অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଭାରତର ଅଭିବୃଦ୍ଧିର ସଶକ୍ତିକରଣ

ଭାରତର ଅଭିବୃଦ୍ଧିର ସଶକ୍ତିକରଣ

ବିଦ୍ୟୁତକରଣ

ଭାରତ ଗୋଟିଏ ଉଚ୍ଚାକାଂକ୍ଷା ସମ୍ପନ୍ନ ଅଭିଯାନରେ ବାହାରି ପଡିଛି । ଗୋଟିଏ ଅଭିଯାନ ଯେଉଁଥିରେ ସ୍ୱାଧୀନତା ପ୍ରାପ୍ତିର ପ୍ରାୟ ୭ ଦଶନ୍ଧି ପରେ ମଧ୍ୟ ଅନ୍ଧକାରରେ ରହିଥିବା ୧୮,୦୦୦ ଗ୍ରାମକୁ ବିଦ୍ୟୁତ ଶକ୍ତି ଯୋଗାଇଦିଆଯିବ । ବିଜୁଳି ଆଲୁଅ ନ ଥିବା ସମସ୍ତ ଗାଁର ବିଦ୍ୟୁତକରଣ ୧୦୦୦ ଦିନ ମଧ୍ୟରେ କରାଯିବ ବୋଲି ସ୍ୱାଧୀନତା ଦିବସ ଅବସରରେ ଦେଇଥିବା ଭାଷଣରେ ପ୍ରଧାନମନ୍ତ୍ରୀ  କହିଥିଲେ । ଗ୍ରାମାଞ୍ଚଳ ବିଦ୍ୟୁତକରଣ କାର୍ଯ୍ୟ ଖୁବ୍ ଦୃତ ଗତିରେ ଏବଂ ଅଭୁତପୂର୍ବ ପାରଦର୍ଶିତାର ସହ ଆଗେଇ ଚାଲିଛି । ବିଦ୍ୟୁତକରଣ ହେଉଥିବା ଗାଁଗୁଡିକ ସମ୍ପର୍କରେ ଜନସାଧାରଣଙ୍କୁ ମୋବାଇଲ ଆପ୍ ଏବଂ ୱେବ ଡେଶ ବୋର୍ଡ ମାଧ୍ୟମରେ ତଥ୍ୟ ଉପଲବ୍ଧ ହେଉଛି । ଏଠାରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ଲକ୍ଷ୍ୟ କରାଯାଇପାରେ ଯେ, ଆମେ କେବଳ ଗାଁକୁ ବିଜୁଳି ପହଞ୍ଚିବା ଦେଖିପାରୁଛୁ କିନ୍ତୁ ତା ସହିତ ରହିଛି ଗାଁରେ ରହୁଥିବା ଲୋକଙ୍କ ସ୍ୱପ୍ନ, ଆଶା ଓ ଜୀବନଧାରଣ ମାନରେ ଉନ୍ନତି ।

ଏ କଥା ଭୁଲି ହେବ ନାହିଁ ଯେ, ଆମ ଇତିହାସରେ ସବୁଠାରୁ ବଡ ବିଦ୍ୟୁତ ସରବରାହରେ ବ୍ୟାଘାତ ଜୁଲାଇ ୨୦୧୨ରେ ହୋଇଥିଲା, ଯାହା ୬୨ କୋଟି ଲୋକଙ୍କୁ ଅନ୍ଧକାର ମଧ୍ୟକୁ ଠେଲି ଦେଇଥିଲା । ୨୪୦୦୦ ମେଗାୱାଟରୁ ଅଧିକ କ୍ଷମତା ବିଶିଷ୍ଟ ବିଦ୍ୟୁତ ଶକ୍ତି ଉତ୍ପାଦନ କେନ୍ଦ୍ର କୋଇଲା ଓ ଗ୍ୟାସ ଭଳି ଇନ୍ଧନ ଅଭାବରୁ ବନ୍ଦ ହୋଇଯାଇଥିଲା । ଏହି କ୍ଷେତ୍ର, ଏକ ପକ୍ଷରେ ବଳକା ଉତ୍ପାଦନ କ୍ଷମତା ଏବଂ ବହୁଳ ଅବ୍ୟବହୃତ ବିନିଯୋଗ ଓ ଅନ୍ୟ ପକ୍ଷରେ ଉପଭୋକ୍ତାମାନଙ୍କୁ ଶକ୍ତି ଯୋଗାଣରେ ବ୍ୟାଘାତର ଅକର୍ମଣ୍ୟତା ଏବଂ ନୀତିଗତ ପଙ୍ଗୁତାର ଗୋଟିଏ ତୃଟିପୂର୍ଣ୍ଣ ଚକ୍ରରେ ଫସିଯାଇଥିଲା ।

ଗତବର୍ଷ ଯେତେବେଳେ ଏନଡିଏ ସରକାର କ୍ଷମତାକୁ ଆସିଲା, ସେତେବେଳେ ପ୍ରାୟ ଦୁଇ-ତୃତୀୟାଂଶ କୋଇଲା ଆଧାରିତ ବିଦ୍ୟୁତ ଶକ୍ତି ଉତ୍ପାଦନ କେନ୍ଦ୍ର (କେନ୍ଦ୍ରୀୟ ବିଦ୍ୟୁତ ପ୍ରାଧିକରଣ ଦ୍ୱାରା ଚିହ୍ନିତ ୧୦୦ରୁ ୬୬ଟି କୋଇଲା ଆଧାରିତ କେନ୍ଦ୍ର) ପାଖରେ ୭ ଦିନର ଆବଶ୍ୟକତା ଠାରୁ କମ୍ କୋଇଲା ମହଜୁଦ ଥିବା ପରି ସଙ୍କଟଜନକ ପରିସ୍ଥିତି ଥିଲା । ଏଭଳି ସଙ୍କଟଜନକ ସ୍ଥିତିରୁ ଉଦ୍ଧାର ପାଇ ଏବେ କୌଣସି ଶକ୍ତି ଉତ୍ପାଦନ କେନ୍ଦ୍ର ଆଉ କୋଇଲାର ଅଭାବ ଅନୁଭବ କରୁନାହାନ୍ତି ।

ସମସ୍ତଙ୍କୁ ବିଦ୍ୟୁତ ଶକ୍ତି ଯୋଗାଇବା ପାଇଁ ବହୁତ ପରିଶ୍ରମ କରୁଥିବା ସରକାର ପରିବେଶ ଅନୁକୁଳ ସ୍ୱଚ୍ଛ ଶକ୍ତିକୁ ଅଗ୍ରାଧିକାର ଦେଉଛନ୍ତି । ସରକାର ୧୦୦ ଗିଗାୱାଟ ସୌରଶକ୍ତି ସମେତ ଅକ୍ଷୟ ସ୍ରୋତରୁ ୧୭୫ ଗିଗାୱାଟ ଶକ୍ତି ଉତ୍ପାଦନର ଉଚ୍ଚାକାଂକ୍ଷାପୂର୍ଣ୍ଣ ଲକ୍ଷ୍ୟ ରଖିଛନ୍ତି ।

କାର୍ଯ୍ୟକାରିତା

ସମସ୍ତଙ୍କ ପାଇଁ ଚବିଶ-ଘଣ୍ଟିଆ ବିଦ୍ୟୁତ ଯୋଗାଣ ସହ ଏହି କ୍ଷେତ୍ରର ସବାଙ୍ଗୀନ ବିକାଶ ଉପରେ ନୂଆ ସରକାର ଧ୍ୟାନ କେନ୍ଦ୍ରିତ କରିଛନ୍ତି । ଅଭିବୃଦ୍ଧିର ପରିସଂଖ୍ୟାନ ହିଁ ଶକ୍ତି କ୍ଷେତ୍ରର ସ୍ୱାସ୍ଥ୍ୟାବସ୍ଥା ଦର୍ଶାଏ । ଔଦ୍ୟୋଗିକ ଉତ୍ପାଦନ ଇଣ୍ଡେକ୍ସ ଅନୁଯାୟୀ, ବିଦ୍ୟୁତ ଶକ୍ତିରେ ଅକ୍ଟୋବର ମାସରେ ୯% ବୃଦ୍ଧି ଘଟିଥିବା ବେଳେ କୋଲ୍ ଇଣ୍ଡିଆ ର ଉତ୍ପାଦନରେ ଏପ୍ରିଲରୁ ନଭେମ୍ବର ମଧ୍ୟରେ ୯% ବୃଦ୍ଧି ଘଟିଛି । ୨୦୧୪-୧୫ରେ କୋଲ୍ ଇଣ୍ଡିଆର କୋଇଲା ଉତ୍ପାଦନ ଗତ ଚାରି ବର୍ଷର ମିଳିତ ଅଭିବୃଦ୍ଧି ଠାରୁ ଅଧିକ । ଏହାର ପରିଣାମ ସ୍ୱରୂପ ଆମଦାନୀରେ ଗତବର୍ଷ ନଭେମ୍ବର ଅପେକ୍ଷା ୪୯% ହ୍ରାସ ଘଟିଛି । କୋଇଲା ଆଧାରିତ କେନ୍ଦ୍ରର ଉତ୍ପାଦନରେ ୨୦୧୪-୧୫ରେ ୧୨.୧୨% ବୃଦ୍ଧି ଘଟିଛି, ଯାହା ଏଯାବତ୍ ସର୍ବାଧିକ । ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ୨୧୪ଟି କୋଲ୍ ବ୍ଲକ୍ ର ଆବଣ୍ଟନ ବାତିଲ କରାଯିବା ଦ୍ୱାରା ସ୍ୱଚ୍ଛ ଇ-ନିଲାମ୍ ପ୍ରକ୍ରିୟା ପାଇଁ ସୁଯୋଗ ସୃଷ୍ଟି ହେଲା । ଏହାର ସମସ୍ତ ଅର୍ଥ ରାଜ୍ୟମାନଙ୍କୁ ବିଶେଷ କରି ଭାରତର କମ୍ ଉନ୍ନତ ପୂର୍ବାଞ୍ଚଳ ରାଜ୍ୟମାନଙ୍କୁ ଯାଉଛି ।

ଗତବର୍ଷ ଏଥିରେ ୨୨,୫୬୬ ମେଗାୱାଟ କ୍ଷମତା ଯୋଗ କରାଯିବା ଆଜି ପର୍ଯ୍ୟନ୍ତର ସର୍ବାଧିକ । ସର୍ବୋଚ୍ଚ ନିଅଣ୍ଟ ୨୦୦୮-୦୯ର ୧୧.୯% ରୁ ୨.୩%କୁ ହ୍ରାସ କରାଯାଇଛି, ଯାହା ଭାରତୀୟ ଇତିହାସରେ ସର୍ବନିମ୍ନ ।

ପରିବହନ କ୍ଷେତ୍ରରେ ବଳକା ଉତ୍ପାଦନକାରୀ ରାଜ୍ୟମାନଙ୍କରୁ ନିଅଣ୍ଟ ହେଉଥିବା ରାଜ୍ୟମାନଙ୍କୁ ବିଦ୍ୟୁତ ପରିବହନରେ ଅନେକ ଅସୁବିଧା ଥିଲା । ଏକ ରାଷ୍ଟ୍ର, ଏକ ଗ୍ରୀଡ, ଏକ ଫ୍ରିକ୍ୟୁଏନ୍ସି ନୀତିରେ ଦକ୍ଷିଣାଞ୍ଚଳ ଗ୍ରୀଡକୁ ସଂଯୋଜିତ କରାଯିବା ପାଇଁ ଦୃତ ଗତିରେ ପ୍ରଚେଷ୍ଟା ହେଲା । ୨୦୧୩-୧୪ରେ ଉପଲବ୍ଧ ଥିବା ପରିବହନ କ୍ଷମତା ଚଳିତ ମାସରେ ୩୪୫୦ ମେଗାୱାଟରୁ ୫୯୦୦ ମେଗାୱାଟ ଅର୍ଥାତ ୭୧% କୁ ବୃଦ୍ଧି ପାଇଛି ।

ଶକ୍ତି କ୍ଷେତ୍ର ଶୃଙ୍ଖଳରେ ଉଦୟ ଯୋଜନାର ଶୁଭାରମ୍ଭ କରାଯାଇଛି ଯାହା ଫଳରେ ଏହି କ୍ଷେତ୍ରର ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତର ଅସୁବିଧାଗୁଡିକୁ ଦୂର କରି ହେବ । ରାଜ୍ୟମାନଙ୍କର ଉଚ୍ଚ କତ୍ତୃପକ୍ଷ, ବ୍ୟାଙ୍କ, ନିୟନ୍ତ୍ରକ ଆଦିଙ୍କ ସହ ଆଲୋଚନା ପରେ ତଳ ସ୍ତରରୁ ଏହି ଯୋଜନାକୁ ପ୍ରସ୍ତୁତ କରାଯାଇଛି । ରାଜ୍ୟ ବିଦ୍ୟୁତ ବିତରକ ସଂସ୍ଥାମାନଙ୍କୁ ଋଣ ଯନ୍ତାରୁ ଉଦ୍ଧାର କରି ଉଦୟ ଏହି ସଂସ୍ଥାଗୁଡିକର ଅବିରତ ପରିଚାଳନାଗତ ଉନ୍ନତି ପାଇଁ ପଥ ପରିଷ୍କାର କରିଛି । ଶକ୍ତି ମୂଲ୍ୟ ହ୍ରାସ ପାଇଁ ସରକାର ଅନେକ ପଦେକ୍ଷପ ନେଉଛନ୍ତି । ୨୦୧୮-୧୯ ସୁଦ୍ଧା ସମସ୍ତ Discom ଲାଭଜନକ ସ୍ଥିତିକୁ ଆସିଯିବା ଆଶା କରାଯାଉଛି । ଉଦୟ ଅନ୍ତର୍ଗତ ବଜେଟ ନିୟନ୍ତ୍ରଣ ଦ୍ୱାରା ଏହି ସବୁ ସଂସ୍ଥାର ଅସୁବିଧାଗୁଡିକୁ ଦୂର କରି ସ୍ଥାୟୀ ସମାଧାନ, ସହଯୋଗ ମନୋଭାବ, ଦକ୍ଷତା ବୃଦ୍ଧି ଉପରେ ଧ୍ୟାନ କେନ୍ଦ୍ରିତ କରି ଶକ୍ତି ମୂଲ୍ୟ ହ୍ରାସ କରିବାରେ ସହାୟକ ହେବ ।

ଏଲଇଡି ବଲ୍ବ ଦାମ ୭୫% ହ୍ରାସ ଏବଂ ବର୍ଷକରୁ କମ ସମୟ ମଧ୍ୟରେ ୪ କୋଟି ବଲ୍ବ ବିତରଣ ଯୋଗୁ ଶକ୍ତି ସଂରକ୍ଷଣ କ୍ଷେତ୍ରରେ ଦୃତ ଅଭିବୃଦ୍ଧି ଘଟିଛି । ୨୦୧୮ ସୁଦ୍ଧା ୭୭ କୋଟି ବଲ୍ବ ବିତରଣ ସହ ପ୍ରତ୍ୟେକ ସାଧାରଣ ବଲ୍ବ ସ୍ଥାନରେ ଏଲଇଡି ବଲ୍ବ ଲଗାଯିବାର ଲକ୍ଷ୍ୟ ରଖାଯାଇଛି । ଘରେ ଏବଂ ରାସ୍ତାରେ ଏଲଇଡି ବଲ୍ବ ଲଗାଯିବାର କାର୍ଯ୍ୟକ୍ରମ ଯୋଗୁ ପିକ୍-ଲୋଡ ଆବଶ୍ୟକତା ୨୨ ଗିଗାୱାଟ ହ୍ରାସ ପାଇବ, ବାର୍ଷିକ ୧୧,୪୦୦ କୋଟି ୟୁନିଟ ସଞ୍ଚୟ ଫଳରେ ୮.୫ କୋଟି ଟନ୍ ଅଙ୍ଗାରକାମ୍ଳ ହ୍ରାସ ପାଇବ । ୨୨ ଗିଗାୱାଟ ଶକ୍ତି କଥା ଗୋଟିଏ କିମ୍ବଦନ୍ତୀ ସଦୃଶ ହୋଇପାରେ କିନ୍ତୁ ପରିବେଶକୁ ସୁରକ୍ଷିତ ରଖିବା ସହ ସେତେ ପୁଞ୍ଜିବିନିଯୋଗକୁ ଏଡାଇପାରିବା ନିଶ୍ଚିତଭାବେ ପ୍ରଶଂସନୀୟ ।

ଆଧାର - ଭାରତର ଅଭିବୃଦ୍ଧିର ସଶକ୍ତିକରଣ

Last Modified : 4/12/2022



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate