(ଏକଥା ସମସ୍ତେ ସ୍ଵୀକାର କଲେଣି ଯେ ଆମ ଜଳବାୟୁରେ ପରିବର୍ତ୍ତନ ଘଟିଛି ଓ ଏଥିପାଇଁ ଅନେକ ପ୍ରାକୃତିକ ବିଭ୍ରାଟ ଘଟିଛି । ଏଣୁ ଜଳବାୟୁ ପରିବର୍ତ୍ତନର ମୁଖ୍ୟ ଉପାଦାନଗୁଡିକୁ ବୁଝିବା ଏକାନ୍ତ ଆବଶ୍ୟକ )
ବାୟୁ ବିନା ମନୁଷ୍ୟ ବଞ୍ଚିବା ଅସମ୍ଭବ । ଆମେ ଯାହା ପ୍ରଶ୍ଵାସରେ ଗ୍ରହଣ କରୁ ତାକୁ ହିଁ ବାୟୁ ବାଲି ଜାଣୁ । ଏହି ଯେଉଁ ବାୟୁକୁ ଆମେ ପ୍ରଶ୍ଵାସରେ ଗ୍ରହଣ କରୁ ତାହା ଆମେ ବାଯୁମଣ୍ଡଳରୁ ପାଇଥାଉ ତାହାକୁ ଅକ୍ସିଜେନ ବା ଅମ୍ଳଜାନ ବୋଲି କୁହାଯାଏ । ବାୟୁ ଆମ ଦେହରେ ବାଜିଲେ ଆମର ସ୍ପର୍ଶ ଶକ୍ତିଦ୍ଵାରା ଆମେ ତାହା ଥଣ୍ଡା କି ଗରମ ଜାଣିପାରୁ । ଶୀତ ଦିନେ ଥଣ୍ଡା ଓ ଗରମ ଦିନେ ଗରମ ବାୟୁ ଆମେ ପାଇଥାଉ । ପୃଥିବୀର ସ୍ଥଳଭାଗ ବା ଜଳଭାଗଠାରୁ ଆମେ ପ୍ରାୟ ୯୦୦ କିଲୋମିଟର ଉପରକୁ ଉଠିଗଲେ ବାୟୁମଣ୍ଡଳକୁ ଟପିଯାଉ ; ତେଣୁ ସେଠାରେ ଆକ୍ସିଜେନ ବା ଅମ୍ଳଜାନ ଥଳୀର ଆବଶ୍ୟକତା ପଡେ । ସେଥିପାଇଁ ମହାକାଶଚାରୀମାନେ ମହାକାଶକୁ ଯିବା ସମୟରେ ଅମ୍ଳଜାନଥଳୀ ସାଙ୍ଗରେ ନେଇ ଯାଇଥାଆନ୍ତି । ଏହାଛଡା ବାଯୁମଣ୍ଡଳ ମଧ୍ୟରେ କେତେବେଳ କେମିତି ଠାଏ ଠାଏ ବାୟୁ ଶୂନ୍ୟ ରହେ । ସେଥିପାଇଁ ଉଡାଜାହାଜଟି ଉଡୁଥିବାବେଳେ ସେହି ଜାଗାକୁ ପଶି ଆସିଲେ ହଠାତ୍ ତଳକୁ ଖସିଆସେ ଏବଂ ଯେଉଁଠାରେ ବାଯୁମଣ୍ଡଳ ଠାଏ ସେହିଠାରେ ପୁଣି ଉଡିବାକୁ ଆରମ୍ଭ କରେ । ସେତେବେଳେ ଉଡାଜାହାଜଟି ତଳକୁ ଖସିପଡିଲା ପରି ମନେହୁଏ । ଉଡାଜାହାଜରେ ବସି ଯାଉଥିବା ଯାତ୍ରୀମାନେ ସେ ସମୟରେ ଡରି ଯାଆନ୍ତି ।
ବାୟୁର କୌଣସି ଆକାର ନାହିଁ । ନିୟମ ଅନୁସାରେ ଏହାର ପରିବର୍ତ୍ତନ ଲାଗିରହିଛି । କେତେବେଳେ ଏହା ଥଣ୍ଡା ଓ କେତେବେଳେ ଏହା ଗରମ । ବର୍ଷାଦିନେ ଏହାର ରୂପ ସମ୍ପୂର୍ଣ୍ଣ ଅଲଗା । ଏହିଦିନେ ଆକାଶରେ ମେଘା ଘୋଟିଆସେ । କେତେବେଳେ ଘଡଘଡି ସହ, କେତେବେଳେ କେବଳ ମୁଷଳ ଧାରାରେ ବର୍ଷା ହୁଏ । ବର୍ଷା ହେବା ପୂର୍ବରୁ ବାଯୁମଣ୍ଡଳରେ ଅଧିକ ଜଳୀୟ ବାଷ୍ପ ଠାଏ । ଏହା ଅଧିକ ଥଣ୍ଡା ହେଲେ ଜଳବିନ୍ଦୁରେ ପରିଣତ ହୋଇ ବର୍ଷା ହୋଇଥାଏ । ପୃଥିବୀ ପାଇଁ ଏହାର ଆବଶ୍ୟକତା ବହୁତ ବେଶୀ । କୃଷିକାର୍ଯ୍ୟ ବର୍ଷା ଉପରେ ନିର୍ଭର କରେ ।
କୌଣସି ସ୍ଥାନର ବାୟୁ ଖୁବ୍ ଗରମ ହୋଇଗଲେ ତାହା ହାଲୁକା ହୋଇଯାଏ । ଏହି ହାଲୁକା ବାୟୁ ଉଠିଯାଏ; ତେଣୁ ସେହି ସ୍ଥାନ ପୂରଣ କରିବା ପାଇଁ ଆଖପାଖ ଅଞ୍ଚଳରୁ ଖୁବ୍ ଜୋରରେ ବାୟୁ ସେଟାକୁ ମାଡିଆସେ । ସେହି ସମୟରେ ଝଡ ବା ବାତ୍ୟାର ସୃଷ୍ଟି ହୋଇଥାଏ । ଏହା କେତେବେଳେ ଧୀର ଆଉ କେତେବେଳେ ପ୍ରବଳ ରୂପ ଧରେ । ଏହାଦ୍ଵାରା ବହୁ ଧାନ ଜୀବନ ନଷ୍ଟ ହୁଏ ।
ଅନେକ ସମୟରେ ଶୀତଦିନେ କୁହୁଡି ପଡେ । ସେ ସମୟରେ ରାସ୍ତାରେ ଯାନବାହାନ ଆଦି ଯିବା ଆସିବା କରିବା କଷ୍ଟକର ହୋଇପଡେ । ସାମନାରେ ଆଠ, ଦଶ ହାତ ପରଠାରୁ ଆଦୌ କିଛି ଦେଖାଯାଏ ନାହିଁ । କେବଳ ଧୂଆଁଳିଆ ଜଣାପଡେ । ଶୀତ ଦିନେ ବାୟୁ ଅଧିକ ଥଣ୍ଡା ରହେ । ବାୟୁରେ ଥିବା ଜଳୀୟ ବାଷ୍ପ ଧୂଳିକଣା ସହ ମିଶି ଅଧିକ ଥଣ୍ଡା ହୋଇ ଖୁବ୍ ସାନ ସାନ ଜଳ ବିନ୍ଦୁରେ ପରିଣତ ହୁଏ । ଏହି ଜଳବିନ୍ଦୁ ଧୂଳିକଣାରେ ଲାଗି ବାୟୁରେ ଭାସେ । ସେ ସମୟରେ ଏହା ଧୂଆଁଳିଆ ଦିଶେ । ଏହା ହେଉଛି କୁହୁଡି ।
ଜୋର ପବନ ବହିଲେ ଧୁଳି ରାସ୍ତାଘାଟରୁ ଉପରକୁ ଉଡିବୁଲେ । ଏହା ବାଯୁମଣ୍ଡଳରେ ମିଶିଳା ପରେ ଧୂଳିକଣାର ସୃଷ୍ଟି ହୁଏ । ଗୋଟିଏ ଅନ୍ଧାର ଘରେ ସୂର୍ଯ୍ୟକିରଣ ପଡିଲେ ଏହି ଧୂଳିକଣାଗୁଡିକ ଦେଖିବାକୁ ମିଳନ୍ତି । ସଦାସର୍ବଦା ବାୟୁରେ ଅସଂଖ୍ୟ ଧୂଳିକଣା ପୂରି ରହିଛି ।
“ବର୍ତ୍ତମାନର ପରିବେଶ ବ୍ୟବସ୍ଥା ଯେଉଁ ସ୍ତରକୁ ଆସିଛି ତାହା ଯଦି ଆଜିଠୁ ସଜଡା ନହୁଏ, ତେବେ ଭବିଷ୍ୟତ ଆଜିର ସଚେତନ ନାଗରିକମାନଙ୍କୁ ଦାୟୀ କରିବ ।”
ସଂଗୃହୀତ – ପ୍ରଫେସର ପଦ୍ମଲୋଚନ ନାୟକ
Last Modified : 1/26/2020