অসমীয়া   বাংলা   बोड़ो   डोगरी   ગુજરાતી   ಕನ್ನಡ   كأشُر   कोंकणी   संथाली   মনিপুরি   नेपाली   ଓରିୟା   ਪੰਜਾਬੀ   संस्कृत   தமிழ்  తెలుగు   ردو

ଓଜନ ହ୍ରାସ ଏବଂ ଓଜନ ବୃଦ୍ଧି ପାଇଁ ଘରୋଇ ଉପଚାର

ଓଜନ ହ୍ରାସ ଏବଂ ଓଜନ ବୃଦ୍ଧି

ଯେପରି " ଦିନକୁ ଗୋଟିଏ ସେଓ ଡାକ୍ତର ଟୋ ଦୂର ରଖି ଥାଏ" ସେପରି " ଗୋଟିଏ ନାସପାତି ମୋଟାପା ଟୋ ଦୂର ରଖି ଥାଏ"

ଓଜନ ହ୍ରାସ ପାଇଁ ବହୁତ ଲୋକ ସର୍ଜରୀ କରନ୍ତି ଏବଂ କିଛି ଲୋକ ଏଲୋପାଥିକ ମେଡ଼ିସିନ ଖାନ୍ତି । ଏଥିରେ ପାର୍ଶ୍ୱ ପ୍ରତିକ୍ରିୟା ଦେବାର ସମ୍ଭାବନା ଥାଏ ଏବଂ ପଇସା ବି ଖର୍ଚ ହୁଏ |ତେଣୁ କିଛି ଘରୋଇ ଉପଚାର କରିବା ଭଲ ରହିବ ।

ଯଦି ଆପଣ ବ୍ୟାୟାମ କରୁଛନ୍ତି ତାହେଲେ ଉପବାସ କିମ୍ବା କମ ଖାଦ୍ୟ ଖାଇବା ଦେହ ପାଇଁ ଭଲ ନୁହଁ ,କାରଣ ଏହା ଆପଣଙ୍କ ଦେହକୁ କମଜୋର କରିଦେବ । ତେଣୁ ବ୍ୟୟାମ କରିବା ସହ କ୍ୟାଲରିକ ଥିବା ଖାଦ୍ୟ ଖାଇବା ଦରକାର । ଦୈନିକ ପୁରୁଷମାନଙ୍କ ପାଇଁ ୨୫୦୦ କ୍ୟାଲୋରୀ ଏବଂ ସ୍ତ୍ରୀ ମାନଙ୍କ ପାଇଁ ୨୦୦୦ କ୍ୟାଲୋରୀ ଖାଦ୍ୟ ଖାଇବା ଦରକାର।

ଦେହର ଚର୍ବିରେ ଭିଟାମିନ ଇ ଥାଏ ।  ତେଣୁ ଯେତେବେଳେ ଜଣେ ଲୋକ ମୋଟାପା କମେଇବା ପାଇଁ ଚେଷ୍ଟା କରେ ଦେହରୁ ଭିଟାମିନ ଇ  କମ ହୋଇ ଯାଏ ଯା ଫଳରେ କ୍ୟାନ୍ସସର, ହୃଦରୋଗ ଏବଂ ଆଲ୍ଜ଼ହିମର ରୋଗ ହେବାର ଆଶଙ୍କା ଥାଏ |ତେଣୁ ସେମାନେ ଭିଟାମିନ ଇ ଥିବା ଖାଦ୍ୟ ଖାଇବା ଦରକାର ଯେମିତି କି ବାଦାମ ,ବ୍ରୋକୋଲି ,ଅମୃତଭଣ୍ଡା ଏବଂ  ଧନିଆ ଇତ୍ୟାଦି ।

ଓଜନ ହ୍ରାସ ପାଇଁ ଘରୋଇ ଉପଚାର

  1. ସକାଳୁ ଉଠି ଗୋଟିଏ ଗ୍ଲାସ ପାଣିରେ ଗୋଟିଏ ଚାମଚ ଲେମ୍ବୁ ରସ ଆଉ ଅଧା ଚାମଚ ମହୁମିଶାଇ ପିଅନ୍ତୁ.
  2. ଗୋଟିଏ କପ ପାଣି ଏବଂ ୨-୩ ଖଣ୍ଡ ଅଦାକୁ ୧୦ ମିନିଟ ପର୍ଯ୍ୟନ୍ତ ଗରମ କରନ୍ତୁ |ପାଣିକୁ ଛାଣି ଚା ଭଳିଆ ପିଅନ୍ତୁ ।  ଦିନକୁ ଏମିତି ୨-୩ ଥର ପିଇଲେ ଓଜନ ହ୍ରାସ ପାଇଁ ଭଲ କାମ ଦିଏ|
  3. କିଛି ଧନିଆ ପତ୍ର ତାସହ କିଛି ପୁଦିନା ପତ୍ର ବାଟି ଚଟଣି ବନାନ୍ତୁ| ସେଥିରେ କିଛି ଲେମ୍ବୁ ରସ ଏବଂ ଲୁଣ ମିଶାଇ ଖାଇବା ସହ ଖାଆନ୍ତୁ ।
  4. ୨ ଚାମଚ ଘିକୁଆଁରି ରସ ସହିତ ୧ ଚାମଚ ଜିରା ଗୁଣ୍ଡକୁ ଗୋଟିଏ ଗ୍ଲାସ ପାଣିରେ ମିଶାନ୍ତୁ ।  ସକାଳୁ ଏହି ମିଶ୍ରଣକୁ ଖାଲି ପେଟରେ ପିଅନ୍ତୁ ।  ଏକ ଘଣ୍ଟା ପରେ କିଛି ଖାଇ ନିଅନ୍ତୁ ।
  5. ୧୦-୧୫ଟି ଚୀନ ବାଦାମକୁ ରାତିରେ  ଭିଜାଇ ରଖନ୍ତୁ ଏବଂ ସକାଳେ ଖାଆନ୍ତୁ ।
  6. ପ୍ରତିଥର ଖାଇ ସାରିବା ପରେ ଖଣ୍ଡେ ବରଫ କୁ ଚୋବାଇ ଖାଆନ୍ତୁ ।
  7. ଗୋଟିଏ ପାନ ପତ୍ରରେ ୫-୬ଟି ଗୋଲମରିଚ ରଖନ୍ତୁ ।  ଏହାକୁ ପାଟିରେ ରଖି ତାର ରସ କୁ ପିଅନ୍ତୁ । ଧ୍ୟାନ ଦେବଦରକାର ଜେ ପାନ ପତ୍ରଟି ସବୁଜ ଏବଂ ତାଜା ହୋଇ ଥିବା ଦରକାର ନହେଲେ ଏହା ପେଟ ରୋଗ ବାହାର କରି ଥାଏ। ୮-୧୦ ସପ୍ତାହ ଏମିତି କଲେ ଏହା ବହୁତ ଭଲ ଫଳ ଦେଇଥଏ ।
  8. କ୍ୟାପସିକମରେ ଥିବା  କ୍ୟାପସିନ ଓଜନ ହ୍ରାସ କରିବାରେ ସାହାଯ୍ୟ କରି ଥାଏ | ତେଣୁ ଯେତେ ସମ୍ଭବ କ୍ୟାପସିକମ ଖାଆନ୍ତୁ |
  9. ଦିନକୁ ଗୋଟିଏ ନାସପାତି ଖାଆନ୍ତୁ ଏହା ଓଜନ ହ୍ରାସ କରି ଥାଏ ।
  10. ସକାଳ ସୂର୍ଯ୍ୟ କିରଣ ଓଜନ ହ୍ରାସ କରି ଥାଏ | ସବୁଦିନ ସକାଳୁ ଅଧା ଘଣ୍ଟା ସୂର୍ଯ୍ୟ କିରଣରେ ବୁଲିଲେ ଓଜନ ହ୍ରାସ ହୋଇଥାଏ |କିନ୍ତୁ ୮ଟା ପରେ ସୂର୍ଯ୍ୟ କିରଣ ଓଜନ ବୃଦ୍ଧି କରିଥାଏ ।
  11. ଗଧ କ୍ଷୀର ଓଜନ ହ୍ରାସ ପାଇଁ ସବୁଠୋ ଅଧିକ ଉପକାରୀ | ଗଧ କ୍ଷୀର ପିଇଲେ ଥଣ୍ଡା, କାଶ ହେବନି ଏବଂ ଏଥିରେ ବହୁତ ଭିଟାମିନ ଥାଏ |
  12. ଯଦି ଆପଣ ବାହାରେ କାମ କରୁଛନ୍ତି, ତାହେଲେ ଦିନକୁ ୫-୬ ଘଣ୍ଟା ଛିଡା ହୋଇ ରହିଲେ ଓଜନ ଜଲଦି କମ ହୁଏ |
  13. ପ୍ରତିଦିନ ଏକ ଗ୍ଲାସ ଆଲୋଭେର ଜୁସ ପିଇଲେ ଏହା ଓଜନ କମେଇବାରେ ଭଲ କାମ ଦିଏ ।
  14. କିଛି ଅଦା ଖଣ୍ଦ କୁ ପାଣିରେ ଫୁଟାଇ ଥଣ୍ଡା କରି ସବୁଦିନ ପେଇଲେ, ଓଜନ ହ୍ରାସ ହୁଏ ।
  15. ସବୁଦିନ ତରଭୁଜ ଖାଇଲେ ଓଜନ ହ୍ରାସ ହୁଏ ।
  16. ସବୁଦିନ କାଳର ରସ ଏବଂ ଲେମ୍ବୁ ରସ ମିଶାଇ ପିଇଲେ ଓଜନ ହ୍ରାସ ହୁଏ ।
  17. ମାଛ ତେଲ ଖାଇଲେ ଓଜନ ହ୍ରାସ ପାଇଁ ଭଲ ଫଳ ଦିଏ |

ଓଜନ ବୃଦ୍ଧି ପାଇଁ ଘରୋଇ ଉପଚାର

  1. ଓଜନ ବୃଦ୍ଧି କରିବା  ବହୁତ ସହଜ କିନ୍ତୁ ଓଜନ କମାଇବା ବହୁତ କଷ୍ଟ | ଓଜନ ବୃଦ୍ଧି ପାଇଁ ପ୍ରତିଦିନ କ୍ୟାଲୋରୀ ଖାଦ୍ୟ ଖାଆନ୍ତୁ ;ଏହା ଆପଣଙ୍କ ଓଜନ ବୃଦ୍ଧି କରିବ ।
  2. ଦିନକୁ ୨୦-୨୫ ଗ୍ରାମ ଭଜା ଚଣା ଖାଆନ୍ତୁ ଏହା ଆପଣଙ୍କ ଓଜନ ବୃଦ୍ଧି କରାଇବ ।
  3. ଦିନକୁ ୩-୪ ଟି କଦଳୀ ଖାଆନ୍ତୁ ଏବଂ ସକାଳ ଟିଫିନରେ ଗୋଟିଏ କଦଳୀ ଖାଆନ୍ତୁ ; ଏହା ମଧ୍ୟ ଆପଣଙ୍କ ଓଜନ ବୃଦ୍ଧି କରାଇବ ।

ଆଧାର: ଆୟୁର୍ବେଦ ସେବା ସଦନ

Last Modified : 12/13/2019



© C–DAC.All content appearing on the vikaspedia portal is through collaborative effort of vikaspedia and its partners.We encourage you to use and share the content in a respectful and fair manner. Please leave all source links intact and adhere to applicable copyright and intellectual property guidelines and laws.
English to Hindi Transliterate