ବର୍ତମାନ ଏସିଡ଼ିଟି ପ୍ରତି ଲୋକଙ୍କ ଗୋଟିଏ ସାଧାରଣ ରୋଗ ହୋଇ ଗଲାଣି । ଏସିଡ଼ିଟି ଏବଂ ଗ୍ୟାସ ରୋଗ ଅସମୟ ରେ ଖାଇବା ଯୋଗୁ ହୋଇ ଥାଏ । ପ୍ରଥମେ ପ୍ରଥମେ ଏସିଡ଼ିଟି ହୋଇଥିଲେ , ଏହା ଘରୋଇ ଉପଚାର ଦ୍ଵାରା ଜଲଦି ଭଲ ହୋଇଯିବ। ଏସିଡ଼ିଟି ବହୁତ ଦିନର ହେଲେ ଏହା ବହୁତ ଅସୁବିଧା କରାଇଥାଏ ।ଏହା ଗୋଟିଏ ସାଧାରଣ ରୋଗ କିନ୍ତୁ ଯଦି ଆମେ ଏହାର ଉପଚାର ନ କରନ୍ତି ଏହା ବହୁତ କଷ୍ଟ ଦେଇ ଥାଏ ଯେପରିକି ମୁଣ୍ଡ ବିନ୍ଧ, ପେଟ ବିନ୍ଧ ଓ ପେଟ ଫୁଲିବା । ଯଦି ଏହାର ଠିକ ରେ ଯତ୍ନ ନ ନେବା ବେଳେ ବେଳେ ଏସିଡ଼ିଟି ମଧ୍ୟ ମୃତ୍ୟୁ ର କାରଣ ହୋଇ ଥାଏ । ଏଲୋପାଥିକ ମେଡ଼ିସିନ ଅସ୍ଥାୟୀ ସମାଧାନ ଅଟେ ,ଆମେ ଘରୋଇ ଉପଚାର ରେ ଏସିଡ଼ିଟି ଏବଂ ଗ୍ୟାସ କୁ ସମ୍ପୂର୍ଣ ଭାବେ ଉପଚାର କରି ପାରିବା ।
ଧ୍ୟାନଦେବା ଉଚିତ :
ତୁଳସୀ ଗଛ ର ପତ୍ର ଜଲଦୀ ମିଳି ଯାଏ । ସକାଳୁ ଗାଧୋଇ ୪ ରୁ ୫ ଟା ତୁଳସୀ ପତ୍ର କୁ ଚାବି ତା ସହ କିଛି ପାଣି ପିଅନ୍ତୁ| ଏସିଡ଼ିଟି ପାଇଁ ଏଇଟା ବହୁତ ଭଲ କାମ ଦେବ । ସବୁଦିନ ତୁଳସୀ ପତ୍ର ଖାଇଲେ ମଧ୍ୟ ଥଣ୍ଡା ଏବଂ କାଶ ହେବନି ।
ଏହା ମଧ୍ୟ ଘରେ ଜଲଦୀ ମିଳି ଯାଏ ଏବଂ ଏସିଡ଼ିଟି ପାଇଁ ବହୁତ ଉପକାରୀ । କିଛି ପରିମାଣ ର ଜୁଆଣି କୁ ଗୋଟେ କପ ପାଣି ରେ ଫୁଟାନ୍ତୁ ଯେମିତି ସେଇ ଗୋଟେ କପ ଅଧା କପ ହୋଇ ଯିବା। ଜୁଆଣି କୁ ପାଣି ରୁ ଛାଣି ଥଣ୍ଡା କରି ପିଅନ୍ତୁ ।
ଅଁଳା ଏସିଡ଼ିଟି ପାଇଁ ବହୁତ ଭଲ । ଯଦି ଆପଣଙ୍କର ଏସିଡ଼ିଟି ସବୁଦିନ ବାହାରୁଚି ତା ହେଲେ ସବୁଦିନ କିଛି କଞ୍ଚା ସବୁଜ ଅଁଳା ଖାନ୍ତୁ। ଯଦି କଞ୍ଚା ଅଁଳା ମିଳୁନି ତା ହେଲେ ସବୁ ଦିନ ସକାଳେ ଖାଲି ପେଟ ରେ ଅଁଳା ଗୁଣ୍ଡ ରେ ପାଣି ମିଶାଇ ପିଅନ୍ତୁ ।
କିଛି ପରିମଣର ଜିରା କୁ ବାଟି ଗୁଣ୍ଡ କରନ୍ତୁ ଏବଂ ଏହାକୁ କଲା ଲୁଣ ସହ ମିଶାଇ ଖାଇଲେ ଏସିଡ଼ିଟିରୁ ସଂଗେ ସଂଗେ ଉପଶମ ମିଳେ
ଜାମୁ କୋଳିରେ ବହୁତ ଔଷଧୀୟ ଗୁଣ ଥାଏ | ଏଥିରେ କ୍ଲୋରିନ ,କାଲସିଅମ, ଆଇରନ, ମ୍ୟାଗ୍ନେସିଅମ, ପୋଟାସିଅମ ଏବଂ ଫଲିକ ଏସିଡ। କିଛି ଜିର କୁ ଗରମ ତାକୁ ଗୁଣ୍ଡ କରନ୍ତୁ |ସେଥିରେ କିଛି କଳା ଲୁଣ ମିଶାନ୍ତୁ | ସେଇ ମିଶ୍ରଣ କୁ ଜାମୁ କୋଳି ସହ ଖାଇଲେ ଏସିଡ଼ିଟି ପାଇଁ ବହୁତ ଭଲ କାମ ଦିଏ |
ଗାଜରରେ ବି ବହୁତ ଔଷଧୀୟ ଗୁଣ ଅଛି| ସଫା ଗାରରର ୩-୪ ଟୁକୁଡା କୁ ଅଧା କପ ପାଣି ସହ ବାଟି ପିଅନ୍ତୁ| ଏହା ଏସିଡ଼ିଟି ପାଇଁ ବହୁତ ଭଲ କାମ ଦେବ | ଏହାର ମଧ୍ୟ ଆଣ୍ଟି ଏଜିଙ୍ଗ ପ୍ରକୃତି ଅଛି | ଏହା ମଧ ହୃଦ ରୋଗ ରୁ ରକ୍ଷା କରେ, ଦେହରେ ରକ୍ତ ବଢ଼ାଏ, ଦେହର ରଙ୍ଗ ଫିଟାଏ ଏବଂ କେଶ ବଢିବା ରେ ସାହାଯ୍ୟ କରେ |
କିଛି ଦୁବ ଘାସକୁ ପାଣିରେ ଫୁଟାଇ ଥଣ୍ଡା କରନ୍ତୁ। ଥଣ୍ଡା ହେଲାପରେ ତାକୁ ପେଇଲେ ଏସିଡ଼ିଟି ଦୂର ହୁଏ । ଏହା ଏସିଡ଼ିଟି ପାଇଁ ଭଲ କାମ ଦିଏ ।
ସବୁଦିନ ଖାଦ୍ୟରେ ପୁଦିନା ପତ୍ର ଖାଇଲେ ବା ସାଲାଡ଼ରେ ପୁଦିନା ପତ୍ର କାଟି ମିଶେଇ ଖାଇଲେ ଏସିଡ଼ିଟି ଦୂର ହୁଏ ।
ପ୍ରତିଦିନ ତିନି ଡେମ୍ଫଥିବା ତିନୋଟି ବେଲ ପତ୍ରକୁ ୫ଟି ଗୋଲମରିଚ ଏବଂ କିଛି କଳାଲୁଣ ସହ ମିଶାଇ ଛାବନ୍ତୁ । ତାକୁ ଢ଼ୋକି ୫ ମିନଟ ପରେ କିଛି ପାଣି ପିଅନ୍ତୁ ।
ଆଧାର: ଆୟୁର୍ବେଦ ସେବା ସଦନ
Last Modified : 1/16/2020