ମୋର ଦୃଢ ବିଶ୍ୱାସ ଯେ ଭାରତରେ ଅନେକ ଅପ୍ରକଟ ଉଦ୍ୟୋକ୍ତା ସମ୍ବନ୍ଧୀୟ ଶକ୍ତି ରହିଛି ଯାହାକୁ ସଜାଡିବାର ଅଛି ଫଳରେ ଏହି ରାଷ୍ଟ୍ର ନିଯୁକ୍ତି ଖୋଜିବା ବଦଳରେ ନିଯୁକ୍ତି ଦାତା ହୋଇପାରିବ । ପ୍ରଧାନମନ୍ତ୍ରୀ କହିଛନ୍ତି ।
ଏନଡିଏ ସରକାର ଉଦ୍ୟୋଗକାରୀମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବାର ଲକ୍ଷ୍ୟ ରଖିଛି । ‘ମେକ ଇନ ଇଣ୍ଡିଆ’ ପଦକ୍ଷେପ ଉଦ୍ୟୋକ୍ତାମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଚାରୋଟି ସ୍ତମ୍ଭ ଉପରେ ପର୍ଯ୍ୟବେସିତ ଯାହା କେବଳ ଭାରତର ନିର୍ମାଣ କ୍ଷେତ୍ରରେ ନୁହେଁ ବରଂ ଅନ୍ୟ କ୍ଷେତ୍ରରେ ମଧ୍ୟ ।
ନୂତନ ପ୍ରକ୍ରିୟାଗୁଡିକ: ‘ମେକ ଇନ ଇଣ୍ଡିଆ’ ସହଜରେ ହେଉଥିବା ବ୍ୟବସାୟକୁ ଚୟନ କରି ପ୍ରମୁଖ ମୌଳିକ ଉତ୍ପାଦକକୁ ଔଦ୍ୟୋଗିକ କ୍ଷେତ୍ରରେ ପ୍ରୋତ୍ସାହନ ପ୍ରଦାନ କରୁଛି ।
ନୂତନ ଭିତ୍ତିଭୂମି: ଶିଳ୍ପ ବିକାଶ ପାଇଁ ଆଧୂନିକ ଏବଂ ସୁବିଧାଜନକ ଭିତ୍ତିଭୂମି ଏକ ଗୁରୁତ୍ଵପୂର୍ଣ୍ଣ ଆବଶ୍ୟକତା । ସରକାର ଶିଳ୍ପାଂଚଳ କରିଡର ଏବଂ ସ୍ମାର୍ଟ ସିଟି ବିକଶିତ କରିବା ଫଳରେ ଆଧୂନିକ ଯୋଗାଯୋଗ ବ୍ୟବସ୍ଥା ଯୋଗୁ ଭିତ୍ତିଭୂମି ସହଜରେ ଉପଲବ୍ଧ କରାଯାଇପାରୁଛି ।
ନୂତନ କ୍ଷେତ୍ର: ‘ମେକ ଇନ ଇଣ୍ଡିଆ’ ୨୫ଟି ଉତ୍ପାଦନ କ୍ଷେତ୍ର ଚୟନ କରିଛି । ଭିତ୍ତିଭୂମି ଏବଂ କାର୍ଯ୍ୟର ସଂପୂର୍ଣ୍ଣ ସୂଚନା ଅଂଶୀଦାରମାନଙ୍କୁ ଜଣାଇଦିଆଯାଇଛି ।
ନୂତନ ପରିକଳ୍ପନା: ଶିଳ୍ପଦ୍ୟୋଗ ଗୁଡିକ ସରକାରଙ୍କୁ ନିୟାମକ ଭାବେ ଦେଖିଆସିଛନ୍ତି । ‘ମେକ ଇନ ଇଣ୍ଡିଆ’ ଏହି ଚିନ୍ତିାଧାରାରେ ଦୃଷ୍ଟାନ୍ତମୂଳକ ପରିବର୍ତ୍ତନ ଆଣିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି । ସରକାର ନିୟାମକ ନହୋଇ କାର୍ଯ୍ୟକୁ ସୁଚାରରୂପେ କରିବା ପାଇଁ ସହାୟକ ହେବେ ।
ଶିଳ୍ପୋଦ୍ୟୋଗକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ତ୍ରିକୋଣୀୟ କୌଶଳ ଗ୍ରହଣ କରିଛନ୍ତି । ଏହି ୩ସି ମଡେଲ: ଅନୁପାଳନ, ପୁଂଜି ଏବଂ ଚୁକ୍ତି ପ୍ରବର୍ତ୍ତନ କୁ ନେଇ କାର୍ଯ୍ୟ କରାଯାଉଛି ।
ଅନୁପାଳନ: ସହଜରେ ବ୍ୟବସାୟ କରିବା ନେଇ ଭାରତ ଦ୍ରୁତ ଏବଂ ଦୀର୍ଘ ପଦକ୍ଷେପ ନେଇଛି ବୋଲି ବିଶ୍ୱ ବ୍ୟାଙ୍କ ରେଙ୍କିଙ୍ଗ ରେ ୧୩୦ତମ ସ୍ଥାନରେ ପହଂଚିଛି । ବର୍ତ୍ତମାନ ନୂତନ ବ୍ୟବସାୟ ଆରମ୍ଭ କରିବା ଅତି ସହଜ ହୋଇପାରିଛି ଯାହାକି ପୂର୍ବରୁ ନଥିଲା । ଅନାବଶ୍ୟକ ଅନୁପାଳନକୁ ଉଚ୍ଛେଦ କରିଦିଆଯାଇଛି ଏବଂ ଅନେକ ଅନୁମତି ଅନଲାଇନରେ ମିଳିପାରୁଛି ।
ଶିଳ୍ପଦ୍ୟୋଗ ଲାଇସେନ୍ସ (ଆଇଏଲ) ଏବଂ ଶିଳ୍ପୋଦ୍ୟୋଗ ସ୍ମାରକ (ଆଇଇଏମ) କୁ ଅନଲାଇନ କରାଯାଇଛି ଏବଂ ଏହି ବ୍ୟବସ୍ଥା ଉଦ୍ୟୋକ୍ତାମାନଙ୍କ ପାଇଁ ୨୪ ଘଣ୍ଟା ୭ଦିନ ଉପଲବ୍ଧ କରାଯାଇଛି । ପାଖାପାଖି ୨୦ଟି ସେବା ସମନ୍ୱିତ କରାଯାଇ ସିଙ୍ଗଲ ୱିଣ୍ଡୋ ପୋର୍ଟାଲରେ ବିଭିନ୍ନ ସରକାରୀ ଏବଂ ସରକାରୀ ସଂସ୍ଥାରୁ କ୍ଲିୟରାନ୍ସ ମିଳିପାରୁଛି ।
ଭାରତ ସରକାର ବିଶ୍ୱବ୍ୟାଙ୍କ ଗ୍ରୁପ ସହାୟତାରେ ଏବଂ କେପିଏମଜି ରାଜ୍ୟ ସରକାର ସ୍ତରରେ କରାଯାଇଥିବା ସଂସ୍କାରକୁ ନେଇ ଏକ ସର୍ବେକ୍ଷଣ କରିଥିଲେ । ଏହି ରେଙ୍କିଙ୍ଗ ଫଳରେ ରାଜ୍ୟମାନେ ପରସ୍ପରଠାରୁ କିଛି ଶିଖି ପାରିବେ ଏବଂ ସଫଳ କାହାଣୀଗୁଡିକୁ ନିଜ ରାଜ୍ୟରେ କାର୍ଯ୍ୟକାରୀ କରିପାରିବେ । ସରକାର ଭାରତର ଏଫଡିଆଇ ଆଇନରେ ସରଳୀକରଣ କରି ଭାରତରେ ପୁଂଜି ନିବେଶ କରିବା ପାଇଁ ସୁଯୋଗ ଦେଉଛନ୍ତି ।
ଭାରତରେ ପାଖାପାଖି ୫୮ ନିୟୁତ ଅଣ-କର୍ପୋରେଟ ଉଦ୍ୟୋଗ ୧୨୮ ନିୟୁତ ନିଯୁକ୍ତି ପ୍ରଦାନ କରିଛନ୍ତି । ସେମାନଙ୍କ ମଧ୍ୟରୁ ୬୦ ପ୍ରତିଶତ ଗ୍ରାମାଂଚଳର । ୪୦ ପ୍ରତିଶତ ପଛୁଆ ବର୍ଗର ଲୋକମାନଙ୍କର ମାଲିକାନାସତ୍ତ୍ୱ ରହିଛି ଏବଂ ୧୫ ପ୍ରତିଶତ ଅନୁସୂଚିତ ଜାତି ଓ ଜନଜାତିଙ୍କ ମାଲିକାନାସତ୍ତ୍ୱରେ ରହିଛି । କିନ୍ତୁ ଏମାନଙ୍କର ବ୍ୟାଙ୍କ କ୍ରେଡିଟ ଏକାଉଣ୍ଟ ଅତି କମ ରହିଛି । ସେମାନଙ୍କ ମଧ୍ୟରୁ ଅନେକଙ୍କୁ କେବେ ମଧ୍ୟ ବ୍ୟାଙ୍କ ଉଧାର ମିଳିନାହିଁ । ଏହି ସ୍ଥିତିରେ ପରିବର୍ତ୍ତନ ଆଣିବା ପାଇଁ ସରକାରଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଏବଂ ମୁଦ୍ରା ବ୍ୟାଙ୍କର ଶୁଭାରମ୍ଭ କରାଯାଇଛି ।
ଏହା କ୍ଷୁଦ୍ର ଶିଳ୍ପୋଦ୍ୟୋଗୀମାନଙ୍କୁ କମ୍ ମୂଲ୍ୟରେ ଆର୍ଥିକ ସହାୟତା ଯୋଗାଇଦେବ ଯାହା ପୂର୍ବରୁ ଅତ୍ୟଧିକ ସୁଧ ହାରରେ ଦିଆଯାଉଥିଲା । ଏହି ଯୋଜନାର ଶୁଭାରମ୍ଭ ହେବାପରଠାରୁ ପ୍ରାୟ ୬୫ ହଜାର କୋଟି ଟଙ୍କାର ୧.୧୮ କୋଟି ଲୋନ ପ୍ରଦାନ କରାଯାଇଛି । ୫୦ ହଜାର ଟଙ୍କାରୁ କମ ଟଙ୍କା ଋଣ କରିଥିବା ଲୋକମାନଙ୍କର ସଂଖ୍ୟା ଏପ୍ରିଲରୁ ସେପ୍ଟେମ୍ବର ୨୦୧୫ ମଧ୍ୟରେ ଅନେକ ବୃଦ୍ଧି ଘଟିଛି ।
ଚୁକ୍ତି ପ୍ରବର୍ତ୍ତନରେ ବିକାଶ ଆଣିବା ଦିଗରେ ଆରବିଟ୍ରେସନ ଆଇନରେ ପରିବର୍ତ୍ତନ କରାଯାଇ ଶସ୍ତା ଏବଂ ଶୀଘ୍ର କରାଯାଇଛି । ଏହି ଆଇନ ସମୟସୀମା ଅନୁସାରେ ମାମଲା ସମାଧାନ ଏବଂ ଟ୍ରିବ୍ୟୁନାଲକୁ ନିଷ୍ପତ୍ତି ନେବା ପାଇଁ କ୍ଷମତା ପ୍ରଦାନ କରାଯାଇଛି । ସରକାର ଏକ ଆଧୂନିକ ଦେବାଳିଆପଣ କୋଡ ବାହାର କରିଛନ୍ତି ଯାହାଫଳରେ ଚାଲୁଥିବା ବ୍ୟବସାୟ ସହଜରେ କରିହେବ ।
ଆଧାର -ଭାରତର ଔଦ୍ୟୋଗିକ ଶକ୍ତିର ପ୍ରଦର୍ଶନ
Last Modified : 1/26/2020