ପ୍ରକୃତିର ବରଦାନ ପୂର୍ବକ ବିଭିନ୍ନ ଗୁଣକାରୀ ଓ ଶକ୍ତିବର୍ତିକ ଫଳ ହାତପାଆନ୍ତାରେ ମିଳୁଛି। ଶାରୀରିକଦୁର୍ବଳତାକୁ ନଷ୍ଟ କରିବାରେ ଫଳର ଭୂମିକା ଗୁରୁତ୍ଵପୂର୍ଣ୍ଣ । ଏହି ପରିପ୍ରେକ୍ଷୀରେ ଶରୀର ପାଇଁ ଖଜୁରିର ପୂର୍ଣ୍ଣ ଆବଶ୍ୟକତା ରହିଛି।
ଆୟୁର୍ବେଦ ଅନୁସାରେ ଭାରତରେ ଖଜୁରି ତିନି ପ୍ରକାରର । ଯଥା-ପିଣ୍ଡ ଖଜୁରି, ଲାଲ ଖଜୁରି ଏବଂ ହଳଦଆ ଖଜୁରି । ତେବେ ପିଣ୍ଡ, ଖଜୁରିର ବ୍ୟବହାର ବହୁଳ ମାତ୍ରାରେ କରାଯାଇଥାଏ ।
ଖଜୁରି ମଧୁର, ସ୍ନିଗ୍ଧ, ଗୁରୁ, ଶୀତଳ ଏବଂ ବାତପୀତ ନାଶକ । ଖଜୁରି ପୌଷ୍ଟିକ ଏବଂ ଶକ୍ତିବର୍ଦ୍ଧକ । ନିୟମିତ ଖଜୁରି ଖାଇବା ଦ୍ଵାରା ଶରୀରରେ ହିମୋଗ୍ଲୋବିନ ବା ରକ୍ତ ବୃଦ୍ଧି ହୋଇଥାଏ । ଖଜୁରିରେ ମାଛ, ମାଂସ ଠାରୁ ଅଧୀକ ଶକ୍ତି ପ୍ରଦାନ କରୁଥିବା ପୌଷ୍ଟିକ ତତ୍ତ୍ଵ ଭରପୁର ରହିଛି । ନିୟମିତ ଖଜୁରୀ ଖାଇବା ଦ୍ଵାରା ଶାରିରୀକ ଦୁର୍ବଳତା ନଷ୍ଟ ହୋଇଥାଏ । ଖଜୁରୀକୁ ଶକ୍ତିବର୍ଦ୍ଧକ ଓ ଧାତୁବର୍ଦ୍ଧକ ଫଳରୂପେ ବିବେଚନା କରାଯାଇଛି । ଖଜୁରୀ ସେବନ ଦ୍ଵାରା କଫ ନଷ୍ଟ ହୋଇଥାଏ । କୋଷ୍ଠବଦ୍ଧତାରୁ ମୁକ୍ତିପାଇଁ ନିୟମିତ ଖଜୁରି ସେବନ ନିତାନ୍ତ ଆବଶ୍ୟକ । ହୃଦୟରୋଗୀଙ୍କ ପାଇଁ ଖଜୁରି ବରଦାନ ସଦୃଶ । ଖଜୁରୀ ସେବନ ଦ୍ଵାରା ଶରୀରରେ ରକ୍ତ ଏବଂ ପିତ୍ତର ବିକୃତି ମଧ୍ୟ ନଷ୍ଟ ହୋଇଥାଏ । ଖଜୁରି ସେବନ ଦ୍ଵାରା ମସ୍ତିଷ୍କର ଦୁର୍ବଳତା ନଷ୍ଟ ହୋଇ ସ୍ମରଣ ଶକ୍ତି ବୃଦ୍ଧି ପାଏ । କଟିଶୁଳ, ଗ୍ରୁଧ୍ରୁଶୀ (ସାୟିଟିକା)ବିକୃତି ପାଇଁ ଖଜୁରୀ ସର୍ବୋତ୍ତମ । ଖଜୁରି ସେବନ ଦ୍ଵାରା ଶରୀରକୁ ପ୍ରାକୃତିକ ଶର୍କରା ମିଳିଥାଏ । ୧୦୦ ଗ୍ରାମ ଖଜୁରୀରେ ପାଖାପାଖି ୮୫ ଗ୍ରାମ ଶର୍କରା ଥାଏ । ଖଜୁରିରେ କ୍ୟାଲସିୟମ, ଫସଫରସ, ଲୌହ ଏବଂ ଖଣିଜ ତତ୍ତ୍ଵ ଭରପୂର ହୋଇ ରହିଛି ।
ଖଜୁରି, ଅଙ୍ଗୁର, ଅଦା, ତେନ୍ତୁଳି ଓ ଗୋଲମରିଚ ଆଦିକୁ
ଏକତ୍ର ବାଟି ଲୁଣ ସହ ଚଟଣି କରି ଖାଦ୍ୟର ଘଣ୍ଟାକ ପୂର୍ବରୁ ଖାଇଲେ ଅରୁଚିରୁ ମୁକ୍ତି ମିଳେ ।
ସଂଗୃହିତ : ଡାକ୍ତର ଦେବନଦତ୍ତ ସାମନ୍ତରାୟ ଦିଶା ଆୟୁର୍ବେଦ ଓ ପଞ୍ଚକର୍ମ ହସ୍ପିଟାଲ, ପାରାଦ୍ଵୀପ
ଆଧାର: କନକ ନ୍ୟୁଜ
Last Modified : 12/29/2019