অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଆମ୍ବପତ୍ରର ଔଷଧୀୟ ଗୁଣ ବିଷୟରେ ଜାଣନ୍ତୁ

ଆମ୍ବପତ୍ରର ଔଷଧୀୟ ଗୁଣ ବିଷୟରେ ଜାଣନ୍ତୁ

ଆମ୍ବପତ୍ର

ଆମ୍ୱ ଏପରି ଏକ ସୁସ୍ୱାଦୁ ଫଳ, ଯାହାକୁ ଖାଇବା ପାଇଁ ସମସ୍ତେ ପସନ୍ଦ କରନ୍ତି । ଏଥିପାଇଁ ଆମ୍ୱକୁ ଫଳମାନଙ୍କ ରାଜା ବୋଲି ମଧ୍ୟ କୁହାଯାଏ । ଗ୍ରୀଷ୍ମ ଦିନରେ ପ୍ରଚୁର ମାତ୍ରାରେ ଫଳୁଥିବା ଆମ୍ୱ କେବଳ ସ୍ୱାଦିଷ୍ଟ ନୁହେଁ ଏଥିରେ ଭରି ରହିଛି ଅନେକ ଔଷଧୀୟ ଗୁଣ । ମୋତିଆବିନ୍ଦୁ, ମୋଟାପଣ ଆଦି ସହ କ୍ୟାନସର ଭଳି ରୋଗରୁ ରକ୍ଷା କରିବାର ଶକ୍ତି ଆମ୍ୱ ପାଖରେ ରହିଛି । ତେବେ ଆମ୍ବ ପରି ଆମ୍ବପତ୍ରରେ ମଧ୍ୟ ରହିଛି ଅନେକ ଔଷଧୀୟ ଗୁଣ । ମଧୁମେହ, ଶ୍ୱାସ ରୋଗ ଭଳି ଅନେକ ରୋଗ ପାଇଁ ଆମ୍ବପତ୍ର ବେଶ ଲାଭଦାୟକ ସାବ୍ୟସ୍ତ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଆସନ୍ତୁ ଜାଣିବା ଆମ୍ବପତ୍ର ଆମ ସ୍ୱାସ୍ଥ୍ୟ ପାଇଁ କିପରି ଲାଭଦାୟକ ହୋଇଥାଏ ଓ ଏହାକୁ କେମିତି ବ୍ୟବହାର କରିବା

ଔଷଧୀୟ ଗୁଣ

  • ଆମ୍ୱପତ୍ରକୁ ପାଣିରେ ପକାଇ ସେହି ପାଣିରେ ସ୍ନାନ କଲେ ଉଚ୍ଚ ରକ୍ତଚାପରୁ ମୁକ୍ତି ମିଳିଥାଏ ।
  • ପେଟରେ ହେଉଥିବା ଷ୍ଟୋନର ଚିକିତ୍ସା ପାଇଁ ଆମ୍ବପତ୍ର ଖୁବ୍ ଉପକାରୀ । ଆମ୍ୱପତ୍ରକୁ ଗୁଣ୍ଡକରି ପ୍ରତିଦିନ ସେବନ କଲେ ପେଟରୁ ଷ୍ଟୋନ ବାହାରିଯାଏ ।
  • କିଛି ଲୋକଙ୍କର ବାରମ୍ବାର ହାକୁଟି ହୁଏ । ହାକୁଟି ସମସ୍ୟାରୁ ଆମ୍ୱପତ୍ର ମୁକ୍ତି ଦେଇ ପାରିବ । ଆମ୍ୱପତ୍ରକୁ ପାଣିରେ ଫୁଟାଇ ସେହି ପାଣିକୁ କୁଳି କଲେ ହାକୁଟି ସମସ୍ୟା ଦୂର ହୋଇଥାଏ ।
  • ଶ୍ୱାସ ସମ୍ୱଦ୍ଧୀୟ ସମସ୍ୟା ଥିଲେ ଆମ୍ୱପତ୍ର ଲାଭକାରୀ ହୋଇଥାଏ । ଆମ୍ୱପତ୍ରର କାଢ଼ା ବନାଇ ପିଇଲେ ଏହି ସମସ୍ୟାରୁ ଆରାମ ମିଳେ ।
  • ଆମ୍ୱପତ୍ରରେ ଆଣ୍ଟି ଡାଏବେଟିସ୍ ଗୁଣ ରହିଥାଏ । ଏହା ଶରୀରର ସୁଗାର ସ୍ତରକୁ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରେ । ଆମ୍ୱପତ୍ରକୁ ଶୁଖାଇ ତାହାର ଗୁଣ୍ଡକୁ ନିୟମିତ ସେବନ କଲେ ସୁଗାର ନିୟନ୍ତ୍ରଣରେ ରହେ ।
  • ସତେଜ ଆମ୍ବପତ୍ରକୁ ପ୍ରତିଦିନ ସକାଳେ ଖାଲି ପେଟରେ ଖାଇଲେ ଟ୍ୟୁମର ପରି ରୋଗରୁ ମୁକ୍ତି ମିଳିପାରିବ । ଏହାଛଡା ଆମ୍ୱପତ୍ରରେ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ଥାଏ ଯାହା ଇନଫେକ୍ସନ୍ ବା ସଂକ୍ରମଣରୁ ଆମକୁ ସୁରକ୍ଷା ଦେଇଥାଏ ।

ଆଧାର: ଖବର ଓଡିଶା

Last Modified : 12/24/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate