ଆସନ୍ତା ଡିସେମ୍ବର ୧ରୁ ଆରମ୍ଭ ହେବ କୋଣାର୍କ ଫେଷ୍ଟିଭାଲ। ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ ଏହି ଉତ୍ସବରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ କଳାକାରମାନେ ଯୋଗ ଦେବେ। ଏଥିରେ ଓଡ଼ିଶୀ, କୁଚିପୁଡ଼ି, ମୋହିନି ନାଟ୍ୟମ, ଭାରତ ନାଟ୍ୟମ,କଥକ ଓ ମଣିପୁରୀ ନୃତ୍ୟର ଝଲକ ଦେଖିବାକୁ ମିଳିବ। ଏହା ସହିତ ଅନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀର ବି ଆୟୋଜନ କରାଯାଉଛି। ଭୁବନେଶ୍ୱରରେ ଅୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଏ ସଂପର୍କରେ ସୂଚନା ଦେଇଥିଲେ।
Last Modified : 11/29/2016