବିତ୍ତୀୟ ସହାୟତା

¾    ସ୍ଵତନ୍ତ୍ର ମାନ୍ୟତାପ୍ରାପ୍ତ ରାଜ୍ୟ ପାଇଁ

ଜାତୀୟ ବାୟୋଗ୍ୟାସ (ଗୋବରଗ୍ୟାସ) ଓ ଜୈବିକ ଖତ ପରିଚାଳନା କାର୍ଯ୍ୟକ୍ରମ (NBMMP)

୧୯୮୧ – ୮୨ ମସିହାରେ ଏହା ଜାତୀୟ ଗୋବର ଗ୍ୟାସ (ବାୟୋ ଗ୍ୟାସ) ଇନ୍ଧନ ପ୍ରକଳ୍ପ ଭାବେ ଆରମ୍ଭ ହୋଇଥିଲା  ।

ଲକ୍ଷ୍ୟ

*        ପାରିବାରିକ କ୍ଷେତ୍ରରେ ସମସ୍ତ ଗ୍ରାମୀଣ ଘର ଗୁଡିକୁ ଇନ୍ଧନ ପାଇଁ ଇନ୍ଧନ ଜୈବିକ ଯୋଗାଇବା

*        ଗ୍ରାମୀଣ ମହିଳା ମାନଙ୍କ କ୍ରମ ଲାଘବ କରିବା, ଜଙ୍ଗଲକୁ କାଠ ସଂଗ୍ରହ କରିବାର ଶ୍ରମ ଓ ଚାପକୁ କମ୍ କରିବା ଏବଂ ସାମାଜିକ ମଙ୍ଗଳ ପାଇଁ ପ୍ରଚେଷ୍ଟା

*        ଗୋବର ଗ୍ୟାସର ଲାଭ ନେଇ ଗ୍ରାମ ଗୁଡିକରେ ସ୍ଵଚ୍ଛତା ର ଉନ୍ନତି କରିବା ସହିତ ସ୍ଵଚ୍ଛ ଶୌଚାଳୟ ତିଆରି କରିବା  ।

ଉତ୍ପାଦନ

*        ଚିରାଚରିତ ପଦ୍ଧତିରେ ଉନ୍ନୀତ ଗୋବରଗ୍ୟାସ ପ୍ରକଳ୍ପକୁ ଉତ୍ସାହିତ କରିବା ।

*        ଯୋଜନାର ପ୍ରଣୟନ ପାଇଁ ରାଶେ ସଭ୍ୟତାର ବିଭିନ୍ନ ନୋଡାଲ ବିଭାଗ ଏବଂ ନୋଡାଲ ସଂସ୍ଥା ଗୁଡିକ ସାମିଲ ହେବା ସହିତ ଜାତୀୟ ସ୍ତରରେ ଏହାର ସଫଳ ପ୍ରଣୟନ ପାଇଁ ଖାଦ୍ୟ ଓ ଗ୍ରାମଦ୍ୟୋଗ ପରିଷଦ, ମୁମ୍ବାଇ, ଜାତୀୟ ଋଣ ଉନ୍ନୟନ ପରିଷଦ, ଆନନ୍ଦ (ଗୁଜୁରାଟ) ଏବଂ ଜାତୀୟ ଆଞ୍ଚଳିକ ସ୍ତରରେ ଅଣ ବିଭିନ୍ନ ବେସରକାରୀ ଅନୁଷ୍ଠାନ ଗୁଡିକୁ ମଧ୍ୟ ସାମିଲ କରାଯାଇଛି  ।

*        ଏହି ପ୍ରକଳ୍ପ ଅନୁସାରେ ବିଭିନ୍ନ ବ୍ୟବହାରକାରୀ, ଉଦ୍ୟୋଗୀ, ଚାକିରୀ ଭତ୍ତା କେନ୍ଦ୍ରୀୟ ଅନୁଦାନ ଓ ବିଭିନ୍ନ ସରକାରୀ ନୋଡାଲ ସଂସ୍ଥା, ଗୁଡିକୁ ସେବା ମୂଲ୍ୟ ଦେଶ ସହିତ ପ୍ରୋତ୍ସାହନ ପ୍ରଶିକ୍ଷଣ ଓ ପ୍ରଚାର ପ୍ରସାର ପାଇଁ ସହଯୋଗୀତା ପାଇଁ ବ୍ୟବସ୍ଥା ରହିଛି  ।

*        ଗୋବର ଗ୍ୟାସ (ବୟୋଗ୍ୟାସ) ର ଉନ୍ନୟନ ଓ ପ୍ରଶିକ୍ଷଣ କେନ୍ଦ୍ର ପାଇଁ ବିଭିନ୍ନ ପ୍ରକାର ଆର୍ଥିକ ପ୍ରୋତ୍ସାହନ ସହଯୋଗ ସହିତ ପ୍ରାୟ ୯ଟି ରାଜ୍ୟର ସରକାରୀ ବିଭାଗ ଓ ନୋଡାଲ ସଂସ୍ଥା କୁ ସହଯୋଗ ପ୍ରଦାନ କରାଯାଇଛି  ।

କୃଷି ପ୍ରାଥମିକତା କେନ୍ଦ୍ର ଓ ନାବାର୍ଡ ଅନୁମୋଦିତ କରିବା

*        ଗୋବର ଗ୍ୟାସ ୟୁନିଟ ପ୍ରସ୍ତୁତ କରିବା ପାଇଁ ବ୍ୟବସାୟିକ ଓ ସମବାୟ ବ୍ୟାଙ୍କ ଗୁଡିକ ଋଣ ପ୍ରଦାନର ବ୍ୟବସ୍ଥା କରିଛନ୍ତି

*        ପାରିବାରିକ ଗୋବର ଗ୍ୟାସ ଓ ସାରା ପ୍ଲାଣ୍ଟ ପାଇଁ ଅନୁମୋଦିତ ପ୍ରଣାଳୀ

ପ୍ରୀ-ଫାବ୍ରିକେଟେଡେ ଗୋବର ଗ୍ୟାସ ପ୍ଲାଣ୍ଟ ମଡେଲ

*        ପ୍ରୀ-ଫାବ୍ରିକେଡେ ଓ ସିମେଣ୍ଟ କଂକ୍ରିଟ (RCC) ସଂଯୁକ୍ତ ଡୋମ ମଡେଲ

*        Pre-fabricated RCC

ଦ୍ଵାଦଶ ପଞ୍ଚବାର୍ଷିକ ଯୋଜନା ଅନ୍ତର୍ଗତ ୮.୫.୨୦୧୪ ରୁ ଲାଗୁ ହୋଇଥିବା ଜାତୀୟ ଗୋବରଗ୍ୟାସ (Bio- gas) ଓ ଜୈବିକ ଖତ ପରିଚାଳନା କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ବିତ୍ତୀୟ ସହାୟତା

କେନ୍ଦ୍ରୀୟ ବିତ୍ତୀୟ ସହାୟତା ରାଜ୍ୟ / ଅଞ୍ଚଳ ଏବଂ ଶ୍ରେଣୀଭୁକ୍ତ ସାରଣୀ

NBMMP ଅଧିନସୁ ପରିବାର ଯୋଗ୍ୟ ଗୋବର ଗ୍ୟାସ (ଦୈନିକ ୧ରୁ ୬ ଘନ ମିଟର କ୍ଷମତା ପାଇଁ)

ଉତ୍ତରପୂର୍ବାଞ୍ଚଳ ରାଜ୍ୟ, ସିକିମ୍ (କେବଳ ଆସାମର ସମତଳ ଅଞ୍ଚଳ ଛାଡି) ଏବଂ ତଫସିଲ ଭୁକ୍ତ ଜାତି ଓ ଜନଜାତି  ସମେତ

୧ ଘନମିଟର

୨ରୁ ୬ ଘନମିଟର

୧୫,୦୦୦

୧୭,୦୦୦

ଆସାମ ରାଜ୍ୟର ସମତଳ ଅଞ୍ଚଳ

୧୦,୦୦୦

୧୧,୦୦୦

ଜାମ୍ମୁ ଓ କାଶ୍ମିରୀ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ତାମିଲନାଡୁର ନୀଳଗିରି ଅଞ୍ଚଳ ଦାର୍ଜିଲିଂ ଉପଖଣ୍ଡର ସଦର କୁର୍ସିଓଗ, କାଲିମପଙ୍କ, ପଶ୍ଚିମବଙ୍ଗର ସୁନ୍ଦରବନ, ଆଣ୍ଡାମାନ ଓ ନିକୋବରଦ୍ଵିପପୁଞ୍ଜ

୭,୦୦୦

୧୧,୦୦୦

ଉତ୍ତରପୂର୍ବାଞ୍ଚଳ ରାଜ୍ୟ ତଥା ସିକିମ ଓ ଅନ୍ଯାନ୍ଯ ପାର୍ବତ୍ୟ ଅଞ୍ଚଳ ରାଜ୍ୟ ଓ ଅଞ୍ଚଳକୁ ଛାଡି ତଫସିଲ ଭୁକ୍ତ ଜାତି ଓ ଜନଜାତିମାନଙ୍କ ପାଇଁ

୭,୦୦୦

୧୧,୦୦୦

ଅନ୍ୟାନ୍ୟ ସମୂହ

୫,୫୦୦

୯,୦୦୦

 

 

 

ସ୍ଵଚ୍ଛ ଶୌଚାଳୟ ଯୁକ୍ତ ଗୋବର ଗ୍ୟାସ ପ୍ଲାଣ୍ଟ

ଅଧିକ ୧୨୦୦ ଟଙ୍କା କେନ୍ଦ୍ରୀୟ ଅନୁଦାନ

Turm Key job  fee ସମସ୍ତ ରାଜ୍ୟରେ ପ୍ଲାଣ୍ଟ ପ୍ରତି ଅଧିକ ୧୫୦୦ ଟଙ୍କା ଅନୁଦାନ

ପୁରୁଣା ଅଞ୍ଚଳ ପ୍ଲାମ୍ଟ ପାଇଁ ଆର୍ଥିକ ସହାୟତା

ପରିବାର ଯୋଗ୍ୟ ଗୋବର ଗ୍ୟାସ ପ୍ଲାଣ୍ଟ ଯାହାକି ୫ ବର୍ଷ ପୁରୁଣା ହୋଇଥିବ ଓ ଅଧିକ ମରାମତି ନପାଇବାରୁ ଅଚଳ ହୋଇଥିବ – ସମସ୍ତ ପ୍ରକାର ବର୍ଗରେ ଉଦ୍ଦିଷ୍ଟ ହୋଇଥିବା ବିତ୍ତୀୟ ସହାୟତା ର ଶତକଡା ୫୦ ଭାଗ ଆର୍ଥିକ ସହାୟତା ଉପଲବ୍ଧ

ଗ୍ରୀଡ ରହିତ ଓ ବିକେନ୍ଦ୍ରିତ ସୌରତାପ ପ୍ରୟୋଗ ଯୋଜନା (ସୌରଟାପ ପ୍ରକଳ୍ପ ସ୍ଥାପନ ପାଇଁ ମୂଳ ଅନୁଦାନ ଯୋଜନା)

ପୃଷ୍ଠଭୂମି – ପରିବେଶ ଜନିତ ଚିରନ୍ତନ ପ୍ରକ୍ରିୟା ତଥା ଦେଶର ଶକ୍ତି ସୁରକ୍ଷାର ଆହ୍ଵାନ କୁ ସମ୍ମୁଖୀନ ହେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗ ରେ ଜବାହାରଲାଲ ନେହେରୁ ଜାତୀୟ ସୌର ମିଶନ କାର୍ଯ୍ୟକାରୀ କରାଯାଇଛି  । ପର୍ଯ୍ୟାୟକ୍ରମେ ବଦଳୁଥିବା  ପରିବେଶ ଓ ପାଣିପାଗକୁ ସମ୍ମୁଖୀନ ହେବା ପାଇଁ ଦେଶର ଅଂଶଦାନ ଏବଂ ଆହ୍ଵାନ ଉଭୟ କେନ୍ଦ୍ର ଓ କେନ୍ଦ୍ରୀୟ ପ୍ରଣାଳୀରେ ସୌରଶକ୍ତି ଉଦ୍ୟୋଗ କୁ ଉତ୍ସାହ ଦେବା ସହ ପରିବେଶର ସୁସ୍ଥ ସନ୍ତୁଳନ – ଏକ ଆଭିମୁଖ୍ୟ

ଦୃଷ୍ଟାନ୍ତ, ଆଦର୍ଶ

ପ୍ରଥମ ପର୍ଯ୍ୟାୟ (ମାର୍ଚ୍ଚ ୨୦୧୩ ପର୍ଯ୍ୟନ୍ତ) ଧାର୍ଯ୍ୟ ଲକ୍ଷ କୁ ହାସଲ କରିବା ସହିତ ବାକିଥିବା ଲକ୍ଷ ସାଧନ ମାର୍ଚ୍ଚ ୨୦୨୨ ସୁଦ୍ଧା ହାସଲ କରିବା ଏବଂ ଆହ୍ଵାନ ଏଥିପାଇଁ ଗ୍ରୀଡ ରହିତ ଓ ହାଇବ୍ରିଡ ସିଷ୍ଟମକୁ ଉତ୍ସାହ କରାଯାଇ  ଆବଶ୍ୟକତା ଅନୁଯାୟୀ ଉତ୍ତାପ ଓ ଥଣ୍ଡା କରିବା ଯନ୍ତ୍ରାଂଶ ଉପଲବ୍ଧ କରିବା ଆବଶ୍ୟକ  । ଏହି ପ୍ରଣାଳୀରେ ଅଧିକ ଖର୍ଚ୍ଚକୁ କିପରି କମ୍ କରାଯାଇ ପାରିବ, ତାହାର ଆବଶ୍ୟକତା ରହିଛି  । ଏହାର ମୂଳ ଲକ୍ଷ୍ୟ ହେଲା କିପରି ନିର୍ଦ୍ଧାରିତ ଘଣ୍ଟାରେ ଉଦ୍ୟୋଗୀ ମାନଙ୍କୁ ସହଯୋଗ  କରଣ ସହିତ ବଜାର ମୂଲ୍ୟରେ ଉନ୍ନତି ଆଣିବେ  । ଏହି ଯୋଜନା / ଗ୍ରୀଡ ଓ କେନ୍ଦ୍ରିତ ସୌର ତାପ ପ୍ରୟୋଗ ପାଇଁ ଉଦ୍ଦିଷ୍ଟ  ।

ଲକ୍ଷ୍ୟ

*        ଗ୍ରୀଡ ରହିତ ସୌରତାପ ଜନିତ ପ୍ରକଳ୍ପକୁ ଉତ୍ସାହିତ କରିବା (ସୌର ଉତ୍ତାପିତ ଜଳ / ବାୟୁଉତ୍ତାପ ପଦ୍ଧତି / ସୌର ଚାଳିତ ରନ୍ଧନଯନ୍ତ୍ର  / ଅନ୍ୟାନ୍ୟ ସୌରଶକ୍ତିଚାଳିତ ଘରୋଇ ଯନ୍ତ୍ର ଇତ୍ୟାଦି) ଯାହାକି ଜବାହାର ଲାଲ ନେହେରୁ ଜାତୀୟ ସୌର ମିଶନ ଅନ୍ତର୍ଗତ ବିଭିନ୍ନ ଲକ୍ଷ୍ୟ ସାଧନ କରିବା

*        ବ୍ୟକ୍ତିଗତ/ ସାମୁହିକ / ଆନୁଷ୍ଠାନିକ / ଶିଳ୍ପାନୁଷ୍ଠାନରେ ପ୍ରୟୋଗ ହେଉଥିବା ପ୍ରଭାବିତ ଓ ଉନ୍ନତ ଜ୍ଞାନ କୌଶଳର ସୌର ଶକ୍ତିତାପ ଯନ୍ତ୍ର ଗୁଡିକର ବ୍ୟବହାର ସମ୍ପର୍କରେ ଅଧିକ ପ୍ରଚାର ଓ ପ୍ରସାର କରିବା  ।

*        ଏହି ବିଷୟରେ ଉଭେଷିତ ହେଉଥିବା ଚିରନ୍ତନ ବ୍ୟବସାୟିକ ମଡେଲ ଗୁଡିକର ବ୍ୟବହାରିତା ସମ୍ପର୍କରେ ଅଧିକ ଉତ୍ସାହିତ କରିବା  ।

*        ଏହି ଯୋଜନା ଅନ୍ତର୍ଗତ ବିଭିନ୍ନ ସହଯୋଗୀ ଓ ସମ୍ଭାବ୍ୟ ହିତାଧିକାରୀ ଯେଉଁମାନେ ଯୋଜାନାର ଆଭିମୁଖ୍ୟ ରେ  ଅନ୍ତର୍ଭୁକ୍ତ କରୁଛୁ, ସେମାନଙ୍କୁ ପୂର୍ଣ୍ଣ ସହଯୋଗ କରିବା  ।

*        ଗ୍ରୀଡ ରହିତ ବିକେନ୍ଦ୍ରିତ ସୌର ଶକ୍ତି ତାପଜ ପ୍ରୟୋଗ ପ୍ରକଳ୍ପ ଗୁଡିକୁ ଏକ ଆଦର୍ଶ ବା ଦୃଷ୍ଟାନ୍ତ ଭାବେ ଗଢିତୋଳିବା  ।

*        ବିଭିନ୍ନ ପ୍ରକାର ସହଯୋଗୀ ପରାମର୍ଶ, ସେମିନାର, କ୍ଷମତାବୃଦ୍ଧି ପାଇଁ ଅଧିକ ପ୍ରଚାର ଓ ପ୍ରସାର, ମାନବସମ୍ବଳର ଉତ୍କର୍ଷତା ପାଇଁ ସହଯୋଗ କରିବା  ।

*        କିରାସିନ, ଡିଜେଲ ଓ କାଠ ଇତ୍ୟାଦି ଗୁଡିକର ବ୍ୟବହାରକୁ ବଦଳ କରିବା

ଏହି ଯୋଜନାରେ ଅନ୍ତର୍ଭୁକ୍ତ ସୌରଶକ୍ତି ତାପଜ ପ୍ରୟୋଗ/ ପ୍ରକଳ୍ପ

ସୌରଶକ୍ତି ଚାଳିତ ତାପଜ ପ୍ରକଳ୍ପ ଦ୍ଵାରା ଉତ୍ତାପ ଉତ୍ପାଦିତ ହେଉଥିବା ପରିମାଣକୁ ବିଭିନ୍ନ ଉପାୟ ରେ ପ୍ରୟୋଗ କରାଯାଇ ପାରିବ ଯଥା – ଉତ୍ତାପ ପଦ୍ଧତି, ଶୁଷ୍କୀକରଣ, ପାତନ ଓ ଲବନ ଅପସାରଣ ପ୍ରକ୍ରିୟା, ଜଳ ଉତ୍ତାପ, ଶୀତଳନ ଓ ଶକ୍ତି ସଞ୍ଚାରଣ  । ନିମ୍ନୋକ୍ତ ପ୍ରଣାଳୀରେ ମୂଳ ଅନୁଦାନ ଯୋଜନା ଅନୁଯାୟୀ ଦିଆଯାଇ ପାରିବ  ।

i.            ସୌରଶକ୍ତି ଚାଳିତ ଜଳ ଉତ୍ତାପ ଯନ୍ତ୍ର

*

ii.            ସୌରଶକ୍ତି ଚାଳିତ ବାୟୁ ଉତ୍ତାପ

iii.            ସୌରଶକ୍ତି ଚାଳିତ ବାଷ୍ପ ପ୍ରବାହ / ଚାପଜନିତ ଉତ୍ତାପଜନିତ ଜଳ / ବାୟୁ ପ୍ରଣାଳୀ

iv.            ସୌରଶକ୍ତି ଚାଳିତ ଶୀତଳିକରଣ ପ୍ରଣାଳୀ

v.            ସୌରଶକ୍ତି ଚାଳିତ ତାପଜ ଶକ୍ତି ପ୍ୟାକ (ହାଇବ୍ରିଡ ଓ ସୌରଶକ୍ତି PV)

vi.            Solar Stills

ଯୋଜନା ଅବଧି

କେନ୍ଦ୍ର ସରକାରଙ୍କ ଅନୁମତି ଅନୁସାରେ ୩୧.୩.୨୦୧୫ ପର୍ଯ୍ୟନ୍ତ ଲାଗୁ କିମ୍ବା ତା ଠାରୁ ଅଧିକ

ପ୍ରଣୟନ ପ୍ରକ୍ରିୟା

ଅଧିକ ତ୍ୱରାନ୍ୱିତ କରିବା ପାଇଁ ଏହା ସମନ୍ଵିତ ଭାବେ ଏହି କାର୍ଯ୍ୟକ୍ରମକୁ ବିଭିନ୍ନ ଅନୁଷ୍ଠାନ ଦ୍ଵାରା ପ୍ରଣୟନ କରିବା ଏହି ଅନୁଷ୍ଠାନ ଗୁଡିକ ହେଲା ରାଜ୍ୟସରକାର ଅନୁମୋଦିତ ସଂସ୍ଥା / ଅକ୍ଷରେ ଶକ୍ତି ଉନ୍ନୟନ କରୁଥିବା ବିଭିନ୍ନ ବିଭାଗ / ଭାରତୀୟ ସୌରଶକ୍ତି ନିଗମ ଏବଂ ଅନ୍ୟାନ୍ୟ ରାଜ୍ୟ ସ୍ତରୀୟ ଅନୁଷ୍ଠାନ ଯଥା – ରାଷ୍ଟ୍ରାୟତ୍ତ ଉଦ୍ୟୋଗ / ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ / ସ୍ଵୟଂଶାସିତ ଅନୁଷ୍ଠାନ / ନଗରପାଳିକା / ଜାତୀୟ ଉଦ୍ୟାନ ବୋର୍ଡ / ନାବାର୍ଡ  / ଇରେଡା ଇତ୍ୟାଦି

ବିତ୍ତୀୟ ସଂଗଠନ / ମଧ୍ୟସ୍ଥି ଅନୁଷ୍ଠାନ

ଏହି ସଭା ଗୁଡିକରେ ବିଭିନ୍ନ ପ୍ରକାର ସ୍ରୋତରୁ ସମ୍ମିଳିତ କରୁଥିବା ଆର୍ଥିକ ସହଯୋଗ ଯଥା – କାର୍ବନ ଫାଇନାନ୍ସ, ସରକାରୀ ସହାୟତାରୁ ମିଳୁଥିବା ଋଣ ଏବଂ ଅନ୍ୟାନ୍ୟ ସ୍ରୋତରୁ ଉପଲବ୍ଧ ଅର୍ଥକୁ ଆର୍ଥିକ ଉପାଦାନ / ଯନ୍ତ୍ରାଂଶକୁ ସଂରଚନା କରିବା ଏବଂ ଏହାକୁ ବାୟୋଉପଯୋଗୀ ମୂଲ୍ୟ ରେ ଗ୍ରାହକ ମାନଙ୍କୁ ଯୋଗାଇବା  । ଏହି ସଭା ଗୁଡିକ ବିଭିନ୍ନ ଉତ୍ପାଦକ ଓ ସେବା ପ୍ରଦାନକାରୀଙ୍କ ସହିତ ସଂଯୋଗ କରାଯିବ  । ନାବାର୍ଡ, ଜାତୀୟ ଉପାଦାନ ମିଶନ, ଏସ.ଇ.ସି / ଇରେଡା ତଥା ଅନ୍ୟାନ୍ୟ ଆର୍ଥିକ ଅନୁଷ୍ଠାନ ଗୁଡିକ ଏହି ବର୍ଗରେ ସାମିଲ ହେବେ  ।

ଏମ.ଏନ.ଆର.ଇ (MNRP) ପ୍ରଥମେ ଯୋଜନାକୁ ରୂପାୟନ କରି ହିତାଧିକାରୀ ମାନଙ୍କ ପାଇଁ ଅନୁଷ୍ଠାନିକ ସହଯୋଗରେ ଅନୁଦାନ ପାଇଁ ସ୍ଥିରୀକୃତ କରିବା ସହିତ ସେମାନଙ୍କ ସବସିଡି ଅନୁଦାନ ପ୍ରଦାନ କରାଯିବ  । ଅନୁରୂପ ବ୍ୟବସାୟରେ ଆୟତନ ହିସାବରେ ଅଗ୍ରୀମ ତାଙ୍କ ପ୍ରଦାନ କରିବା ନିର୍ଭର କରେ  ।

ଗ୍ରୀଡ ରହିତ ଓ ବିକେନ୍ଦ୍ରିତ ସୌରଶକ୍ତି ଚାଳିତ ଇନ୍ଧନ ଯନ୍ତ୍ର କାର୍ଯ୍ୟକ୍ରମ ପାଇଁ ଯୋଜନା

ଲକ୍ଷ୍ୟ – ଜବାହାର ଲାଲ ନେହେରୁ ଜାତୀୟ ସୌର ମିଶନ ଅନ୍ତର୍ଗତ ଗ୍ରୀଡ ରହିତ ଗ୍ରୀଡ ରହିତ ଇନ୍ଧନ ପ୍ରୟୋଗ ଯଥା ଇନ୍ଧନ / ବେକିଙ୍ଗ / ପ୍ରାଇଁଗ ଭଳି ଯନ୍ତ୍ର ଗୁଡିକ ପାଇଁ ଲକ୍ଷ୍ୟ ସାଧନ ପାଇଁ ସହଯୋଗ

*        ବ୍ୟକ୍ତିଗତ / ସାମୁହିକ / ହିତାଧିକାରୀ ମାନଙ୍କ ପାଇଁ ସୌରଶକ୍ତି ଚାଳିତ ଇନ୍ଧନ / ଫଳପ୍ରଦ ବ୍ୟବହାରର ଅଧିକ ପ୍ରଚାର ଓ ପ୍ରସାର ଓ ପ୍ରଦର୍ଶନ କରିବା  ।

*        ଏକ ସଫଳ ବ୍ୟବସାୟିକ ପ୍ରକଳ୍ପକୁ ଉତ୍ସାହ ଦେବା ଓ ତଦଜନିତ ବଜାର ଚାହିଦାକୁ ଦୃଷ୍ଟି ଦେଇ ଏ ବିଷୟରେ ଅଧିକ ଅଭିନବକରଣ କୁ ଉତ୍ସାହ ପ୍ରଦାନ କରିବା  ।

*        ନିର୍ଦ୍ଧାରିତ ପରିସୀମା ଓ ନମନୀୟ ଚଳନୀଯୁକ୍ତ ଚାହିଦା ଅନୁସାରେ ସମସ୍ତ ଅଂଶୀଦାର ବ୍ୟବସାୟୀ ମାନଙ୍କୁ ସହଯୋଗ ପ୍ରଦାନ କରିବା ।

*        ବିଭିନ୍ନ ପ୍ରକାର ପରାମର୍ଶ ସେବା, ସେମିନାର, ସିଂପୋନିଆ, କ୍ଷମତା ପ୍ରସ୍ତୁତିକରଣ, ପ୍ରଚାର ପ୍ରସାର ଓ ମାନଃ ସମ୍ବଳ ବିକାଶ ଇତ୍ୟାଦି ଗୁଡିକ ପାଇଁ ସହଯୋଗ ପ୍ରଦାନ କରିବା

ପ୍ରତିପୂରଣ

ଯୋଜନାର କାର୍ଯ୍ୟକ୍ଷେତ୍ର

ଏହି କାର୍ଯ୍ୟକ୍ରମ ଆଗରୁ ବର୍ଣ୍ଣିତ ହୋଇଥିବା ଜବାହାର ଲାଲ ନେହେରୁ ସୌର ପ୍ରକଳ୍ପ ମିଶନ ଅନ୍ତର୍ଗତ ଦେଶର ଅଞ୍ଚଳରେ ଗ୍ରୀଡ ରହିତ ଓ ବିକେନ୍ଦ୍ରିତ ପ୍ନାଳି ଅନୁସାରେ ପ୍ରୟୋଗ କରାଯିବ  । ବିଭିନ୍ନ ରାଜ୍ୟରେ ଥିବା ଚାହିଦା ଓ ସମ୍ଭାବ୍ୟ ଅଞ୍ଚଳରେ ପ୍ରଣୟନ କରାଯିବ  । ଏହି କାର୍ଯ୍ୟକ୍ରମ ରେ ଗ୍ରୀଡ ରହିତ ଓ ବିକେନ୍ଦ୍ରିତ ପ୍ରଣାଳୀରେ ଯେକୌଣସି ଆକାର ସଂଖ୍ୟାକୁ ସମନ୍ଵିତ କରାଯାଇପାରିବ  । ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏହି କାର୍ଯ୍ୟକ୍ରମକୁ ଲାଗୁକରାଯିବ  ।

ପ୍ରଣୟନ ର ପ୍ରକାର

ଏହି କାର୍ଯ୍ୟକ୍ରମ ବିଭିନ୍ନ ବହୁମୂଖୀ ସଂସ୍ଥା ଗୁଡିକ ଦ୍ଵାରା ପ୍ରଣୟନ କରାଯାଇପାରିବ  । ରାଜ୍ୟ ଗୁଡିକର ସହଯୋଗୀ ସଂସ୍ଥା / ଅକ୍ଷୟଶକ୍ତି ପ୍ରକଳ୍ପ ଗୁଡିକ କାର୍ଯ୍ୟକାରୀ କରୁଥିବା ବିଭିନ୍ନ ବିଭାଗ / ଜାତୀୟ ସୌରଶକ୍ତି ନିଗମ, ଶ୍ରେଣୀଭୂକ୍ତ ଅଂଶୀଦାର ବ୍ୟବସାୟୀ ଏବଂ ଅନ୍ୟାନ୍ୟ ସରକାରୀ ଅନୁଷ୍ଠାନ ଯଥା – ରାଷ୍ଟ୍ରାୟତ୍ତ ଉଦ୍ୟୋଗ / ସରକାରୀ ବିଭାଗ / ସ୍ଵୟଂଶାସିତ ସଂସ୍ଥା / ମହାନଗର ପାଳିକା / ଜାତୀୟ ଉପାଦାନ ପରିଷଦ / ନାବାର୍ଡ ଇରେଡା ଇତ୍ୟାଦି ଗୁଡିକ ପ୍ରଣୟନ ଯୋଗ୍ୟ  ।

ପାଣ୍ଠି ଯୋଗାଣ ସଂସ୍ଥା

ଯୋଜନା ଅନ୍ତର୍ଗତ ପାଣ୍ଠିର କାର୍ଯ୍ୟନିର୍ବାହୀ କେବଳ ପ୍ରତିପୂରଣ ମାଧ୍ୟମରେ କରାଯାଇପାରିବ  ଯାହାକି MNRE ସ୍ଥିରିକୃତ ଖର୍ଚ୍ଚ ଓ ଅନୁଦାନକୁ ଅଂଶୀଦାର ମାନଙ୍କ ମାଧ୍ୟମରେ ପ୍ରଦାନ କରାଯିବ  । କେନ୍ଦ୍ରୀୟ ବିତ୍ତୀୟ ସହାୟତାରେ ଶତକଡା ୩୦ ଭାଗ ଟଙ୍କା  । SNA ଓ ସରକାରୀ ଅନୁଷ୍ଠାନ ମାଧ୍ୟମରେ ଅଗ୍ରୀମ ହିସାବରେ ପ୍ରଦାନ କରାଯାଇପାରେ  । ହିତାଧିକାରୀ / ବ୍ୟବହାରୀ ମାନେ ନିର୍ଦ୍ଧିଷ୍ଟ ପ୍ରଣୟନ ସଂସ୍ଥା ଗୁଡିକ ମାଧ୍ୟମ ରେ ଅନୁଦାନ ର ମୂଲ୍ୟ କୁ ପଇଠ କରିବା ଦରକାର  । ଯୋଜନା ପ୍ରଣୟନକାରୀ ସଂସ୍ଥା ଗୁଡିକ ଅନୁଦାନ ପାଇବା ପାଇଁ ସ୍ଥିରିକୃତ ଫର୍ମରେ ନିର୍ଦ୍ଦେଶିତ ତଥ୍ୟକୁ ପୂରଣ କରିବାପରେ MNRE ଅଧିନରେ ଥିବା ସଂସ୍ଥାଗୁଡିକୁ ପ୍ରଦାନ କରିବା ଆବଶ୍ୟକ  ।

ଅନୁଦାନ ଯୋଗ୍ୟତା

*        MNRE (ଅକ୍ଷୟ ଶକ୍ତି ପ୍ରକଳ୍ପ ମନ୍ତ୍ରାଳୟ) ନିର୍ଣ୍ଣାୟକ ବିନ୍ଦୁ ଓ ଅନୁଦାନ ସ୍ଥିରିକୃତ  ରାଶି ହିସାବରେ ଆର୍ଥିକ ସହଯୋଗ ପ୍ରଦାନ କରିବ ଯାହାକି ବର୍ଷକୁ ବର୍ଷ ସ୍ଥିର କରାଯିବ  ।

*        ସାଧାରଣ ବର୍ଗର ରାଜ୍ୟଗୁଡିକ ପାଇଁ ନିର୍ଣ୍ଣାୟକ ବିନ୍ଦୁ ଖର୍ଚ୍ଚର ଶତକଡା ୩୦ ଭାଗ ମୂଳ ଅନୁଦାନ ରାଶି ପ୍ରାପ୍ୟ ଯୋଗ୍ୟ  ।

*        ସ୍ଵତନ୍ତ୍ର ପାହ୍ୟାର ରାଜ୍ୟ ଯଥା – ଉତ୍ତର ପୂର୍ବାଞ୍ଚଳ, ସିକିମ, ଜାମ୍ମୁ ଓ କାଶ୍ମୀର, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ରାଜ୍ୟ ଗୁଡିକ ପାଇଁ ନିର୍ଣ୍ଣାୟକ ବିନ୍ଦୁ ଖର୍ଚ୍ଚର ଶତକଡା ୬୦ ଭାଗ ମୂଳ ଅନୁଦାନ ପାଇବା ପାଇଁ ଯୋଗ୍ୟ  ।

*        ଏତତ୍ ସହିତ ଏହି ଅନୁଦାନ ଦେଶର ବିଭିନ୍ନ ବିଚ୍ଛିନ୍ନାଞ୍ଚଳ ଓ କଷ୍ଟସାଧ୍ୟ ଅଞ୍ଚଳ ଯଥା ଲାକ୍ଷାଦ୍ଵୀପ, ଆଣ୍ଡାମାନ ଓ ନିକୋବର ଦ୍ଵୀପପୁଞ୍ଜ ଓ ସୀମାସଂଲଗ୍ନ କ୍ରିୟା ଗୁଡିକ ପାଇଁ ଶତକଡା ୬୦ ଭାଗ ଅନୁଦାନ ପ୍ରାପ୍ତଯୋଗ୍ୟ ।

*         ରାଜ୍ୟ ନୋଡାଲ ସଂସ୍ଥା କିମ୍ବା ତୃତୀୟ ପକ୍ଷଗୁଡିକ ପାଇଁ ଯୋଜନାର ସମାପ୍ତି / ପ୍ରତିପାଦାନ / ନିରୀକ୍ଷଣ ହିସାବରେ ଏହି ପାଣ୍ଠି ପ୍ରଦାନ କରାଯାଇପାରିବ  ।

ପାଣ୍ଠି ଯୋଗାଣ (ପ୍ରାପ୍ତି)

ବିଭିନ୍ନ ଯୋଜନା ପ୍ରଣୟନକାରୀ ସଂସ୍ଥା ଗୁଡିକ ଯୋଜନା ବାବଦରେ ପାଣ୍ଠି ଯୋଗାଣ ନିମ୍ନ ଉଲ୍ଲେଖିତ ଭାବେ ବର୍ଣ୍ଣନା କରାଯାଇଛି

ପ୍ରଣୟନ ସଂସ୍ଥା

 

ପାଣ୍ଠି ନୋଡାଲ ଏଜେନ୍ସି (SNA) / ରାଜ୍ୟ ନୋଡାଲ ବିଭାଗ

ପ୍ରକଳ୍ପ / କାର୍ଯ୍ୟକ୍ରମର ଅନୁମୋଦନ ସମୟରେ କେନ୍ଦ୍ରୀୟ ବିତ୍ତୀୟ ସହାୟତା ଓ ସେବା ମୂଲ୍ୟର ଶତକଡା ୩୦ ଭାଗ ପ୍ରଦାନ  । ଅଥବା କାର୍ଯ୍ୟକ୍ରମର ଲକ୍ଷ୍ୟ ସାଧନ ପାଇଁ ଶତକଡା ୧୦ ଭାଗ ଅଗ୍ରୀମ ହିସାବରେ ପ୍ରଦାନ / ପ୍ରକଳ୍ପ / ଯୋଜନାର ସଫଳ ପରିସମାପ୍ତି ସହିତ ପ୍ରତିପାଦନ, ବ୍ୟବହୃତ ପ୍ରମାଣ ପ୍ରଦାନ ପରେ ବାକି ଶତକଡା ୭୦ ଭାଗ ପ୍ରଦାନ କରାଯିବ  ।

ସରକାରୀ ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା ଅନ୍ୟାନ୍ୟ ସରକାର ସଂସ୍ଥା ଓ SECI

ପ୍ରକଳ୍ପ ପ୍ରସ୍ତାବ ଅନୁମୋଦନ ସମୟରେ କେନ୍ଦ୍ରୀୟ ବିତ୍ତୀୟ ସହାୟତାର ଶତକଡା ୩୦ ଭାଗ ପ୍ରଦାନ  ।

ପ୍ରକଳ୍ପର ସଫଳ ରୂପାଯନ ଓ ସମସ୍ତ ପ୍ରକାର ଆବଶ୍ୟକୀୟ ଦାବୀପତ୍ର ପ୍ରଦାନ ପରେ ବାକି ଶତକଡା ୭୦ ଭାଗ ପାଣ୍ଠି ପ୍ରଦାନ କରାଯିବ

ପ୍ରଣାଳୀ ଅଂଶୀଦାର ବ୍ୟବସାୟୀ ଓ ଅକ୍ଷୟ ଉର୍ଜା ସଂସ୍ଥାନ

ପ୍ରକଳ୍ପ ସଫଳ ରୂପାଯନ ପରେ ଅନୁଦାନ ବଣ୍ଟନ, ବିକ୍ରୟ, ଲକ୍ଷ୍ୟହାସଲ / ପ୍ରକଳ୍ପ ଓ ପରବର୍ତ୍ତୀ /ତୃତୀୟ ପକ୍ଷ ନିରୀକ୍ଷଣ ଏବଂ ଅନ୍ୟାନ୍ୟ ଦାବୀ ପତ୍ର ଗୁଡିକ ପ୍ରଦାନପରେ

ଆଧାର  : MNRE, for more information click here

Last Modified : 12/11/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate