ବର୍ତ୍ତମାନ ଏହା ସ୍ଵୀକୃତି ଯେ, ଭୂତଳଜଳର ପରିମାଣ ସଦୃଶ ମାନ ମଧ୍ୟ ଗୁରୁତ୍ଵପୂର୍ଣ୍ଣ ଅଟେ । ଭୂତଳଜଳରେ ଦ୍ରାବଣୀୟ ରୂପେ ଲବଣ ରହିଥାଏ ଯାହା ସେହି ସ୍ଥାନରୁ ଏବଂ ଶିଳା ମାଧ୍ୟମ ଦେଇ ଜଳର ଗତି ଯୋଗୁଁ ଆସିଥାଏ । ଭୂତଳଜଳ ଯୋଗାଣର ମାନ ଏକଥା ଉପରେ ନିର୍ଭର କରେ ସେ, ତାକୁ କେଉଁଠାରେ ଓ କି ଉଦ୍ଦେଶ୍ୟରେ ବ୍ୟବହୃତ ହେବାଯୋଗୁଁ ଯୋଜନା କରାଯାଇଛି । କାରଣ ପାନୀୟ ଜଳ, ଶିଳ୍ପଭିତ୍ତିକଜଳ ଓ କୃଷିଭିତ୍ତିକ ଜଳର ଆଦର୍ଶ ମାନରେ ମହତ୍ଵପୂର୍ଣ୍ଣ ପାର୍ଥକ୍ୟ ରହିଥାଏ ।
ସମସ୍ତ ଭୂତଳଜଳ ଗୁଡିକ ଦ୍ରବଣରେ ଲବଣ ରହିଥାଏ । ଏହାର ପରିମାଣ ୨୫ ମି. ଗ୍ରା ପ୍ରତି ଲିଟରଠାରୁ ୩,୦୦,୦୦୦ ମି. ଗ୍ରା ପ୍ରତି ଲିଟର ପର୍ଯ୍ୟନ୍ତ ହୋଇପାରେ । ଯଦି ଦ୍ରବଣ ମଧ୍ୟରେ ଅତ୍ୟଧିକ ଲବଣ ରହିଥାଏ । ତେବେ ସେହି ଜଳକୁ ଲବଣାକ୍ତଜଳ କୁହାଯାଏ । ଲବଣର ପ୍ରକାର ଓ ଗାଢତା ପରିବେଶ , ଗତି ଏବଂ ଭୂତଳଜଳର ଉତ୍ସ ଉପରେ ନିର୍ଭର କରିଥାଏ । ଭୂତଳଜଳରେ ଦ୍ରାବଣୀୟ ଲବଣଗୁଡିକ ପ୍ରାଥମିକ ରୂପେ ଶିଳାବସ୍ତୁ ଗୁଡିକର ଦ୍ରବଣରୁ ସୃଷ୍ଟି ହୋଇଥାଏ । ମୃତ୍ତିକା ମଧ୍ୟରେ ଜୈବିକ ପଦାର୍ଥର ଅପଘଟନ ଯୋଗୁଁ ଅଙ୍ଗାରକାମ୍ଳ ନିର୍ଗତ ହୋଇ ଭୂତଳଜଳରେ ବାଇକାର୍ବୋନେଟ ଆୟନ ପ୍ରବେଶ କରିଥାଏ । ଜଳଭର ବସ୍ତୁଗୁଡିକର ବିଶିଷ୍ଟ ପୃଷ୍ଠ କ୍ଷେତ୍ର, ଖଣିଜର ଦ୍ରବନୀୟତା ଏବଂ ସଂସ୍ପର୍ଶ ଅବଧି ଅନୁଯାୟୀ ଲବଣତାରେ ପାର୍ଥକ୍ୟ ଦେଖା ଦେଇଥାଏ । ଯେଉଁଠାରେ ଭୂତଳଜଳର ଗତି ନ୍ୟୁନତମ, ସେଠାରେ ଲବଣତା ସର୍ବାଧିକ ହୋଇଥାଏ । ତେଣୁ ସାଧାରଣଭାବରେ ଗଭୀରତା ଅନୁଯାୟୀ ଲବଣତା ବୃଦ୍ଧି ପାଇଥାଏ, ଭୂତଳଜଳର ଏକ ସାଧାରଣ ଭୂରାସାୟନିକ ଅନୁକ୍ରମ ଭୂପୃଷ୍ଠ ନିକଟରେ ବାଇକାର୍ବୋନେଟ ଏବଂ ଗଭୀର ଭାଗରେ କ୍ଳୋରାଇଡ ଅନ୍ତର୍ଭୁକ୍ତ କରିଥାଏ ।
ପୃଥିବୀକୁ ପହଞ୍ଚୁଥିବା ବୃଷ୍ଟିପାତ କେବଳ ସ୍ୱଳ୍ପମାତ୍ରାର ଦ୍ରବୀଭୁତ ଖଣିଜ ପଦାର୍ଥ ଧାରଣ କରିଥାଏ । ଭୂପୃଷ୍ଠକୁ ଅଥବା ଭୂନିମ୍ନ ଭାଗକୁ ଯିବା ପରେ ଜଳ ନିଜ ସଂସ୍ପର୍ଶରେ ଆସୁଥିବା ମୃତ୍ତିକା ଓ ଶିଳା ଅନ୍ତର୍ଗତ ଖଣିଜ ପଦାର୍ଥଗୁଡିଅକ ସହ ପ୍ରତିକ୍ରିୟା ସୃଷ୍ଟି କରିଥାଏ । ଦ୍ରବୀଭୁତ ଖଣିଜ ବସ୍ତୁଗୁଡିକର ପରିମାଣ ଓ ପ୍ରକାର ଶିଳାଗୁଡିଅକର ରାସାୟନିକ ସଂରଞ୍ଚନା ଓ ଭୌତିକ ଗଠନ ସଙ୍ଗେ ସଙ୍ଗେ ଜଳର ଉଦଜାନ ଆୟନ ସାନ୍ଧ୍ରତା ଓ ଜାରଣବିଜାରଣ ବିଭବ ଉପରେ ନିର୍ଭର କରିଥାଏ । ଜଳ ଭୂନିମ୍ନଭାଗକୁ ଯେପରି ଯେପରି ଗତି କରେ ବାୟୁମଣ୍ଡଳରୁ ଓ ମୃତ୍ତିକାରେ ଜୈବିକ ପ୍ରକ୍ରିୟାରୁ ବାହାରୁଥିବା ଅଙ୍ଗାରକାମ୍ଳ ଜଳର ଦ୍ରାବକ କ୍ରିୟାକୁ ସାହାଯ୍ୟ କରାଇଥାଏ । ଭୂମି ମଧ୍ୟକୁ ଠିକ ପ୍ରବେଶ ସମୟରେ ବର୍ଷାଜଳ ହୁଏତ ସାମାନ୍ୟ ଅମ୍ଳୀୟ ପ୍ରକୃତିର ହୋଇପାରେ । ଭୂପୃଷ୍ଠ ଓ ଭୂତଳଜଳର ଏକ ଭୂରାସାୟନିକ ଚକ୍ର ରହିଛି , ଯେଉଁଠିରେ ଜଳ ଏକ ଜଳବିଜ୍ଞାନୀୟ ଚକ୍ର ମଧ୍ୟ ଦେଇ ଗତି କରିବା ସହିତ ତାର ରାସାୟନିକରେ ପ୍ରମୁଖ ପରିବର୍ତ୍ତନ ଘଟିଥାଏ , ତେଣୁ ଜଳଛାୟାର ସ୍ଥାନୀୟ ତଥା ଆଞ୍ଚଳିକ ଚରିତ୍ର ଜଳ (ଉଭୟ ଭୂପୃଷ୍ଠ ଓ ଭୂତଳଜଳ) ର ମାପ ପରିବର୍ତ୍ତନକୁ ନିର୍ଦ୍ଧାରଣ କରିଥାଏ ।
ବାଷ୍ପ ଉତ୍ସେହନ ପ୍ରକ୍ରିୟା ଏବଂ ବିଭିନ୍ନ ଋତୁରେ ଝରଣା ସ୍ରୋତରେ ପରିବର୍ତ୍ତନ, ଉଭୟ ଭୂପୃଷ୍ଠଜଳ ଓ ଭୂତଳଜଳର ଲବଣ ଗାଢତାରେ ପରିବର୍ତ୍ତନ ବା ପାର୍ଥକ୍ୟ କରାଇଥାଏ ।
ଆଗ୍ନେୟ ଶିଳା ଦେଇ ଯାଉଥିବା ଭୂତଳଜଳ ଶିଳା ସଂରଞ୍ଚନା ଆପେକ୍ଷିକ ଅଦ୍ରବଣତା ଯୋଗୁଁ କେବଳ କ୍ଷୁଦ୍ର ପରିମାଣର ଖଣିଜ ପଦାର୍ଥ ଦ୍ରବୀଭୁତ କରିଥାଏ । ଅନ୍ତଃସ୍ରାବିତ ବର୍ଷାଜଳ ବାୟୁମଣ୍ଡଳରୁ ମିଳୁଥିବା ଅଙ୍ଗାରକାମ୍ଳ ଧାରଣ କରି ଭୂତଳଜଳର ଦ୍ରାବକ କ୍ରିୟାକୁ ବୃଦ୍ଧିକରିଥାଏ । ଆଗ୍ନେୟଶିଳାର ଖଣିଜ ସିଲିକେଟ ଯୋଗୁଁ ଭୂତଳଜଳରେ ସିଲିକା ବୃଦ୍ଧି ପାଇଥାଏ । ଅନ୍ୟପକ୍ଷରେ ଆଗ୍ନେୟଶିଳା ଅପେକ୍ଷା ସ୍ତରୀୟଶିଳା ଅଧିକ ଦ୍ରାବଣୀୟ । ସେଗୁଡିକର ଉଚ୍ଚ ଦ୍ରବଣତା ଏବଂ ପ୍ରକୃତରେ ଅତ୍ୟଧିକ ବହୁଳତା ହେତୁ ସ୍ତରୀୟଶିଳାଗୁଡିକ ଭୂତଳଜଳକୁ ବିପୁଳ ପରିମାଣରେ ଦ୍ରାବଣୀୟ ଅବୟବ ଯୋଗାଇଥାନ୍ତି ।
ସୋଡିୟମ ଓ କ୍ୟାଲସିୟମ ସାଧାରଣଭାବେ ଯୋଗୁଁ ହେଉଥିବା ଧନାୟନ ହୋଇଥିବା ସ୍ଥଳେ ବାଇକାର୍ବୋନେଟ ଓ ସଲଫର ସାଧାରଣ ରଣାୟନ ଅଟନ୍ତି । କ୍ଳୋରାଇଡ କେବଳ ସୀମିତ ପରିମାଣରେ ରହିଥାଏ, ତେଣୁ ଏକ ଉଚ୍ଚ କ୍ଳୋରାଇଡ ପରିମାଣ ସାଧାରଣ ଭାବରେ ଏହାର ଉତ୍ସ ବାହିତମଳ ଅଥବା ସମୁଦ୍ରଜଳ ହୋଇଥିବା ଦର୍ଶାଇଥାଏ । ବେଳେବେଳେ ନାଇଟ୍ରେଟ ଏକ ଗୁରୁତ୍ଵପୂର୍ଣ୍ଣ ପ୍ରାକୃତିକ ସଂରଚକ ହୋଇଥାଏ । କିନ୍ତୁ ନାଇଟ୍ରେଟର ଅତ୍ୟଧିକ ପରିମାଣ ସାଧାରଣତଃ ପୁରାତନ ତଥା ସାଂପ୍ରତିକ ପ୍ରଦୂଷଣ ସୂଚିତ କରିଥାଏ। ଭାରତର ଭୂତଳଜଳ ରେ ଏକ ଉଚ୍ଚ ନାଇଟ୍ରେଟ ପରିମାଣ ଉନ୍ମୋକ୍ତ ସ୍ୱାସ୍ଥ୍ୟବିଧାନ ଉପାୟର ଆଧିପତ୍ୟ ଏବଂ କୃଷିରେ ବର୍ଦ୍ଧିଷ୍ଣୁ ସାର ପ୍ରୟୋଗ ହେତୁ ଆସା କରାଯାଇପାରେ । ଚୂନପଥର ମିଳୁଥିବା ଅଞ୍ଚଳଗୁଡିକରେ କ୍ୟାଲସିୟମ ଓ ବାଇକାର୍ବୋନେଟ ଆୟନଗୁଡିକ ଦ୍ରବଣ କ୍ରିୟା ଦ୍ଵାରା ଭୂତଳଜଳରେ ଯୋଗ ହୋଇଥାନ୍ତି।
ଧନାୟନ |
ଋଣାୟନ |
କ୍ୟାଲସିୟମ (ମାଗ୍ନେସିୟମ,ସୋଡିୟମ ) |
ବାଇକାର୍ବୋନେଟ - ସଲଫେଟସ (CI ) କ୍ଳୋରାଇଡସ(CI) |
ପୋଟାସିୟମ (K+) |
|
ଗୋଟିଏ ଜଳଛାୟା ମଧ୍ୟରେ ଜଳର ରାସାୟନିକୁ ପ୍ରଭାବିତ କରୁଥିବା କାରକଗୁଡିକ ବ୍ୟତୀତ ମାନକ ସକ୍ରିଯତା ମଧ୍ୟ ବହୁଳ ଭାବରେ ଜଳର ମାନକୁ ନିୟନ୍ତ୍ରଣ କରିଥାଏ । ଅନେକ ଜଳଛାୟାଅଞ୍ଚଳରେ କୃଷି ଓ ଘରୋଇ ବିନିଯୋଗ ଉଦ୍ଦେଶ୍ୟରେ ଭୂତଳଜଳ ଏକ ପ୍ରମୁଖ ସଙ୍ଘତକ ବସ୍ତୁ ହୋଇଥାଏ । ଗତ ଦଶରୁ କୋଡିଏ ବର୍ଷ ମଧ୍ୟରେ ସହରାଞ୍ଚଳଗୁଡିକରେ ମଧ୍ୟ ଭୂତଳଜଳର ବିନିଯୋଗ ବହୁଗୁଣିତ ହୋଇଯାଇଛି । ଜଳ ଉପଯୋଗର ଧାରା ଓ ପ୍ରକାର ମଧ୍ୟ ଏହାକୁ ମାନକୁ କର୍ତ୍ତିତ୍ଵାଧିନ କରିଛ । ଉଦାହରଣସ୍ୱରୂପ , କୃଷି ଅଧିକ ଅମଳ ପାଇଁ ସାର ଓ କୀଟନାଶକର ଅତ୍ୟଧିକ ପ୍ରୟୋଗ ଜଳର ମାନ ହ୍ରାସ ଘଟାଇବାର ଅନ୍ୟତମ କାରଣ ହୋଇଥିବା ସର୍ବବିଦିତ ।
ଖରତ୍ଵ |
ଜଳ ଶ୍ରେଣୀ |
୦-୭୫ |
ମୃଦୁ |
୭୫-୧୫୦ |
ସ୍ୱଳ୍ପ ଖର |
୧୫୦-୩୦୦ |
ଖର |
୩୦୦ ରୁ ଊର୍ଦ୍ଧ୍ଵ |
ଅତି ଖର |
ଭୂତଳଜଳ ର ଅଧ୍ୟୟନ ରାସାୟନିକ, ଭୌତିକ ଏବଂ ଜୈବିକ ବିଶ୍ଳେଷଣ ଦ୍ଵାରା କରାଯାଇପାରେ । ଭୂତଳଜଳ ନମୁନାୟନ ଏକ ସଂପୂର୍ଣ୍ଣ ରାସାୟନିକ ବିଶ୍ଳେଷଣ ଅଜୈବିକ ସଂରଞ୍ଚନାଗୁଡିକର ଉପସ୍ଥିତିରେ ନିର୍ଦ୍ଧାରଣ ଦ୍ଵାରା କରାଯାଏ । ସାଧାରଣତଃ ଯେଉଁଠାରେ ମାନବକୃତ କାରଣ ଯୋଗୁଁ ପ୍ରଦୂଷଣ ଘଟିଥିବା ଆଶଙ୍କା ରହିଥାଏ, ସେଠାରେ ଜୈବିକ ଓ ତେଜସ୍କ୍ରିୟ କାରକଗୁଡିକ ନିର୍ଣ୍ଣୟ ଅନ୍ତର୍ଭୁକ୍ତ କରାଯାଇଥାଏ । ସାଧାରଣ ଲବଣାକ୍ତ ଭୂତଳଜଳରେ ଦ୍ରବୀଭୁତ ଲବଣ ଆୟନ ରୂପେ ରହିଥାଏ । ଏହାବ୍ୟତୀତ ଅନ୍ୟାନ୍ୟ ଲଘୁ ରଚକଗୁଡିକ ମଧ୍ୟ ପ୍ରଚାଳିତ ବିଶ୍ଳେଷଣ କାଳରେ ପ୍ରତିବେଦିତ ହୋଇଥାଏ ।
ସାଧାରଣ ଭୌତିକ ଗୁଣ ମଧ୍ୟରେ ତାପମାତ୍ରା, ରଙ୍ଗ, ଆବିଳତା, ଗନ୍ଧ ଓ ସ୍ଵାଦ ଅନ୍ତର୍ଭୁକ୍ତ ହୋଇଥାଏ । ଜୈବିକ ବିଶ୍ଳେଷଣ ମଧ୍ୟରେ ଅଣୁପୁଞ୍ଜାକୃଟିକ ଜୈବପଦାର୍ଥଗୁଡିକ, ଯାହାର ସେବନ ମନୁଷ୍ୟର ସ୍ୱାସ୍ଥ୍ୟ ପ୍ରତି ପ୍ରତ୍ୟକ୍ଷ ପ୍ରଭାବ ପକାଇଥାଏ , ସେସବୁ ନିମନ୍ତେ ଅଣୁଜୀବବିଜ୍ଞାନୀୟ ନିର୍ଦ୍ଧାରଣ ଅନ୍ତର୍ଭୁକ୍ତ ହୋଇଥାଏ । ବିଭିନ୍ନ ଜଳସ୍ୱାସ୍ଥ୍ୟ ପରୀକ୍ଷାଗାର ଗୁଡିକ ଦ୍ଵାରା ଜଳ ବିଶ୍ଳେଷଣର ଆଦର୍ଶ ପଦ୍ଧତି ନିର୍ଦ୍ଧିଷ୍ଟ କରାଯାଇଛି । ଏହିସବୁ ପରୀକ୍ଷାଗାରଗୁଡିକ ଦ୍ଵାରା ଆଦର୍ଶ ବିଶ୍ଳେଷଣାତ୍ମକ ପ୍ରଣାଳୀ ମଧ୍ୟ ଉପସ୍ଥାପିତ ହୋଇଅଛି । ସମଭାବରେ କ୍ଷେତ୍ରମାନଙ୍କରେ ଏଭଳି କାରକଗୁଡିକର ପ୍ରତ୍ୟକ୍ଷ ମାପ ନିମନ୍ତେ ସ୍ଵସ୍ଥାନିକ ସରଞ୍ଜାମ ଓ ପରୀକ୍ଷଣମୁଣି ଉପଲ୍ଲବ୍ଧ ହୋଇଥାଏ ।
ବିଭିନ୍ନ ଉତ୍ତମ ପ୍ରାଚଳଗୁଡିକ ପାଇଁ ପ୍ରତିଷ୍ଠିତ ଆଦର୍ଶ ମାନକ , ସେଗୁଡିକର ବାଞ୍ଛିତ ଉପଯୋଗ ତଥା ଅନ୍ତର୍ଜାତିକ, ଜାତୀୟ, ରାଜ୍ୟସ୍ତରୀୟ , ଜିଲ୍ଲାସ୍ତରୀୟ ଓ ସ୍ଥାନୀୟ ଅଧିକ୍ଷେତ୍ର ଅନୁଯାୟୀ ବିବିଧ ହୋଇଥାଏ । ଦୃଷ୍ଟାନ୍ତ ରୂପେ , ପାନୀୟ ଜଳର କେତେକ ପ୍ରାଚଳ ପାଇଁ ଅନ୍ତର୍ଜାତିକ ଓ ଭାରତୀୟ ମାନକ ଅନୁଯାୟୀ ପରୀକ୍ଷଣ କରାଯାଇଥାଏ, ଏହି ପ୍ରାଚଳାଗୁଡିକ ହେଉଛି :
ଶଙ୍ଖୁଆବିଷ, ପାରଦ, କାଡମିୟମ, କ୍ରୋମିୟମ, ସାୟନାଇଡ, ସୀସା, ସେଲେନିୟମ ସାଧାରଣତଃ ଅତି ସ୍ୱଳ୍ପ ମାତ୍ରାରେ ମିଳୁଥିବା ଉପର ବର୍ଣ୍ଣିତ ଅତି ବିପଦଜନକ ପଦାର୍ଥଗୁଡିକ ବେଳେବେଳେ ଭୂତଳଜଳ ମଧ୍ୟକୁ ନିଜ ବାଟ ପାଇଯାଇଥାନ୍ତି । ଅନେକ ସମୟରେ ଏହା ନିର୍ଣ୍ଣୟ କରିବା କଷ୍ଟକର ଯେ, ସେଗୁଡିକ ଶିଳା ଭଳି ପ୍ରାକୃତିକ ଉତ୍ସରୁ ଆସିଛି ଅଥବା ସମୂହ ମଧ୍ୟରେ ଶିଳ୍ପ ଭଳି ପ୍ରଦୂଷକ ଉତ୍ସରୁ ପ୍ରବେଶ କରିଛି । କାରଣ ଉଭୟ ପ୍ରକାରର ଉତ୍ସରୁ ସଂଦୂଷଣ ସମ୍ଭବ ହୋଇପାରେ ।
ଭୂତଳଜଳ ମଧ୍ୟକୁ ତେଜସ୍କ୍ରିୟ ପଦାର୍ଥଗୁଡିକର ଅନୁପ୍ରବେଶ ପଥ ହୁଏତ ଭୂତ୍ଵକର ପ୍ରାକୃତିକ ଉତ୍ସରୁ ଅଥବା ଆଣବିକ ବର୍ଜ୍ୟବସ୍ତୁ କିମ୍ବା ମନୁଷ୍ୟ ଦ୍ଵାରା ବ୍ୟବହୃତ ଓ ଅଣବୈଜ୍ଞାନିକ ସୂତ୍ରରେ ନିଷ୍କାସିତ ଆଣବିକ ପଦାର୍ଥର ଉତ୍ସରୁ ଘଟିଥାଏ ।
ଫ୍ଲୁରାଇଡ ଅତ୍ୟଧିକ ଗାଢତା ଉଚ୍ଚ ସୀମାଠାରୁ ଅଧିକ ହେଲେ ଦନ୍ତଚ୍ଛାଦନ କବୁର୍ରିତ ହେବାର କାରଣ ହୋଇଥାଏ । ଏହି ଅବସ୍ଥାକୁ ଦନ୍ତ ଫ୍ଲୁରୋସିସ କୁହାଯାଏ। ଅତ୍ୟଧିକ ଗାଢତା କଙ୍କାଳ ଫ୍ଲୁରୋସିସ ଭଳି କଙ୍କାଳ ବିକଳାଙ୍ଗତାର କାରଣ ହୋଇପାରେ । ସାଧାରଣତଃ ସ୍ୱଳ୍ପଗଭୀର ଭୂତଳଜଳ ଅପେକ୍ଷା ଗଭୀର ଭୂତଳଜଳରେ ଅଧିକ ଫ୍ଲୁରାଇଡ ମାତ୍ରା ରହିଥାଏ । ଅବଶ୍ୟ ସ୍ଥାନୀୟ ଅବସ୍ଥା ଏହାକୁ ଭିନ୍ନ ଭିନ୍ନ କରିଥାଏ ।
ଭାରତର ପ୍ରମୁଖ ଫ୍ଲୁରାଇଡ ପ୍ରଭାବିତ ଅଞ୍ଚଳଗୁଡିକ ହେଲା ଗୁଜୁରାତ, ରାଜସ୍ଥାନ, ଓ ଆନ୍ଧ୍ରପ୍ରଦେଶ, କିନ୍ତୁ ଦେଶରେ ଅଧିକାଂଶ ପ୍ରଦେଶ ଏହି ସମସ୍ୟା ଦ୍ଵାରା ପ୍ରଭାବିତ ।
ଶଙ୍ଖୁଆବିଷ ଦ୍ଵାରା ପ୍ରଭାବିତ ପ୍ରମୁଖ ଅଞ୍ଚଳଗୁଡିକ ହେଉଛି ପଶ୍ଚିମବଙ୍ଗ, ବିହାର ଓ ଝାଡଖଣ୍ଡର କେତେକ ଭାଗ । ଶଙ୍ଖୁଆବିଷର ଉତ୍ସ ହେଉଛି ଭୂତତ୍ତ୍ଵିକ । ସାଧାରଣତଃ ଶଙ୍ଖୁଆବିଷ ସଞ୍ଚୟରେ ଭୂପୃଷ୍ଠ ଜଳ ତୁଳନାରେ ଭୂତଳଜଳ ଅଧିକ ଆକ୍ରାନ୍ତ ହୋଇଥାଏ । କାରଣ ଏଥିରେ ଶିଳା- ଜଳ ମଧ୍ୟରେ ପାରସ୍ପରିକକ୍ରିୟା ଅଧିକ । ଶଙ୍ଖୁଆବିଷକୁ ଏକ ଆବିଷ ତଥା କର୍କଟଯ ରୂପେ ଚିହ୍ନଟ କରାଯାଇଛି । ପାନୀୟଜଳରୁ ଅତ୍ୟଧିକ ଗାଢତାରେ ଦୀର୍ଘକାଳୀନ ସେବନ ଆଭ୍ୟନ୍ତରୀଣ କର୍କଟ, ଚର୍ମବିକୃତ, ହୃଦରକ୍ତଜନିତ ସମସ୍ୟା, ସ୍ନାୟୁବିକ ଓ ଶ୍ଵାସକ୍ରିୟା ସମସ୍ୟା ଭଳି ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିପାରେ ।
ଅଧିକ ମାତ୍ରାରେ ଲୌହ, ମାଙ୍ଗାନିଜ , ନାଇଟ୍ରେଟ ଭଳି ଅନ୍ୟାନ୍ୟ ରାସାୟନିକ ରଚକ ଏବଂ କାଡମିୟସ, ସୀମା ଓ ନିକେଲ ଭଳି ଗୁରୁ ଧାତବ ପଦାର୍ଥଗୁଡିକ ମନୁଷ୍ୟ ଓ କୃଷିଉତ୍ପାଦ ପାଇଁ ଅନେକ ସମସ୍ୟାର କାରଣ ହୋଇପାରନ୍ତି ।
ଭୂତଳଜଳରେ ଉପସ୍ଥିତ ବୀଜାଣୁ ଓ ସୂକ୍ଷ୍ମଜୀବୀଗୁଡିକ ଖାଲି ଆଖିରେ ଦେଖାନଯିବା ଭଳି ଅତି କ୍ଷୁଦ୍ର ହୋଇଥାନ୍ତି । କେତେକ ବୀଜାଣୁ ହାନିକାର ହୋଇନଥିବାବେଳେ ଅନ୍ୟଗୁଡିକ ରୋଗର କାରଣ ହୋଇଥାନ୍ତି ଯାହାକୁ ରୋଗାନୁ କୁହାଯାଇଥାଏ । କୋଳିଫର୍ସସ ଗୁଡିକ, ମନୁଷ୍ୟ ଓ ଅନ୍ୟାନ୍ୟ ଉଷ୍ଣରକ୍ତଧାଡ଼ି ଜୀବମାନଙ୍କର ଅନ୍ତଃନଳୀରେ ଅବସ୍ଥାନ କରି ବିଷ୍ଠା ପଦାର୍ଥ ମାଧ୍ୟମରେ ପ୍ରେରିତ ହୋଇଥାନ୍ତି । ଯଦିଓ ସେଗୁଡିକ ସ୍ଵୟଂ ହାନିକାରକ, ତଥାପି ଭୂତଳଜଳ ମଧ୍ୟରେ ସେଗୁଡିକ ଅନ୍ୟାନ୍ୟ ରୋଗାଣୁଗୁଡିକର ସମ୍ଭାବନା ସୂଚନା ଦେଇଥାନ୍ତି । ଜଳ ମଧ୍ୟରେ ଜୈବିକ ପଦାର୍ଥଗୁଡିକର ଉପସ୍ଥିତି ସମ୍ପର୍କ ଏକ ପରୋକ୍ଷ ପ୍ରମାଣ ହେଉଛି ଜୈବ ରାସାୟନିକ (ବା ଜୈବିକ ) ଅମ୍ଳଜାନ ମଗନ, ଯାହାକି ଜୈବିକ ପଦାର୍ଥ ଓ ବର୍ଜ୍ୟଗୁଡିକର ଜୈବିକ ଅପଘଟନ ନିମନ୍ତେ ଅମ୍ଳଜାଣର ପରିମାଣ ଆବଶ୍ୟକ କରିଥାଏ । ସେତେବେଳେ କାରଣ ସଂପୂର୍ଣ୍ଣ ହୋଇଥାଏ ଏବଂ ଅମ୍ଳଜାନ ଆବଶ୍ୟକତା ହୁଏ ନାହିଁ, ସେତେବେଳେ ବି.ଓ.ଡି ଶୂନ୍ୟ ହୋଇଥାଏ । ଅଧିକ ବି.ଓ.ଡି ଅଧିକ ପ୍ରଦୂଷଣର ସୂଚନା ଦେଇଥାଏ ।
ଜଳଛାୟା କାର୍ଯ୍ୟକ୍ରମଗୁଡିକରେ ଭୂତଳଜଳର ନମୁନାକାରଣ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । କାରଣ ଏହା ଜଳଛାୟା କର୍ମକର୍ତ୍ତାଙ୍କ ଦ୍ଵାରା ଅନିର୍ବାର୍ଯ୍ୟ ରୂପେ କରାଯାଇ ବାହାର ସଂସ୍ଥା ଦ୍ଵାରା ବିଶ୍ଳେଷଣ କରାଯାଇଥାଏ । ତେଣୁ ଏଥିପାଇଁ ଜଳର ନମୁନା ସଂଗ୍ରହ କଲାବେଳେ କେତେକ ନିର୍ଦ୍ଧିଷ୍ଟ ପଦ୍ଧତି ମନେ ରଖିବା ଉପଯୋଗୀ ହୋଇଥାଏ । ଗୁଣସମ୍ପନ୍ନ ବିଶ୍ଳେଷଣ ନିମନ୍ତେ ଭୂତଳଜଳ ନମୁନୀକାରଣ ରେ ନିମ୍ନଲିଖିତ ପଦକ୍ଷେପ ସୁନିଶ୍ଚିତ କରାଯିବା ଆବଶ୍ୟକ ।
ଏହା ମଧ୍ୟ ମନେରଖିବା ଗୁରୁତ୍ଵପୂର୍ଣ୍ଣ ଯେ , ନମୂନାରେ ସଂଗ୍ରହ ଓ ବିଶ୍ଳେଷଣ ମଧ୍ୟରେ ସମୟର ବ୍ୟବଧାନ ଯେତେ କମ ହେବ ଫଳାଫଳ ସେତିକି ଅଧିକ ନିର୍ଭରଯୋଗ୍ୟ ହୋଇପାରିବ । ତାପମାତ୍ରା , ପିଏଚ ଏବଂ ଦ୍ରବୀଭୁତ ବାଷ୍ପଗୁଡିକ ଭଳି କେତେକ ପ୍ରାଚଳ ତୁରନ୍ତ ବିଶ୍ଳେଷଣ ଆବଶ୍ୟକ କରିଥାଏ । କାରଣ ସେଗୁଡିକ ସମୟ ସହିତ ପରିବର୍ତ୍ତିତ ହୋଇଥାଏ । ଏହି ସବୁ ପ୍ରାଚଳଗୁଡିକୁ ନମୂନା ସଂଗ୍ରହ ପରେ ଯଥାଶୀଘ୍ର ନିର୍ଣ୍ଣୟ କରିବା କ୍ଷେତ୍ରମୁଣିଗୁଡିକ ଉପଲ୍ଲବ୍ଧ ହୋଇଥାଏ । କ୍ଷେତ୍ର ମଧ୍ୟରେ ଏଭଳି ସୁବିଧାଜନକ କିଟଗୁଡିକର ଉପଯୋଗ କରି ପ୍ରାଥମିକ ବିଶ୍ଳେଷଣ କରାଯାଇପାରେ ।
ଯେଉଁ କୂପଗୁଡିକରେ ଏକାଧିକ ଜଳଭାର କିମ୍ବା ଶିଳାସ୍ତର ବେଧ କରିଥାଏ ସେଗୁଡିକର ନମୁନୀକାରଣ ସତର୍କତା ସହଜରେ କରାଯିବା ଉଚିତ , କାରଣ ପ୍ରତ୍ୟେକ ଜଳଭାର ବା ସ୍ତର ବିଭିନ୍ନ ପଦାର୍ଥର ଗାଢତାରେ ପାର୍ଥକ୍ୟ ଦର୍ଶାଯାଇପାରେ । ଏହି ସମସ୍ୟାକୁ ଏଡାଇବା ପାଇଁ ବିଶେଷ ନମୁନା ଉପଲ୍ଲବ୍ଧ କରାଯାଇଥାଏ । ଏବଂ ଏଥିପାଇଁ ଏକକ ସ୍ତରସମୂହରୁ ନମୁନା ସଂଗ୍ରହ କରାଯାଇପାରେ ।
ଭୂତଳଜଳର ରାସାୟନିକ ଓ ଭୌତିକ ଗୁଣଗୁଡିକ ଏହାର ପୌରୀୟ, ବାଣିଜ୍ୟକ , ଶିଳ୍ପଭିତ୍ତିକ, କୃଷିଭିତ୍ତିକ ଓ ଘରୋଇ ଜଳଯୋଗାଣର ଉପଯୋଗୀତା ନିର୍ଧାରଣ କରିଥାନ୍ତି । ଭୂତଳଜଳର ରାସାୟନିକ ତଥ୍ୟ , ଶିଳାର ଭୂତାତ୍ଵିକ ଇତିହାସ ସମ୍ବନ୍ଧିତ ଗୁରୁତ୍ଵପୂର୍ଣ୍ଣ ସୂତ୍ର ହେବା ସହ ଭୂତଳଜଳ ପୁନଃଭରଣ, ନିଷ୍କାସନ, ଗତି ଓ ଭଣ୍ଡାରଣ ସମ୍ପର୍କିତ ସୂଚନା ପ୍ରଦାନ କରିଥାଏ । ରାସାୟନିକ ତାପଗତୀୟ ର ନିୟମ, ରାସାୟନିକ ବିଶ୍ଳେଷଣର ବ୍ୟାଖ୍ୟାଯନ ତଥା ଯେଉଁ ପ୍ରକ୍ରିୟା ଦ୍ଵାରା ଭୂତଳଜଳ ପର୍ଯ୍ୟବେକ୍ଷୀତ ରାସାୟନିକ ଗୁଣ ଲବ୍ଧ କରିଥାଏ, ତାକୁ ବର୍ଣ୍ଣନା କରିବା ନିମନ୍ତେ ଏକ ଜଳର ମାନ ପରୀକ୍ଷା କରାଯିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି , ଜଳର ବିଭିନ୍ନ ଭୂରାସାୟନିକ ଗୁଣ ଗୁଡିକ ବ୍ୟବହାରିକ ବିନିଯୋଗ ନିମନ୍ତେ ଶ୍ରେଣୀଭୁକ୍ତ କରିବା ଏବଂ ଲବଣାକ୍ତ ଜଳ ଅନୁପ୍ରବେଶ ସମସ୍ୟାର ସମାଧାନ କରିବା, କିମ୍ବା ବିଭିନ୍ନ କାରକ ନିର୍ଣ୍ଣୟ କରିବା, ଯାହା ଉପରେ ଜଳର ରାସାୟନିକ ଗୁଣ ନିର୍ଭର କରିଥାଏ । ଜଳର ମାନ ପରୀକ୍ଷଣ ତଥ୍ୟ ଜଳର ରାସାୟନିକ ସଂରାଞ୍ଚନା ସହିତ ପ୍ରଦୂଷକ ଓ ବିପର୍ଯ୍ୟୟକାରୀ ରସାୟନଗୁଡିକ ଉପସ୍ଥିତି ସମ୍ବନ୍ଧରେ ଧାରଣ ଦେଇଥାଏ।
ଭୂରାସାୟନିକ ପ୍ରକ୍ରିୟା ଅନୁଧ୍ୟାନ ଜଳର ଚରିତ୍ର ଜାଣିବା ପାଇଁ କରାଯାଇଥାଏ । ଭୂରାସାୟନିକ ଅନୁଧ୍ୟାନ ପ୍ରାୟତଃ ଏକ ବିଶ୍ଳେଷକ ଓ ବ୍ୟାଖ୍ୟାୟନ ଅନ୍ତର୍ଭୁକ୍ତ କରିଥାଏ ।
ଜଳକୁ ବିଭିନ୍ନ ଶ୍ରେଣୀରେ ବିଭକ୍ତ କରିବା ନିମନ୍ତେ ନିମ୍ନମତେ ଚାରି ପ୍ରକାରର ଉପାୟ ଅନୁଧ୍ୟାନ କରାଯାଇଥାଏ ।
ଭୂରାସାୟନିକ ଅନୁଧ୍ୟାନ ପ୍ରାୟତଃ ବିଶ୍ଲେଷିକ ତଥ୍ୟସମୂହର ସଂଶ୍ଳେଷଣ ଓ ବ୍ୟାଖ୍ୟାୟନ ଅନ୍ତର୍ଭୁକ୍ତ କରିଥାଏ । ଜଳର ନମୁନୀକାରଣ ପରେ ପ୍ରାପ୍ତ ତଥ୍ୟଗୁଡିକ ଆପକ୍ଵ ହୋଇଥାଏ । ଏହି ତଥ୍ୟଗୁଡିକୁ ଜଳରେ ରହିଥିବା ବିଭିନ୍ନ ଋଣାୟନ ଓ ଧନାୟନଗୁଡିକର ତୁଳନାତ୍ମକ ଅନୁଧ୍ୟାନ ପାଇଁ ଉପଯୋଗ କରାଯାଇପାରେ । ବିଶ୍ଳେଷଣଗୁଡିକୁ ଆନୁଷଙ୍ଗିକ ସୂଚନା ସହ ଗୋଟିଏ ସହିତ ଅନ୍ୟର ପାରସ୍ପରିକ ମେଲ କରାଯାଇଥାଏ । ସାଧାରଣ ଭାବରେ ଅନୁଧ୍ୟାନ ଗୁଡିକ ତଥ୍ୟଗୁଡିକର ପରିସଂଖ୍ୟାନ ବିଶ୍ଳେଷଣ ଏବଂ ମାନଚିତ୍ର , ରେଖାନକ୍ସା ଓ ଗ୍ରାଫଗୁଡିକର ପ୍ରସ୍ତୁତି ଅନ୍ତର୍ଭୁକ୍ତ କରିଥାଏ । ତଥ୍ୟ ବ୍ୟାଖ୍ୟା ନିମନ୍ତେ ପ୍ରଥମ ସୋପାନ ହେଉଛି , ଉପଲ୍ଲବ୍ଧ ତଥ୍ୟଗୁଡିକର ସମ୍ପୂର୍ଣ୍ଣତା, ସଠିକତା ଓ ନିର୍ଭରଯୋଗ୍ୟତାକୁ ନେଇ ମୂଲ୍ୟାଙ୍କନ କରିବା। ତାପରେ ଜଳ ବିଶ୍ଳେଷଣକୁ ସାଧାରଣତଃ ସାରଣୀ ରୂପରେ ଉପସ୍ଥାପିତ କରାଯାଇଥାଏ । ସାଧାରଣ ଭାବରେ ବ୍ୟବହୃତ ହେଉଥିବା ଗ୍ରାଫୀୟ କୌଶଳଗୁଡିକ ହେଉଛି ସ୍ତମ୍ଭ ଗ୍ରାଫ, ବିକିରିତ ସଦିଶ, ଦୃଢ ବିନ୍ୟାସ, ବୃତ୍ତାକର ନକ୍ସା, ପାଇପର ତ୍ରିରୈଖିୟ ନକ୍ସା ଏବଂ ଡ୍ୟୁରୋଭ ନକ୍ସା ।
ହେଉଛି ଏକ ଲୋକପ୍ରିୟା ସଫଟୱେୟାର , ଯଦ୍ଵାରା ତଥ୍ୟରୁ ଜଳର ମାନ ବିଶ୍ଳେଷଣ ଓ ବ୍ୟାଖ୍ୟାୟନ କରାଯାଇଥାଏ । ପାଇପର ନକ୍ସା ତଥ୍ୟର ବିଶ୍ଳେଷଣ ଓ ଉପସ୍ଥାପନା ପାଇଁ ଏହା ବ୍ୟବହୃତ ହୋଇଥାଏ । ଏହା ଜଳର ଋଣାୟାନ ଓ ଧନାୟନର ଗାଢତାରେ ପରିବର୍ତ୍ତନ ସମ୍ବନ୍ଧରେ ସୂଚନା ଦେଇଥାଏ । ଏହାଦ୍ଵାରା ଜଳ ସଦ୍ୟ ବା ଲବଣାକ୍ତ ଅଟେ କିମ୍ବା ଜଳର ପ୍ରକାରେରେ ଋତ୍ଵିକ ପରିବର୍ତ୍ତନ ଘଟିଛି ତାହା ସନ୍ଧାନ କରାଯାଇପାରେ ।
ଭଣ୍ଡାରର ଶିଳାଗୁଡିକ ସହିତ ଦୀର୍ଘକାଳ ଧରି ସଂସ୍ପର୍ଶରେ ଆସିବା ଯୋଗୁଁ ଭୂତଳଜଳରେ ପରିବର୍ତ୍ତନ ଘଟିଥାଏ । ଉଦାହରଣ ସ୍ୱରୂପ , ଅଣ ଅପକ୍ଷୟିତ ଆଗ୍ନେୟଶିଳା ସ୍ତରୀୟଶିଳା ତୁଆଲାନରେ ଜଳରେ କମ ପରିବର୍ତ୍ତନ ଘଟାଇଥାଏ । ଭୂତଳଜଳରେ କ୍ରମବଦ୍ଧନଶୀଳ ପରିବର୍ତ୍ତନ ପୁନଃଭରଣ ବିନ୍ଦୁଠାରୁ ନିଷ୍କାସନ ବିନ୍ଦୁ ପର୍ଯ୍ୟନ୍ତ ଲକ୍ଷ କରାଯାଇଥାଏ ।
ଭୂତଳଜଳ ରସାୟନ ତଥ୍ୟର ବ୍ୟାଖ୍ୟା , ଏକ ପ୍ରସ୍ତାବିତ ବିନିଯୋଗ ପାଇଁ ଜଳ ଉପଯୁକ୍ତ କି ନୁହେଁ , ତାହା ନିର୍ଦ୍ଧାରଣ କରିବା ପାଇଁ କରାଯାଇଥାଏ । ବିନିଯୋଗ ପାଇଁ ଗ୍ରହଣୀୟ ମାନର ଯୋଗ୍ୟତା ଓ ଆଦର୍ଶ ଉପରେ ହା ନିର୍ଭର କରିଥାଏ । କୃଷି ଶିଳ୍ପ , ପଶୁସମ୍ବଳ ଇତ୍ୟାଦି ପାଇଁ ଉପଯୋଗୀତା ନିର୍ଦ୍ଧାରଣର ସ୍ଥିରୀକୃତ ମାନାଦର୍ଶ ରହିଛି । ବିଭିନ୍ନ ମାନର ଭୂତଳଜଳ କୃଷି ଶିଳ୍ପ, ପଶୁସମ୍ବଳ ସଦୃଶ ବିଭିନ୍ନ ଉଦ୍ଦେଶ୍ୟରେ ବିନିଯୋଗ କରାଯାଇପାରେ ।
ଜଳ ନମୁନାଗୁଡିକ ବିଶ୍ଳେଷଣ , ଗୋଟିଏ ଜଳଛୟା ଅଞ୍ଚଳ ମଧ୍ୟରେ କୃତ୍ରିମ ପୁନଃଭରଣ, କୃଷିଜନିତ ପ୍ରଦୂଷଣ, ଶିଳ୍ପଜନିତ ପ୍ରଦୂଷଣ, ଘରୋଇ ଜଳ ମାନ, ଜଳଭାର ବିଜାତିୟତା, ଭୂତଳଜଳ ପ୍ରଦୂଷଣ ଏବଂ ଲବଣାକ୍ତ ଅନୁପ୍ରବେଶ ପ୍ରଭାବ ସମ୍ବନ୍ଧରେ ସୂଚନା ଦେଇଥାଏ । ଏହା ଜଳଛାୟା ପ୍ରକଳ୍ପ ଉତ୍ତମ ଯୋଜନାକାରଣ ଓ କାର୍ଯ୍ୟାନ୍ଵୟନରେ ସାହାଯ୍ୟ କରିପାରେ ।
ଡ୍ୟୁରୋଭ ପ୍ଳଟ ଡ୍ୟୁରୋଭ ନକ୍ସା ହେଉଛି ପାଇପର ନକ୍ସାର ବିକଳ୍ପ । ଏହା ସମସଂଯୋଜନବିଶିଷ୍ଟ ନମୁନାଗୁଡିକ ସୂଚିତ କରିବା ପାଇଁ ତଥ୍ୟ ବିନ୍ଦୁଗୁଡିକର ପୁଞ୍ଜ ଦର୍ଶାଇଥାଏ । ବହୁ ମାନୁନା ବର୍ଗ ପାଇଁ ଆବଶ୍ୟକୀୟ ଗୁଣ ଓ ସମ୍ପର୍କ ପ୍ରକଟ କରିଥାଏ |
ସମୟ ଅନୁକ୍ରମ ପ୍ଳଟ ସମୟ ଅନୁକ୍ରମ ପ୍ଳଟ ବହୁ ପ୍ରାଚଳ କିମ୍ବା ବହୁ କେନ୍ଦ୍ର ପାଇଁ ଉପଯୋଗ କରାଯାଇପାରେ । ସମୟ ଅନୁକ୍ରମେ ଋଣାୟନ ଓ ଧନାୟନଗୁଡିକର ଗଧତା ଦର୍ଶାଇପାରେ । ଏହା ମଧ୍ୟ ବିଭିନ୍ନ କେନ୍ଦ୍ର ପାଇଁ ଋଣୟନ ଓ ଧନାୟନଗୁଡିକର ଗାଢାତା ପରିବର୍ତ୍ତନ ସମ୍ବନ୍ଧିତ ଧାରଣା ଦେଇଥାନ୍ତି । |
ଦୃଢନକ୍ସା ଚାରୋଟି ସମାନ୍ତର ଅନୁଭୂମିକ ଅକ୍ଷ ଏବଂ ଗୋଟିଏ ଉଲମ୍ବ ଅକ୍ଷ, ବିଶେଷତଃ ଅତିଶୟ ଖଣିଜକୃତ ମଣ୍ଡଳର ଭୂତଳଜଳଗୁଡିକ ମଧ୍ୟରେ ତୁଳନା କରିବା ପାଇଁ ଉପଯୋଗୀ ହୋଇପାରେ । ନକ୍ସାର ଆକୃତି ବା ଢାଞ୍ଚା ଜଳ ସଂଯୋଜନର ସୂଚନା ଦେଇଥାଏ |
ପାଇପ ନକ୍ସା ପାଇପନକ୍ସା : ଏହା ଦୁଇଟି ତ୍ରିଭୁଜ ନେଇ ଗଠିତ, ଗୋଟିଏ ଧନାୟନ ପାଇଁ ଏବଂ ଅନ୍ୟଟି ଋଣାୟନ ପାଇଁ । କେନ୍ଦ୍ରସ୍ଥିତ ହୀରକ ଆକୃତିର ଚିତ୍ର ଋଣାୟନ ଓ ଧନାୟନଗୁଡିକର ଆପେକ୍ଷିକ ଗାଢତା ସୁଚାଇଥାଏ । ଋଣାୟନ ଓ ଧନାୟନର ମୂଲ୍ୟ ଶତକଡା ରୂପେ ପ୍ଳଟ କରଯାଇଥାଏ । |
ସଂଗୃହିତ - ଫାଉଣ୍ଡେସନ ଫର ଇକୋଲୋଜିକାଲ ସିକ୍ୟୁରିଟି
Last Modified : 2/11/2020