অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଗ୍ୟାସ୍ ଚୁଲା ବ୍ୟବହାର କରୁଥିଲେ

ଗ୍ୟାସ୍ ଚୁଲା ବ୍ୟବହାର କରୁଥିଲେ

ଗ୍ୟାସ୍ ଚୁଲା

ଆଜିକାଲି ପ୍ରତ୍ୟେକ ଘରେ ରୋଷେଇ ପାଇଁ ଗ୍ୟାସ୍ ଚୁଲା ବ୍ୟବହାର କରାଯାଉଛି । କିନ୍ତୁ ସିଲିଣ୍ଡର୍ ର ରେଗୁଲେଟର  ଯଥା ସମୟରେ ବନ୍ଦ ଅବହେଳା  ବେଳେବେଳେ ଭୟଙ୍କର ଦୁର୍ଘଟଣାର  ରୂପ ନେଇଥାଏ ।

ବ୍ୟବହାର

ତେଣୁ ଏହାକୁ ବ୍ୟବହାର କରୁଥିବା ସମୟରେ କେତେକ ଦିଗ ପ୍ରତି ଦୃଷ୍ଟି ଦେବା ନିତ୍ୟନ୍ତ ଆବଶ୍ୟକ ।  ଜାଣନ୍ତୁ ସେ ସମ୍ପର୍କରେ

  • ଗ୍ୟାସ୍ ଏଜେନ୍ସିରୁ ସିଲିଣ୍ଡର୍ ରଖିବା ପୂର୍ବରୁ ତା’ର  ଏକ୍ସପାଏରୀ ଡେଟ୍ କୁ ଭଲ ଭାବରେ ଚେକ୍ କରି ନିଅନ୍ତୁ । କାରଣ ଡେଟ୍ ଏକ୍ସପାଏର ହୋଇଯାଇଥିବା ସିଲିଣ୍ଡର୍ ରେ ଶୀଘ୍ର ନିଆଁ ଧରିବାର ଆଶଙ୍କା ରହିଥାଏ ।
  • ସିଲିଣ୍ଡରରେ ଲାଗିଥିବା ପାଇପ ଏବଂ ରେଗୁଲେଟର ପୁରୁଣା ହୋଇଗଲେ ସେଥିରେ ଲିକେଜ୍ ସମସ୍ୟା ଦେଖାଦେଇଥାଏ । ତେଣୁ ସମୟ ସମୟରେ ପାଇପ୍ ଏବଂ ରେଗୁଲ୍ଟ୍ରକୁ ଚେକ୍ କରନ୍ତୁ । ଆବଶ୍ୟକସ୍ଥଳେ ତା’ କୁ ବଦଳାଇ ଦିଅନ୍ତୁ ।
  • ଗ୍ୟାସ୍ ସିଲିଣ୍ଡରକୁ ସବୁବେଳେ ସିଧା କରି ରଖନ୍ତୁ । ଏହାକୁ ଏପରି ସ୍ଥାନରେ ରଖନ୍ତୁ, ଯେପରି ଏହା ତଳେ ପଡିବାର ଆଶଙ୍କା ନଥିବ । ଏହା ବ୍ୟତୀତ ଗ୍ୟାସ୍ ଭର୍ତ୍ତି ଥିବା ସିଲିଣ୍ଡରକୁ ଘୋଷାଡ଼ିବା ମଧ୍ୟ ଠିକ୍ ନୁହେଁ ।
  • ଯଦି ସିଲିଣ୍ଡରକୁ କିଚେନ୍ ରେ ରଖିଛନ୍ତି, ତା’ ହେଲେ ସେଠାରେ ଭଲ ଭେଣ୍ଟିଲେଶନ୍ ର ସୁବିଧା କରାନ୍ତୁ । ଏହାଦ୍ବାରା ରୋଷେଇ କରୁଥିବା ସମୟରେ ନିଆଁ ଲାଗିବାର ଆଶଙ୍କା କମ୍ ରହିଥାଏ ।
  • ଶୀଘ୍ର ନିଆଁ ଲାଗୁଥିବା ଜିନିଷ ତଥା ପ୍ଲାଷ୍ଟିକ୍ କୁ ସିଲିଣ୍ଡର ପାଖରେ ରଖନ୍ତୁ ନାହିଁ । କେବଳ ଏତିକି ନୁହେଁ ଅନେକେ ଚୁଲା  ଜଳାଇବା ଲାଗି ଲାଇଟର ପରିବର୍ତ୍ତେ ଦିଆସିଲି ବ୍ୟବହାର କରିଥାନ୍ତି ଏବଂ ତାହାକୁ ଚୁଲା ଉପରେ ହିଁ ରଖିଦେଇଥାନ୍ତି । ହେଲେ ଏପରି କରିବା ଦ୍ଵାରା  ଅନେକ ସମୟରେ ଅଗ୍ନିକାଣ୍ଡ ଘଟୁଥିବାର ନଜୀର ରହିଛି । ତେଣୁ ଏଥିପ୍ରତି ସଚେତନ ରହିବା ଆବଶ୍ୟକ ।
  • ସାଧାରଣତଃ ଘରେ ଦୁଇଟି ସିଲିଣ୍ଡର ରହିଥାଏ । ଗୋଟିଏ ବ୍ୟବହାର ହେଉଥିବା ବେଳେ ଆଉ ଗୋଟିଏକୁ ଏକ୍ସଟ୍ରା ଭାବେ ରଖାଯାଇଥାଏ । ଏକ୍ସଟ୍ରା ଭାବେ ଥିବା ସିଲିଣ୍ଡରକୁ କୌଣଶୁ ଶୁଖିଲା ସ୍ଥାନରେ ରଖନ୍ତୁ । ଏପରିକି ସିଲିଣ୍ଡରକୁ ଖରା ପଡୁଥିବା କିମ୍ବା ଗରମ ସ୍ଥାନରେ ମଧ୍ୟ ରଖନ୍ତୁ ନାହିଁ ।
  • ଏସବୁ ବ୍ୟତୀତ ସିଲିଣ୍ଡର୍ ପ୍ରୟୋଗ କରୁ ନ ଥିବା ସମୟରେ ତା’ର ରେଗୁଲେଟର କୁ ବନ୍ଦ କରି ରଖନ୍ତୁ । ଏହାଦ୍ୱାରା ଗ୍ୟାସ୍ ଲିକ୍ ହେବାର ସମସ୍ୟା ସୃଷ୍ଟି ହୋଇ ନ ଥାଏ ।

ଆଧାର – ଦୈନିକ ଧରିତ୍ରୀ

Last Modified : 2/23/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate