ଲୁହା ଏକ ଶକ୍ତି ଧାତୁ ହିସାବରେ ଜଣାଶୁଣା । ଆଦିମ ମଣିଷ ପଥର ପରେ ପରେ ଏପରି ଲୁହା ବ୍ୟବହାର କଳା ଯେ ସେଇ ଯୁଗକୁ “ ଲୌହ ଯୁଗ “ ଭାବରେ ଗଣାଗଲା । ଆଜିକାଲୀ କମ୍ୟୁଟର ଯୁଗରେ ମଧ୍ୟ ଧାତୁମାନଙ୍କ ଭିତରେ ସବୁଠାରୁ ବେସୀ ବ୍ୟବହୃତ ହୁଏ ଲୁହା । ତା ପଛକୁ ଯଥାକ୍ରମେ ଆଲୁମିନିୟମ ଓ ତମଡା । ପ୍ରକୃତ ପକ୍ଷେ ଖାଣ୍ଟି ଲୁହା ଯେତିକି ଶକ୍ତ ନୁହେଁ , ଏଥିରେ ଅନ୍ୟାନ୍ୟ ଧାତୁ ପଦାର୍ଥମାନ ମିଶି ତିଆରି ହୋଇଥିବା ବିଭିନ୍ନ ସଙ୍କର ଲୌହପିଣ୍ଡ ବା “ ଇସ୍ପାତ” ତାହାଠାରୁ ଅଧିକ ଶକ୍ତ । ଯେଉଁସବୁ ଧାତୁ ଲୁହାକୁ ଅଧିକ ଶକ୍ତ କରିଥାଆନ୍ତି , ସେମାନଙ୍କ ମଧ୍ୟରେ “ ମାଙ୍ଗାନିଜ” ଅନ୍ୟତମ । କୁହାଯାଏ ଯେ କୁଆଡେ ଟାଇଟାନିକ ନିର୍ମାଣରେ ଲାଗିଥିବା ଇସ୍ପାତରେ ମାଙ୍ଗାନିଜ ପରିମାଣ ଊଣା ଥିବାରୁ ଜାହାଜଟି ବୁଡି ଯାଇଥିଲା । ମାଙ୍ଗାନିଜ ଯେ କେବଳ ଲୁହାକୁ ଶକ୍ତ କରିଥାଏ ତା ନୁହେଁ , ଏହା ଆଲୁମିନିୟମ ଓ ତମ୍ବାକୁ ମଧ୍ୟ ଶକ୍ତ କରିଥାଏ । ଆମେ ଦୋକାନରୁ କିଣୁଥିବା ବନ୍ଦ ଖାଦ୍ୟ ବା ପାନୀୟ ଟିଣଡବା ପ୍ରକୃତରେ ମାଙ୍ଗାନିଜ ମିଶା ସଙ୍କର ଆଲୁମିନିୟମ ଧାତୁରେ ତିଆରି । ଏହାଛଡା ସାରା ବିଏସଡ଼ବଲଇଉରେ ବାର୍ଷିକ ପ୍ରାୟ ୨୦ ହଜାର ନିୟୁତ ବ୍ୟାଟେରୀ ଆମେ ବ୍ୟବହାର କରିଥାଉ , ଯେଉଁତିରେ ମାଙ୍ଗାନିଜ ଲାଗିଥାଏ । ଏହିସବୁ କାରଣରୁ ପରିମାଣ କ୍ରମରେ ଆମର “ ମାଙ୍ଗାନିଜ “ ବ୍ୟବହାର ଲୁହା , ଆଲୁମିନିୟମଓ ତମ୍ବା ପଛକୁ ଚତୁର୍ଥ ସ୍ଥାନରେ ରହିୟଚି । ଏଇଥିରୁ ମାଙ୍ଗାନିଜର ଉପଦେୟତା ସହଜରେ ଅନୁମେୟ । ଖଣିଜ ପଦାର୍ଥଭରା ଓଡିଶାରେ , ବିଶେଷ କରି “ ଖଣିଜ ଓ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନର ଗବେଷଣା ଚକ୍ରରେ “ ମାଙ୍ଗାନିଜ ଧାତୁର ସ୍ଥାନ କେଉଁଠି ,ସେଇ ସମ୍ପକରେ କିଛି ଆଲୋକପାଟ କରିବା ଏହି ଆଲୋଚ୍ୟର ଉଦ୍ଦେଶ୍ୟ ।
ଅବଗତି
ପ୍ରଥମେ ମାଙ୍ଗାନିଜର ବୁୟବହାର ପ୍ରସ୍ତର ଯୁଗରେ ହିଁ ଆଦିମ ମଣିଷ ଦ୍ଵାରା ହୋଇଥିବାର ଅନୁମାନ କରାଯାଏ । ସେମାନେ ମାଙ୍ଗାନିଜ – ଅମ୍ଳଜାନ ଯୌଗିକ (ମାଙ୍ଗାନିଜ ଡାଇଅକ୍ଶସାଇଡ) ଦ୍ଵାରା ସେମାନଙ୍କର ଗୁମ୍ଫା କାନ୍ଥ ରଙ୍ଗ କରୁଥିଲେ । ପରେ ଗ୍ରୀସ ସଭ୍ୟତାରେ ଗ୍ରୀସବାସୀମାନେ ବ୍ୟବହାର କରୁଥିବା ଇସ୍ପାତ ଆୟୁଧରେ ମାଙ୍ଗାନିଜ ଥିବା ଯୋଗୁଁ ତାହା ଅନ୍ୟ ଶତ୍ରୁମାନଙ୍କ ଦ୍ଵାରା ବ୍ୟବହୃତ ଅସ୍ତ୍ରଶସ୍ତ୍ର ଅପେକ୍ଷା ଅଧିକ ଉନ୍ନତ ଥିବା କଥା ବିଶ୍ଵାସ କରଯାଏ । ପରେ ମିସର ଓ ରୋମରେ କାଚ ତିଆରି କାଠ ରଙ୍ଗେଇବାରେ ମାଙ୍ଗାନିଜ ବ୍ୟବହାର କଥା ଜଣା ଛି । ତେବେ ସପ୍ତଦାସ ଶତାଦ୍ଦୀରେ ମଧ୍ୟଭାଗରେ ଜର୍ମାନ ରସାୟନବିଆଇଟି ଗ୍ଲାଊବାର ପ୍ରଥମେ ମାଙ୍ଗାନିଜ ଯୋଗିକ – ପରମାଙ୍ଗାନେଟ ବ୍ୟବହାର କଲେ । ପ୍ରାୟ ଆଉ ଏକ ଶତାଦ୍ଦୀ ପରେ ମାଙ୍ଗାନିଜ ଅମ୍ଳଜାନ ଯୌଗିକ କ୍ଳୋରିନ ତିଆରିରେ ଲାଗିଲା ;ଅଥଚ ଏକା ପରେ ଯାଇ ୧୭୭୧ ମାଇଶାରେ ସ୍ଵିଡେନର ରସାୟନବିତ ସିଲେଙ୍କ ଦ୍ଵାରା ମାଙ୍ଗାନିଜ ଏକ ମୌଳିକ ପଦଥ ବୋଲି ଆବିଷ୍କୃତ ହୋଇଥିବା ଓ ୧୭୭୪ ମସିହାରେ ଆଉ ଜେନ ସ୍ଵିଡେନବାସୀ ଗହାନ ପ୍ରଥମେ ମାଙ୍ଗାନିଜ ଧାତୁ ନିଷ୍କାସନ କରିଥିଲେ । ଏଇ ମୌଳିକ ଧାତୁ ପଦାର୍ଥଟି ରୂପା ପରି ଧଳା ଏବଂ ପର୍ଯ୍ୟାୟ ସାରଣୀରେ ଏହାର ସ୍ଥାନ ଚତୁର୍ଥ ସାରଣୀ ସପ୍ତମ ଡି ଗ୍ରୁପ ରେ । ଏହାର ପରମାଣବିକ ସଂଖ୍ୟା ୨୫ ଓ ବସ୍ତୁଟିତ୍ଵ ସଂଖ୍ୟା ୫୪.୯ । ଏହାର ଘନତ୍ଵ ଅବସ୍ଥାରେ ଘନ ସେଣ୍ଟିମିଟର ପିଛା ୭.୨୧ ଗ୍ରାମ ଓ ତରଳ ଅବସ୍ଥାରେ ଘନ ସେଣ୍ଟିମିଟର ପିଛା ୫.୯୫ ଗ୍ରାମ, ଗଳନାଙ୍କ ୧୨୪୬ ଡିଗ୍ରୀ ସେଲସିୟସ , ସ୍ପୁଟନାଙ୍କ ୨୦୬୧ ଡିଗ୍ରୀ ସେଲସିୟସ ।
ଉପରେ କୁହାଗଲା ଯେ ମାଙ୍ଗାନିଜ ଲୁହା ଓ ଆଲୁମିନିୟମ ପରି ଧାତୁମାନଙ୍କ ଶକ୍ତି ବର୍ଦ୍ଧନକରି ଏକ ମହତ ସଙ୍କର ଉପାଦାନ । ଏହା ସବୁବେଳେ ଲୁହା ପାଖେ ପାଖେ ଥାଏ । ଫଳରେ ବ୍ଳାଷ୍ଟ ଫର୍ଣ୍ଣେସରୁ ବାହାରି ଆସୁଥିବା ତରଳ ଲୁହାରେ ମାଙ୍ଗାନିଜ ବି ରହିଥାଏ । ଇସ୍ପାତ ତିଆରି ସମୟରେ ଦରକାର ଅନୁଯାୟୀ ଅଧିକ ମାଙ୍ଗାନିଜ ମିସଜାଇଥାଏ କିମ୍ବା କିଛି ମାଙ୍ଗାନିଜ କାଢି ନିଆଯାଏ । ମୋଟାମୋଟି ପ୍ରତି ଟନ ଇସ୍ପାତ ପିଛା ୮ ରୁ ୧୦ କିଲୋଗ୍ରାମ ପର୍ଯ୍ୟନ୍ତ ମାଙ୍ଗାନିଜ ବ୍ୟବହାର କରାଯାଇଥାଏ । ସାଧାରଣତଃ ଇସ୍ପାତ ମାଙ୍ଗାନିଜ ଅଂଶ ଶତକଡା ୦.୧୫ ରୁ ୦.୮ ଯାଏ ଥାଏ । ଅଧିକ ଶକ୍ତି ଇସ୍ପାତରେ ଏହି ପରିମାଣ ଶତକଡା ୧ ରୁ ୧.୮ ଭାଗ । ଇସ୍ପାତ ମଧ୍ୟରେ ଥିବା ଗନ୍ଧକକୁ ମାଙ୍ଗାନିଜ ବାନ୍ଧି ରଖିବା ଯୋଗୁଁ ଏହା ଅଧିକ ଶକ୍ତି ହୋଇଥାଏ । ତେବେ ଯେ କୌଣସି ଧାତୁ ବା ସଙ୍କର ଧାତୁକୁ ଟାଣ କରାଗଲେ , ସେମାନଙ୍କର ଭଙ୍ଗୁର – ଭାବ ବଢିଯାଏ । ଫଳରେ ସେଥିରୁ କିଛି ଗଢିବା ସମ୍ଭବ ହୁଏନି । ମାଙ୍ଗାନିଜମିଶା ଇସ୍ପାତ କ୍ଷେତ୍ରରେ ମଧ୍ୟ ସେଯା ହୋଇଥାଏ । ପ୍ରାୟ ଶତକଡା ୪ ଭାଗ ମାଙ୍ଗାନିଜ ହେଲା ବେଳକୁ ଇସ୍ପାତର ଭଙ୍ଗୁର – ଭାବ ବେସ ବଢିଯାଇଥାଏ । ତେବେ ଏହି ପରିମାଣ ଅଧୁଆରି ଅଧିକ ହୋଇ ଶତକଡା ୮ ରୁ ୧୫ ଭାଗ ହେଲେ ଇସ୍ପାତର ଭଙ୍ଗୁର – ଭାବ ଲୋପ ପାଇ , ଏହା ଆହୁରି ଅଧିକ ଶକ୍ତ (ଶତକଡା ୧୨ ଭାଗ ମାଙ୍ଗାନିଜ ଥିବା ଇସ୍ପାତର ବିସ୍ତାର – ଶକ୍ତି;୮୬୩ ମେଗା ପାସ୍କଲ ) ହୋଇଥାଏ ।
ଏଭଳି ସଙ୍କର ଧାତୁରେ ବିଲାତରେ ହେଲମେତ ୧୮୮୨ ମସିହାରୁ ରବର୍ଟ ହାଡଫିଲଡଙ୍କ ଦ୍ଵାରା ନିର୍ମିତ ହୋଇଥିଲା । ଏ ଯାଏଁ ଏହି ହାଡଫିଲଡ ଇସ୍ପାତ ନାମ ବଳବତ୍ତର ରହିଛି । ଅଧିକ ମାଙ୍ଗାନିଜ ଥିବା ଆଉ ଏକ ଇସ୍ପାତ , ଯାହାକି ୨୦୦ ଶ୍ରେଣୀ ଆଳଙ୍କିତ ଇସ୍ପାତ (୨୦୦ସିରିଜ ଷ୍ଟେନଲେସ ଷ୍ଟିଲ) ଭାବରେ ଜଣାଶୁଣା , ତାହା ବିଶେଷ ଭାବରେ ବ୍ୟବହୃତ ହେଉ । ସାଧାରଣରେ ଆଳଙ୍କିତ ଇସ୍ପାତରେ କ୍ରୋମିୟମ ଓ ନିକେଲ ଧାତୁ ମିଶିଥାନ୍ତି । ଏଥି ମଧ୍ୟରୁ ନିକେଲ ଧାତୁର ଦାମ ଅଧିକ । ମାଙ୍ଗାନିଜ ମଧ୍ୟ ନିକେଲ ବଦଳରେ ବ୍ୟବହାର କରଯାଏ ଏବଂ ୨୦୦ ଶ୍ରେଣୀର ଅଳଙ୍କିତ ଇସ୍ପାତ ପ୍ରସ୍ତୁତ କରାଯାଏ , ଯାହାର ଗୁଣ ନିକେଲ ଥିବା ଅକଳଙ୍କି ଇସ୍ପାତର ଗୁଣ ସହିତ ସମତୁଲ । ଦିନେ (୨୦୦୬ ମସିହା ପର୍ଯ୍ୟନ୍ତ) ଭାରତ ଏହି ଶ୍ରେଣୀର ଇସ୍ପାତ ଉତ୍ପାଦନରେ ସର୍ବାଗ୍ରେ ଥିଲା , ଯଦିଓ ଏବେ ଚୀନରେ ଏହାର ଉତ୍ପାଦନ ସର୍ବାଧିକ ।
ମୋଟାମୋଟି ଭାବରେ ଉତ୍ପାଦିତ ସମସ୍ତ ମାଙ୍ଗାନିଜ ଧାତୁର ଶତକଡା ୯୭.୫ ଭାଗ ଇସ୍ପାତ ଓ ଶତକଡା ୧.୫ ଭାଗ ସଙ୍କର ଆଲୁମିନିୟମ ଧାତୁ ତିଆରି ଲାଗିଥାଏ । ବାକି ଏକ ଭାଗ ଯୋଦେଇ ,ଇଲେକ୍ଟ୍ରୋନିକ ଇତ୍ୟାଦି କ୍ଷେତ୍ରରେ ବ୍ୟବହୃତ ହୋଇଥାଏ । ମାଙ୍ଗାନିଜ – ଅମ୍ଳଜାନ – ଯୌଗିକ ବ୍ୟାଟେରୀ ତିଆରି , ଅମ୍ଳଜାନ ଓ କ୍ଳୋରିନ ଉତ୍ପାଦନ କ୍ଷେତ୍ରରେ ତଥା ରସାୟନ କ୍ଷେତ୍ର ଓ ସେରମିକ ରଙ୍ଗେଇବା ପାଇଁ ବ୍ୟବହୃତ ହୋଇଥାଏ ।
ପ୍ରଦୂଷଣ
ମାଙ୍ଗାନିଜ ଜନିତ ପ୍ରଦୂଷଣ ତଥା ମଣିଷ ଶରୀର ପାଇଁ ଅବଶ୍ୟାମ୍ଭାବୀ କ୍ଷତି ସମ୍ପର୍କରେ ପଡେ କହିବାର ଆବଶ୍ୟକତା ରହିଛି । ଏପରି ଯେ କୌଣସି ଖଣିଜ ଖଣି ଖୋଦନ ଯୋଗୁଁ ଯେଉଁସବୁ ସମସ୍ଯା ସୃଷ୍ଟି ହୁଏ , ମାଙ୍ଗାନିଜ ଉତ୍ତୋଳନ ଓ ପରିବହନ ସମୟରେ ତଦ୍ରୁପ ପରିସ୍ଥିତି ଉପୁଜେ ଓ ତାର ନିରାକରଣ ପାଇଁ ନୂତନ ବୃକ୍ଷ =ରୋପଣ ସହିତ ଅନ୍ୟ ଉପଯୁକ୍ତ ବ୍ୟବସ୍ଥାମାନ ଗ୍ରହଣ କରିବାକୁ ହୁଏ । କିନ୍ତୁ ପାନୀୟ ଜଳରେ ଯଦି ମାଙ୍ଗାନିଜ ପରିମାଣ ମାତ୍ରାଧିକ ରହେ , ତେବେ ମଣିଷ ଶରୀରର ଏହା କ୍ଷତି ପହଞ୍ଚାଇଥାଏ । ମାଙ୍ଗାନିଜ ଯୋଗୁଁ ଶରୀରରେ ଉତ୍ପନ୍ନ ରୋଗକୁ “ ମାଙ୍ଗାନିଜମ” କୁହାଯାଏ ଓ ଏହା ଏକ ସ୍ନାୟବିକ ରୋଗ । ଆରମ୍ଭରେ ରୋଗୀ ବିଶାଗଗ୍ରସ୍ତ ହେବା ସହିତ ମାନସିକ ବିକୃତର ଚିହ୍ନ ଦେଖାଯାଇଥାଏ ଓ ରୋଗ ପୁରୁଣା ହେଲେ “ ପାର୍କିନସନସ “ ବା ଆଲଝାଇମରସ “ ରୋଗ ପରି ଅବସ୍ଥା ସୃଷ୍ଟି କରିଥାଏ । ଏହି ରୋଗ ବିରଳ ହେଲେ ବି ପାନୀଯ ଜଳରେ ମାଙ୍ଗାନିଜ ପରିମାଣ ନିରୀକ୍ଷଣ କରି ଏହାର ନିରାକରଣ କରିବା ଆମର କର୍ତ୍ତବ୍ୟ ।
ସ୍ଥିତି ଓ ପରିବ୍ୟାପ୍ତି
ଅନ୍ୟସବୁ ଧାତୁପଦାର୍ଥ ଭଳି ମାଙ୍ଗାନିଜର ଉତ୍ପତ୍ତିସ୍ଥଳ ବି ଧରାଗର୍ଭ ପରିମାଣ ଅନୁସାରେ ଧରାଗର୍ତ୍ତ । ପରିମାଣ ଅନୁସାରେ ଧାରା ଗର୍ଭରେ ଗଚ୍ଛିତ ଥିବା ମୌଳିକ ପଦାର୍ଥମାନଙ୍କ ମଧ୍ୟରେ ମାଙ୍ଗାନିଜର ସ୍ଥାନ ଦ୍ଵାଦଶ ଓ ଏହା ସମଗ୍ର ଧାରାର ପ୍ରତି ନିୟୁତ ପିଛା ୧୦୦୦ ଅଂଶ , ଅର୍ଥାତ ଶତକଡା ୦.୧ ଭାଗ । ଧାରା ପୃଷ୍ଠ ମାଟିରେ ବି ମାଙ୍ଗାନିଜ ପ୍ରତି ନିଯୁତାଂଶରେ ୭ ରୁ ୯୦୦୦ ଭାଗ ପର୍ଯ୍ୟନ୍ତ ରହିଥାଏ । ଏପରିକି ସାଗର ଜଳରେ ମଧ୍ୟ ନିୟୁତାଂଶ ପିଛା ୧୦ ଭାଗ ମାଙ୍ଗାନିଜ ଖଣିଜ ଦେଖାଯାଉଥିଲେ ହେଁ ଏହାର ପ୍ରଧାନ ଖଣିଜଗୁଡିକ ହେଲେ – କ) ଅମ୍ଳଜାନ ଯୌଗିକ ବା ଆକ୍ଵାଇଡ “ ସିଲୋମେନେଟ “ ପାଇରୋଲୁସାଇଟ “ ମାଙ୍ଗାନାଇଟ , ଖ) ବାଲୁକା ଯୌଗିକ ବା ସିଲିକେଟ – “ ରୋଡୋନାଇଟ “ ବ୍ରାଉନାଇଟ ଏବଂ ଗ) ଅଙ୍ଗାର- ଅମ୍ଳଜାନ ଯୌଗିକ ବା କାରବୋନେଟ “ ରୋଡୋକ୍ରୋସାଇଟ “ ଇତ୍ୟାଦି ।
ବିଶ୍ଵ - ଆକଳନ ଅନୁସାରେ ସାରା ବିଶ୍ଵରେ ଗଚ୍ଛିତ ଥିବା (ନିମ୍ନମାନର ଆକରିକକୁ ମିଶାଇ) ମାଙ୍ଗାନିଜ ଖଣିଜର ପରିମାଣ ଅନେକ ନିୟୁତ ଟନ ହେବ । ତେବେ ଉଚ୍ଚମାନର ଆକରିକ ;ଅର୍ଥାତ ଅଧୁନା ଦକ୍ଷିଣ ଭୂଖଣ୍ଡ ଦେଶ ସମୂହ , ଯଥା ଆଷ୍ଟ୍ରେଲିଆ , ଦକ୍ଷିଣ ଆଫ୍ରିକା , ବ୍ରାଜିଲ ଓ ଗବାନ ଭଳି ଦେଶ ଆବଶ୍ୟକୀୟ ଉଚ୍ଚମାନର ମାଙ୍ଗାନିଜ ଖଣିଜର ସିଂହ ଭାଗ (୯୦%ରୁ ବେଶୀ) ଯୋଗେଇ ଦେଉଛନ୍ତି । ଏମାନଙ୍କ ଛଡା ଘାନା, ଭାରତ, ଚୀନ , କାନାଡା , ଓ ରୁଷ ରେ ମଧ୍ୟ ମାଙ୍ଗାନିଜ ଖଣିଜ ଗଚ୍ଛିତ ଅଛି । ସାରା ବିଶ୍ଵରେ ୨୦୧୧ ମସିହାରେ ପ୍ରାୟ 55 ନିୟୁତ ଟନ (ମାଙ୍ଗାନିଜ ମୂଲ୍ୟରେ ୧୭.୨ ନିୟୁତ ଟନ) ଖଣିଜ ଉତ୍ତୋଳନ ହୋଇଥିଲା । ଏଥି ମଧ୍ୟରୁ ବିଭିନ୍ନ ଦେଶର ଭାଗ ଥିଲା (ପ୍ରତ୍ୟେକ ମାଙ୍ଗାନିଜ ମୂଲ୍ୟରେ ନିୟୁତ ଟନ) ଚୀନ -୪.୧ , ଦକ୍ଷିଣ ଆଫ୍ରିକା ୩.୬ , ଅଷ୍ଟ୍ରେଲିଆ ୩.୦୦ ଗବନ -୧.୯ , ବ୍ରାଜିଲ -୧.୨ , ଭାରତ ୦.୮୯୫ , ୟୁକ୍ରେନ ୦.୫୧୬ , ଘନା ୦.୪୮୪ ଅନ୍ୟ ଦେଶ ସମୂହ -୧.୫ ।
ଏହା ଛଡା ଗଭୀର ମହାସାଗର ପୃଷ୍ଠରେ (ଉପର ଜଳସ୍ତରରୁ ପ୍ରାୟ ୫ କିଲୋମିଟର ତଳେ ) ନଡ୍ୟୁଲ ରୂପରେ ଅପର୍ଯ୍ୟାପ୍ତ ମାଙ୍ଗାନିଜ ଗଚ୍ଛିତ ଅଛି । ଏଥିରେ ପ୍ରାୟ ୨୫% ମାଙ୍ଗାନିଜ ସହିତ ଲୁହା, ତମ୍ବା,ନିକେଲ,କୋବାଲଟ ଆଦି ଅନ୍ୟ ଧାତୁ ପଦାର୍ଥ ବି ରହିଥାନ୍ତି । ଆକଳନ ଅନୁସାରେ ସାମଗ୍ରିକ ଧାତୁ ପରିମାଣ ପ୍ରାୟ 3 ଲକ୍ଷ କୋଟି ଟନ ହେବ ବୋଲି ଅନୁମାନ କରାଯାଉଛି ଓ ଏହାସବୁ ପ୍ରଶାନ୍ତ , ଆଟଲାଣ୍ଟିକ ଏବଂ ଭାରତ ମହାସାଗରରେ ଗଚ୍ଛିତ ରହିଅଛି ।
ଖଣିଜ ଉତ୍ତୋଳନ ପରେ ସେଥିରୁ ପ୍ରାୟ ଶତକଡା ୯୪ ଭାଗ ଶଙ୍କର ଧାତୁ ଓ ବାକି ୬ ଭାଗ ଇଲେକ୍ଟ୍ରୋଲିଟିକ ମାଙ୍ଗାନିଜ ଧାତୁ ତିଆରି ପାଇଁ ଯାଇଥାଏ । ମାଙ୍ଗାନିଜ ଶଙ୍କର ଧାତୁ ମଧ୍ୟରେ ତିନୋଟି ;ଅର୍ଥାତ ୧) ସିଲିକୋ – ମାଙ୍ଗାନିକ ,୨)ଉଚ୍ଚ – ଅଙ୍ଗାର ବିଶିଷ୍ଟ ଫେରୋମାଙ୍ଗାନିଜ ଓ ୩) ନିମ୍ନ-ଅଙ୍ଗାର –ବିଶିଷ୍ଟ ଫେଡ଼ୋମାଙ୍ଗାନିଜ ହିନ ପ୍ରସ୍ତୁତ କରାଯାଇଥାଏ । ୨୦୧୧ ମସିହାରେ ସାରା ବିଶ୍ଵରେ ୧୧.୭ ନିୟୁତ ଟନ ସିଲିକା – ମାଙ୍ଗାନିକ ୪.୪ ନିୟୁତ ଟନ ଉଚ୍ଚ- ଅଙ୍ଗାର ବିଶିଷ୍ଟ ଫେରୋମାଙ୍ଗାନିଜ ଏପରି ସର୍ବମୋଟ ୧୭.୭ ନିୟୁତ ଟନ ଶଙ୍କର ମାଙ୍ଗାନିଜ ଉତ୍ପାଦିତ ହୋଇଥିଲା । ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ଏହି ସମୟରେ ବିଶ୍ଵରେ ମୋଟ ୩୫ ନିୟୁତ ଟନ ଅକଳଙ୍କି ଇସ୍ପାତ (ଷ୍ଟେନଲେସ ଷ୍ଟିଲ , ଯେଉଁଥିରେ ଶଙ୍କର ମାଙ୍ଗାନିଜ ବ୍ୟବହୃତ ହୋଇଥାଏ ) ଉତ୍ପାଦିତ ହୋଇଛି ।
ଏହା ଛଡା ପ୍ରାକୃତିକ ଭାବରେ ଖଣିରେ ଥିବା ଅତି ଉଚ୍ଚମାନର (ଅତି କମରେ ଶତକଡା ୯୦ ଭାଗ ମାଙ୍ଗାନିଜ ଡାଇଆକ୍ଵାଇଡ) ଖଣିଜ ସିଧାସଳଖ ବ୍ୟାଟେରୀ ତିଆରିରେ ବ୍ୟବହାର ପାଇଁ ଯାଇଥାଏ । ଏଭଳି ଖଣିଜ ଥିବା ରାଷ୍ଟ୍ରମାନେ ହେଲେ ଗବନ,ଘାନା,ବ୍ରାଜିଲ, ଚୀନ ଓ ଭାରତ । ଅବଶ୍ୟ ଏହାଠାରୁ କମ ମାନର ଖଣିଜରୁ ମଧ୍ୟ ରାସାଯନିକ କିମ୍ବା ଇଲେକ୍ଟ୍ରିଲିଟିକ ପ୍ରକ୍ରିୟା ଦ୍ଵାରା ବ୍ୟାଟେରୀ ପାଇଁ ଦରକାରୀ ଏଭଳି ମାଙ୍ଗାନିଜ ଦାଇ ଅକ୍ୱାଇଡ ତିଆରି କରାଯାଇପାରେ । ସାରା ବିଶ୍ଵରେ ବ୍ୟାଟେରୀ ବାବଦରେ ବର୍ଷକୁ ପ୍ରାୟ ତିନି ଲକ୍ଷ ଟନ ମାଙ୍ଗାନିଜ ଡାଇଆକ୍ଵାଇଡ ପ୍ରସ୍ତୁତ ହେଉଅଛି ।
ଭାରତ :- ଆମ ଦେଶରେ ମୋଟ 430 ନିୟୁତ ଟନ ମାଙ୍ଗାନିଜ ଖଣିଜ ଥିବାର ଆକଳନ କରାଯାଇଛି । ଏଗୁଡିକ ବିଭିନ୍ନ ପ୍ରଦେଶରେ , ଯଥା- ଓଡିଶା (୪୪%), କର୍ଣ୍ଣାଟକ (୨୨%), ମଧ୍ୟପ୍ରଦେଶ (୧୩%), ମହରାଷ୍ଟ୍ର (୮%), ଆନ୍ଧ୍ରପ୍ରଦେଶ (୪%),ଝାଡଖଣ୍ଡ (୩%), ଗୋଆ (୩%) ଓ ରାଜସ୍ଥାନ – ଗୁଜୁରାଟ – ପଶ୍ଚିମବଙ୍ଗ (ମୋଟ -୩%) ମାନଙ୍କରେ ବାଣ୍ଟି ହୋଇ ରହିଛି । ପ୍ରତିବର୍ଷ ପ୍ରାୟ ୨ ରୁ ୩ ନିୟୁତ ଟନ ମାଙ୍ଗାନିଜ ଖଣିଜ ଉତ୍ପାଦିତ ହେଉଛି ଏବଂ ଓଡିଶା , ମହରାଷ୍ଟ୍ର , କର୍ଣ୍ଣାଟକ , ଓ ଆନ୍ଧ୍ରପ୍ରଦେଶ , ଏଥିରେ ପ୍ରଧାନ ଅଂଶ ଗ୍ରହଣ କରୁଛନ୍ତି । ପାଖାପାଖି ଦେଢଶହ ଖଣି ରୁ ଏହି ଉତ୍ତୋଳନ କରାଯାଉଛି । ମୋଟାମୋଟି ଭାବରେ ଉତ୍ତୋଳନ ଖଣିଜକୁ ତିନୋଟି ଶ୍ରେଣୀରେ ବିଭକ୍ତ କରାଯାଇଥାଏ । ଯଥା ୧) ଉଚ୍ଚମାନର ଖଣିଜ (୪୬%ରୁ ଅଧିକ ମାଙ୍ଗାନିଜ)୨) ମଧ୍ୟମ ମାନର ଖଣିଜ (୩୫ ରୁ ୪୬%ମାଙ୍ଗାନିଜ) ଓ ୩) ନିମ୍ନମାନର ଖଣିଜ (୩୫% ରୁ କମ ମାଙ୍ଗାନିଜ) । ଉତ୍ତୋଳନ ହେଉଥିବା ମାଙ୍ଗାନିଜ ଖଣିଜ ଭିତରୁ ପ୍ରାୟ ୧୫% ପ୍ରଥମ ଶ୍ରେଣୀର ୨୫% ଦ୍ଵିତୀୟ ଶ୍ରେଣୀର ଏବଂ ୬୦%ତୃତୀୟ ଶ୍ରେଣୀର ।
ଭାରତରେ ଉତ୍ତୋଳନ ହେଉଥିବା ମାଙ୍ଗାନିଜ ଖଣିଜ ସମ୍ପର୍କରେ କିଛି ଅଧିକ ଧାରଣା ଦେବା ପାଇଁ ୨୦୦୯-୧୦ ମସିହାର ଖଣିଜ ଉତ୍ପାଦନର ଉଦାହରଣ ନିଆଯାଇ ପରେ । ଏଇ ବର୍ଷ ମୋଟ ୨.୪୪ ନିୟୁତ ଟନ ମାଙ୍ଗାନିଜ ଖଣିଜ ଭାରତରେ ଉତ୍ତୋଳନ ହୋଇଥିଲା । ଏହାର ମୂଲ୍ୟ ପାଖାପାଖି ୧୨୭୦ କୋଟି ଟଙ୍କା । ବାକିତକ ଗୋଆ,ଗୁଜୁରାଟ , ଝାଡଖଣ୍ଡ ଓ ରାଜସ୍ଥାନରୁ ଉତ୍ତୋଳିତ ହୋଇଥିଲା । ବିଭିନ୍ନ ପ୍ରଦେଶ ପାଖରେ ଦର୍ଶଯାଇଥିବା ଖଣିଜ ପରିମାଣ ଓ ମୂଲ୍ୟକୁ ନିରୀକ୍ଷଣ କଲେ କିଛିଟା ଅମେଳ ଥିଲା ଭଳି ଲାଗେ । ଏହାର କାରଣ ହେଉଛି ଉତ୍ତୋଳିତ ହେଉଥିବା ଖଣିଜଶ୍ରେଣୀ । ପ୍ରକୃତରେ ଉଚ୍ଚମାନର ଖଣିଜରୁ 0.312 ନିୟୁତ ଟନ ଓ ମଧ୍ୟମ ମାନରୁ ୦.୬୩୦ ନିୟୁତ ଟନ ଉତ୍ତୋଳିତ ହୋଇଥିଲା ବେଳେ ବାକିତକ ନିମ୍ନମାନର ଖଣିଜ ଥିଲା । ମଧ୍ୟପ୍ରଦେଶ ଓ ମହରାଷ୍ଟ୍ରରୁ ଅଧିକ ଉଚ୍ଚମାନର ଖଣିଜ ଉତ୍ତୋଳିତ ହୋଇଥିବାରୁ ଏମାନଙ୍କର ଖଣିଜର ମୂଲ୍ୟ ଟଙ୍କା ଆକାରରେ ଓଡିଶା ଅପେକ୍ଷା ବେଶୀ ।
ମାଙ୍ଗାନିଜ ଖଣିଜ ଉତ୍ପାଦନ କରୁଥିବା ମୁଖ୍ୟ ଭାରତୀୟ ସଂସ୍ଥା ହେଲେ ୧) ମାଙ୍ଗାନିଜ ଓର (ଇଣ୍ଡିଆ) ଲିମିଟେଡ , ମଏଲ (ଏମ ଓ ଆଇ ଏଲ), ନାଗପୁର , ଖଣି ଅବସ୍ଥିତି – ମଧ୍ୟପ୍ରଦେଶ , ବାଲାଘାଟ , ଜିଲ୍ଲା ଓ ମହରାଷ୍ଟ୍ରର ଭଣ୍ଡାର ଓ ନାଗପୁର ଜିଲ୍ଲା ;୨)ଟାଟା ଷ୍ଟିଲ ଲିମିଟେଡ , ମୁମ୍ବାଇ ଖଣି ଅବସ୍ଥିତି – ଓଡିଶାର କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲା :- ୩)ଓଡିଶା ଖଣି ନିଗମ (ଓଡିଶା ମାଇ ନିଙ୍ଗ କରପୋରେସନ – ଓ ଏମ ଡି ସି ) । ଭୁବନେଶ୍ଵର ; ଖଣି ଅବସ୍ଥିତି – ଓଡିଶାର କେଦୁଝର ଜିଲ୍ଲା ।
ସେହି ୨୦୦୯ -୧୦ ବର୍ଷରେ ଭାରତରେ ମୋଟ ୩.୦୨ ନିୟୁତ ଟନ ମାଙ୍ଗାନିଜ ଖଣିଜ ବ୍ୟବହୃତ ହୋଇଥିଲା । ଏଥିରୁ ଶତକଡା ୬୨ ଭାଗ ସିଲିକୋ – ମାଙ୍ଗାନିଜ ତିଆରି ରେ ଲାଗିଥିଲା ବେଳେ ଶତକଡା ୩୧ ଭାଗ ଫେରୋ – ମାଙ୍ଗାନିଜ ତିଆରିରେ , ଏପରି ସର୍ବମୋଟ ଶତକଡା ୯୩ ଭାଗ ସଙ୍କର ଧାତୁ ପ୍ରସ୍ତୁତିରେ ଲାଗିଥିଲା । ବାକି ଶତକଡା ତିନିଭାଗ ଲୁହା ଓ ଇସ୍ପାତ , ଦୁଇଭାଗ ସ୍ପଞ୍ଜ ଲୁହା ଓ ଦୁଇଭାଗ ବ୍ୟାଟେରୀ , ରାସାୟନିକ ତଥା ଦସ୍ତା ଶିଳ୍ପ ଇତ୍ୟାଦିରେ ବ୍ୟବହୃତ ହୋଇଥିଲା , ପୂର୍ବଏରୁ ସୂଚିତ କରାଯାଇଛି ଯେ , ଅକଳଙ୍କି ଇସ୍ପାତ ମଧ୍ୟରୁ ୨୦୦ ଶ୍ରେଣୀ ଇସ୍ପାତରେ ଅଧିକ ମାଙ୍ଗାନିଜ ଲାଗିଥାଏ ଓ ଏହାର ଉତ୍ପାଦନରେ ଭାରତ ଦିନେ ଅଗ୍ରଣୀ ଥିଲା । ଏବେ ମଧ୍ୟ ପର୍ଯ୍ୟାପ୍ତ ପରିମାଣର ଏହି ଇସ୍ପାତ ଭାରତରେ ଉତ୍ପାଦିତ ହେଉଛି । ଭାରତରେ ମୋଟ ଅକଳଙ୍କିତ ଇସ୍ପାତ ଉତ୍ପାଦନ ଖ୍ୟାତା ୩.୫ ନିୟୁତ ଟନ ହୋଇଥିବାବେଳେ ୨୦୧୦-୧୧ ମସିହାରେ ପାଖାପକ୍ଷୀ ୨.୬ ନିୟୁତ ଟନ ଆକାଳିଙ୍କି ଇସ୍ପାତ ତଥା ୩୦୦ ଶ୍ରେଣୀରେ ଶତକଡା ଦୁଇଭାଗ ଓ୪୦୦ ଶ୍ରେଣୀ ଇସ୍ପାତ ଶତକଡା ୧.୫ ଭାଗ ପର୍ଯ୍ୟନ୍ତ ମାଙ୍ଗାନିଜ ମଧ୍ୟ ରହିଥାଏ । ଅଧିକାଂଶ ଅକଙ୍କିତ ଇସ୍ପାତ ନିର୍ମାଣ ଓ ପରିବହନ କ୍ଷେତ୍ର ସହିତ ଅନ୍ୟ କ୍ଷେତ୍ରମାନଙ୍କର ଏତେ ବେଶୀ ବ୍ୟବହୃତ ହେବାରେ ଲାଗିଛି ଯେ , ଏହାକୁ ଏକବିଂଶ ଶତାଦ୍ଦୀର ମୁଖ୍ୟ ଧାତୁ ବୋଲି କୁହିଲେ ଅତ୍ୟୁକ୍ତି ହେବ ନାହିଁ ।
ପୂର୍ବ ପୃଷ୍ଠରେ ଉଲ୍ଲେଖ କରାଯାଇଛି ଯେ ସାଗର ଗର୍ତ୍ତ ହେଉଛି ମାଙ୍ଗାନିଜର ଆଉ ଏକ ଉତ୍ସ । ଭାରତ ମହାସାଗରରେ ମଧ୍ୟ ଏହି ଉତ୍ସ ପରିବ୍ୟାପ୍ତ ଥିବା କଥା କୁହାଯାଇଛି । ଭାରତ ବିଶ୍ଵର ସେଇସବୁ ଦେଶମାନଙ୍କ ମଧ୍ୟରୁ ଗୋଟିଏ , ଯେ କି ମହାସାଗର ଗର୍ଭରେ ଥିବା ମାଙ୍ଗାନିଜ ନଡ୍ୟୁଲ ଲାଭ କରିବାର ସାମର୍ଥ୍ୟ ହାସଲ କରିଛି “। “ଗବେଷଣୀ “ ଜାହାଜ ନେଇ ଗୋଆଠାରେ ଥିବା ଏନ ଆଇ ଓ ଗବେଷଣା କେନ୍ଦ୍ରର ବୈଜ୍ଞାନିକମାନେ ପ୍ରଥମେ ୧୯୮୧ ମସିହାରେ ଭାରତ ମହାସାଗର ପୃଷ୍ଠରୁ ମାଙ୍ଗାନିଜ ନଡ୍ୟୁଲ ଉତ୍ତୋଳନ କରି ଆଣିଥିଲେ । ୧୯୮୭ ମସିହାରେ ଭାରତ “ ଅଗ୍ରଣୀ ନିୟୋଜକ ସଂସ୍ଥା “ ଭାବେ “ ସାଗର ନିୟାମାକ ସଂସ୍ଥା ଦ୍ଵାରା ସ୍ବୀକୃତି ଲାଭ କର୍ଳା । ଏହାଦ୍ଵାରା ଭାରତ ନିଜର ବ୍ୟବହାର ପାଇଁ ଭାରତ ମହାସାଗର ୧.୫ ଲକ୍ଷ ବର୍ଗ କୋଲୋମିଟର କ୍ଷେତ୍ରରେ ଥିବା ନଡ୍ୟୁଲ ଉତ୍ତୋଳନ କରିବା ପାଇଁ କ୍ଷମତା ପ୍ରାପ୍ତ ହେଲା । ଏହାପରେ ଏକ ସମାନ କ୍ଷେତ୍ର ମିଳିତ ଜାତିସଂଘ କର୍ତ୍ତୃପକ୍ଷଙ୍କ ହାତରେ ଭବିଷ୍ୟତ ମାନବ ସମାଜ ପାଇଁ ପ୍ରଦାନ କଳା । ଏହି ସ୍ଥଳ ଭାରତ ଉପକୂଳର ନିକଟତମ ବନ୍ଦର ଠାରୁ ୨୦୦ କିଲୋମିଟର ଦୂରରେ ଓ ଏଠାରେ ପ୍ରତି ବର୍ଗମିଟର ପିଛା ୭ ରୁ ୧୦ କିଲୋମିଟର ପର୍ଯ୍ୟନ୍ତ ନଡ୍ୟୁଲ ଗଚ୍ଛିତ ଅଛି । ଏହି ନଡ୍ୟୁଲରେ ପାଖାପାଖି ୨୫% ମାଙ୍ଗାନିଜ ଥିଲା ବେଳେ ପ୍ରାୟ ୧% ତମ୍ବା ,୧% ନିକେଲ,୦.୧%କୋବାଲଟ ସହ ସାମାନ୍ୟ ପରିମାଣର ଅନ୍ୟ କେତେକ ଧାତବ ପଦାର୍ଥ ଏହାର ମୂଲ୍ୟକୁ ଯଥେଷ୍ଟ ବୃଦ୍ଧି କରିଛି । ଏଥିରୁ ଏଇ ଧାତୁ ନିଷ୍କାସନ କରିବା ପାଇଁ ଭାରତବର୍ଷ ସାମର୍ଥ୍ୟ ହାସଲ କରିସାରିଲାଣି । ଏ ସମ୍ପର୍କରେ ସମ୍ୟକ ଆଲୋଚନା ପରପୃଷ୍ଠାରେ କରାଯିବ ।
ଓଡିଶା:- ପୂର୍ବ ପୃଷ୍ଠାରେ ଉଲ୍ଲେଖ କରାଯାଇଛି ଯେ ଓଡିଶାରେ ଯଥେଷ୍ଟ ମାଙ୍ଗାନିଜ ଖଣିଜ ଗଚ୍ଛିତ ଅଛି । ଓଡିଶାରେ ଥିବା ଖଣିଜର ପରିମାଣ ୧୯୦ ନିୟୁତ ଟନ ଓ ଏହା ଭାରତରେ ଗଚ୍ଛିତ ଥିବା ମୋଟ ଖଣିଜର ୪୪% । ସେଗୁଡିକ ମୁଖ୍ୟତଃ କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲାରେ ଅବସ୍ଥିତ । ଖଣିଜ ଉତ୍ପାଦନରେ ମଧ୍ୟ ଓଡିଶା ଆଗରେ ରହିଛି । ଜନାଜାଏ ଯେ ପ୍ରଥମେ ୧୯୨୪ ମସିହାରେ “ ଇଉନାଇଟେଡ ଷ୍ଠୀଳ କରପୋରେସନ ଅଫ ଏସିଆ “ ଦ୍ଵାରା କେନ୍ଦୁଝର ଜିଲ୍ଲାର ଠାକୁରାଣୀ ଖଣିଜରୁ ମାଙ୍ଗାନିଜ ଖଣିଜ ଉତ୍ତୋଳନ ହୋଇଥିଲା । ପରେ ଏଥିରେ ଅଭିବୃଦ୍ଧି ଘଟି ଟିସ୍କୋ , ଓଏମସି , ଏଏମଟିସି ,ଓଏମଡିସି, ଓଏମଏମ (ପି) ଏଲ ଇତ୍ୟାଦି ସଂସ୍ଥା ମାଙ୍ଗାନିଜ ଖଣିଜ ଉତ୍ପାଦନରେ ମୁଖ୍ୟ ଭୂମିକା ଗ୍ରହଣ କାଲେ । ୨୦୦୯ -୧୦ ମସିହାରେ ୨୬୩,୮ କୋଟି ଟଙ୍କାର ମୂଲ୍ୟର ୦.୬୦୪ ନିୟୁତ ଟନ ମାଙ୍ଗାନିଜ ଖଣିଜ ଓଡିଶାରେ ଉତ୍ପାଦନ ହୋଇଥିବା କଥା ଉପରେ ଉଲ୍ଲେଖ କରାଯାଇଛି । କେନ୍ଦୁଝର ଜିଲ୍ଲାର ୨୪ ଓ ସୁନ୍ଦରଗଡ ଜିଲ୍ଲାର ୧୯-ଏପରି ମୋଟ ୪୩ ଟି ଖଣିରୁ ଏହି ଖଣିଜ ଉତ୍ତୋଳନ ହୋଇଛି । ଏଥିରୁ ଉଚ୍ଚମାନର (୪୬%ରୁ ଅଧିକ ମାଙ୍ଗାନିଜଥିବା) ଖଣିଜ ୩୦ ହଜାର ୯୭୪ ଟନ , ମାଧ୍ୟମ ମାନର (୩୫% ରୁ କମ ୪୬% ମାଙ୍ଗାନିଜ ଥିବା) ଖଣିଜ ୨୦୫୪୮୬ ଟନ ଓ ୬୦୩୯୮୫ ଟନ ) । ଏହା ଛଡା ବ୍ୟାଟେରୀ ପାଇଁ ୪୯୨୬୬ ଟନ ଖଣିଜ ଉତ୍ପାଦିତ ହୋଇଛି । ଏଥିରୁ ସହଜରେ ଅନୁମାନ କରାଯାଇପାରିବ ଯେ ଓଡିଶାରେ ନିମ୍ନମାନର ଖଣିଜ ଅଧିକ ଉତ୍ପାଦିତ ହେଉଛି । ସୁନ୍ଦରଗଡ ଓ କେନ୍ଦୁଝରରୁ ମିଳୁଥିବା ନିମ୍ନମାନର ମାଙ୍ଗାନିଜ ଖଣିଜରେ ଅଧିକ ଲୌହ ଅଂସ ଥିଲା ବେଳେ ଫସଫରସ (୦.୧%ରୁ କମ) ଅଂଶ ଅଳ୍ପ ଥାଏ । ଅଥଚ ରାୟଗଡା , କୋରାଫୁଟ ଓ କଳାହାଣ୍ଡି ଜିଲ୍ଲାରେ ଥିବା ଖଣିଜମାନଙ୍କରୁ ମିଳୁଥିବା ନିମ୍ନମାନର ମାଙ୍ଗାନିଜ ଖଣିଜରେ ଅଧିକ (ପାଖାପାଖି ୦.୩୫%) ଫସଫରସ ରହିଥାଏ । ଫଳରେ ଏହାକୁ ବ୍ୟବହାର କରିବାକୁ ହେଲେ ସମୃଦ୍ଧିକାରଣ କିମ୍ବା ଉଚ୍ଚମାନର ଖଣିଜ ସହିତ ସମ୍ମିଶ୍ରଣ ଆବଶ୍ୟକ ହୋଇଥାଏ ।
ଓଡିଶାରୁ ଉତ୍ତୋଳିତ ମାଙ୍ଗାନିଜ ଖଣିଜ ମୁଖ୍ୟତଃ ଲୁହା ଓ ଇସ୍ପାତ ଶିଳ୍ପରେ ବ୍ୟବହୃତ ହୁଏ । ଲୁହା ଓ ଇସ୍ପାତ ଶିଳ୍ପରେ ଅମ୍ଳଜାନ ନିଷ୍କାସନ ଓ ଗନ୍ଧକ ବାନ୍ଧିରଖିବା ପାଇଁ ବ୍ୟବହୃତ ହେଉଥିବା ଖଣିଜ ଲୁହା ଓ ଇସ୍ପାତ କାରଖାନାକୁ ସଳଖ ଆକାରରେ ଯାଉଥିବାବେଳେ ବାକିତକ ସଙ୍କର ଧାତୁ ପାଇଁ ଯାଏ । ଓଡିଶାରେ ମାଙ୍ଗାନିଜ ଖଣିଜରୁ ଯୋଡାଠାରେ ଥିବା ଟିସ୍କୋ ଅଧିନସ୍ଥ ଫେରୋମାଙ୍ଗାନିଜ କାରଖାନାରେ ଉଚ୍ଚ- ଅଙ୍ଗାରକବିଶିଷ୍ଟ ଫେରୋମାଙ୍ଗାନିଜ ଓ ସିଲିକୋ – ମାଙ୍ଗାନିଜ ତଥା ଜଯପୁର ସୁଗାର କମ୍ପାନୀ ଅଧିନସ୍ଥ ଫେରୋ – ମାଙ୍ଗାନିଜ କାରଖାନାରେ ସିଲିକୋ – ମାଙ୍ଗାନିଜ ପ୍ରସ୍ତୁତ ହୋଇଥାଏ । ଓଡିଶାରେ ଥିବା ଜିନ୍ଦଲ ଷ୍ଟେଲଲେସ ଷ୍ଟିଲ ଭିସା ଷ୍ଟିଲ ପରି କମ୍ପାନୀମାନେ ଅଳଙ୍କିତ ଇସ୍ପାତ ପ୍ରସ୍ତୁତ କରିଥାନ୍ତି , ଯେଉଁତିରେ କି ମାଙ୍ଗାନିଜର ବହୁଳ ବ୍ୟବହାର ହୋଇଥାଏ ।
ଖଣିଜ ଓ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ ଗବେଷଣା ଚକ୍ରରେ ମାଙ୍ଗାନିଜର ସ୍ଥାନ :- ଓଡିଶାର ରାଜଧାନୀ ଭୁବନେଶ୍ବରଠାରେ ଅବସ୍ଥିତ “ ଖଣିଜ ଓ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ” ୧୯୬୪ ମସିହାରୁ “ ଆଞ୍ଚଳିକ ଗବେଷଣାଗାର “ ନାମରେ ପ୍ରତିଷ୍ଠିତ ହେବା ଦିନଠାରୁ ଓଡିଶାରେ ଥିବା ଖଣିଜ ପଦାର୍ଥ ଉପଯୁକ୍ତ ବିନିଯୋଗ ପାଇଁ ଗବେଷଣା କରିବାକୁ ଏହାର ଏକ ମୁଖ୍ୟ କାର୍ଯ୍ୟକ୍ରମ ଭାବରେ ଗ୍ରହନ କରିଛି ଓ ଏ ଦିଗରେ ପ୍ରଚେଷ୍ଟା ଜାରି ରଖିଛି । ଉକ୍ତ ପ୍ରତିଷ୍ଠାନର ବର୍ତ୍ତମାନର ନାମକାରଣରୁ ବି ଏକଥା ସ୍ପଷ୍ଠ । ମୂଳହିଁ ମାଙ୍ଗାନିଜ ଖଣିଜ ସମ୍ପର୍କୀୟ ଗବେଷଣା ଏହି ଅନୁଷ୍ଠାନରେ ଆରମ୍ଭ ହୋଇଥଲା ଓ ଅଦ୍ୟାବଧି ୬୦ ରୁ ଅଧିକ ପ୍ରକଳ୍ପ ରେ ଗବେଷଣା କରାଯାଇଛି । ଏହି ଗବେଷଣାର ଫଳାଫଳ ପାଖାପାଖି ୧୦୦ ଟି ରିପୋର୍ଟ ,୨୦୦ ରୁ ଅଧିକ ନିବନ୍ଧ,୪୦ ରୁ ଅଧିକ ପେଟେଣ୍ଟ ଜରିଆରେ ଲିପିବଦ୍ଧ ହେବ ସଙ୍ଗେ ସଙ୍ଗେ ବିଭିନ୍ନ ଶିଳ୍ପରେ ବ୍ୟବହୃତ ହେଉଛି । ଗତ ଶତାଦ୍ଦୀରେ ନବେ ଦଶକ ପ୍ରାରମ୍ଭରୁ ପ୍ରକଳ୍ପମ୍କାନଙ୍କ ପାଇଁ ବିଭିନ୍ନ ଶିଳ୍ପସଂସ୍ଥାରୁ ଆର୍ଥିକ ପ୍ରୋତ୍ସାହନ ଗ୍ରହଣ କରିବା ଦିନଠାରୁ ଏହି ପ୍ରତିଷ୍ଠାନ ପାଖାପାଖି ୧୦୦ କୋଟି ଟଙ୍କା ଆୟ କରିଥିବା ବେଳେ ଏଥି ଭିତରୁ ମାଙ୍ଗାନିଜ ଉପରେ ହେଉଥିବା ଗବେଷଣା ପାଇଁ ପ୍ରାୟ ୧୦ କୋଟି ଟଙ୍କା ଉପଲବ୍ଧ ହୋଇଛି ।
ମାଙ୍ଗାନିଜ ଖଣିଜ ସମ୍ପର୍କୀୟ ଯେଉଁ କ୍ଷେତ୍ରଗୁଡିକରେ ଗବେଷଣା କରାଯାଇଛି , ସେଗୁଡିକ ହେଲା
ଏହାଛଡା ଖଣିଜ ଗୁଣ୍ଡକୁ ଛଞ୍ଚି ମଧ୍ୟରେ ରଖି ଚାପ ପ୍ରୟୋଗ ଦ୍ଵାରା ଗୋଳା ତିଆରି କରଯାଇପରେ । ଏହାକୁ ବ୍ରିକେଟ ପ୍ରକ୍ରିୟା ଓ ଏହି ଗୋଳାକୁ ବିକ୍ରେଟ କୁହାଯାଇଥାଏ । ଗୁଣ୍ଡ ପଦାର୍ଥକୁ ପରସ୍ପର ମଧ୍ୟରେ ଉତ୍ତମ ରୂପେ ବାନ୍ଧି ରଖିବା ପାଇଁ କିଛି ରସାୟହନିକ ବା ଅଣରସାୟନୟକ ପଦାର୍ଥ ମଧ୍ୟ ଅଳ୍ପ ମାତ୍ରାରେ ମିଶାଯାଇଥାଏ । ଏଭଳି ଜ୍ଞାନକୌଶଳ ଖଣିଜ ଓ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ ପ୍ରସ୍ତୁତ ହୋଇସାରିଛି ଓ ବ୍ୟବହାର ଅପେକ୍ଷାରେ ଅଛି ।
ମାଙ୍ଗାନିଜ ଖଣିଜରୁ ଲୌହ ପରିମାଣ ହ୍ରାସ କରି ମାଙ୍ଗାନିଜ ଓ ଲୌହର ଅନୁପାତ ବୃଦ୍ଧି କରିବା ସକାଶେ ଏଠାରେ ଏକ ପଦ୍ଧତି ପ୍ରସ୍ତୁତ କରାଯାଇଛି । ଏହି ପଦ୍ଧତିରେ ପ୍ରଥମେ ମାଙ୍ଗାନିଜ ଖଣିଜରୁ ଉଚ୍ଚତାପ – ଉପଛାଡ଼ କରାଯାଇ ଲୌହ- ଅମ୍ଳଜାନ ଯୋଗିକର ସ୍ତର ବଦଳାଯାଇ ଚୁମ୍ଭକୀୟ ଗୁଣଯୁକ୍ତ ମ୍ୟାଗ୍ନେତାଇତକୁ ରୂପାନ୍ତରିତ କରାଯାଏ । ପରେ ଥଣ୍ଡା କରାଯାଇ ଚୁମ୍ବକ ଦ୍ଵାରା ମାଗ୍ନେତାଇତ ଲୌହକୁ ଅଲଗା କରି ନିଆଯାଏ । ଫଳରେ ମାଙ୍ଗାନିଜ ଅଂଶ ମଧ୍ୟ ବ୍ୟବହାର ଯୋଗ୍ୟ ହୋଇଥାଏ । ଏହି ପ୍ରତିଷ୍ଠାନରେ ପ୍ରସ୍ତୁତ ଏଭଳି ଏକ ଜ୍ଞାନକୌଶଳ ବର୍ତ୍ତମାନ କର୍ଣ୍ଣାଟକର ସାନ୍ଦୁରଠାରେ ପ୍ରୟୋଗାଟମକ ପ୍ରକଳ୍ପରେ କାର୍ଯ୍ୟ କରୁଛି । ଏଥିରେ ଘଣ୍ଟା ପିଛା ୨ ଟନ ଖଣିଜ ଉପଚାର କରାଯାଉଛି ଓ ମାଙ୍ଗାନିଜ ଲୌହ ଅନୁପାତ ମୂଳ୨-୨.୫ ରୁ ୪-୪.୫ ପର୍ଯ୍ୟନ୍ତ ସମୃଦ୍ଧ କରାଯାଇପାରୁଛି ।
ମାଙ୍ଗାନିଜ ଖଣିଜର “ ଖଣିଜ – ମୂଲ୍ୟ ଉପଲବ୍ଧି :- ଆମେ ଖଣିଜକୁ ଆମର ସମ୍ପଦ ବୋଲି ଗଣିଥାଉ । ଯେକୌଣସି ଦେଶ ବା ଜାତି ପାଇଁ ସେ ଦେଶର ମାଟିତଳେ ଥିବା ଗଚ୍ଛିତ ଥିବା ଖଣିଜ ଏକ ବଡ ସମ୍ପଦ । କୃଷି ପରେ ଖଣିଜ-ଶିଳ୍ପ ପୃଥିବୀର ଦ୍ଵିତୀୟ ବୃହତ୍ତ ଅର୍ଥନୈତିକ ଅନୁଷ୍ଠାନ ବା କର୍ମସଂସ୍ଥାନ । ଏଇଠି ମନରେ ସ୍ଵତଃ ପ୍ରଶ୍ନଟିଏ ଉଠେ ଯେ ଏଇ ଖଣିଜ ସମ୍ପଦର ପ୍ରକୃତ ମୂଲ୍ୟ ତେବେ କେତେ ? କିନାବିକା ପାଇଁ ଖଣିରୁ ଖୋଳି ଆଣିଥିବା ଖଣିଜର ମାନ ଅନୁସାରେ ଏକ ବଜାର ଦର ସ୍ଥିର କରାଯାଇଥାଏ । ଖଣିଖଦାନରେ ଲାଗିଥିବା ଶ୍ରମିକ ଓ କର୍ମଚାରୀଙ୍କ ମଞ୍ଜୁରୀ ତଥା ଖଣି ମାଲିକର ମୁନାଫାକୁ ନେଇ ଏକ ଦର ସ୍ଥିରୀକୃତ । ତେବେ ଖଣିଜର ମୂଲ୍ୟ କଣ ଏତିକି ? ସାଧାରଣ ମଣିଷଟିଏ ସଙ୍ଗେ ସଙ୍ଗେ କହିବ “ ନା, ସେତିକି ନୁହେଁ “ । କାରଣ ସମସ୍ତେ ଅନୁମାନ କରିପାରିବେ ଯେ କୌଣସି ପଦ୍ଧତି ଅନୁସରଣ କରି ଖଣିଜକୁ ସମୁର୍ଦ୍ଧିକରଣ ପ୍ରକ୍ରିୟାରେ ଲାଗିଥିବା କିଛି ଅଧିକ କର୍ମଚାରୀ ତାଙ୍କର ଜୀବିକା ଅର୍ଜନ କରିବା ସହିତ ଖଣି ମାଲିକର ମୁନଫାରେ ମଧ୍ୟ କିଛି ବୃଦ୍ଧି ହୋଇପାରିବ । ସେଇ ଏକା ଖଣିଜରୁ ଅଧିକ ମୂଲ୍ୟ ମିଳିପାରିବ ।
ଏବେ ସେଇ ଖଣିଜକୁ ଏକ କାରଖାନାରେ ଉପକାର କରି ଧାତୁ ଉତ୍ପାଦନ କରାଯାଉ । ମାଙ୍ଗାନିଜ କ୍ଷେତ୍ରରେ ଫେରୋ-ମାଙ୍ଗାନିଜ ବା ସିଲିକୋ – ମାଙ୍ଗାନିଜ ଭଳି ସଙ୍କର ଧାତୁ ଉତ୍ପାଦନ କରଯାଉ । ଉକ୍ତ କାରଖାନାରେ ଢେର ଅଧିକ କର୍ମଚାରୀ ନିଯୁକ୍ତ ହୋଇ ତାଙ୍କ ଜୀବିକା ଅର୍ଜନ କରିବେ । ଉତ୍ପାଦିତ ଧାତୁର ମୂଲ୍ୟ ଖଣିଜ ବା ସମୃଦ୍ଧ ଖଣିଜ ଅପେକ୍ଷା ଢେର ବେଶୀ ;ଅର୍ଥାତ ସେଇ ଏକା ଖଣିଜ ଭିତରେ ଏବେ ଅଧିକ ମୂଲ୍ୟ ଲୁଚି ରହିଛି । ସେତିକି ନୁହେଁ , ଏଇ ସଙ୍କର ଧାତୁକୁ ୨୦୦ ଶ୍ରେଣୀର ଇସ୍ପାତ ତିଆରିରେ ଲଗାଯାଇ ଏହାର ମୂଲ୍ୟ ବୃଦ୍ଧି ଆହୁରି ଅଧିକା କରାଯାଉ । ଏହା ବେସ ସମ୍ଭବ । ଏତିକିରେ ବି ପୂର୍ଣ୍ଣଚ୍ଛେଦ ପଡୁନି । ଏହି ବର୍ଦ୍ଧିତ ମୂଲ୍ୟର ବସ୍ତୁମାନଙ୍କୁ କାମରସାଲରୁ ଆରମ୍ଭ କରି ବଡ ବଡ ଗଢଣ କାରଖାନାରେ ବିଭିନ୍ନ ଉପାଦେଯ ବସ୍ତୁ ନିର୍ମାଣ କ୍ଷେତ୍ରରେ ବ୍ୟବହାର କରାଯାଇପାରିବ । ଏଥିରୁ କେତେ ଯେ ମୂଲ୍ୟଭିତ୍ତିକ ଯନ୍ତ୍ରାଂଶ ସଂରଚନା କରାଯାଇପାରିବ , ତାର କଳନା ନାହିଁ । ଏହି ଗଢଣ ଶିଳ୍ପରେ ଅନେକ କର୍ମଚାରୀ ନିଯୋଜିତ ହୋଇପାରିବେ ଓ ଆର୍ଥିକ ଲାଭ ଯଥେଷ୍ଟ ଅଧିକ ହେବ । ତାହାହେଲେ ଯାଇ ଆମେ ଆମ ଖଣିଜ ସମ୍ପଦର ସଂପୂର୍ଣ୍ଣ ମୂଲ୍ୟ ଉପଲବ୍ଧି କରିପାରିବା । ଆମେ କଣ ସେୟା କରୁଛେ ।
ଉପରୋକ୍ତ ପ୍ରଶ୍ନର ଉତ୍ତର ହେଉଛି ଏହା ଯେ ଆମ ଖଣିଜର ସଂପୂର୍ଣ୍ଣ ମୂଲ୍ୟ ଉପଲବ୍ଧ କରିବା ପରିବର୍ତ୍ତେ ଅନେକ କ୍ଷେତ୍ରରେ ଆମ ଆମର ଖଣିଜ ସମ୍ପଦକୁ ବିଦେଶକୁ ବିକ୍ରି କରିଦେଉଛେ । କେବଳ ଅପାରଗ ଲୋକମାନେ ହିଁ ନିଜ ସମ୍ପତ୍ତି ନିଜ ଦେଶରେ ବିନିଯୋଗ କରି ବିଦେଶରେ ବିକ୍ରି କରିଥାନ୍ତି । ଦିନ ଥିଲା ଇଂରେଜମାନଙ୍କ ଠାରୁ ଆମ ଦେଶରୁ ମୁକୁଳେଇବା ବେଳେ ଆମେ କହୁଥିଲୁ “ ସେମାନେ କାର୍ପାସ ,ଚମଡା ଭଳି ଆମ ଦେଶର କଞ୍ଚାମାଲ ନିଜ ଦେଶକୁ ନେଇ ଲୁଗା ଓ ଜୋତା ତିଆରି କରି , ଆଣି ଆମ ଦେଶରେ ବିକ୍ରି କରି ପ୍ରଚୁର ଲାଭ ନେଇଛନ୍ତି । ଆମେ ସ୍ଵାଧୀନ ହେଲେ ଏହା କରିବା ନାହିଁ “ । ଅଥଚ ଆମେ ଆମର ଖଣିଜ ସମ୍ପଦକୁ ଆମ ଦେଶରେ ବିନିଯୋଗ ଣ କରି ବିକ୍ରି ଦେଉଛେ । ଏହି ପରିପ୍ରେକ୍ଷୀରେ ପରବର୍ତ୍ତୀ ଅଣୁଚ୍ଛେଦଟି ବିଶେଷ ଗୁରୁତ୍ଵ ବହନ କରୁଛି ।
ଏଇ ପରିଚ୍ଛେଦରେ ଆମ ଦେଶରେ ମାଙ୍ଗାନିଜ ଖଣିଜ (କଞ୍ଚାମାଲ) ତଥା ମାଙ୍ଗାନିଜ ସଙ୍କର ଧାତୁ ଓ ଅଳଙ୍କିତ ଇସ୍ପାତ ର ଉତ୍ପାଦନ , ବିନିଯୋଗ, ଆମଦାନୀ ଓ ରପ୍ତାନି ସମ୍ପର୍କରେ ଏକ ହିସାବଭିତ୍ତିକ ବିଶ୍ଳେଷଣ କରାଯାଉଛି । ସାରଣୀ -୧ ରେ ୩ ରେ ଏଇ ସମସ୍ତ ବସ୍ତୁର ମୋଟ ଉତ୍ପାଦନର ଶତକଡା ଆନୁପାତିକ ରପ୍ତାନି ଓ ଆମଦାନୀ ହିସାବ ୨୦୦୯-୧୦ ବର୍ଷର ତଥ୍ୟକୁ ନେଇ ପରିବେଷଣ କରାଯାଇଛି ।
ସାରଣୀ-୧
୨୦୦୯-୧୦ ବର୍ଷର ଅଟକଳ ଅନୁସାରେ ଭାରତରେ ବିଭିନ୍ନ ମାନର ମାଙ୍ଗାନିଜ
ଖଣିଜ ପଦାର୍ଥର ଉତ୍ପାଦନ , ଆମଦାନୀ , ରପ୍ତାନି ଓ ବିନିଯୋଗ (ସମସ୍ତ ତଥ୍ୟ ଟନରେ)
ଖଣିଜର ମାନ |
ବ୍ୟାଟେରୀ ପାଇଁ |
୪୬%ରୁ ବେଶୀ ମାଙ୍ଗାନିଜ |
୩୫-୪୬% ମଧ୍ୟରେ ମାଙ୍ଗାନିଜ |
୩୫% ରୁ କମ ମାଙ୍ଗାନିଜ |
ସର୍ବମୋଟ |
ଉତ୍ପାଦନ |
୬୨,୯୦୩ |
୩୧୨,୪୮୫ |
୩୬୦,୧୮୮ |
୧୪,୩୪,୩୨୩ |
୨୪୩୯୮୯୯ |
ରପ୍ତାନି |
୪୫୮ |
୩୩୭୧ |
୧୯,୭୦୦ |
୨୬୬,୩୯୭ |
୨୮୯,୯୨୬ |
ଆମଦାନୀ |
୫୯୪୧ |
୨୮୩୬୪୬ |
୫୧୨,୪୯୮ |
୨୧୯୮୯ |
୮୨୪.୦୭୪ |
ବିନିଯୋଗ |
- |
- |
- |
|
୩୦୨୪.୭୦୦ |
ଭାରତରେ ପ୍ରବର୍ତ୍ତିତ ମାଙ୍ଗାନିଜ ଖଣିଜ ଉପରେ ଅନ୍ତର୍ଜାତିକ ବାଣିଜ୍ୟ ନୀତି ୨୦୦୯ ରୁ ୨୦୧୪ ଉପରେ ସାମାନ୍ୟ ଆଲୋକପାତ କରିବା ଦରକାର । ଏହି ନୀତି ଅନୁସାରେ ୪୬%ରୁ ଅଧିକ ମାଙ୍ଗାନିଜ ଥିବା (ଟେଳା ହେଉ ବା ସମ୍ମିଶ୍ରଣ ଖଣିଜ ହେଉ) ଖଣିଜ ପାଇଁ ରପ୍ତାନି ନିର୍ଦ୍ଧିଷ୍ଟ ଅନୁମତି ବିନା ବାସନ୍ଦ କରାଯିବ । ଅନ୍ୟ ଶ୍ରେଣୀର ମାଙ୍ଗାନିଜ ଖଣିଜ ରପ୍ତାନି ଖଣିଜ ଓ ଧାତୁ ବାଣିଜ୍ୟ ନିଗମ (ମିନେରାଲସ ଆଣ୍ଡ ମେଟାଲସ ଟ୍ରେଡିଙ୍ଗ କରପୋରେସନ – ଏମ ଏମ ଟି ସି) ଦ୍ଵାରା କରାଯାଇପାରିବ । ତେବେ ମଏଲ (ଏମ ଓ ଆଇ ଏଲ) ନିଜ ଦ୍ଵାରା ଉତ୍ତୋଳିତ ମଧ୍ୟମ ବା ନିମ୍ନ ଧାରଣର ମାଙ୍ଗାନିଜ ଖଣିଜ ରପ୍ତାନି କରିପାରିବ । ମାଙ୍ଗାନିଜ ଖଣିଜ ଆମଦାନୀ ଉପରେ ସେପରି କିଛି କଟକଣା ରଖାଯାଇନାହିଁ । ଉକ୍ତ ସାରଣୀମାନଙ୍କରେ ପ୍ରଦତ୍ତ ତଥ୍ୟମାନଙ୍କୁ ଜଣାପଡେ ଯେ ।
ସାରଣୀ -୨
ଭାରତରେ ୨୦୦୯-୧୦ ମସିହାରେ ମାଙ୍ଗାନିଜ ସଙ୍କର ଧାତୁ ଓ ଅକଳଙ୍କି ଇସ୍ପାତର ଉତ୍ପାଦନ , ରପ୍ତାନି , ଆମଦାନୀ ଓ ଉପଯୋଗ (ସମସ୍ତ ତଥ୍ୟ ଟନ)
ସଙ୍କର ଧାତୁ |
ଉତ୍ପାଦନ |
ରପ୍ତାନି |
ଆମଦାନୀ |
ଉପଯୋଗ |
ଫେରୋ- ମାଙ୍ଗାନିଜ |
୩୮୯,୪୬୫ |
୬୬,୫୧୨ |
୨୮,୬୦୮ |
୧୩୦,୦୦୦ |
ସିଲିକୋ – ମାଙ୍ଗାନିଜ |
୧୦୪୫,୨୨୬ |
୨୯୮,୩୦୧ |
୧୩୭୭ |
୨୦୧,୬୬୦ |
ଅକଳଙ୍କି ଇସ୍ପାତ |
୨୩୧୧,୦୦୦ |
୩୧୭,୦୦୦ |
୨୦୬,୦୦୦ |
୨୨୦୦,୦୦୦ |
ସାରଣୀ -୩
ଭାରତରେ ୨୦୦୯-୧୦ ମସିହାରେ ଉତ୍ପାଦିତ ମାଙ୍ଗାନିଜ ଖଣିଜ,ଶଙ୍କର ଧାତୁ ଓ ଅକଳଙ୍କି ଇସ୍ପାତର ଶତକଡା ଆନୁପାତିକ ରପ୍ତାନି ଓ ଆମଦାନୀ ସମସ୍ତ ତଥ୍ୟ ଉତ୍ପାଦନର ଶତକଡା ଅନୁପାତ
ମାଙ୍ଗାନିଜ ଖଣିଜ |
ଫେରୋ-ମାଙ୍ଗାନିଜ |
ସିଲିକା – ମାଙ୍ଗାନିଜ |
ଅକଳଙ୍କି ଇସ୍ପାତ |
୧୨ |
୧୭ |
୨୮ |
୧୪ |
୩୪ |
୭ |
<୧ |
୯ |
ଆମ ଦେଶରେ ମୋଟ ଉତ୍ପାଦିତ ମାଙ୍ଗାନିଜ ଖଣିଜର ପ୍ରାୟ ଶତକଡା ୧୨ ଭାଗ ବିଦେଶକୁ ରପ୍ତାନି ହେଉଥିଲା ବେଳେ ପ୍ରାୟ ଶତକଡା ୩୪ ଭାଗ ଖଣିଜ ବିଦେଶରୁ ଆମଦାନୀ ହେଉଛି । ଆମଦାନୀର ବେଶୀ ଉଚ୍ଚମାନର ଖଣିଜ ହୋଇଥିବା ବେଳେ ରପ୍ତାନି ବେଶୀ ଭାଗ ନିମ୍ନମାନର ଖଣିଜ । ସେହିପରି ଆମ ଦେଶର ଉତ୍ପାଦିତ ଫେରୋ- ମାଙ୍ଗାନିଜ , ସିଲିକା – ମାଙ୍ଗାନିଜ ଓ ଅକଳଙ୍କି ଇସ୍ପାତ ମଧ୍ୟରୁ ଯଥାକ୍ରମେ ଶତକଡା ୧୭,୨୮,ଓ ୧୪ ଭାଗ ରପ୍ତାନି କରୁଥିଲା ବେଳେ ଯଥାକ୍ରମେ ଶତକଡା ୭<୧ ଓ ୯ ଭାଗ ଆମଦାନୀ କରୁଛେ । ଏହି ଆଲୋଚନାରୁ ଜନାଜାଏ ଯେ ଆନୁକୁଳ ବାଣିଜ୍ୟ ନୀତି ଯୋଗୁଁ ଆମ ଦେଶରେ ଉତ୍ପାଦିତ ମାଙ୍ଗାନିଜ ଖଣିଜର ଅଧିକାଂଶ ମୂଲ୍ୟ ଆମ ଦେଶରେ ଆମେ ବିନିଯୋଗ କରୁଛେ , ଯାହାକି ଅନ୍ୟ କେତେକ ଖଣିଜ ଯଥା ଲୌହ ଖଣିଜ ବା କ୍ରୋମାଇଟ ଖଣିଜ କ୍ଷେତ୍ରରେ ନୁହେଁ । ଉଦାହରଣ ସ୍ୱରୂପ ସେହି ୨୦୦୯-୧୦ ମସିହାରେ ଆମ ଦେଶର ଉତ୍ପାଦିତ ଲୌହ ଆକରୀକରୁ ଆମେ ପାଖାପାଖି ୯୧ ନିୟୁତ ଟନ ଲୌହ ଖଣିଜ ଆମ ଦେଶ ଭିତରେ ଇସ୍ପାତ ଉତୁପାଦନ ପାଇଁ ବ୍ୟବହାର କରିଥିଲାବେଳେ ପ୍ରାୟ ୧୦୨ ନିୟୁତ ଟନ ଖଣିଜ ବିଦେଶକୁ ବିକ୍ରି କରିଦେଇଛେ । ଅର୍ଥାତ ଆମ ଦେଶରେ ଉତ୍ତୋଳିତ ଲୌହଖଣିଜର ଅର୍ଦ୍ଧାଧିକ ଭାଗ ବିଦେଶକୁ ଚାଲାଣ ହୋଇଛି । ଏଠାରେ ସୂଚନା ଦିଆଯାଇପାରେ ଯେ ଆମ ଦେଶରେ ମାଙ୍ଗାନିଜ ଖଣିଜ ଉତ୍ପାଦନ ୨୦୦୯-୧୦ ମସିହାରେ ମାତ୍ର ୨.୪ ନିୟୁତ ଟନ ହୋଇଥିଲା ବେଳେ ଲୌହଖଣିଜ ଉତ୍ତୋଳନ ୨୦୦ ନିୟୁତ ଟନରୁ ଢେର ବେଶୀ । ତେଣୁ ବାଣିଜ୍ୟ ଜରିଆ ଏ ଆମେ ଆମ ଖଣିଜର କେତେ ମୂଲ୍ୟ ଉପଲବ୍ଧ କରୁଛେ ଓ କେତେ ବିଦେଶୀଙ୍କ ହାତରେ ଟେକି ଦେଉଛେ ତାହା ସହଜରେ ଅନୁମେୟ ।
ଖଣିଜ – ମୂଲ୍ୟ – ଉପଲବ୍ଧର ଆଉ ଗୋଟିଏ ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ । ଯେହେରୁ ଆମ ଦେଶ ଓ ପ୍ରଦେଶରେ ଗଚ୍ଛିତ ଥିବା ମାଙ୍ଗାନିଜ ଖଣିଜର ଏକ ବଡ ଅଂଶ ମଧ୍ୟମ ଓ ନିମ୍ନମାନର ତେଣୁ ଆମକୁ ଗବେଷଣା ଜରିଆରେ ଉକ୍ତ ଖଣିଜର ସୁବିନିଯୋଗ ପାଇଁ ଉପଯୁକ୍ତ ଜ୍ଞାନ କୌଶଳର ବିକାଶ କରିବାକୁ ପଡିବ ।
ଉପସଂହାର :- ପରିସ୍ଥିତି ଯାହା , ମାଙ୍ଗାନିଜ ବ୍ୟବହାର ଅବ୍ୟାହତ ରହିବ । ଯେହେତୁ ଅକଳଙ୍କି ଇସ୍ପାତ ତିଆରିରେ ଏହାର ପ୍ରାଧାନ୍ୟ ବେଶୀ ଏବଂ ଆମ ଦେଶ ଅଧିକରୁ ଅଧିକ ଇସ୍ପାତ ତିଆରି ପାଇଁ ଲକ୍ଷ୍ୟ ରଖିଛି ଓ ତା ସହିତ ଅକଳଙ୍କି ଇସ୍ପାତ ପାଇଁ ଆବଶ୍ୟକ ନିକେଲ ଧାତୁ ଆମ ଦେଶରେ ନାହିଁ (ଯାହାର ସ୍ଥାନ ମାଙ୍ଗାନିଜ ନେଇପାରିବ) ତେଣୁ ଆମ ଦେଶ ପାଇଁ ମାଙ୍ଗାନିଜର ଗୁରୁତ୍ଵ ଢେର ଅଧିକ । ଏଣେ ଆମ ଦେଶରେ ବିଶେ କରି ଓଡିଶାରେ ମାଙ୍ଗାନିଜ ଖଣିଜ ବେସ ଅଧିକ ଥିଲେ ବି ଏହାର ବେଶୀ ଭାଗ ନିମ୍ନମାନର । ଫଳରେ ଆମକୁ ସମୃଦ୍ଧିକରଣ ଓ ଗୁଣ୍ଡ ଆକରିକର ପିଣ୍ଡୀକରଣ ପରି ପଦ୍ଧତିମାନଙ୍କ ଉପ ଏ ଅଧିକରୁ ଅଧିକ ନିର୍ଭର କରିବାକୁ ହେବ । ଏହି ପରିପ୍ରେକ୍ଷୀରେ “ ଖଣିଜ ଓ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ ‘ର ଗୁରୁତ୍ଵ , ଦାୟିତ୍ଵ ଓ ସହଭାଗିତା ଅଧିକ ପ୍ରୟୋଜନ ।
ସଂଗୃହୀତ :- ଡକ୍ଟର ବିରେନ୍ଦ୍ର କୁମାର ମହାପାତ୍ର , ଡକ୍ଟର ରାଜକିଶୋର ପରମଗୁରୁ
Last Modified : 12/24/2019