ତାରିଖ |
ଦିବସ |
ଫେବୃୟାରୀ ୨, ବିଶ୍ଵ ଶକ୍ତି ଭୂମି ଦିବସ |
୧୯୭୧, ରାମସର ସମ୍ମିଳନୀରେ ଶିକ୍ତଭୂମିରେ ଜୈବ ବିବିଧତାର ସୁରକ୍ଷା ପାଇଁ ଏହି ଦିବସ ସ୍ମରଣୀୟ । |
ଫେବୃୟାରୀ ୨୮, ଜାତୀୟ ବିଜ୍ଞାନ ଦିବସ |
ପରିବେଶ ସୁରକ୍ଷାରେ ବିଜ୍ଞାନର ଭୂମିକାକୁ ଗୁରୁତ୍ଵ ପ୍ରଦାନ କରି ସଚେତନତା ସୃଷ୍ଟି କରିବା |
ମାର୍ଚ୍ଚ ୨୧,ବିଶ୍ଵ ବନ ଦିବସ |
ବ୍ୟାପକ ବୃକ୍ଷରୋପଣ ଜରିଆରେ ସବୁଜ ବଳୟ ସୃଷ୍ଟି କରି ସଚେତନତା ସୃଷ୍ଟି କରିବା । |
ମାର୍ଚ୍ଚ ୨୨, ବିଶ୍ଵ ଜଳ ଦିବସ |
ପିଇବା ପାଣି ସଂକଟରୁ ମୁକୁଳିବା ପାଇଁ ଜଳ ସଂରକ୍ଷଣ ସଚେତନତା ସୃଷ୍ଟି କରିବା । |
ମାର୍ଚ୍ଚ ୨୩, ବିଶ୍ଵ ପାଣିପାଗ ଦିବସ |
ପାଣି ପାଗ ହେଉଛି, ପରିବେଶର ଅବିଚ୍ଛେଦ୍ୟ ଅଙ୍ଗ : ଏକଥା ବୁଝିବା ଓ ବୁଝାଇବା । |
ଏପ୍ରିଲ ୭, ବିଶ୍ଵ ସ୍ୱାସ୍ଥ୍ୟ ଦିବସ |
୧୯୪୮ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ପ୍ରତିଷ୍ଠା ଦିବସ ଉପଲକ୍ଷେ ସମସ୍ତଙ୍କୁ ମୌଳିକ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ପାଇଁ ସଚେତନତା ସୃଷ୍ଟି କରିବା । |
ଏପ୍ରିଲ ୧୮, ବିଶ୍ଵ ଐତିହ୍ୟ ଦିବସ |
ପ୍ରକୃତି ସହିତ ମନୁଷ୍ୟକୃତ ଐତିହ୍ୟମାନ ପରିବେଶର ଏକମୁଲ୍ୟବାନ ଅଙ୍ଗଭାବେ ବୁଝିବା । |
ଏପ୍ରିଲ ୨୨, ମା ଧରିତ୍ରୀ ଦିବସ |
୧୯୭୦ ମସିହା ଏହି ଦିବସରେ ଆମେରିକାର କେତେକ ପ୍ରକୃତି ପ୍ରେମୀ ଏକତ୍ର ହୋଇ ମା ଧରିତ୍ରୀର ଗୁରୁତ୍ଵ ସାରା ବିଶ୍ଵରେ ପ୍ରଚାର ଓ ପ୍ରସାର ପାଇଁ ଆହ୍ଵାନ ଦେଇଥିଲେ । |
ମେ ୩୧, ଧୂମପାନ ନିରୋଧ ଦିବସ |
ଧୂମପାନ ନିଷେଧ, ନିଜ ପରିବାର ତଥା ସମାଜରେ ପ୍ରଚାର କରିବା ଓ ପାଳନ କରିବା । |
ଜୁନ୍ ୫, ବିଶ୍ଵ ପରିବେଶ ଦିବସ |
ପରିବେଶର ଧର୍ମ ବୁଝି ଏହାର ସନ୍ତୁଳନ ରକ୍ଷାକରିବା ଓ ସାମୂହିକ ଭାବେ ଯେନତେନ ପ୍ରକାରେ ଏହାକୁ ପାଳନ କରିବା । |
ଜୁଲାଇ ୧୧, ବିଶ୍ଵଜନସଂଖ୍ୟା ଦିବସ |
ବିଶ୍ଵ ଜନସଂଖ୍ୟା ବିଶେଷତଃ ଭାରତର ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ବିଶେଷ ଧ୍ୟାନ ଦେବା ପାଇଁ ସଚେତନତା । |
ସେପ୍ଟେମ୍ବର ୧୬, ବିଶ୍ଵ ଓଜୋନ ଦିବସ |
ପୃଥିବୀର ଛାତ ବୋଲାଉଥିବା ଏହି ଓଜୋନ ସ୍ତରକୁ କିପରି ସୁରକ୍ଷା କରିବା, ଏଥିପାଇଁସଚେତନତା ସୃଷ୍ଟି କରିବା । |
ସେପ୍ଟେମ୍ବର ୨୮, ସବୁଜ ଉପଭୋକ୍ତା ଦିବସ |
ଉପଭୋକ୍ତା ମାନେ ସଚେତନ ହେଲେ ଆଜିର ବିଶ୍ଵର ଅନେକ ସଂକଟରୁ ମୁକୁଳି ପାରିବ । ପୁନଃ ଚକ୍ରଣ, ପୁନଃ ବ୍ୟବହାର ଓ ସୀମିତ ବ୍ୟବହାର ଅଭ୍ୟାସ ଉପଭୋକ୍ତା ମାନଙ୍କର ଜୀବନଶୈଳୀର ଅଙ୍ଗ ହେଉ, ଏକଥା ବୁଝିବା ଓ ବୁଝାଇବା । |
ଅକ୍ଟୋବର ୩, ବିଶ୍ଵ ବସତି ଦିବସ |
ଏ ବିଶ୍ଵରେ କେବଳ ମନୁଷ୍ୟ ରହିବାର ଏକା ଚାଟିଆ ଅଧିକାର ନାହିଁ । ବୃକ୍ଷଲତା, ଜୀବଜନ୍ତୁ, ବନ୍ୟପ୍ରାଣୀ ତଥା ସମସ୍ତ ଜୀବ ଜଗତର ରହିବାର ଅଧିକାର । |
ଅକ୍ଟୋବର ୧-୭, ବିଶ୍ଵ ବନ୍ୟପ୍ରାଣୀ ସପ୍ତାହ |
ବନ୍ୟଜନ୍ତୁ ସଂରକ୍ଷଣ ପାଇଁ ସଚେତନତା ସୃଷ୍ଟି କରିବା । |
ଅକ୍ଟୋବର୪, ଜୀବଜନ୍ତୁ ମଙ୍ଗଳ ଦିବସ |
ଜୀବ ଜନ୍ତୁଙ୍କ ସୁରକ୍ଷା ଓ ମଙ୍ଗଳପାଇଁ ସଚେତନତା ସୃଷ୍ଟି କରିବା । |
ଅକ୍ଟୋବର ୧୩, ଆନ୍ତର୍ଜାତିକ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ଦିବସ |
ପରିବେଶ ର ସନ୍ତୁଳନ ରକ୍ଷାକରି ପ୍ରାକୃତିକ ବିପର୍ଯ୍ୟୟ ପ୍ରକାଶନ କରିବା । |
ନଭେମ୍ବର ୧୪, ଜାତୀୟ ଶିଶୁ ଦିବସ |
ଶିଶୁମାନେ ଆମର ଜାତୀୟ ସମ୍ପଦ ଶିଶୁମାନଙ୍କୁ ବିକଶିତ କରି ଏକ ଉନ୍ନତ ରାଷ୍ଟ୍ର ଗଠନ କରିବା । |
ଡିସେମ୍ବର ୨, ଭୋପାଳ ଦୁର୍ଘଟଣା ସ୍ମାରକୀ ଦିବସ |
ବିଷାକ୍ତ ବାଷ୍ପର ଭୟକାଂରିତା ଆଉ କୌଣସିଠାରେ ନଘଟୁ ଏକଟା ସ୍ମରଣ କରିବା । |
ବିଶ୍ଵ ଏକ ଅପରିବର୍ତ୍ତନୀୟ ଶୃଙ୍ଖଳାରେ ପରିଚାଳିତ ଓ ସମସ୍ତ ସୃଷ୍ଟି ଏହି ନିୟମରେ ବନ୍ଧା । ଏହା ଏକ ଅନ୍ଧକାନୁନ୍ ନୁହେଁ, କାରଣ କୌଣସି ଅନ୍ଧା କାନୁନ୍ ମନୁଷ୍ୟକୁ ତିଷ୍ଠିବା ପାଇଁ ସହାୟକ ନାହିଁ । |
ମହାତ୍ମା ଗାନ୍ଧୀ |
ମନୁଷ୍ୟର ସର୍ବନିମ୍ନ ଆବଶ୍ୟକତାକୁ ମେଣ୍ଟାଇବା ପାଇଁ ପ୍ରକୃତି ଆମକୁ ଯଥେଷ୍ଟ ଦେଇଛି ମାତ୍ର ତା’ର ଲାଭ ପାଇଁ ନୁହେଁ । |
ମହାତ୍ମା ଗାନ୍ଧୀ |
ଯେପରି ଭାବେ ଆମ୍ଭେମାନେ ପ୍ରକୃତି ସହିତ ବ୍ୟବହାର କରିଥାଉ ତାହା ଆମର ନିଜ ପ୍ରକୃତିର ଏକ ଦର୍ପଣ ମାତ୍ର । |
ମହାତ୍ମା ଗାନ୍ଧୀ |
ଯେପରିଭାବେ ଆମେ ପ୍ରକୃତିକୁ ନିଜସ୍ଵ ସମ୍ପତ୍ତି ଭାବି ଲୁଣ୍ଠିତ କରୁ ଅଛୁ ସେହିପରି ଭାବେ ଯଦି ଆମ୍ଭେମାନେ ନିଜକୁ ପ୍ରକୃତିର ଏକ ସମ୍ପଦ ଭାବିଥାଉ, ତା ହେଲେ ବୋଧେ ଆମେ ପ୍ରକୃତିକୁ ଉଚିତ ସମ୍ମାନ ଓ ସଦଭାବ ପ୍ରଦାନ କରିପାରିବା । |
ଆଲ୍ଡୋ ଲିଓଗୋଲ୍ଡ |
ଗଛକୁ ନିଜର କରିବାକୁ ହେଲେ, ତାହାର ଯତ୍ନ ନିଅ, ତା’ ପାଖକୁ ଯାଅ, ତାକୁ କୋଳାଗ୍ରତ କର ଓ ତା’ର ଅସ୍ତିତ୍ଵକୁ ସ୍ଵୀକାର କର । |
ରସ୍ମିନ୍ ବଣ୍ଡ |
ପୃଥିବୀର ସମସ୍ତ ସୃଷ୍ଟିମାନଙ୍କର ଏକ ନିଜସ୍ଵ ଭାଷା ଅଛି । କେବଳ ମଣିଷ ସେମାନଙ୍କର ଭାଷା ବୁଝିବା ଆବଶ୍ୟକ । |
କେହି ଜଣେ |
ପ୍ରକୃତିକୁ ପ୍ରଶଂସା କରିବାର ପ୍ରତିଟି ମୂହୁର୍ତ୍ତ ସୃଷ୍ଟିକର୍ତ୍ତାଙ୍କୁ ପ୍ରାର୍ଥନା କରିବା ସହିତ ସମାନ |
ଭରନନ୍ ହାର୍ଣର |
ଆମ୍ଭମାନଙ୍କର ଏହା ମନେ ରଖିବା ଉଚିତ ଯେ ପୃଥିବୀରେ ମନୁଷ୍ୟ ବ୍ୟତୀତ ଅନ୍ୟାନ୍ୟ ସୃଷ୍ଟିର ମଧ୍ୟ ସମାନ ଅଧିକାର ରହିଛି । |
ବୌଦ୍ଧ ଗୁରୁ ଦଲାଇ ଲାମା |
ଆମ୍ଭମାନଙ୍କୁ ତିଷ୍ଠିରହିବା ପାଇଁ ଏକ ବିଶ୍ଵସ୍ତରୀୟ ପରିବେଶୀୟ ଜାଗରଣର ଆବଶ୍ୟକତା ରହିଛି, ଯେଉଁଥି ପାଇଁ କି ଜନସଚେତନତା ଅପରିହାର୍ଯ୍ୟ |
ମିଖାଏଲ ବୋର୍ବାଚେଭ |
ଏହି ଘଡିସନ୍ଧି ମୂହୁର୍ତ୍ତରେ ମାନବଜାତି ପାଇଁ ଚିନ୍ତାରୁ ସର୍ବପ୍ରାଥମିକ କାରଣ ହେଉଛି – ପୃଥିବୀର ନିରନ୍ତର ଦୁର୍ଦ୍ଦଶାର ମୁକ ସାକ୍ଷୀ ହୋଇ ସାମନା କରିବା । |
ଗେଲର୍ଡ ନେଲସନ୍ |
ପ୍ରକୃତି ବିରୁଦ୍ଧରେ ହିଂସାକୁ ରୋକିବା ପାଇଁ ପରିସଂସ୍ଥା ଆନ୍ଦୋଳନ ସେ ପର୍ଯ୍ୟନ୍ତ କରାଯାଇ ପାରିବ ନାହିଁ – ଯେ ପର୍ଯ୍ୟନ୍ତ ମାନବ ସଂସ୍କୃତି ଅହିଂସାକୁ ମୂଳାଧାର ନ କରିଛି । |
ମହାତ୍ମା ଗାନ୍ଧୀ |
ଭଗବାନ ବୃକ୍ଷରାଜି ସୃଷ୍ଟି କଲେ । ଏହାକୁ ସମସ୍ତ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କଲେ, ମାତ୍ର ଏହାକୁ ମନୁଷ୍ୟଠାରୁ ରକ୍ଷା କରିବାରେ ହାରିଗଲେ । |
ଯୋଆନ ମୂଇର |
ଯେଉଁମାନେ ପ୍ରକୃତିକୁ ଭଲ ପାଆନ୍ତି ସେମାନେ ଜୀବନରେ କେବେବି ନିଃସଙ୍ଗ ନୁହନ୍ତି । |
ରାଚେଲ କାରସନ୍ |
ପୃଥିବୀ ପ୍ରତି ବିପଦ ମାନେ ମନୁଷ୍ୟ ପ୍ରତି ବିପଦ |
ଚିଫ୍ ସିଏଟଲ୍ |
ଜଳବାୟୁ, ବୃକ୍ଷଲତା ଏବଂ ଜୀବଜନ୍ତୁ ସୁରକ୍ଷିତ ହେଲେ ହିଁ ମାନବ ଜାତି ସୁରକ୍ଷିତ ହେବ । |
ସ୍ତୁଆର୍ଟ ୟୁଡାଲ୍ଲ |
ଯେ ପର୍ଯ୍ୟନ୍ତ ବୈଜ୍ଞାନିକ ଏକ ତୃଣ ସୃଷ୍ଟି ନ କରିପାରିଛି ସେ ପର୍ଯ୍ୟନ୍ତ ବିଜ୍ଞାନ ପ୍ରକୃତି ସାମନାରେ ହାସ୍ୟସ୍ପଦ । |
ଥୋମାସ ଆଲଭା ଏଡିସନ୍ |
ହିଂସ୍ରଜନ୍ତୁ ପ୍ରଥମେ ଜଙ୍ଗଲରେ ଥିଲେ । ଆଜିକାଲି ସହରରେ ମାତିଲେଣି । |
ମହାତ୍ମା ଗାନ୍ଧୀ |
ବୃକ୍ଷ ହିଁ ମନୁଷ୍ୟର ପ୍ରକୃତ ବନ୍ଧୁ |
ଫ୍ରାଙ୍କ ଲଏଡ ରାଇଟ୍ |
ଯେତେବେଳେ ଆମେ ପୃଥିବୀକୁ ସୁସ୍ଥ ରଖୁ, ପୃଥିବୀ ଆମକୁ ସୁସ୍ଥ ରଖେ । |
ଡେଭିଡ୍ ଅର୍ |
ଏହି ଗ୍ରହର ଲମ୍ବା ଜୀବନ କାଳରେ ଜଣେ ପରିବେଶବିତ୍ ହିଁ ପ୍ରକୃତ ହିସାବ ନିରିକ୍ଷକ : କୌଣସି ଗନ୍ଥାଗାରର ମାଲିକ ନୁହନ୍ତି । |
ସ୍ତୁଆର୍ଟ ୟୁଡାଲ୍ଲ |
ପ୍ରକୃତି ହସିଲେ, ମଣିଷ ବଞ୍ଚିବ । |
ଯୋସେଫ୍ ଉଡ୍ କ୍ରଚ |
ମଣିଷ ପ୍ରକୃତି ଓ ପରିବେଶକୁ ଜେଭଳି ସଜାଏ, ସେ ନିଜେ ମଧ୍ୟ ସେହିଭଳି ଗଢି ଉଠେ । |
ରେନେ ଡ୍ୟୁବୋସ |
ଯେଉଁଠି ପରିବେଶର ଗୁଣାତ୍ମକ ମାନ କମିଯାଏ, ସେଠାରେ ମଣିଷର ଜୀବନ ଧାରଣର ମାନ ମଉଳି ଯାଏ । |
ଜର୍ଜ ହୋଲାଣ୍ଡ |
ଆଧାର – ବିଜ୍ଞାନ ଓ ପରିବେଶ ବିକାଶ ସମିତି
Last Modified : 10/8/2019