ଚେନ୍ନାଇର କିଲପାକ ଆଞ୍ଚଳରେ ୧୭ ବାସୁ ଷ୍ଟ୍ରିଟରେ ଏକ ପୂର୍ଣ୍ଣ ନିୟୋଜିତ ଘର ରହିଛି । ଏହି ଘରେ ନିଜସ୍ଵ ବାୟୋଗ୍ୟସ୍ ବ୍ୟବସ୍ଥା, ଜଳ ସଞ୍ଚୟ ୟୁନିଟ୍ ତଥା ନିଜସ୍ଵ କିଚେନ୍ ଗାର୍ଡେନ ରହିଛି । ଏହି ଘରର ମାଲିକ ହେଉଛନ୍ତି ଆଇ ଆଇଏମ୍ ଅହମଦାବାଦ ଏବଂ ଆଇଆଇଟି ମାଡ୍ରାସରୁ ସ୍ନାତକ ହାସଲ କରିଥିବା ଡ. ସୁରେଶ । ସେ ଟେକ୍ସଟାଇଲ କମ୍ପାନୀର ମାର୍କେଟିଂ ଏକ୍ଜିକ୍ୟୁଟିଭ ପଦରୁ ଚାକିରି ଆରମ୍ଭ କରି କମ୍ପାନୀର ପରିଚାଳନା ନିର୍ଦେଶକ ହୋଇପାରିଥୁଲେ । ଏବେ ଆଉ ଏକ କମ୍ପାନୀର ସାଧାରଣ ପରିଚାଳକ ଭାବେ କାର୍ଯ୍ୟ କରୁଛନ୍ତି । ବାୟୋଗ୍ୟସ୍ ଚେଷ୍ଟାଭରେ ତିଆରି ହୋଇଥିବା କଫିରୁ ସୁରେଶଙ୍କ ସକାଳ ଆରମ୍ଭ ହୁଏ । ତାଙ୍କ ଘରେ ବିଦ୍ୟୁତ ଉପକରଣଗୁଡିକ ସୌରଶକ୍ତିରେ ପରିଚାଳିତ । ରୋଷେଇ ଲାଗି ଅର୍ଗାନିକ ପରିବା ବ୍ୟବହାର କରାଯାଏ ଯାହା ଛାତ ଉପରେ ନିର୍ମିତ କିଟେନ୍ ଗାର୍ଡେନରୁ ଆସେ ।
ଏ ପ୍ରସଙ୍ଗରେ ପ୍ରେରଣା କେଉଁଠାରୁ ପାଇଲେ ବୋଲି ପ୍ରଶ୍ନର ଉତ୍ତରରେ ସୁରେଶ କହନ୍ତି ଯେ, ଜର୍ମାନୀ ବୁଲିବାକୁ ଯାଇଥିବା ବେଳେ ସେଠାରେ ଲୋକଙ୍କ ଘର ଛାତରେ ସୋଲାର ପ୍ଲାଣ୍ଟ ଲାଗିଥିବା ଦେଖୁ ତାଙ୍କୁ ଆଶ୍ଚର୍ଯ୍ୟ ଲାଗିଲା । ସେ ଭାବିଲେ, ଯଦି କମ୍ ସୂର୍ଯ୍ୟାଲୋକ ପାଉଥିବା ଦେଶରେ ଲୋକେ ସୌରଶକ୍ତିରୁ ଜୀବନ ନିର୍ବାହ କରିପାରୁଛନ୍ତି ତେବେ ଭାରତ ପରି ପର୍ଯ୍ୟାପ୍ତ ସୂର୍ଯ୍ୟାଲୋକ, ଥିବା ଦେଶରେ ଏହା କାହିକି ସମ୍ଭବ ହୋଇପାରିବନି ? ଆରମ୍ଭରେ ସେ ସୋଲାର ପ୍ଲାଣ୍ଟ କରିବା ଲାଗି ବଡ ବଡ କମ୍ପାନୀ ମାଲିକମାନଙ୍କ ସହିତ ସାକ୍ଷାତ କଲେ ।
ଲାଗି ବର୍ଷେରେ ଘର ପାଇଁ ୧ କିଲୋୱାଟର ସୋଲାର ପ୍ଲାଣ୍ଟ ପ୍ରସ୍ତୁତ କରିନେଲେ । ୨୦୧୫ରେ ସେ ଏହାର କ୍ଷମତା ୩ କିଲୋୱାଟକୁ ବୃଦ୍ଧି କରିଥଲେ ।
ସୋଲାର ପ୍ଲାଣ୍ଟରୁ ଘରକୁ ବିଦ୍ୟୁତ ଶକ୍ତି ଯୋଗାଇବା ଲାଗି ଅଲଗା ଓୟାରିଂ” ଆବଶ୍ୟକ ନୁହେଁ । ମାତ୍ର ଗୋଟିଏ ଦିନରେ ଏହାକୁ ଲଗାଇହେବ । ରକ୍ଷଣାବେକ୍ଷଣ ଲାଗି ୬ମାସକୁ ଥରେ ପ୍ୟାନେଲଗୁଡିକୁ ସଫା କରିବା ଜରୁରୀ । ତାଙ୍କ ଘରେ ୧୧ଟି ପଙ୍ଖ, ୨୫ଟି ଲାଇଟ୍, ଗୋଟିଏ ଫ୍ରିଜ୍, କମ୍ପ୍ୟୁଟର, ପାଣି ମଟର, ଟିଭି, ଗ୍ରାଇଣ୍ଡର, ଓଭନ୍,ୱାସିଂ ମେସିନ୍ ଏବଂ ଗୋଟିଏ ଏୟାର କଣ୍ଡିସନର ରହିଛି ଯାହା କେବଳ ସୌରଶକ୍ତି ଦ୍ଵାରା ପରିଚାଳିତ । ଗତ ଚାରିବର୍ଷ ଭିତରେ ଗୋଟିଏ ସେକେଣ୍ଡ ବି ସେମାନେ ବିଜୁଳି କାଟ୍ ଭଳି ପରିସ୍ଥିତିରେ ପଡିନାହାନ୍ତି । ଦିନକୁ ୧୨ ରୁ ୧୬ୟନିଟ୍ ବିଦ୍ୟୁତ ସୋଲାର ପ୍ଲାଣ୍ଟରୁ ମିଳିଯାଉଛି । ଏହା ସହିତ ଛାତରୁ ସଂଗୃହୀତ ବର୍ଷାଜଳ ଅର୍ଗାନିକ ଫିଲ୍ଟର ଦ୍ଵାରା ବିଶୁଦ୍ଧ କରି ଭିନ୍ନଭିନ୍ନ କାର୍ଯ୍ୟରେ ବ୍ୟବହାର କରୁଛନ୍ତି ସେମାନେ । ବାୟୋଗ୍ୟ।ସ ପ୍ଲାଣ୍ଟରେ ପ୍ରତିଦିନ ୧୦ କିଲୋଗ୍ରାମର ବର୍ଜାବସ୍ତୁ ପକାଇ ମାସକୁ ୩୫ରୁ ୪୦ କିଲୋଗ୍ରାମ ଗ୍ୟାସ୍ ପାଇଯାଉଛନ୍ତି । ଏହା ୨୫ରୁ ୩୦ କିଲୋଗ୍ରାମ ଏଲ୍ ପିଜି ସହ ସମାନ ହେବ ।
ପ୍ରତିଦିନର ସକାଳ ନିଜ ବଗିଚାରେ ବିତାଇବା ସୁରେଶଙ୍କର ପସନ୍ଦ | ତାଙ୍କ ବଗିଚାରେ ପ୍ରାୟ ୨୦ ପ୍ରକାର ପନିପରିବା ଅର୍ଗାନିକ ଉପାୟରେ ଚାଷ କରାଯାଉଛି | କାହା ଉପରେ ଆଶ୍ରୀ ନକରି ଆତ୍ମନିର୍ଭରଶୀଳ ହୋଇ ଆରାମଦାୟକ ଜୀବନ ଜିଇବାରେ ବିଶ୍ଵାସ କରନ୍ତି ସୁରେଶ । ଏହା ସହିତ ପ୍ରକୃତିକୁ ସୁରକ୍ଷା ଦେବା ଲାଗି ମଧ୍ୟ ଲକ୍ଷ୍ୟ ରଖିଛନ୍ତି ।
ଆଧାର: ଶକ୍ତି ମଞ୍ଚ
Last Modified : 1/26/2020