অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ହୃତ୍‌ପିଣ୍ଡ

ଉପକ୍ରମ

ହୃତ୍‌ପିଣ୍ଡ ହେଉଛି ସମସ୍ତ ମେରୁଦଣ୍ଡୀ ପ୍ରାଣୀଙ୍କ ଶରୀରରେ ଥିବା ଏକ ମାଂସଳ ଅଙ୍ଗ ଯାହା ମାନବ ଓ ଅନ୍ୟ ପଶୁମାନଙ୍କ ଦେହରେ ଥାଏ ଓ ରକ୍ତ ସଞ୍ଚାଳନ ପ୍ରଣାଳୀରେ ଥିବା ରକ୍ତନଳୀ ଭିତରକୁ ରକ୍ତ ପମ୍ପ କରେ । ରକ୍ତ ଶରୀରକୁ ଅମ୍ଳଜାନ ଓ ପୋଷକ (nutrients) ଯୋଗାଏ ତ‌ଥା ବିପାକ ଜନିତ ବର୍ଜ୍ୟବସ୍ତୁ ନିଷ୍କାସନରେ ସାହାଯ୍ୟ କରେ ।  ଛାତିର ମେଡିଆସ୍ଟାଇନମ୍‌ର ମଧ୍ୟ କୋଠରୀରେ ଏହା ଅବସ୍ଥିତ ।  ଅତି ଶକ୍ତ ମାଂସପେଶୀରେ ଗଠିତ ଏହି ଅଙ୍ଗର ଆକାର ହାତମୁଠା ପରି । ଏହା ନିୟମିତ ସଙ୍କୁଚିତ ଓ ପ୍ରସାରିତ ହୋଇ ଶରୀରରେ ରକ୍ତ ସଞ୍ଚାଳନ କରେ ।

ହୃତ୍‌ପିଣ୍ଡ ବିଭକ୍ତ

ମାନବ ଓ ଅନ୍ୟାନ୍ୟ ପଶୁ, ପକ୍ଷୀଙ୍କର ହୃତ୍‌ପିଣ୍ଡ ଚାରୋଟି କୋଠରୀରେ ବିଭକ୍ତ ହୋଇଥାଏ: ଉପର ବାମ ଓ ଡାହାଣ ଅଳିନ୍ଦ, ନିମ୍ନ ବାମ ଓ ଡାହାଣ ନିଳୟ । ସାଧାରଣତଃ ଡାହାଣ ଅଳିନ୍ଦ ଓ ନିଳୟକୁ ଡାହାଣ ହୃତ୍‌ପିଣ୍ଡ କୁହାଯାଏ ଓ ବାମ ପାଖରେ ଥିବା ଅଳିନ୍ଦ ଓ ନିଳୟକୁ ବାମ ହୃତ୍‌ପିଣ୍ଡ କୁହାଯାଏ । ମାଛର ଦୁଇଟି କୋଠରୀ ଥାଏ ଓ ସରୀସୃପଙ୍କର ତିନୋଟି କୋଠରୀ ଥାଏ ।  ସୁସ୍ଥ ହୃତ୍‌ପିଣ୍ଡରେ ପ୍ରତି କୋଠରୀର ପ୍ରସ୍ଥାନ ପଥରେ ହୃତ୍‌ପିଣ୍ଡ କପାଟିକା (heart valve) ଥାଏ, ତେଣୁ ରକ୍ତ ସଞ୍ଚାଳନ ସର୍ବଦା ଏକ ପଥରେ ହୁଏ ଓ ପଛୁଆ ରକ୍ତ ପ୍ରବାହ ହୁଏ ନାହିଁ ।  ହୃତ୍‌ପିଣ୍ଡଟି ଗୋଟିଏ ସୁରକ୍ଷାକାରୀ ମୁଣା ବା ପେରିକାର୍ଡିଅମ (pericardium) ଭିତରେ ଥାଏ ଓ ସେହି ହୃଦାବରଣର ଦୁଇ ସ୍ତର ମଧ୍ୟରେ ସ୍ୱଳ୍ପ ପରିମାଣର ତରଳ ପଦାର୍ଥ ଥାଏ । ହୃତ୍‌ପିଣ୍ଡର କାନ୍ଥର ତିନୋଟି ସ୍ତର ଥାଏ; ଏପିକାର୍ଡିଅମ୍, ମାୟୋକାର୍ଡିଅମ ଓ ଏଣ୍ଡୋକାର୍ଡିଅମ ।

ରକ୍ତ ସଞ୍ଚାଳନ

ହୃତ୍‌ପିଣ୍ଡ ଦୁଇଟି ରକ୍ତ ସଞ୍ଚାଳନ ପ୍ରଣାଳୀରେ ରକ୍ତ ପମ୍ପ କରେ । ସ୍ୱଳ୍ପ ଅମ୍ଳଜାନ ଥିବା ରକ୍ତ ଶାରୀରିକ ରକ୍ତ ସଞ୍ଚାଳନ ତନ୍ତ୍ରରୁ ସୁପିରିଅର ଭେନାକାଭା ଓ ଇନ୍‌ଫିରିଅର୍ ଭେନାକାଭା ମାଧ୍ୟମରେ ଆସି ଦକ୍ଷିଣ ଅଳିନ୍ଦରେ ପ୍ରବେଶ କରେ ଓ ସେଠାରୁ ଦକ୍ଷିଣ ନିଳୟରେ ପ୍ରବେଶ କରେ । ଏହା ପରେ ହୃତ୍‌ପିଣ୍ଡ ରକ୍ତକୁ ଫୁସ୍‌ଫୁସିୟ ସଞ୍ଚାଳନକୁ ପମ୍ପ କରେ ଯେଉଁଠାରେ ଫୁସ୍‌ଫୁସ୍‌ରେ ରକ୍ତ ସ‌ହ ଅମ୍ଳଜାନର ମିଶ୍ରଣ ଓ ଅଙ୍ଗାରକାମ୍ଳ ନିଷ୍କାସନ ହୁଏ । ଅମ୍ଳଜାନ ମିଶ୍ରିତ ରକ୍ତ ଫୁସ୍‌ଫୁସ୍‌ରୁ ବାମ ଅଳିନ୍ଦ ଓ ତାପରେ ବାମ ନିଳୟକୁ ଯାଇ ସେଠାରୁ ଆଓର୍ଟା ଭିତରକୁ ପମ୍ପ ହୁଏ । ଏହି ରକ୍ତ ଶରୀରର ପ୍ରତ୍ୟେକ ଅଂଶକୁ ଯାଏ, ବିପାକ ପ୍ରକ୍ରିୟାରେ ଅମ୍ଳଜାନ ବ୍ୟବ‌ହୃତ ହେଲାପରେ ଅଙ୍ଗାରକାମ୍ଳ ତ୍ୟକ୍ତ ହୁଏ । ସାଧାରଣତଃ ପ୍ରତି ହୃତ୍‌ସ୍ପନ୍ଦନରେ ଯେତିକି ରକ୍ତ ଫୁସ୍‌ଫୁସ୍‌ ଭିତରକୁ ଛଡ଼ାଯାଇଥାଏ ସେତିକି ରକ୍ତ ବାମ ନିଳୟ ଶରୀର ମଧ୍ୟକୁ ଛାଡ଼େ । ଅମ୍ଳଜାନବର୍ଜିତ ରକ୍ତ ହୃତ୍‌ପିଣ୍ଡ ଭିତରକୁ ଶିରା ଆଣେ ଓ ଅମ୍ଳଜାନ ମିଶ୍ରିତ ରକ୍ତ ଶରୀର ମଧ୍ୟକୁ ଧମନୀ ଛାଡ଼େ । ଶିରା ଅପେକ୍ଷା ଧମନୀରେ ରକ୍ତଚାପ ଅଧିକ ଥାଏ । ବିଶ୍ରମ ସମୟରେ ପ୍ରତି ମିନିଟ ପିଛା ହୃତ୍‌ପିଣ୍ଡର ସଙ୍କୋଚନ ୭୨ଥର ହୁଏ ।  ବ୍ୟାୟାମ କଲେ ଏହି ସଙ୍କୋଚନ ହାର ବଢ଼େ କିନ୍ତୁ ହୃତ୍‌ପିଣ୍ଡ ହାର ଦୀର୍ଘ ସୁତ୍ରରେ କମିଯାଏ ଓ ଏହା ସ୍ୱାସ୍ଥ୍ୟ ପକ୍ଷରେ ଭଲ ।

ରୋଗ

ସନ ୨୦୦୮ରେ ହୃତ୍‌ପିଣ୍ଡରକ୍ତନଳୀ ରୋଗ ଅତି ସାଧାରଣ ଓ ହିସାବରେ ୩୦% କେସ୍ ଥିଲା, ଏଥିରୁ ସୁଇ ତୃତୀୟାଂଶ କରୋନାରୀ ଧମନୀ ରୋଗ ଓ ଷ୍ଟ୍ରୋକ ଥିଲା । ଧୁମ୍ରପାନ, ଅତ୍ୟଧିକ ଓଜନ ବୃଦ୍ଧି, କମ୍ ବ୍ୟାୟାମ, ଅଧିକ କୋଲେଷ୍ଟେରଲ, ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗର ଅପଚିକିତ୍ସା ଏହି ରୋଗ ସଙ୍କଟସୃଷ୍ଟିକାରୀ ଅଟନ୍ତି ।  ଛାତିରେ ସ୍ଟେଥୋସ୍କୋପ୍ ଥୋଇ ହୃତ୍‌ପିଣ୍ଡ-ଶବ୍ଦ ଶୁଣି, ଇସିଜି କରି ରୋଗ ନିର୍ଣ୍ଣୟ କରାଯାଏ ।  ହୃଦ୍‌ରୋଗକୁ ହୃତ୍‌ପିଣ୍ଡ ବିଶେଷଜ୍ଞମାନେ ଚିକିତ୍ସା କରନ୍ତି ଯଦିଓ ଅନେକ ସ୍ପେସିଆଲିଷ୍ଟଙ୍କ କାମ ଥାଏ ।

 

ଉତ୍ସ:       Biology: Today and Tomorrow With Physiology,  Cecie Starr; Christine Evers; Lisa Starr

Last Modified : 5/8/2020



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate