অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଫୁସଫୁସ

ଉପକ୍ରମ

ଫୁସଫୁସ ଶ୍ଵାସକ୍ରିୟା ନିମନ୍ତେ ଉଦ୍ଦିଷ୍ଟ ମାନବ ଶରୀରର ଏକ ଅଙ୍ଗ । ଶରୀରରେ ଦୁଇଟି ଫୁସଫୁସ ଥାଏ, ଡାହାଣ ଫୁସଫୁସ ଓ ବାମ ଫୁସଫୁସ । ଏହା ଛାତି ଭିତରେ ଥାଏ । ଡାହାଣ ଫୁସଫୁସରେ ତିନୋଟି ଭାଗ ଥାଏ ଓ ବାମ ଫୁସଫୁସରେ ଦୁଇଟି ଭାଗ ଥାଏ । ବାମ ଫୁସଫୁସରେ ଗୋଟିଏ ବକ୍ର ଅଂଶ ଥାଏ ଓ ଏହା ପାଖରେ ହୃତପିଣ୍ଡ ଥାଏ । ପ୍ଲୁରା ନାମକ ଗୋଟିଏ ପତଳା ଝିଲ୍ଲୀ ଆବରଣ ଫୁସଫୁସକୁ ଘୋଡେଇ ରଖିଥାଏ । ପ୍ରତ୍ୟେକ ଫୁସ୍ଫୁସରେ ଦୁଇ ପ୍ରକାର ଅଂଶ ଦେଖାଯାଏ, ବାୟୁ ବାହୀ ନଳୀ ଓ ଫୁସଫୁସ ପାରେନକାଇମା । ଟ୍ରାକିଆ ନାମକ ବାଯୁବାହୀ ନଳୀ ତଣ୍ଟିରୁ ଆରମ୍ଭ ହୋଇ ଆସେ ଓ ଦୁଇ ଭାଗ ହୋଇ ବ୍ରୋଙ୍କସ ନାମରେ ଫୁସଫୁସ ମଧ୍ୟକୁ ପ୍ରବେଶ କରିଥାଏ । ଏହି ବ୍ରୋଙ୍କସ ଫୁସଫୁସ ମଧ୍ୟରେ ଶାଖା ପ୍ରଶାଖା ମେଲେଇ ବ୍ରୋଙ୍କିଓଲ ନାମ ନିଏ ଓ ଅତି ସରୁ ନଳୀରେ ପରିଣତ ହୁଏ । ପରିଶେଷରେ ଏହା ଫୁସଫୁସର ଆଲଭିଓଲାଇରେ ଶେଷ ହୁଏ । ଦୁଇଟିଯାକ ଫୁସଫୁସରେ ୨୪୦୦ କି.ମି. ବାଯୁବାହୀ ନଳୀ ଅଛି ଓ ୩୦୦ ରୁ ୫୦୦ ଆଲଭିଓଲାଇ ଅଛି ଯାହାର ସରଫେସ ଏରିଆ ୧୦୦ ବର୍ଗ ମିଟର ବା ଗୋଟିଏ ଟେନିସ କୋର୍ଟ ସହ ସମାନ ।

ଶ୍ଵାସ କ୍ରିୟା

ଶ୍ଵାସ କ୍ରିୟାରେ ମାନବ ଶରୀରରେ ପ୍ରତ୍ୟେକ ଜୀବକୋଷ ରକ୍ତରୁ ଅମ୍ଳଜାନ ଗ୍ରହଣ କରେ ଓ ଅଙ୍ଗାରକାମ୍ଳ ତ୍ୟାଗ କରେ । ଏହି ଅଙ୍ଗାରକାମ୍ଳ ରକ୍ତର ପ୍ଲାଜମାରେ ମିଳେଇ ଯାଇ ପ୍ରବାହିତ ହୁଏ, କିଛି ଅଂଶ ହେମୋଗ୍ଲୋବିନ ସହ ଯୋଡି ହୁଏ ଓ କିଛି ଜଳ ସହ ମିଶି କାର୍ବୋନିକ ଆନହାଇଡ୍ରେଜ ଏନଯାଇମ ଦ୍ଵାରା ବାଇକାର୍ବୋନେଟ ଆୟୋନ ତିଆରି ହୋଇ ରକ୍ତରେ ପ୍ରବାହିତ ହୁଏ ।

  • CO2 + H2O → H2CO3
  • H2CO3 → H+ + HCO−3

ଆଲଭିଓଲାଇହିଁ

ଆଲଭିଓଲାଇହିଁ ଶ୍ଵାସକ୍ରିୟାର ମୂଖ୍ୟ ଅଙ୍ଗ ଯେଉଁଠି ଗ୍ୟାସ ବିନିମୟ ହୁଏ । ଏହାର କାନ୍ଥରେ ମାତ୍ର ଗୋଟିଏ ଧାଡି ଜୀବକୋଷ ଥାଏ ଓ ଏହା କାପିଲାରି ରକ୍ତନାଳୀ ସହ ଲାଗି ହୋଇ ଥାଏ । କାପିଲାରି କାନ୍ଥ ମଧ୍ୟ ବହୁତ ପତଳା । ସୁତରାଂ ଆଲଭିଓଲାଇ ଓ କାପିଲାରି ମଧ୍ୟରେ କେବଳ ଦୁଇଟି ସ୍ତର ଜୀବକୋଷ ଥାଏ । ଏହି ଦୁଇ ସ୍ତର ଭେଦ କରି ଗ୍ୟାସ ବିନିମୟ ହୁଏ । ଡିଫ୍ୟୁଜନ ପଦ୍ଧତି ଦ୍ଵାରା ଅଙ୍ଗାରକାମ୍ଳ ରକ୍ତରୁ ବାହାରି ଆସି ଆଲଭିଓଲାଇରେ ପହଞ୍ଚେ ଓ ବାଯୁରେ ଥିବା ଅମ୍ଳଜାନ ଆଲଭିଓଲାଇରୁ ବାହାଋ ଯାଇ ରକ୍ତରେ ମିଶେ ।

ଉତ୍ସ:       Lung surfactants: basic science and clinical applications

 

Last Modified : 7/22/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate