ଜଳଛାୟା କାର୍ଯ୍ୟକ୍ରମଗୁଡିକ ସାଧାରଣତଃ ଗ୍ରାମୀଣ ଭାବରେ ସୀମିତ, ଯେଉଁଠାରେ କୃଷି ଓ ଆନୁଷଙ୍ଗିକ ଦ୍ରୁଷ୍ଟିକୋଣ ଜଳ କିପରି ବିନିଯୋଗ ଓ ନିଷ୍କାସିତ ହେବ ତାହା ନିର୍ଧାରଣ କରିଥାଏ । ଏହି ସକ୍ରିୟାତାଗୁଡିକ ନିର୍ଦ୍ଧିଷ୍ଟ ମାନର ଜଳ ଦାବି କରିଥାଏ ଏବଂ ଜଳବିନିଯୋଗର ପ୍ରଭାବ ସମ୍ବନ୍ଧରେ ବୁଝିବା ମଧ୍ୟ ଆବଶ୍ୟକ କରିଥାଏ । ମୃତ୍ତିକା ପ୍ରକାରଗୁଡିକର ଅନୁଧ୍ୟାନ ନିର୍ଦ୍ଧିଷ୍ଟ ମୃତ୍ତିକା ପାଇଁ ପରିସ୍ରବଣ ହାର ନିର୍ଣ୍ଣୟ କରିଥାଏ । ତେଣୁ ଉପଲବ୍ଧ ଭୂତଳଜଳର ଉପଯୁକ୍ତ ବିନିଯୋଗ, ଯୋଜନା ନିମନ୍ତେ ମୃତ୍ତିକା ପ୍ରକାର , ଶସ୍ୟ ଖସଡା ଏବଂ ଜଳର ମାନ ସମନ୍ଵିତ ରୂପେ ନିର୍ଦ୍ଧାରଣ କରିବାକୁ ପଡିବ ।
କୃଷିରେ ଜଳର ମାନ ସମସ୍ୟା ଲବଣତା ଓ ଆବିଷାଳତା ଅନ୍ତର୍ଭୁକ୍ତ କରିଥାଏ । ଯେତେବେଳେ ଶୀର୍ଷ ମୃତ୍ତିକା ମଧ୍ୟରେ ଲବଣ ସଞ୍ଚିତ ହୋଇଥାଏ , ସେତେବେଳେ ଅତିଶୟ ଲବଣତା ଉତ୍ପନ୍ନ ହୁଏ । ଏହି ଲବଣ ଶସ୍ୟ ଉତ୍ପାଦନକୁ ପ୍ରଭାବିତ କରିପାରେ , କାରଣ ଶସ୍ୟ ମୂଳ , ବିଶେଷତଃ ଉପର ମୂଳମଣ୍ଡଳ ଲବଣାକ୍ତ ଦ୍ରବଣରୁ ପର୍ଯ୍ୟାପ୍ତ ଜଳ ଓ ପୋଷାକ ପଦାର୍ଥ ଶୋଷଣ କରିବାରେ ଅତ୍ୟନ୍ତ ଅସୁବିଧା ହୋଇଥାଏ । ମୃତ୍ତିକା ମଣ୍ଡଳରେ ଲବଣର ସଂଭବନ ଯୋଗୁଁ ମୃତ୍ତିକାର ପାରଗମ୍ୟତା ମଧ୍ୟ ହ୍ରାସ ପାଏ, ଫଳତଃ ଶସ୍ୟ ଉତ୍ପାଦିକାରେ ହ୍ରାସ ଘଟିଥାଏ (ପର୍ଯ୍ୟାପ୍ତ ଜଳ ମୂଳମଣ୍ଡଳକୁ ପହଞ୍ଚିପାରେ ନାହିଁ ) ଆବିଷାଲତା ମଧ୍ୟ ଉତ୍ତମ ଉପଯ ଅବ୍ୟାହତ ରଖିବା ଦିଗରେ ଏକ ସମସ୍ୟା । କେତେକ ଜଳରେ ନିର୍ଦ୍ଧିଷ୍ଟ ଅବୟବର ଗାଢତା ଅତ୍ୟଧିକ ପରିମାଣରେ ରହିଥାଏ, ଯଦ୍ଵାରା ନିର୍ଦ୍ଧିଷ୍ଟ ଉଦ୍ଭିଦଙ୍କର ବୃଦ୍ଧି ପଚାଇ ଯାଏ , କିମ୍ବା ଏପରିକି ସେଗୁଡିକର ଅପସାରିତ ମଧ୍ୟ ହୋଇଥାନ୍ତି । ବୋରୋନ, କ୍ଳୋରାଇଡ ଓ ସୋଡିୟମ ହେଉଛି ସାଧାରଣ ଆବିଷାଳ ପଦାର୍ଥ ।
ମୃତ୍ତିକା ଉପରେ ସୋଡିୟମର ଗୁରୁତ୍ଵପୂର୍ଣ୍ଣ ଓ ସଦୁରପ୍ରସାରୀ ପ୍ରଭାବ ରହିଛି । ଭୂତଳଜରରେ ସୋଡିୟମ ହେଉଛି ନିର୍ଦ୍ଧିଷ୍ଟ ପ୍ରକାରର ଶିଳାଗୁଡିଅକର ଅପକ୍ଷୟ କାଳରେ ଦ୍ରବନୀୟ ଉତ୍ପାଦଗୁଡିକର ମୁକ୍ତ ହେବାର ପରିମାଣ । ଅବଶ୍ୟ ହାଲାଇଟ ଭଳି ଲବଣର ନିକ୍ଷାଳନ ଦ୍ଵାରା ସୋଡିୟମ ଜଳସ୍ତରକୁ ମଧ୍ୟ ଆସିପାରେ ।
ସୋଡିୟମ ଏବଂ କାଲସିୟମ ଯୁକ୍ତ ମାଗ୍ନେସିୟମର ଅନୁପାତ ହେଉଛି କୃଷିର ନିର୍ଦ୍ଧିଷ୍ଟ ପରିମାଣ । ଯେତେବଳେ ସୋଡିୟମବହୁଳ ଜଳ ମୃତ୍ତିକାରେ ପ୍ରୟୋଗ କରାଯାଏ , ମୃତ୍ତିକାରେ ଥିବା ପଙ୍କ ଦ୍ଵାରା କାଲସିୟମ ଓ ମାଗ୍ନେସିୟମ ପ୍ରତିବଦଳରେ ସୋଡିୟମ ଗ୍ରହଣ କରି ନିଆଯାଏ । ଏହି ପ୍ରତିକ୍ରିୟାକୁ ମୌଳିକ ବିନିୟମ କୁହାଯାଏ । ମୌଳିକ ବିନିୟମ ମୃତ୍ତିକାର ଭୌତିକ ଗୁଣକୁ ପରିବର୍ତ୍ତନ କରେ ଏବଂ ଉଦ୍ଭିଦର ବୃଦ୍ଧିକୁ ବାଧା ଦେବାକୁ ଅଗ୍ରସର ହୋଇଥାଏ । ସୋଡିୟମବହୁଳ ମୃତ୍ତିକା ଯେତେବେଳେ ଆର୍ଦ୍ର ହୁଏ, ତାହା ଚିକିଟା ହୋଇଯାଏ ଓ ସେଥିପାଇଁ ସ୍ୱଳ୍ପ ପାରାଗମ୍ୟତା ରହିଥାଏ । ଏହି ମୃତ୍ତିକା ଯେତେବଳେ ଶୁଷ୍କ ହୁଏ, ତାହା କାଲସିୟମ ଓ ମାଗ୍ନେସିୟମ ଆୟନ ଧାରଣ କରିଥାଏ , ତେବେ ସେଥିରେ ଉତ୍ତମ ପାରଗମ୍ୟତା ରହେ ଏବଂ ସଜହରେ କର୍ଷିତ ହୋଇପାରେ । ଯଦି ସେଚ ଜଳରେ କାଲସିୟମ ଓ ମାଗ୍ନେସିୟମ ଆୟନଗୁଡିକ ସୋଡିୟମ ଆୟନଗୁଡିକର ସମାନ ହେବାକୁ ପର୍ଯ୍ୟାପ୍ତ ହୋଇଥାନ୍ତି ତେବେ ସେଗୁଡିକ କୃଷି ପାଇଁ ଉତ୍ତମ , ଯଦିଓ ମୋଟ ଖଣିଜ ପରିମାଣ ଅତ୍ୟଧିକ ହୋଇଥାଏ । ସୋଡିୟମର ପ୍ରଭାବ ସୋଡିୟମ ଆଶୋଷଣ ଅନୁପାତ (SAR) ଦ୍ଵାରା ନିର୍ଦ୍ଧାରଣ କରାଯାଇପାରିବ , ଯାହାକୁ ନିମ୍ନ ପ୍ରଦର୍ଶିତ ସମୀକରଣ ଦ୍ଵାରା ଗଣନା କରାଯାଇଥାଏ ।
ସୋଡିୟମ ଆଶୋଷଣ ଅନୁପାତ (SAR) = Na/{Ca + Mg)/୨} ୧/୨
ଯେଉଁଠି ସୋଡିୟମ , କାଲସିୟମ ଓ ମାଗ୍ନେସିୟମ ହେଉଛନ୍ତି ଜଳବିଶ୍ଳେଷଣରୁ ପ୍ରତି ଲିଟର ମିଲି ମୂଲ୍ୟାଙ୍କ ସୋଡିୟମ ଆଶୋଷଣ ଅନୁପାତରେ ମୂଲ୍ୟ ୧୦ ରୁ କମ ହୋଇଥିଲେ , ତାହା ସୋଡିୟମ ସମସ୍ୟାରୁ କମ ବିପଦ ସୂଚିତ କରେ । ୧୮ କିମ୍ବା ତଦୁର୍ଦ୍ଧ୍ଵ ମୂଲ୍ୟରୁ ମୃତ୍ତିକା ମଧ୍ୟରେ ନିଶ୍ଚିତ ଭାବରେ ଅତ୍ୟଧିକ ସୋଡିୟମର ସଂଭବନ ଘଟିଥିବା ସୂଚନା ମିଳିଥାଏ ।
ଜଳ ଦ୍ଵାରା ବାହିତ ଅଧିକାଂଶ ଖଣିଜଗୁଡିକ ଉଦ୍ଭିଦ ମାନଙ୍କ ଦ୍ଵାରା କରାଯାଇ ନଥାନ୍ତି । ସେଗୁଡିକ ମୃତ୍ତିକା ମଧ୍ୟରେ ରହିଯିବା ଅଥବା ଅବ୍ୟବହୃତ ଜଳ ଭାଗରେ ଦ୍ରବୀଭୁତ ହୋଇ ରହିଯିବାର ସମ୍ଭାବନା ରହିଛି । ଜଳସେଚନ ପରିଚାଳନା ଅଭ୍ୟାସ, ମୃତ୍ତିକା ସୁସ୍ଥ ରଖିବାକୁ ସୁନିଶ୍ଚିତ କରିବା ପାଇଁ ଗୁରୁତ୍ଵପୂର୍ଣ୍ଣ । ଯଦ୍ଵାରା ଭୂତଳଜଳ ଦ୍ଵାରା ଜଳସେଚନକୁ ଏକ ସହନୀୟ ଧାରାରେ ଅବ୍ୟାହାତ ରଖାଯାଇପାରିବ । ଏହି ପରିଚାଳନା ଅଭ୍ୟାସଗୁଡିକ ନିମ୍ନଲିଖିତ ପଦକ୍ଷେପ ଅନ୍ତର୍ଭୁକ୍ତ କରିଥାଏ ।
ଜଳଛାୟା ମଧ୍ୟରେ ଜଳସେଚନ ଅଭ୍ୟାସ ଏବଂ ମାନବ ସକ୍ରିୟତାର ପ୍ରତ୍ୟୁତ୍ତରରେ ଜଳର ମାନ , ସ୍ଥାନ ଓ ସମୟର ପରିବର୍ତ୍ତନ ସହିତ ପରିବର୍ତ୍ତିତ ହୋଇଥାଏ । ଗୋଟିଏ ଜଳଛାୟାରେ ଜଳବିଜ୍ଞାନୟୟ ଓ ଜଳଭୂବିଜ୍ଞାନୀୟ ଅନୁଧ୍ୟାନର ଅଂଶବିଶେଷ ସ୍ୱରୂପ ନିୟମିତ ଧାରାରେ ଜଳର ମାପ ପର୍ଯ୍ୟବେକ୍ଷଣ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ସକ୍ରିୟତା ଅଟେ । ସ୍ଥାନ ଓ କାଳରେ ପରିବର୍ତ୍ତନ ଘଟୁଥିବା ଜଳର ମ ପରିବର୍ତ୍ତନକୁ ନିୟମିତ ରୂପେ ଲିପିବଧ କରାଯିବା ଆବଶ୍ୟକ, ଯଦ୍ଵାରା ଉପଯୁକ୍ତ ଜଳସେଚନ ତଥା ଜଳଛାୟା କାର୍ଯ୍ୟକ୍ରମର ଅଂଶ ରୂପେ ଗ୍ରହଣ/ ବା ପରିବର୍ତ୍ତନ କରାଯାଉଥିବା ଜଳ ପରିଚାଳନା ଅଭ୍ୟାସକୁ ପାରଙ୍ଗମ କରିହେବ ।
ମୌଳିକ |
ମୃତ୍ତିକାର ନିରନ୍ତରଭାବରେ ବିନିଯୋଗ କରାଯାଉଥିବା ଜଳ ପାଇଁ (ମି .ଗ୍ରା ପ୍ରତି ଲିଟର ) |
ପି.ଏଚ. ମାନ ୬.୦ ରୁ ୮.୫ ବିଶିଷ୍ଟ ସୂକ୍ଷ୍ମ ବୟନିତ ମୃତ୍ତିକାରେ ୨୦ ବର୍ଷ ପର୍ଯ୍ୟନ୍ତ ବିନିଯୋଗ ନିମନ୍ତେ ( ମି .ଗ୍ରା ପ୍ରତି ଲିଟର ) |
ଆଲୁନିମିୟମ |
୫.୦ |
୨୦.୦ |
ଆର୍ସେନିକ |
୦.୧ |
୨.୦ |
ବେରିଲିୟମ |
୦.୧ |
୦.୫ |
ବୋରୋନ |
* |
୨.୦ |
କାଡମିୟମ |
୦.୦୧ |
୦.୦୫ |
କ୍ରୋମିୟମ |
୦.୨ |
୨.୦ |
କୋବାଲଟ |
୦.୦୫ |
୫.୦ |
ତମ୍ବା |
୦.୨ |
୫.୦ |
ଫ୍ଲୁରାଇଡ |
୧.୦ |
୧୫.୦ |
ଲୌହ |
୫.୦ |
୨୦.୦ |
ସୀସା |
୫.୦ |
୧୦.୦ |
ଲିଥିୟମ |
୨.୫ |
୨.୫ |
ମାଙ୍ଗାନିଜ |
୦.୨ |
୧୦.୦ |
ମଲିବଡେନମ |
୦.୦୧ |
୦.୦୫ |
ନିକେଲ |
୦.୨ |
୨.୦ |
ସେଲେନିୟମ |
୦.୦୨ |
୦.୦୨ |
ଭାନାଡିୟମ |
୦.୧ |
୧.୦ |
ଦସ୍ତା |
୨.୦ |
୧୦.୦ |
ସଂଗୃହିତ - ଫାଉଣ୍ଡେସନ ଫର ଇକୋଲୋଜିକାଲ ସିକ୍ୟୁରିଟି
Last Modified : 2/16/2020