ଜଳଭର ପ୍ରତି ଏକକ ପୃଷ୍ଠଭାଗ କ୍ଷେତ୍ରରୁ ଜଳଭର ଭଣ୍ଡାରଣରୁ ବାହାରୁଥିବା ଜଳର ଆୟତନ କିମ୍ବା ତନ୍ମଧ୍ୟକୁ ପ୍ରବେଶ କରୁଥିବା ଜଳର ଆୟତନ ଏବଂ ପ୍ରତି ଏକକ ଜଳସ୍ତର ବା ଅନ୍ତର୍ନିହିତ ପୃଷ୍ଠଭାଗର ହ୍ରାସ (ଅର୍ଥାତ – ମୁଣ୍ଡରେ ପରିବର୍ତ୍ତନ)।
ଗୋଟିଏ ଅନାବଦ୍ଧିତ ଜଳଭରର ବିଶିଷ୍ଟ ଉପଜ ଏହାର ଭଣ୍ଡାରଣ ଗୁଣାଙ୍କ ସହିତ ସମାନ ହୋଇଥାଏ । ସାଧାରଣଭାବରେ ଏହା ୦.୦୧ ରୁ ୦.୦୩ ମଧ୍ୟରେ ସୀମିତ, ଯଦିଓ ବିଶେଷରୂପେ ଆଗ୍ନେୟ ଓ ରୂପାନ୍ତରିତ ଶିଳା ମଧ୍ୟରେ ନ୍ୟୁନତର ବିଶିଷ୍ଟ ଉପଜ ଆଶା କରାଯାଇପାରେ । ଆବଦ୍ଧିତ ଜଳଭର ପାଇଁ ବିଶିଷ୍ଟ ଉପଜ ନିର୍ଦ୍ଧାରଣ କରିହୁଏ ନାହିଁ, କାରଣ ଜଳଭର ବସ୍ତୁ ପମ୍ଫିଙ୍ଗ କାଳରେ ଜଳଶୂନ୍ୟ ହୋଇନଥାଏ । ଏହା ମଧ୍ୟ ଅନ୍ୟତମ କାରଣ ଯେ, ଭଣ୍ଡାରଣ ଗୁଣାଙ୍କ ମୂଲ୍ୟ ଆବଦ୍ଧିତ ଜଳଭର ପାଇଁ କାହିଁକି ଅତି କ୍ଷୁଦ୍ର ହୋଇଥାଏ। ଯେତେବେଳେ ଆବଦ୍ଧିତ ଜଳଭରରେ ପମ୍ଫ କରାଯାଏ, ସେତେବେଳେ ଜଳଭର ବସ୍ତୁର ସଙ୍କୁଚନ ଓ ଜଳର ସଂପ୍ରସାରଣ ର ମିଳିତ ପ୍ରଭାବବଶତଃ ପମ୍ଫିଙ୍ଗ କାଳରେ ଜଳଭର ଅନ୍ତର୍ଗତ ଚାପ ହ୍ରାସ ପାଇ ଜଳକୁ ବାହାରକୁ ପ୍ରେରିତ କରିଅଥାଏ, ଯଦ୍ଵାରା ଜଳ ହାସଲ କରାଯାଇଥାଏ । ତେଣୁ ଜଳଭର ସଂପୂର୍ଣ୍ଣ ରୂପେ ଜଳଶୂନ୍ୟ ହୋଇନଥାଏ । ନିଦର୍ଶନସ୍ୱରୂପ, ଆବଦ୍ଧିତ ଜଳଭରର ଭଣ୍ଡାରଣ ଗୁଣାଙ୍କ ୧୦ ରୁ ମଧ୍ୟରେ ସୀମିତ ହୋଇଥାଏ ।
ଶିଳାବସ୍ତୁର ଚରିତ୍ର ତାର ଯେଉଁ କାର୍ଯ୍ୟକାରିତାକୁ ସଂଶ୍ଳିଷ୍ଟ କରି ଜଳର ପ୍ରବାହକୁ ସୁଗମ କରିଥାଏ, ତାକୁ ପାରଗମ୍ୟତା ବା ଜଳଶକ୍ତିଚାଳିତ ପରିବାହିତା କୁହାଯାଏ । ଏହା ଜଳ ସଂଚାଳନ ଛିଦ୍ରାଦ ବସ୍ତୁର କ୍ଷମତା ବର୍ଣ୍ଣନା କରିଥାଏ ।
ଜଳଶକ୍ତି ଚାଳିତ ପରିବାହିତା: ଏହା ଛିଦ୍ରାଳ ବସ୍ତୁର ଗୋଟିଏ ଏକକ ପ୍ରସ୍ଥଚ୍ଛେଦ ସ୍ଥାନ ଦେଇ ଏକ ବିଶିଷ୍ଟ ତାପମାତ୍ରା ମଧ୍ୟରେ ଗୋଟିଏ ଏକକ ଜଳଶକ୍ତିଚାଳିତ କ୍ରମନିମ୍ନତା (ଏକ) ର ପ୍ରଭାବ ମାଧ୍ୟମରେ ଜଳର ଆୟତନୀ ପ୍ରବାହର ହାର ଅଟେ । (ଏହାର ମାପ ମିଟର ପ୍ରତି ସେକେଣ୍ଡ ଏକକ କିମ୍ବା ମିଟର ପ୍ରତି ଦିନ ହିସାବରେ କରାଯାଇଥାଏ) ।
ଜଳଶକ୍ତିଚାଳିତ ପରିବାହିତା ଛିଦ୍ରଗୁଡିକର ଆକାର ଓ ଆକୃତି, ଛିଦ୍ରଗୁଡିକ ମଧ୍ୟରେ ଥିବା ଅନ୍ତଃସଂଯୋଗର ଫଲୋତ୍ପାଦକଟା ଏବଂ ଜଳର ଭୌତିକ ଗୁଣ ଦ୍ଵାରା ପରିଚାଳିତ ହୋଇଥାଏ । ଯେଉଁ ଆବକ୍ଷେପ ସ୍ଥୂଳତର, ସେଗୁଡିକ ଛିଦ୍ରଗୁଡିକ ମଧ୍ୟରେ ସଂଯୋଗନଳୀଗୁଡିକ ସୂକ୍ଷ୍ମ ଅବକ୍ଷେପଠାରୁ ବୃହତ୍ତର ହୋଇଥାଏ, ଏଣୁ ସ୍ଥୂଳ ଅବକ୍ଷେପରେ ଜଳଶକ୍ତିଚାଳିତ ପରିବାହିତା ଉଚ୍ଚତର ହୁଏ ।
ଜଳଶକ୍ତିଚାଳିତ ପରିବାହିତାର କେତେକ ଆଦର୍ଶସ୍ୱରୂପ ମୂଲ୍ୟ
ଶିଳା ଓ ଶିଳାବସ୍ତୁ |
ସୂକ୍ଷ୍ମରୁ ସ୍ଥୂଳ ଗେରେଡା |
ସୂକ୍ଷ୍ମ ରୁ ସ୍ଥୂଳ ବାଲି |
ପଟୁ , ବାୟୁପ୍ରବାହିତ ମୃତ୍ତିକା |
ହିମଜ ସୂକ୍ଷ୍ମ ମୃତ୍ତିକା |
ଅଣଅପକ୍ଷୟିତ ସାମୁଦ୍ରିକ ପଙ୍କ |
କର୍ଦ୍ଦମପଥର |
ଫାଟବିହୀନ ଆଗ୍ନେୟ ଓ ରୂପାନ୍ତରିତ ଶିଳା |
ବାଲିଆପଥର, ଉତ୍ତମ ରୂପେ ସିମେଣ୍ଟିକୃତ , ଯୋଡବିହୀନ |
ଚୂନପଥର ଯୋଡବିହୀନ ସ୍ପଟିକୀୟ |
ଟୁଫ (ସ୍ଥୂଳ ଆଗ୍ନେୟଶିଳା ବସ୍ତୁ – tuff) |
ବାଲିଆପଥର , ଚୂର୍ଣ୍ଣଶୀଳ |
ଫାଟଯୁକ୍ତ ଆଗ୍ନେୟ ଓ ରୂପାନ୍ତରିତ ଶିଳା |
ପୁଟିକୀୟ ବାସାଲଟ |
ବିବରମୟ ଚୂନପଥର |
ଯେତେବେଳେ ମୁଣ୍ଡର ଦୁଇଟି ବିନ୍ଦୁ ମଧ୍ୟରେ ପାର୍ଥକ୍ୟ ଦେଖାଯାଏ, ସେତେବେଳେ ଭୂତଳଜଳ ପ୍ରବାହର ଗତି ଆରମ୍ଭ ହୋଇଥାଏ । ତେଣୁ ଉଚ୍ଚ ମୁଣ୍ଡ ସ୍ଥାନରୁ ନିମ୍ନ ମୁଣ୍ଡ ସ୍ଥାନକୁ ଜଳ ଗତି କରିଥାଏ ।
ଡର୍ଶିଙ୍କ ନିୟମ ପ୍ରବାହର ବେଗ ଏବଂ ମୁଣ୍ଡ ପାର୍ଥକ୍ୟ ମଧ୍ୟରେ ଥିବା ସମ୍ପର୍କ ଦର୍ଶାଏ । ଏହା ନିମ୍ନମତେ ଲେଖାଯାଇପାରେ।
V = K ( - )/L ଯେଉଁଠି , V = ବେଗ K = ଜଳଶକ୍ତିଚାଳିତ ପରିବାହିତା ( - ) = ଜଳଶକ୍ତିଚାଳିତ ମୁଣ୍ଡର ପାର୍ଥକ୍ୟ ଜଳଭର ଉପରେ କରାଯାଇଥିବା ମାପର ଦୈର୍ଘ୍ୟ L ଡର୍ଶିଙ୍କ ସମୀକରଣକୁ ମଧ୍ୟ ନିମ୍ନମତେ ଲେଖାଯାଇପାରେ । Q = KIA ଯେଉଁଠି Q = ପ୍ରତିଚ୍ଛେଦ ଅଞ୍ଚଳ ମାଧ୍ୟମରେ ନିର୍ଗମନ ଘନମିଟର ପ୍ରତି ଦିନ K = ଜଳଭରର ଜଳଶକ୍ତିଚାଳିତ ପରିବାହିତା ମିଟର ପ୍ରତି ଦିନ I = ଜଳଶକ୍ତିଚାଳିତ କ୍ରମନିମ୍ନତା , ତାହା ହେଉଛି (( - ) / L A = ଜଳଭର ପ୍ରତିଚ୍ଛେଦ କ୍ଷେତ୍ରଫଳ ବର୍ଗମିଟରରେ । |
ଜଳଶକ୍ତିଚାଳିତ ପରିବାହିତାର ମୂଲ୍ୟ ଏକ ଆନାବଦ୍ଧିତ ସ୍ତର ଅନ୍ତର୍ଗତ କଣିକାଗୁଡିକର ଆକାର ଓ ଶୃଙ୍ଖଳାବଦ୍ଧିତା ଉପରେ ଏବଂ ଆବଦ୍ଧିତ ସ୍ତର ଅନ୍ତର୍ଗତ ଛିଦ୍ରଗୁଡିକର ଆକାର ଓ ଚରିତ୍ର ତଥା ସରଳ ପଦାର୍ଥର ଶ୍ୟାନତା ଉପରେ ନିର୍ଭର କରିଥାଏ । ତେଣୁ, ଭୂତତ୍ତ୍ଵ (ଶିଳାର ପ୍ରକାର ଓ ସେଗୁଡିକରେ ଥିବା ଉନ୍ମୋକ୍ତପଥ) ଜଳ କ୍ଷେତ୍ରରେ ଜଳଶକ୍ତିଚାଳିତ ପରିବାହିତାକୁ ନିୟନ୍ତ୍ରଣ କରିଥାଏ । ସେଥିପାଇଁ ଜଳଶକ୍ତିଚାଳିତ ପରିବାହିତା ଗୋଟିଏ ଏକକ ପ୍ରତିଚ୍ଛେଦତ ସ୍ଥାନରୁ ଛିଦ୍ରାଳ ମାଧ୍ୟମ ଦେଇ ପ୍ରଭାବିତ ହେଉଥିବା ଜଳଶକ୍ତିଚାଳିତ କ୍ରମନିମ୍ନତା ୧ ର ପ୍ରତି ଏକକ ସମୟ ମଧ୍ୟରେ ଜଳର ପରିମାଣର ସୂଚନା ଦେଇଥାଏ । ୧ ଏ ଏକ ଜଳଶକ୍ତିଚାଳିତ କ୍ରମନିମ୍ନତା ପ୍ରତି ୧ ମିଟର ଗତି ପଥ ପାଇଁ ମୁଣ୍ଡ (ନିଦର୍ଶନ ରୂପେ ଜଳପୃଷ୍ଠରେଖା)୧ ମିଟର ହ୍ରାସ ପାଇବାକୁ ବୁଝାଇଥାଏ ।
ଜଳସ୍ତର କିମ୍ବା ଅନ୍ତର୍ନିର୍ହିତ ପୃଷ୍ଠଭାଗର ଗଡାଣି ପ୍ରତି ଏକକ ଦୁରତ୍ଵ ହେଉଛି ଜଳଶକ୍ତିଚାଳିତ କ୍ରମନିମ୍ନତା, ଯାହାର ବଶବର୍ତ୍ତୀ ହୋଇ ଗୋଟିଏ ଜଳଛାଯା ଅନ୍ତର୍ଗତ ଜଳଭର ମଧ୍ୟରେ ଭୂତଳଜଳର ପ୍ରବାହ ବା ଗତି ଘଟିଥାଏ । ଯଦି ଜଳଭରର ବେଧ ପ୍ରସ୍ଥ, ଏହାର ଜଳଶକ୍ତିଚାଳିତ ପରିବାହିତା ଏବଂ ଜଳଶକ୍ତିଚାଳିତ କ୍ରମନିମ୍ନତା ଜଣାଥାଏ, ତେବେ ଗୋଟିଏ ଜଳଭରର ଏକ ଉଲମ୍ବ ଚ୍ଛେଦ ମଧ୍ୟଦେଇ ଯାଉଥିବା ମୋଟ ପ୍ରବାହକୁ ନିମ୍ନୋକ୍ତ ସଞ୍ଚାରଣୀୟତା ଅବଧାରଣ ପ୍ରୟୋଗପୂର୍ବକ ଗଣନା କରିହେବ ।
କଲଭରର ପ୍ରତ୍ୟେକ ମିଟର ମାଧ୍ୟମରେ ପ୍ରବାହ q କୁ ନିମ୍ନମତେ ଲେଖା ଯାଇପାରିବ ।
q = KbIL ଯେଉଁଠି K= ଜଳଭରର ଉଚ୍ଚତା ଉପରେ ହାରାହାରିକୃତ ଜଳଶକ୍ତିଚାଳିତ ପରିବାହିତ b= ଜଳଭରର ବେଧ ମିଟରରେ । I = ଜଳଶକ୍ତିଚାଳିତ କ୍ରମନିମ୍ନତା L = ଉଲମ୍ବରେ ସଂପୂର୍ଣ୍ଣ ବେଧ b ର ପ୍ରସ୍ଥ |
ସଞ୍ଚାରଣୀୟତା : ଆମେ ଜଳଶକ୍ତିଚାଳିତ ପରିବାହିତାର ଅର୍ଥ ବୁଝିଲେ ଯେ, ଶିଳାବସ୍ତୁ କିପରି ମାଧ୍ୟମ ଦେଇ ଜଳକୁ ପ୍ରବାହ ନିମନ୍ତେ ପଦାର୍ଥ କରୁଥିବା ଗୁଣର ଏହା ସୂଚନା ଦେଇଥାଏ । ସମଗ୍ର ଜଳଭରର ସଂଚାଳନ କ୍ଷମତା ସଞ୍ଚାରଣୀୟତା ଦ୍ଵାରା ବର୍ଣ୍ଣିତ ହୋଇଥାଏ । ଜଳଶକ୍ତିଚାଳିତ ପରିବାହିତାର ଉତ୍ପାଦ ଏବଂ ଜଳଭରର ବେଧ ଜଳଭରର ସଞ୍ଚାରଣୀୟତା (K * b) କୁ ପ୍ରତିନିଧିତ୍ଵ କରିଥାଏ ।
ସଞ୍ଚାରଣୀୟତା : ଜଳଭରର ଗୋଟିଏ ଏକକ ପ୍ରସ୍ଥ ଦେଇ ଏକ ଏକକ ଜଳଶକ୍ତିଚାଳିତ କ୍ରମନିମ୍ନତାରେ ପ୍ରବାହିତ ଜଳର ହାର ।
ପ୍ରାୟତଃ , ଏହା ଜଳଭରର ଏକ ମିଟର ପ୍ରସ୍ଥବିଶିଷ୍ଟ ଉଲମ୍ବ ଚ୍ଛେଦ ଦେଇ ଏବଂ ଜଳଭରର ଏକ ମିଟରବିଶିଷ୍ଟ ସଂପୂର୍ଣ୍ଣ ସଂତୃପ୍ତ ବେଧରେ ପରିବ୍ୟାପ୍ତ ଜଳଶକ୍ତିଚାଳିତ କ୍ରମନିମ୍ନତା ମଧ୍ୟ ଦେଇ ଘନମିଟର ପ୍ରତି ଦିନ (M3 /day) ହାରରେ ଜଳଭର ପ୍ରବାହକୁ ବାଖ୍ୟା କରିଥାଏ ।
ତେଣୁ, ଜଳଭରର କୌଣସି ଉଲମ୍ବ ଚ୍ଛେଦ ଦେଇ ପ୍ରବାହକୁ ସମୀକରଣ ପ୍ରକାରନ୍ତରଣ ନିମ୍ନମତେ ଦର୍ଶାଯାଇପାରେ ।
Q = KbIL (ଯେଉଁଠି Kb =T) Q = TIL ଯେଉଁଠି Q = ଜଳଭରର ପ୍ରସ୍ଥ “L “ ମାଧ୍ୟମ ଦେଇ ଘନମିଟର ପ୍ରତି ଦିନରେ ନିର୍ଗମନ n ଘନମିଟର ପ୍ରତି ଦିନ T = ସଞ୍ଚାରଣିୟତା ବର୍ଗମିଟର ପ୍ରତି ଦିନ ହିସାବରେ । I = ଜଳଶକ୍ତିଚାଳିତ କ୍ରମନିମ୍ନତା L = ଜଳଭରର ପ୍ରସ୍ଥ ଯାହା ମାଧ୍ୟମ ଦେଇ ଯାଇଥିବା ପ୍ରବାହ ମିଟରରେ । |
ଜଳଭରଗୁଡିକର ଭଣ୍ଡାରଣ ଓ ସଞ୍ଚାରଣ ଚରିତ୍ର ନିମ୍ନମତେ ତିନୋଟି ପଦ୍ଧତି ନିର୍ଦ୍ଧାରଣ କରାଯାଇପାରେ : -
ଉପରୋକ୍ତ ତିନୋଟି ପଦ୍ଧତି ମଧ୍ୟରୁ ପମ୍ଫିଙ୍ଗ ପରୀକ୍ଷଣ କାଳରେ ପ୍ରତିଷ୍ଠିତ ଗୁଣାଙ୍କ ସବୁଠାରୁ ନିର୍ଭୁଲ ଏବଂ ଏହା ଗୋଟିଏ ଜଳଭର ଅନ୍ତର୍ଗତ ପ୍ରକୃତ ଜଳଶକ୍ତିଚାଳିତ ଅବସ୍ଥାକୁ ନିଶ୍ଚିତରୂପେ ପ୍ରତି ପ୍ରତିଫଳିତ କରିଥାଏ । ଜଳଛାୟା କାର୍ଯ୍ୟକ୍ରମଗୁଡିକ ସଂପୂର୍ଣ୍ଣ ରୂପେ କ୍ଷେତ୍ର ପର୍ଯ୍ୟବେଶିତ । ଯେହେତୁ ଜଳଛୟା ମଧ୍ୟରେ ପ୍ରାୟତଃ କୂପଗୁଡିକ ରହିଥାଏ, ତେଣୁ ସେଗୁଡିକକୁ ପରୀକ୍ଷା କରାଯାଇ ପାରେ (କିମ୍ବା ଏଭଳି କାର୍ଯ୍ୟକ୍ରମରେ ନୂତନ କୂପ ଖନନ ଅଥବା ବେଧନ କରାଯାଇଥାଏ) ଏହି କାରଣର ଜଳଛାୟା ଅନ୍ତର୍ଗତ ଏଭଳି ଜଳଭରଗୁଡିକର ଭଣ୍ଡାରଣ ଓ ସଞ୍ଚାଳନ ଚରିତ୍ର ଆକଳନ ନିମନ୍ତେ ପମ୍ଫିଙ୍ଗ ପରୀକ୍ଷଣ ତଥ୍ୟ ପାଇବା ସୁବିଧାଜନକ ହୋଇଥାଏ ।
କୂପଗୁଡିକରେ ପମ୍ଫିଙ୍ଗ ପରୀକ୍ଷଣ : ଜଳଭରଗୁଡିକର ଭଣ୍ଡାରଣ ଓ ସଞ୍ଚାଳନ ଗୁଣ ମାପିବାର ଏକ ମାଧ୍ୟମ : -
ଗୋଟିଏ କୂପକୁ ପମ୍ଫିଙ୍ଗ କରିବା ତନ୍ମଧ୍ୟସ୍ଥ ଜଳପୃଷ୍ଠରେଖା ଉପରେ ତଥା ଜଳଭରର ପାର୍ଶ୍ଵବର୍ତ୍ତୀ ଭାଗ (ପର୍ଯ୍ୟବେକ୍ଷଣ କୂପ ମଧ୍ୟରେ)ପମ୍ଫିଙ୍ଗ ପରୀକ୍ଷଣ ସଚରାଚର ଦୁଇଟି ପର୍ଯ୍ୟାୟ ଅନ୍ତର୍ଭୁକ୍ତ କରିଥାଏ ।
ସମୟାନୁଯାୟୀ ଉଭୟ ନିମ୍ନକର୍ଷଣ ଓ ପୁନରୁଦ୍ଧାର ପର୍ଯ୍ୟାୟର ମାପ କରାଯାଇଥାଏ । ଏହା ପାରେ ପରୀକ୍ଷଣ ତଥ୍ୟକୁ ସଞ୍ଚାରଣୀୟତା , ଭଣ୍ଡାରନ ଗୁଣାଙ୍କ ଓ ଉପଯ ବା ବିଶିଷ୍ଟ ଦକ୍ଷତା ପାଇବା ପାଇଁ ବିଶ୍ଳେଷଣ କରାଯାଏ ।
ପମ୍ଫିଙ୍ଗ ପରୀକ୍ଷଣ ତଥ୍ୟ ସ୍ଵୟଂ ଏକ ବିରାଟ ବିଷୟ ଏବଂ ଏହା ଜଳଭର ଓ ସ୍ୱଳ୍ପଜଳବାହୀ ସ୍ତରଗୁଡିକର ପ୍ରକୃତି ଓ ଜ୍ୟାମିତି , ସେଗୁଡିକର ସମ୍ପର୍କ ଓ ଗୁଣରେ ପାର୍ଥକ୍ୟଗୁଡିକୁ ଅନ୍ତର୍ଭୁକ୍ତ କରିଥାଏ , ଯାହାକୁ ଏକ ବିଶଦ ବିଶ୍ଳେଷଣ କରିବା ପୂର୍ବରୁ ଜାଣିବା ଆବଶ୍ୟକ । କିପରି ଭାବରେ ପମ୍ଫିଙ୍ଗ ପରୀକ୍ଷଣ ସଂପାଦାନ କରାଯାଏ ଏବଂ କିପରି ଭାବରେ ଜଳଭର ଓ କେତେକ କୂପ ପ୍ରାଚଳଗୁଡିକର ନିର୍ଣ୍ଣୟ କରାଯାଇ ପାରିବ ତାହା ବୁଝିବା ପାଇଁ ଏହା ଉପଯୋଗୀ ହୋଇଥାଏ ।
ପମ୍ଫିଙ୍ଗ ପରୀକ୍ଷଣ କାଳରେ ନେବାକୁ ଥିବା ମାପଗୁଡିକ :
ପମ୍ଫିଙ୍ଗ କାଳରେ ନିଆଯାଉଥିବା ମାପଗୁଡିକ ନିମ୍ନମତେ ଦୁଇ ପ୍ରକାରର ହୋଇଥାଏ :
ଯେପରିକି ପୂର୍ବରୁ ଉଲ୍ଲେଖ କରାଯାଇଛି, ପମ୍ଫିଙ୍ଗ କୂପ ତଥା ପର୍ଯ୍ୟବେକ୍ଷଣ କୂପଗୁଡିକ ପାଇଁ ଜଳପୃଷ୍ଠରେଖା ମାପଗୁଡିକ ନିଶ୍ଚିତ ଭାବରେ ପମ୍ଫିଙ୍ଗ କୂପଠାରୁ ବିଭିନ୍ନ ଦୁରତ୍ଵରେ କରାଯିବା ଉଚିତ । ଅବଶ୍ୟ ଏକ ପୁନରାୟ ସବୁ ଠାରେ ସମ୍ଭବ ହୋଇନଥାଏ ଏବଂ ପ୍ରାୟତଃ କେବଳ ପମ୍ଫିଙ୍ଗ କୂପ ମଧ୍ୟରେ ହିଁ ପର୍ଯ୍ୟବେକ୍ଷଣ ସମ୍ଭବ ହୋଇଥାଏ । ଏହା ଯଦିଓ ପର୍ଯ୍ୟବେକ୍ଷଣ କୂପରୁ ପ୍ରାପ୍ତ ତଥ୍ୟ ପ୍ରଭାବୀ ନୁହେଁ , ତଥାପି ଅତ୍ୟନ୍ତ ଉପଯୋଗୀ ଏବଂ ପ୍ରାୟତଃ ଅନେକ ଜଳଛାୟାଗୁଡିକରୁ ପମ୍ଫିଙ୍ଗପରୀକ୍ଷଣ ତଥ୍ୟ ପାଇବାର ଏକମାତ୍ର ସାଧନ ଅଟେ ।
କୂପରୁ ପମ୍ଫିଙ୍ଗର ହାରର ମାପ ବାରମ୍ବାର ବିରତି ପାରେ ନେବା ଉଚିତ, ଯଦିଓ ଜଳପୃଷ୍ଠରେଖା ମାପଗୁଡିକ ଭଳି ନିରନ୍ତର ଭାବରେ ନୁହେଁ । ଗୋଟିଏ ଜ୍ଞାତ ଆୟତନ ବିଶିଷ୍ଟ ଧାରକ ଦ୍ଵାରା ନିଷ୍କାସନ କୁ ସହଜରେ ମାପ କରାଯାଇପାରେ । ଧାରକର ଜ୍ଞାତ ଆୟତନକୁ ପୂର୍ଣ୍ଣ ହେବା ପାଇଁ ଆବଶ୍ୟକ ସମୟ ଲିପିବଦ୍ଧ କରାଯିବା ଦ୍ଵାରା ଏଭଳି ଧାରକରେ ନିଷ୍କାସନ ହାର ମାପ କରାଯାଇପାରେ । ଏକ ଧାରକ ଭଳି ମାପକ ସରଞ୍ଜାମର ଅଭାବ ସ୍ଥଳେ ନିଷ୍କାସନକୁ ପ୍ରକ୍ଷେପପଥ ପଦ୍ଧତି ସହାୟତାରେ ମଧ୍ୟ ମାପ କରାଯାଇପାରେ । ଏଥିପାଇଁ ବିଭିନ୍ନ ପାଠ୍ୟପୁସ୍ତକଗୁଡିଅକରେ ଆଦର୍ଶ ସାରଣୀମାନ ମିଳିପାରିବ । ଏଥିରେ ଏକ ଗାତ ବ୍ୟାସ ବିଶିଷ୍ଟ ଉଲମ୍ବ ଶୀର୍ଷ ଯାଏଁ, ଯେଉଁ ପର୍ଯ୍ୟନ୍ତ ଜଳ ଉଠିପାରେ ସେହି ଉଚ୍ଚତାର ମାପ ଅନ୍ତର୍ଭୁକ୍ତ କରାଯାଇଥାଏ ।
ସମଭାବରେ , ଏକଜ୍ଞାତ ବ୍ୟାସ ବିଶିଷ୍ଟ ଅନୁଭୂମିକ ନଳୀର ପୂର୍ଣ୍ଣପ୍ରବାହ କ୍ଷେତ୍ରରେ ନଳୀର ଶେଷମୁଣ୍ଡଠାରୁ ଜଳର ପ୍ରଭାବିତ ଝରଣା ବିନ୍ଦୁ ପର୍ଯ୍ୟନ୍ତ ଅନୁଭୂମିକ ଓ ଉଲମ୍ବ ଦ୍ଵାରା ନିଷ୍କାସିତ ମାପ କରାଯାଇପାରେ । ଏହା ପରାମର୍ଶଯୋଗ୍ୟ ଯେ ପମ୍ଫିଙ୍ଗ ଅବଧି ମଧ୍ୟରେ ପ୍ରତି ପନ୍ଦର ମିନିଟରେ ନିଷ୍କାସନ ମାପିବା ସୁସଙ୍ଗତ ଅଟେ । ପମ୍ଫିଙ୍ଗ କରାଯାଉଥିବାଜଳକୁ ଏକ କୋଣିଆ ଭାବେ ଖୋଳା ଗହ୍ଵରଯୁକ୍ତ ଗୋଟିଏ ପ୍ରବାହ ବାହିକା ମାଧ୍ୟମରେ ନିଷ୍କାସିତ କରିବା ଦ୍ଵାରା ପମ୍ଫିଙ୍ଗ ହାରକୁ ମଧ୍ୟ ମାପ କରାଯାଇପାରେ (ଯାହା ପାଇଁ ଅନେକ ପାଠ୍ୟପୁସ୍ତକଗୁଡିକରେ ଆଦର୍ଶ ସାରଣୀଗୁଡିକ ସହଜରେ ଉପଲବ୍ଧ ହୋଇଥାଏ )
ପମ୍ଫଟି ବନ୍ଦ ହେବା ପାରେ କୂପ ଓ ପର୍ଯ୍ୟବେକ୍ଷଣ କୂପଗୁଡିକ ଜଳପୃଷ୍ଠରେଖାଗୁଡିକ ବୃଦ୍ଧି ପାଇବା ଆରମ୍ଭ ହୁଏ । ପ୍ରାରମ୍ଭରେ ଏହା ଦ୍ରୁତ ବେଗରେ ଏବଂ ତା ପରେ ପମ୍ଫିଙ୍ଗ ଆରମ୍ଭ ହେବା ପୂର୍ବର ମୂଳ ପୃଷ୍ଠରେଖାର ପାଖାପାଖି ସ୍ତରରେ ପହଞ୍ଚିବା ବେଳକୁ କ୍ରମଶଃ ମନ୍ଥର ହୋଇଥାଏ । ପୁନର୍ଲାଭର ପରୀକ୍ଷଣ କାଳରେ ଏହି ବୃଦ୍ଧିକୁ ମାପ କରାଯାଇପାରିବ । ଯଦି କୂପର ପମ୍ଫିଙ୍ଗ ପର୍ଯ୍ୟାୟରେ ପରିକ୍ୟହୟନର ନିଷ୍କାସିତ ହାରରେ ଅତ୍ୟଧିକ ପାର୍ଥକ୍ୟ ଥାଏ , ତେବେ ପୁନର୍ଲାଭ ତଥ୍ୟ ନିମ୍ନକଷଣ ତଥ୍ୟ ତୁଳନାରେ ଅଧିକ ନିର୍ଭରଯୋଗ୍ୟ ହୋଇଥାଏ । କାରଣ ଜଳସ୍ତର ନିୟତ ହାରରେ ପୁନର୍ଲାଭ କରିଥାଏ । ଯାହାକି ପମ୍ଫିଙ୍ଗ ହାରର ହାରାହାରି ଅଟେ । ଜଳଛାୟା କାର୍ଯ୍ୟକ୍ରମଗୁଡିକରେ ପୁନର୍ଲାଭ ପରିକୟାନ ବିଶେଷ ରୂପେ ଗୁରୁତ୍ଵପୂର୍ଣ୍ଣ । କାରଣ ପାରମ୍ପରିକ ନିମ୍ନକର୍ଷଣ ପରୀକ୍ଷଣ କାଳରେ ଯେଉଁ ବ୍ୟାବହାରିକ ଅସୁବିଧାଗୁଡିକର ସମ୍ଭାବନା ରହିଛି, ସେଗୁଡିକୁ ବିଚାରକୁ ନେଲେ ଏହା ସମ୍ପାଦନ କରିବା ଅତି ସହଜ ।
ଜଳପୃଷ୍ଠରେଖାଗୁଡିଅକର ଏବଂ ପମ୍ଫିଙ୍ଗ ହାରଗୁଡିକର ସମସ୍ତ ମାପଗୁଡିକ ଏକ ମୁଦ୍ରିତ ମାନକ ଫର୍ମରେ, ଯେଉଁଥିରେ ଅନ୍ତର୍ବାହ କିମ୍ବା ଉତ୍ପାଦକ ମଣ୍ଡଳ ଭଳି କ୍ଷେତ୍ର ତଥ୍ୟ ଗୁଡିକ ସମ୍ବନ୍ଧରେ ସୂଚନା ନିମନ୍ତେ ସ୍ଥାନ ଉପଲ୍ଲବ୍ଧ ଥିବ ସେଥିରେ ଲିପିବଦ୍ଧ କରାଯିବା ଉଚିତ । ସଂପୂର୍ଣ୍ଣ କରାଯାଇଥିବା ଫର୍ମଗୁଡିକୁ ଏକ ଫାଇଲ ମଧ୍ୟରେ ରଖାଯିବା ଉଚିତ । ଏହାଦ୍ଵାରା ପରବର୍ତ୍ତୀ ପର୍ଯ୍ୟାୟରେ ଯେତେବେଳେ ଆବଶ୍ୟକ ଉକ୍ତ ତଥ୍ୟ ମିଳି ପାରିବ । ନିମ୍ନକର୍ଷଣ ଏବଂ /କିମ୍ବା ଅବଶେଷ ନିମ୍ନକର୍ଷଣ ସ୍ଵତନ୍ତ୍ର ପ୍ରକାରର ଗ୍ରାଫ କାଗଜରେ ପ୍ଳଟ କରାଯାଇତାହେ , ଯେଉଁଥିରେ ମିନିଟକୁ ସମୟ ସହିତ ଲଗାରିଥମିକ ମାନକ ଉପରେ ପ୍ରତିସ୍ଥାପନ କରାଯାଏ । ସାଧାରଣତଃ ଏଥିପାଇଁ ସେମି- ଲଗ ବା ଲଗ ଲଗ ଗ୍ରାଫ କାଗଜ ବ୍ୟବହାର କରାଯାଏ । ଅନେକ ମାନକ ବକ୍ରରେଖା ବା ଗ୍ରାଫ ରହିଛି ଯାହାକୁ ନେଇ ସଞ୍ଚାରଣୀୟତା ଓ ଭଣ୍ଡାରଣ ଗୁଣାଙ୍କ ନିର୍ଦ୍ଧାରଣରେ ଉପଏନଆଇଟି ହେବା ପାଇଁ ପ୍ରତିସ୍ଥାପନ ସମୟ ନିମ୍ନକର୍ଷଣ ତଥ୍ୟକୁ ମେଲ କରାଯାଇ ପାରିବ । ସମ୍ପ୍ରତିକାଳରେ ପମ୍ଫିଙ୍ଗ ପରୀକ୍ଷଣ ତଥ୍ୟକୁ ବିଶ୍ଳେଷଣ କରାଇବା ପାଇଁ ଅଧିକାଂଶ ମାନକ ପଦ୍ଧତି ସଫତୱେୟାର ରୂପେ ଉପଲ୍ଲବ୍ଧ, ଯାହା ଉପଯୋଗ ପାଇଁ ଅତ୍ୟନ୍ତ ସୁବିଧାଜନକ ପମ୍ଫିଙ୍ଗ ପରୀକ୍ଷଣ ତଥ୍ୟ ବିଶ୍ଳେଷଣ ଏକ ଅତ୍ୟନ୍ତ ଜଟିଳ ପ୍ରକ୍ରିୟା ଅଟେ । ଏହା କୂପର ପମ୍ଫିଙ୍ଗ ସମୟରେ ଓ ପାରେ ଜଳ ପ୍ରବାହ କିପରି ହେଉଛି, ତାହା ବ୍ୟତୀତ ଆହୁରି ଅନେକ ଘଟକ ସମ୍ବନ୍ଧରେ ସବିଶେଷ ବୁଝିବା ଆବଶ୍ୟକ କରିଥାଏ । ସାଧାରଣତଃ ବିଶ୍ଳେଷଣ ପଦ୍ଧତି ଚୟନ କରିବା ପୂର୍ବରୁ ଏକ ନିର୍ଦ୍ଧିଷ୍ଟ ପଦ୍ଧତି ସପକ୍ଷରେ ସ୍ବୀକୃତି ପ୍ରଦାନ ପାଇଁ ସମ୍ଭାବିତ ଅବସ୍ଥାଗୁଡିକ ତୁଳନା କରାଯାଇଥାଏ । କେବଳ ବୁଝିବା ଉଦ୍ଦେଶ୍ୟରେ ସଞ୍ଚାରଣୀୟତା ଓ ଭଣ୍ଡାରଣ ଗୁଣାଙ୍କ ନିର୍ଣ୍ଣୟର ଏକ ମାନକ ପଦ୍ଧତି ନିମ୍ନରେ ଦର୍ଶାଯାଇଛି, ଯଦିଓ ଏହି ପଦ୍ଧତିକୁ ପ୍ରକୃତରେ ପ୍ରୟୋଗକାରୀଙ୍କ ବ୍ୟବହାର ପାଇଁ ସୁପାରିସ କରାଯାଉନାହିଁ ।
କୁପର – ଜାକବଙ୍କ ପଦ୍ଧତି ଦ୍ଵାରା ସଞ୍ଚାରଣୀୟତା (T) ଓ ଭଣ୍ଡାରଣ ଗୁଣାଙ୍କ (S) ନିର୍ଦ୍ଧାରଣ ।
= ୨.୩୦୩Q /୨ IIs T ଓ t ର ଜ୍ଞାତ ମୂଲ୍ୟ ଦ୍ଵାରା ଭଣ୍ଡାରଣ ଗୁଣାଙ୍କ S କୁ ନିମ୍ନ ସମୀକରଣରୁ ପ୍ରାପ୍ତ କରାଯାଇପାରିବ । = ଯେଉଁଠି , R = ପମ୍ଫିଙ୍ଗ କୂପଠାରୁ ପର୍ଯ୍ୟବେକ୍ଷଣ କୂପର ଦୁରତ୍ଵ ) |
ପର୍ଯ୍ୟବେକ୍ଷଣଗୁଡିକ ପମ୍ଫିଙ୍ଗ କୂପରେ କରାଯାଉଥିବା ସ୍ଥଳେ କୂପର ବ୍ୟାସାର୍ଦ୍ଧକୁ R ରୂପେ ଗ୍ରହଣ କରାଯାଇପାରେ।
ଏହା ହେଉଛି T O S ନିର୍ଦ୍ଧାରଣ ପାଇଁ ରହିଥିବା ଅନେକଗୁଡିଏ ପଦ୍ଧତି ମଧ୍ୟରୁ ଗୋଟିଏ ମାତ୍ର । ପଦ୍ଧତିର ଚୟନ ଅନେକ ଘଟକ ଏବଂ ପମ୍ଫିଙ୍ଗ ପରୀକ୍ଷଣ କରାଯାଇଥିବା ଅବସ୍ଥାର ପ୍ରକୃତ ଚରିତ୍ର ଉପରେ ନିର୍ଭର କରିଥାଏ । ଆଦର୍ଶ ପାଠ୍ୟପୁସ୍ତକ ମାନଙ୍କରେ ଏହି ପଦ୍ଧତିଗୁଡିକ ସମ୍ପର୍କରେ ଅତ୍ୟନ୍ତ ବିଶଦ ଭାବରେ ଦର୍ଶାଅ ଯାଇଥାଏ ଏବଂ ଏଗୁଡିକୁ କୌଣସି ନିର୍ଦ୍ଧିଷ୍ଟ ସ୍ଥିତି ବା ଜଳଛାୟା ପାଇଁ ଉପଯୁକ୍ତ ବିଶ୍ଳେଷଣର ପଦ୍ଧତି ଚୟନ କରିବା ନିମନ୍ତେ ବ୍ୟବହାର କରାଯାଇପାରେ ।
ଜଳଭରର ସଞ୍ଚାରଣୀୟତା ଓ ଭଣ୍ଡାରଣ ଗୁଣଙ୍କ ଭଳି ଚରିତ୍ରଗୁଡିକୁ ନିର୍ଦ୍ଧାରଣ କରିବା ଅପେକ୍ଷା କୂପଗୁଡିକର ଦକ୍ଷତା ଆକଳନ କରିବା ଅଧିକ ସରଳ । ଗୋଟିଏ ଜଳଛାୟା ମଧ୍ୟରେ ଥିବା କେତେକ କୂପଗୁଡିକର ସମ୍ଭାବ୍ୟ କୂପ ଦକ୍ଷତା ବୁଝିବା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ । କାରଣ, ସେଗୁଡିକୁ କ୍ରମବଦ୍ଧ ରୂପେ ବ୍ୟବହାର କରାଯାଇପାରିବ । ଅନ୍ତତଃପକ୍ଷେ ବିଭିନ୍ନ ଜଳଭାର କିମ୍ବା ଶିଳାସମୂହରେ ରହିଥିବା କେତେକ ପ୍ରତିନିଧିସ୍ଵରୂପୀ କୂପଗୁଡିକର କ୍ଷମତା ଓ ଦକ୍ଷତା ବୁଝିଆ ପାଇଁ ପରୀକ୍ଷଣ କରାଯିବା ଆବଶ୍ୟକ । ଅନେକ ସମୟରେ କୂପର ଉତ୍ପାଦକତା ବା ଦକ୍ଷତା ଜାଣିବା ଆବଶ୍ୟକ ହୋଇଥାଏ , ଯାହାକୁ ସାଧାରଣ ଭାରେ କୂପ ଉପଯ କୁହାଯାଏ । ଅବଶ୍ୟ କୂପ ଉପଯ ପାଇଁ ଅଧିକାଂଶ ସ୍ଥିତିରେ କୂପରୁ ପମ୍ଫ କରାଯାଉଥିବା ହାରକୁ ସରଳ ରୂପେ ନିଆଯାଇଥାଏ । କିନ୍ତୁ ଏହା ଏକ ଭ୍ରମ ସୃଷ୍ଟିକାରୀ ପ୍ରାଚଳ ଅଟେ, କାରଣ କୂପଗୁଡିକରେ ଅଧିକାଂଶ ପମ୍ଫିଙ୍ଗ ବ୍ୟବସ୍ଥା କୂପର ପମ୍ଫିଙ୍ଗ ସହନୀୟ ଦକ୍ଷତା (ଯାହାକି କୂପକୁ ଘେରି ରହିଥିବା ଶିଳାବସ୍ତୁର ଜଳଭାର ଚରିତ୍ରର କାର୍ଯ୍ୟ ଅଟେ) ଉପରେ ଆଧାରିତ ନ ହୋଇ ଜଳର ଆବଶ୍ୟକତା ଅନୁଯାୟୀ ଚୟନ କରାଯାଇଥାଏ । ଏହା ଏକ ସାଧାରଣ ନିରୀକ୍ଷଣ ଯେ, ଜଳଛାୟା ଅନ୍ତର୍ଗତ କୂପଗୁଡିକୁ ଏଭଳି ପମ୍ଫିଙ୍ଗ ବ୍ୟବସ୍ଥାଗୁଡିକ ଦ୍ଵାରା ପମ୍ଫ କରାଯାଇଥାଏ, ଯେଉଁଗୁଡିକ ଅତି କମ ସମୟ ମଧ୍ୟରେ ଅଧିକରୁ ଅଧିକ ଜଳ ପମ୍ଫ କରି ବାହାର କରିବା ପାଇଁ ଅଭିକଳ୍ପିତ ହୋଇଥାଏ ।
ଗୋଟିଏ କୂପର କାର୍ଯ୍ୟକାରିତାକୁ ଜଳଭର ଚରିତ୍ରଗୁଡିକ ଅନୁଯାୟୀ ଆକଳନ କରିବାକୁ ହେଲେ ଏହା ପରାମର୍ଶ ଦିଆଯାଏ ଯେ ଜଳପୃଷ୍ଠରେଖାର ଏକ ନିର୍ଦ୍ଧିଷ୍ଟ ହ୍ରାସ ପାଇଁ ଏକ କୂପ ନିଷ୍କାସନ କରିପାରୁଥିବା ଜଳର ଆୟତନ କରାଯିବା ଆବଶ୍ୟକ । ବିବିଷ୍ଟ କ୍ଷମତା କୁହାଯାଉଥିବା ଏକ ପ୍ରାଚଳ (ପୂର୍ବରୁ ଏହି ଅଧ୍ୟାୟରେ ବ୍ୟାଖ୍ୟା କରାଯାଇଛି) ଏହି ଉଦ୍ଦେଶ୍ୟରେ ବ୍ୟବହୃତ ହୋଇଥାଏ । ଏହାକୁ ସାଧାରଣଭାବେ ଲିଟର ପ୍ରତି ମିନିଟ ପ୍ରତି ମିଟର ନିମ୍ନକର୍ଷଣ କିମ୍ବା ଘନମିଟର ପ୍ରତି ଦିନ ପ୍ରତି ମିଟର ନିମ୍ନକର୍ଷଣ ରୂପେ ବର୍ଣ୍ଣନା କରାଯାଏ । ଏହା କୂପ ମଧ୍ୟରେ ନିଷ୍କାସନ ଅବଧି ଏବଂ ନିମ୍ନକର୍ଷଣର ପରିମାଣ ସହିତ ପରିବର୍ତ୍ତିତ ହୋଇଥାଏ । ପ୍ରାପ୍ତ ହୋଇପାରିବ ଏକ ଅଧିକ ପ୍ରଣାଳୀବଦ୍ଧ ନିର୍ଧାରଣ ପଦ୍ଧତି ହେଉଛି ବିଶେଷତଃ ବୃହତ୍ତ ବ୍ୟାସବିଶିଷ୍ଟ ଖୋଳାକୂପ ସ୍ଥିତିରେ, ଗୋଟିଏ କୂପର ପୁନର୍ଲାଭ ତଥ୍ୟର ବିଶ୍ଳେଷଣ ମଧ୍ୟମରେ କରାଯିବା । ସ୍ଳିଚର (୧୯୦୬) ବିଶିଷ୍ଟ କ୍ଷମତା ଆକଳନ କରିବା ପାଇଁ ଏକ ସରଳ ପଦ୍ଧତି ଦର୍ଶାଇଛନ୍ତି, ଯେଉଁତିରେ ଗୋଟିଏ କୂପର ପୁନର୍ଲାଭ ତଥ୍ୟ ବ୍ୟବହାର କରାଯାଇଥାଏ । ସ୍ଳିଛାଡ଼ଙ୍କ ବିଶିଷ୍ଟ କ୍ଷମତା (C) ପାଇଁ ସମୀକରଣ ହେଉଛି: -
C = ଯେଉଁଠି , A = କୂପର ପ୍ରତିଚ୍ଛେଦର କ୍ଷେତ୍ରଫଳ ବର୍ଗ ମିଟରରେ S 1 = କୂପ ମଧ୍ୟରେ ମୋଟ ନିମ୍ନକର୍ଷଣ ମିଟରରେ । S 2 = କୂପ ମଧ୍ୟରେ ଅବଶେଷ ନିମ୍ନକର୍ଷଣ ମିଟରରେ t ସମୟରେ t = ପମ୍ଫିଙ୍ଗ ବନ୍ଦ କରାଯିବା ପରଠାରୁ ସମୟ ମିନିଟରେ । ସ୍ଳିଚରଙ୍କ ପଦ୍ଧତି ଦ୍ଵାରା ବିଶିଷ୍ଟ କ୍ଷମତା ଆକଳନ ) |
ସଂଗୃହିତ - ଫାଉଣ୍ଡେସନ ଫର ଇକୋଲୋଜିକାଲ ସିକ୍ୟୁରିଟି
Last Modified : 2/11/2020