ଋତୁ କଷ୍ଟ
ଋତୁ ସମୟରେ ପୂର୍ବରୁ ବା ପରେ ତଳି ପେଟରେ କଷ୍ଟକୁ ଋତୁ କଷ୍ଟ କୁହାଯାଏ । ଏହି ରୋଗ ପ୍ରାୟତଃ ବହୁ ସ୍ତ୍ରୀଲୋକଙ୍କ ନିକଟରେ ଦେଖାଯାଏ । ଋତୁ ପୂର୍ବରୁ ବା ଋତୁ ସମୟରେ ଅତ୍ୟଧିକ କାଟିଲାପରି ତଳିପେଟରେ କଷ୍ଟ ହୁଏ ।
ଏପରିକ ରୋଗୀ କଷ୍ଟରେ ପେଟକୁ ଧରି ଗଡିଥାଏ ।
ଲକ୍ଷଣ
- ତଳିପେଟରେ ଋତୁ ସମୟରେ ବା ପୂର୍ବରୁ କର୍ତ୍ତନବତ୍ ଅତି ପୀଡା ହୁଏ ।
- ରୋଗୀର ସମସ୍ତ ଶରୀରରେ ଯନ୍ତ୍ରଣା ହୁଏ ।
- ଋତୁ ସମୟ ଶେଷରେ ବାତ ଗତୁ ହୋଇଗଲେ ଉକ୍ତ ଯନ୍ତ୍ରଣା ଉପଶମ ହୋଇଥାଏ ।
- ବେଦନା ସମୟରେ ରୋଗୀ ନିଜର ସ୍ଥିତି ମଧ୍ୟ ସମୟସମୟରେ ଭୁଲିଯାଏ ।
- ଉକ୍ତ ସମୟରେ ରୋଗୀ ଛିଡିଛିଡା ମଧ୍ୟ ହୋଇଥାଏ ।
କାରଣ
ଏହାର କାରଣ ସେପରି ପ୍ରାୟତଃ କିଛି ନାହିଁ । ଏହା ଶରୀରକୁ ନେଇ ହୋଇଥାଏ । କେତେକଙ୍କର ହୁଏ କେତେକଙ୍କର ହୁଏ ନାହିଁ ମଧ୍ୟ । ଏହା ଜନ୍ମଗତ କାରଣରୁ ଅର୍ଥାତ୍ ମା’ର ଥିଲେ ଝିଅର ମଧ୍ୟ କେତେକାଂଶରେ ହୋଇଥାଏ । କେତେଙ୍କର ବିବାହ ପରେ ମଧ୍ୟ ଏହା କମିଯାଇଥାଏ ।
ତୁଟୁକା ଚିକିତ୍ସା
- ଜବାଫୁଲ ଶୋଧିତ ହିଙ୍ଗୁ ଓ ସୁଣ୍ଠି ସମଭାଗ ନେଇ ମିଶାଇ ୨୫୦ ମି.ଗ୍ରାର ବଟିକା କରିବ ଓ ତାକୁ ସକାଳ ସନ୍ଧ୍ୟାରେ ଖାଲି ପେଟରେ ଜଳ ସହ ପାନ କରିବ ।
- ଜବାଫୁଲସହ ପୁରୁଣା ଆଖୁ ଗୁଡ ମିଶାଇ ସକାଳ ସନ୍ଧ୍ୟା ଖାଇବ ।
ଔଷଧ
- ରାଜପ୍ରବର୍ତ୍ତନୀ ବଟା ୧ଟି ଲେଖାଏଁ ବଟିକା ଉକ୍ଷମ ଜଳ ସହ ଦିନକୁ ୨ ଥର ।
- ବୃହତ୍ ମେଥିମୋଦକ – ଆର୍ତ୍ତବସୁଦ୍ଧି କ୍ଵାର୍ଥ ସହ ଦିନକୁ ୨ ଥର ୫ ଗ୍ରାମ୍ ଲେଖାଏଁ ।
- ଆସୋକାରିଷ୍ଟ – ୩ ଚାମଚ ଲେଖାଏଁ ଦିନକୁ ୨ ଥର ।
- ଅନ୍ୟାନ୍ୟ ଔଷଧ – ଅଶୋକ, ଘୃତ, ଦଶମୁଲାରିଷ୍ଟ ଇତ୍ୟାଦି ।
ଆଧାର-ସରକାରୀ ଆୟୁର୍ବେଦ ଦିପାର୍ଟମେଣ୍ଟ
Last Modified : 10/9/2019
0 ratings and 0 comments
Roll over stars then click to rate.
© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.