ଅତ୍ୟଧିକ ତେଲ ମସଲା, ଘିଅ, ଛଣାଛାଣି ଖାଦ୍ୟ, ଥଣ୍ଡା ଓ ବାସୀ ଖାଦ୍ୟ, ପଚାଶତ୍ମା ଫଳ, ଆମିଷ ଖାଦ୍ୟ, ଗରିଷ୍ଠ ଭୋଜନ ଆଦି ସେବନ କଲେ, ରକ୍ତରେ ଇସନ ଫୁଲିଆ, ଇ.ଏସ.ଆର, ୟୁରିକ ଏସିଡ୍, ରୁୟୁମାଟଏଡ୍ ଆର୍ଥ୍ରାଇଟିସ ଆଦି ବୃଦ୍ଧି ପାଏ । ଶରୀରର ଆଭ୍ୟନ୍ତରୀଣ ତାପମାତ୍ରା ନିୟନ୍ତ୍ରଣ ରଖିବାକୁ ପେରିଫୋରିଆଲ ଅଂଶକୁ ରକ୍ତ ପ୍ରବାହ କମ ହୋଇଥାଏ । ଏଥୁଯୋଗୁଁ ଆମ ଶରୀରର ଗଣ୍ଠି ସ୍ଥାନ ଗୁଡ଼ିକ ବେଶି ନମନୀୟ ଓ ସଞ୍ଚାଳନଯୋଗ୍ୟ ହୋଇପାରେ ନାହିଁ । ବାୟୁମଣ୍ଡଳରେ ଚାପର ପରିବର୍ତନ ହେତୁ ଗଣ୍ଠି ଓ ସନ୍ଧି ସ୍ଥାନରେ ଆମ ବିଷ ବା ଟକ୍ସିନ ତଥା ବାୟୁ ବୃଦ୍ଧି ହୋଇ ଗଣ୍ଠି ଫୁଲିଯିବା ସହ ଯନ୍ତ୍ରଣା ହୁଏ । ଭିଟାମିନ ‘ଡି’ର ଅଭାବ ଯୋଗୁଁ ଏବଂ ସୂର୍ଯ୍ୟକିରଣ ଶରୀର କମ ପାଉଥୁବାରୁ ହାଡ଼ ଦୁର୍ବଳ ହୋଇ ଏଇ ସମସ୍ୟାକୁ ଅଧିକ ଜଟିଳ କରିଦିଏ । ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ପ୍ରାକୃତିକ ଉପାୟରେ ବୃଦ୍ଧି କରିବା ପାଇଁ ସୁଷମ ଖାଦ୍ୟ, ସବୁଜ ରଙ୍ଗର ପରିବା, ଶାଗ, ଗାଜର, ବିଟ, ମୁଗ, ଗଜା, ଟମାଟୋ, କାକୁଡ଼ି, ଧନିଆଁ ପତ୍ର, ପିଆଜ, ବିଟ, ଲୁଣ ବା ସୈନ୍ଧବ ଲୁଣର ସାଲାଡ଼ ଆଦି ପ୍ରଚୁର ପରିମାଣରେ ଖାଦ୍ୟ ସହ ନେବା ଦରକାର । ପ୍ରତିରୋଧକ ଶକ୍ତି ଠିକ ରହିଲେ ତାହା ଶରୀର ଭିତରେ ଯେ କୌଣସି ରୋଗର ସଂକ୍ରମଣକୁ ପ୍ରତିହତ କରିପାରିବ । ଏଣୁ ରସୁଣ ଚାରି ପାଖୁଡ଼ା ପ୍ରତିଦିନ ସକାଳେ ଖାଲି ପେଟରେ ୧ କପ୍ ଗରମ ପାଣି ସହ ନେବାକୁ ହେବ । ଗୋଲମରିଚ ଗୁଣ୍ଡ ଅଧ ଚାମଚ, ପ୍ରସାରଣୀ ପତ୍ର ରସ ୪ଚାମଚ, ବେଗୁନିଆ ପତ୍ର ରସା ୧ ଚାମଚ, ଶୁଣ୍ଠି ଗୁଣ୍ଡା ୧ ଚାମଚ ସକାଳେ ସଂଧ୍ୟାରେ ଖାଲି ପେଟରେ ଖାଇଲେ ବିଭିନ୍ନ ପ୍ରକାର ସନ୍ଧିବାତ ବା ରଦ୍ୟୁମାଟଏଡ୍ ଆର୍ଥ୍ରାଇଟିସ, ଗାଉଟ, ସାଇଟିକା, ବ୍ୟାକପୋନ, ସ୍ପଣ୍ଡିଲୋସିସ, ମସ୍କୁଲାର ଆପ୍ରୋପି, ଅଷ୍ଠିଓ ଆର୍ଥ୍ରାଇଟିସ, ଅମ୍ଳ ବାତ, ଆଣ୍ଠୁଗଣ୍ଠି ବାତରୁ ଉପଶମ ମିଳେ ।
ନିୟମିତ ଝାଡ଼ା ପରିଷ୍କାର ପାଇଁ ତ୍ରିଫଳା ଚୁର୍ଖ, ଜିଲାକ୍ ଆଦି ଔଷଧ ସେବନ କରନ୍ତୁ । ଗଣ୍ଠି ଫୁଲା ଦରଜ ସ୍ଥାନରେ ବାହାରକୁ ବୁଲିବାକୁ ଯିବା ପୂର୍ବରୁ କ୍ରେପ୍ ବ୍ୟାଣୋଜ ବା ଜି-କ୍ୟାପ ପିନ୍ଧନ୍ତୁ । ଆବଶ୍ୟକୀୟ ବ୍ୟାୟାମ ଯୋଗ ଶିକ୍ଷକଙ୍କ ତତ୍ଵାବଧାନରେ କରନ୍ତୁ । ଶରୀରରେ ଔଷଧୀୟ ତୈଳ, ମହା ନାରାୟଣ ତୈଳ , ରିଲାକ୍ସି ତୈଳ, ମହାମାସ ତୈଳ ଆଦି ଭଲ ଭାବରେ ମାଲିସ କରି ପ୍ରତିଦିନ କଅଁଳ ଖରାରେ ଖୋଲା ଶରୀରରେ କିଛି ସମୟ ରହିଲେ ପ୍ରାକୃତିକ ଉପାୟରେ ଭିଟାମିନ ଡି ମିଳିପାରିବ । ଯଦି ଏହା ସମ୍ଭବ ହୋଇପାରୁନାହିଁ, ତେବେ ଭିଟାମିନ ଡି ସପ୍ଲିମେଣ୍ଟା ଯୁକ୍ତ ଆୟୁର୍ବେଦ ଔଷଧ କ୍ଷୁଧାଷଟକ, ଗୋଦନ୍ତୀ, ପ୍ରବାଳ, ମୁକ୍ତା, ଶଙ୍ଖ ଉଷ୍ମ, କପର୍ଦ୍ଧକ, କଇଁଛ ପୃଷ୍ଠା ଉଷ୍ଣୁ, ଗୁଆଘିଅ, ମସ୍ୟା ପିତ୍ତ, ଲହୁଣୀ, କଚଲିଭର ଅଏଲ ବ୍ୟବହାର କରିପାରିବେ । ଥଣ୍ଡା ସ୍ଥାନରେ ଖାଲି ପାଦରେ ଚାଲନ୍ତୁ ନାହିଁ । କୋହଲା ପାଗ, କୁହୁଡ଼ି ଓ ପାଗ ଯେତେବେଳେ ଆର୍ଦ୍ର ଥାଏ, ଶରୀରକୁ ଆବୃତ୍ତ କରି ବାହାରନ୍ତୁ । ଉଷୁମ ପାଣିରେ ସ୍ଥାନ ଓ ଉଷୁମ ପାଣି ସବୁଦିନ ପିଅନ୍ତୁ । ଷ୍ଟିମା ବାଥ କରିବାଦ୍ଵାରା ବିଭିନ୍ନ ପ୍ରକାର ବାତ ରୋଗ ଓ ସ୍ନାୟବିକ ସମସ୍ୟା ଦୂର ହୁଏ । ପରିଶ୍ରମ କାତରତା, ମେଦ ବହୁଳତା, ପରିଶ୍ରମ ପ୍ରତି ଭୟା, ଭିଟାମିନ ‘ଡି' ଓ କାଲସିୟମର ଅଭାବ ଯୋଗୁଁ ଏହି ରୋଗରେ ସାଧାରଣ ବ୍ୟକ୍ତି ଆକ୍ରାନ୍ତ ହୁଅନ୍ତି । ଏହିସବୁ । ବାତ ବୃଦ୍ଧି ଜନିତ ରୋଗରେ ବିଷଗର୍ଭ ଜୈଳ, ସୈନ୍ଧବାଦି ତୈଳ, ରିଲାକି ତୈଳ ଦିନକୁ ୨/୩ଥର ମାଲିସ ଓ ଗରମ ପତ୍ର ପିଣ୍ଡା ସେକ ଦ୍ଵାରା ବହୁ ଉପକାର ମିଳେ । ବୃଯୋଗରାଜ ଗୁଗୁଳୁ, ବୁ, ବାତ ଗଜାଙ୍କୁଶ, ମହାବାତ ଗଜେନ୍ଦ୍ରସିଂହ ବଟିକା, ରସନେ ପିଣ୍ଡ, ଅମୃତ ଉଲ୍ଲାତକ, ମହାରାସ୍ନାଦି ପାଚନ, ଆମବାତାରୀ। ବଟୀକା, ରାସ୍ନାଦି ଗୁଗୁଳ୍ମ, ବୃତୋପଚିନି ମୋଦକ ଆଦି ଅଭିଜ୍ଞ ଆୟୁର୍ବେଦ ଡାକ୍ତରଙ୍କ ପରାମର୍ଶକ୍ରମେ ବ୍ୟବହାର ଏହି କଷ୍ଟସାଧ୍ୟ ରୋଗରୁ ସହଜରେ ଆରୋଗ୍ୟ ମିଳିଥାଏ । ଆୟୁର୍ବେଦ ଚିକସା ବିଜ୍ଞାନରେ ବର୍ତ୍ତିତ ପଞ୍ଚ କର୍ମ ଚିକିତ୍ସାଦ୍ଵାରା ପ୍ରାୟ ସମସ୍ତ ପ୍ରକାର ବାତ ରୋଗ ଆରୋଗ୍ୟ ହୋଇପାରୁଛି ।
ଆଧାର
ଡାକ୍ତର ସ୍ଵପ୍ରେଶ୍ଵର ପଣ୍ଡା ସାଇଲେ। ଗୋବିନ୍ଦପୁର, କଟକ, ମୋବାଇଲ:୯୪୩୭୦୩୬୨୬୫
Last Modified : 8/19/2019